• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»କାବ୍ୟ ଓ କବିତା»ପ୍ରସିଦ୍ଧ କବିତା»ବନ୍ଦଇ ଦୀନବାନ୍ଧବ ହରି
ପ୍ରସିଦ୍ଧ କବିତା

ବନ୍ଦଇ ଦୀନବାନ୍ଧବ ହରି

ଉପେନ୍ଦ୍ର ଭଞ୍ଜBy ଉପେନ୍ଦ୍ର ଭଞ୍ଜFebruary 22, 2020No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ପ୍ରଥମ ଛାନ୍ଦ

ବନ୍ଦଇ ଦୀ(ଦି)ନବାନ୍ଧବ ହରି ଯେ ତମଚକ୍ର ଖଣ୍ଡନକାରୀ
ସଦା କମଳାନନ୍ଦ ବିସ୍ତାରି ସ୍ୱଭାବେ ଇନ ଯେ ।
ବିଭୁ ଅନନ୍ତ-ଅଙ୍କ-ବିହାରୀ କର ପ୍ରତାପ ସାର ସଞ୍ଚରି
ନିସାଚରଙ୍କ ଉଲ୍ଲାଶସ ହରି ପୂଜେ ସୁମନ ଯେ ।
ବଇନତେୟ ଯାହା ଅଗ୍ରତେ ସ୍ଥିତ ଯେ ।
ବଇକୁଣ୍ଠ-ପକ୍ଷକ-ଲୋକ ତୋଷିତ ଯେ ।
ବିକାଶ ଅଖଣ୍ଡିତ-ମଣ୍ଡଳେ ସିଂହଭାବରେ କ୍ରିଡ଼ିତ କାଳେ
ଭବେ ତରଣି ହୋଇ ମଞ୍ଜୁଳେ ଗିରି ଉଦିତ ଯେ।୧।
ବହିତ ଯେହୁ ରୋହିତମୁର୍ତ୍ତି ଶ୍ରୂ(ସୃ)ତି ରଞ୍ଜନକାରକ ଅତି,
ହଂସ ହୋଇଣ ଯାହା ପ୍ରଶସ୍ତି ଅଛି ପ୍ରବର୍ତ୍ତି ଯେ।
ବିରାଜ ରୂପ ଯାହାର ପୁଣି ଦ୍ୱିଜଚକ୍ର ଯା ଦର୍ଶନ ଗୁଣି,
ଆତ୍ମଭୂପର ସଂସାରେ ଭଣି କି ଶୂଭ୍ରକିର୍ତ୍ତି ଯେ।
ବୁଧଜନକ-ଶିବଭୁଷଣ ଯେହି ଯେ।
ବିନୟରୁ ଯେ ଆନ ବାଣୀ ନ କହି ଯେ।
ବଳି ଯାହାକୁ ସର୍ବଦା ନାହିଁ ଦ୍ୱୀ(ଦ୍ୱି)ପ ପ୍ରସନ୍ନ କରତା ସେହି,
ପୂନତ ଧର୍ମ ସ୍ୱରୁପଗ୍ରାହୀ କି ସ୍ତୁତି ତହିଁ ଯେ।୨।
ବିଷ୍ଟରଶ୍ରବା ବ୍ରହ୍ମାଣ୍ଡେଶ୍ୱର ପରମ ପଦ ଭଜିଲା ନର,
ଲଭେ ଏ ଘେନି ଗ୍ରନ୍ଥ ଆଦ୍ୟର ଭାବିତ ତାଙ୍କୁ ଯେ।
ବଂଶ ଯାହାରିଠାରୁ ଉତ୍ପତ୍ତି କବି ବିଚାରେ ସେ ଦେବେ ସ୍ତୁତି,
ବିଧାନ କରି ଅତି ସୁମତି ଆଣ ମନକୁ ଯେ।
ବର୍ଣ ଅଭଙ୍ଗସଭଙ୍ଗରେ ଏ ଶ୍ଳେଷ ଯେ।
ବୁଝ ସ୍ଥାନକେ କରି ପ୍ରକାଶ ଯେ।
ବଳାଇ ଚିତ୍ତ ଅନବରତ ଭାଗ୍ୟେ ଗ୍ରହଣ ତାରକ ମନ୍ତ୍ର,
ସୀତା ଶ୍ରୀରାମ ଚରିତ ଗୀତ କୃତେ ଲାଳସ ଯେ।୩।
ବାଲ୍ମୀକି,ବ୍ୟାସ,କବି ଯହିଁରେ ମହାକାବ୍ୟ କେ ପୁରାଣ କରେ,
ମହାନାଟକ ବାତସୂତରେ ହେଲେ ରଚିତା ଯେ।
ବିହିଲେ କାବ୍ୟ ଯେ କାଳିଦାସେ ଚମ୍ପୂ ରଚନା ଭୋଜନ ରେଶେ,
କୃପାସିଦ୍ଧାଏ ଗୀତ ପ୍ରକାଶେ ଛାଡ଼ିଲି ଚିନ୍ତା ଯେ।
ବିବେକହିଁ ଉଦୟ ଏମନ୍ତ ଧ୍ୟୟି ଯେ।
ବ୍ୟୋମେ ତାରକା ଯେବେ ଝଲକୁଥାଇ ଯେ।
ବିଭାବରୀରେ ଜ୍ୟୋତିରିଙ୍ଗଣ- ଗଣ ଜ୍ୟୋତିକି ଦେଖାନ୍ତି ପୁଣ।
ସୁଜନେ ସାବଧାନରେ ଶୁଣ ଛାନ୍ଦ ରଚଇ ଯେ।୪।
ବିଦ୍ୟୁତକେଶ ବଂଶରେ ଜାତ, ସୁମାଳୀ ମାଳୀ ଯେ ମାଲ୍ୟବନ୍ତ,
ସ୍ୱର୍ଗ ଲୁଣ୍ଠନେ ଅହି ଅହିତ ଧିଆନ କରି ଯେ।
ବିଧୂ-ସମରେ ଜ୍ୟୋତି ଜ୍ୱୋଳିତ ବିଧୂ ସମରେ ହେଲେ ଆଗତ
ସେ ଆରୋହିତ ଅହି-ଅହିତ ଗଦାବ୍ଜ ଧରି ଯେ।
ବଜାଇଣ ଶଙ୍ଖାରି କରଣେ ଘାତ ଯେ।
ବଧ କଲେ ଶଙ୍ଖାରି ଦ୍ୱିତୀୟ ଭ୍ରାତ ଯେ।
ବଡଭୀ ଲଭି ପାତାଳେ ଲୁଚି ଲଙ୍କା ବଡ଼ଭିପୁରକୁ ମୁଞ୍ଚି,
ଲଙ୍କା ଯେ ଦଣ୍ଡ ପାଣିରେ ରଚି ଭୟ ଯେମନ୍ତ ଯେ।୫।
ବାହାର ପୁଣ୍ୟଜନେ ହୋଇଲେ ବିହାର ପୁଣ୍ୟଜନେ ବିହିଲେ,
ରଞ୍ଜନ ପୁଣ୍ୟଜନେ କୁବେରେ ସେ ଦୀପ୍ତିମାନ ଯେ।
ବାସ ନଗର ପାଶ ନଗର ନଗର ତଳେ କରି ସଭିର,
ଜଗତତାତ-ସୂତ-କୁମର କଲେ ସେ ସ୍ଥାନ ଯେ।
ବହୁ ସମୟ ଅନ୍ତେ ଏହି ପ୍ରକାରେ ଯେ।
ବର୍ତ୍ତା ପାଇ ସୁମାଳୀ ଏମାନ ଚାରେ ଯେ।
ବିଶ୍ରବାଋଷିର ସନ୍ନିଧିକି ନେଲା ଦୁହିତା ରସନିଧିକି
ଶୋଭାରେ କରେ ସେ ଧିକି ଧିକି ନାରୀମାତରେ ଯେ।୬।
ବାଙ୍କେ ଅନାଇଁ ଅଙ୍କେ ପକାଇଁ ସେ ପଙ୍କେରୁହ ଶରକୁ ନେଇ
ଶଙ୍କେ ମଦନ ଆତଙ୍କେ ତହିଁ ମୁନିଉତ୍ତମ ଯେ।
ବୋଲେ ସୁନ୍ଦରୀ କୋଳେ ମୋ ବସ ତୁଲେ ମଜ୍ଜ ତୋ ହୋଇବି ତୋଷ
ଭୁଲେ ତୋ ରୂପେ ମୋର ମାନସ ପ୍ରକାଶ ପ୍ରେମରେ।
ବାମା ଓଳଗି ସନମତ କରାଇ ଯେ।
ବହ୍ନି ସାକ୍ଷିରେ ବିଭାଭାବ ବଢାଇ ଯେ।
ବେଗେ ସୁରତ ରତ ସନ୍ଧ୍ୟାରେ ସନ୍ଧ୍ୟାମଟ୍ଟୀ ସେ ତାର ଗର୍ଭରେ
ଜାତ ହୋଇଲେ ରକ୍ଷ ଶରୀରେ ସୁତ ତନୟୀ ଯେ।୭।
ବିଂଶତିଭୁଜ ଦଶାନନରେ କି ଦଶା ଦେବ ଦେବ କିନ୍ନରେ,
ନର ନାଗରେ ଧରଣୀ ଥରେ ହେଉଁ ପତନ ଯେ।
ବିକଟରୂପ ପ୍ରକଟ ଅତି ରକତ ପରା ବ୍ୟକତ କାନ୍ତି,
ଘଟଣ ଘଟ ସଦୃଶ ଶୃତି ଭୈରବ ସ୍ୱନ ସେ।
ବଧୀରତା ନିକଟ ଶୁଣିଲା ଜନ ସେ।
ବିରତ ସେ ଭୀଷଣେ ତିନି ନନ୍ଦନ ସେ।
ବୋଇଲେ ସେ ଦଶ ବଦନ, କୁମ୍ଭ-ଶବଣ ସେ ବିଭୀଷଣ
ନନ୍ଦିନୀ ସୁର୍ପଣଖାର ନଖ ସୂସର୍ପମାନ ସେ।୮।
ବୃଦ୍ଧି ଯତନ ଦିନକୁ ଦିନୁ, ଗିରି ସମରେଦିଶିଲା ତନୁ,
ଗିରୀଷମରେ ଏ ଅନୁମାନୁ ନୁହଇ ଆନ ଯେ।
ବିଶାଳ ମହାଶାଳ କି କର, ସାନୁ ସମାନେ ଉନ୍ନତ ଶିର,
କୁଶାନୁପରି ତେଜନିଜର ଜ୍ୱଳିତ ଘେନ ଯେ।
ବିଦ୍ୟମାନ କ୍ରୋଟର ତଥା ଲୋଚନ ଯେ।
ବର୍ଦ୍ଧମାନକରତା ଜୀବ ଶୋଚନ ଯେ।
ବୁଲିଲେ ପୁରେ ପୁରେ ସ୍ୱଛରେ ମାତିଲେ ନାନାଦ୍ରବ୍ୟ ଭକ୍ଷରେ
ଗଲା ଦ୍ୱାଦଶ ସମ୍ବତ୍ସରରେ ଯେ କୁମ୍ଭକର୍ଣ୍ଣ ଯେ।୯।
ବହୁତ ଜନ ଜୀବନ ନେଇ ଉତ୍ତରକୁରୁ ପ୍ରଦେଶେ ଯାଇ
ଉତ୍ତର କ୍ରୁରତର ନ ସହି ଇନ୍ଦ୍ରେ ନ ମାନି ଯେ।
ବଜ୍ରାଘାତକୁ ମଣି ଇତର ଉତ୍ପାଟି ଦନ୍ତ ଐରାବତର
ପ୍ରହାରେ ମୋହ ସୁରଇଶ୍ୱର ପଳାଇ ଘେନି ଯେ।
ବିଭୀଷଣ ପକ୍ଷରେ ଦ୍ୱନ୍ଦ ରଚିତ ଯେ।
ବପ୍ତାଶ୍ନଶୁର ସ୍ଥାନେ ଦଶାସ୍ୟ ଗତ ଯେ।
ବିରୋଜା ମଣ୍ଡଳରେ ତପସ୍ୟା ଜଗଜ୍ଜୟରେ କରି ମନୀଷା
ଅଶନହୀନେ ଦିବସ ନିଶା କାଳ ବଞ୍ଚିତ ଯେ।୧୦।
ବିଖନ ଭାଲ ଲେଖନବର୍ଣ୍ଣ ମୂ ଣ୍ଡ ପ୍ରଚଣ୍ଡାନଳେ ଦହନ
କରିଣ କଲା ଜ୍ୟେଷ୍ଠ ପଠନ କଷ୍ଟ ଅତ୍ୟନ୍ତ ଯେ।
ବଲ୍ଲକୀ ରଚି ଭୁଜ ମୁର୍ଦ୍ଧାରେ ସେ ଦଣ୍ଡ ତୁମ୍ବୀ ଭାବେ ଶ୍ରଦ୍ଧାରେ
ଧମନୀ ଗୁଣ କରି ବେଧାରେ ବିନୟୀ ଗୀତ ଯେ।
ବାଉଁ ଗାଉଁ ହୋଇଲେ ଆସି ପ୍ରସନ୍ନ ଯେ।
ବର କମନା ପୁର୍ଣ୍ଣେ କଲେ ପ୍ରଦାନ ଯେ
ବର୍ତ୍ତିବୁ ଯୁଗ ଛପନଗଣ୍ଡା ବରଣୀ ହେବ ବ୍ରହ୍ମାଣ୍ଡେ ଖଣ୍ଡା
ସୀତା ହରଣ ନିଶ୍ଚେ ମରଣ ଜାଣରେ।୧୧।
ବେଭାରେ ସୀତା ବହୁ ଯୋଷିତା ସେ ହୋଇଥିବ ଜନକସୂତା
ବହୁତ ରାମ ପରକାଶିତା ଯେ ଦାଶରଥି ଯେ।
ବାଗ୍ଦେବୀ ଆସି ବସିଲେ ଗଳେ କୁମ୍ଭକର୍ଣ୍ଣର ବରଦ କାଳେ
ନିଦ୍ରା ମୁଁ ଯିବି ବୋଲି ଚପଳେ ମାଗିଲା ତଥି ଯେ।
ବତ୍ସରକ ନ ପୂରୁ ଉଠିବୁ ଯେବେ ରେ।
ବଧ ଅବଶ୍ୟ ହେବ ତୋହର ତେବେ ରେ।
ବିଷ୍ନୁ ଭକତ ହୋଇ ଅମର ଜଗତ ମଧ୍ୟେ କର ବିହାର
ଗତ ପଦ୍ମଜ ଦେଇ ଏ ବର ସାନୁଜେ ଜବେ ଯେ।୧୨।
ବାହୁଡି ତହୁଁ ପାତାଳେ ରାଜି ନିକଷାତ୍ମଜପୁଞ୍ଜକୁ ସାଜି
ବେଢିଲେ ଲଙ୍କା କୁବେର ତେଜି ଗଲା ସେ ପୁର ଯେ।
ବିମାନେ ନେଲା ସର୍ବ ସମ୍ପତ୍ତି ବି-ମାନେ ଯଥା ଗଗନେ ଗତି
ସେ ମନୋରଥ ରଥ ପ୍ରାପତ ଇଚ୍ଛ ସମର ଯେ।
ବିଶ୍ୱେ ଉତ୍କୃଷ୍ଟପ୍ରଭା ପ୍ରକଟ କରି ଯେ।
ବିଧୂ ନ୍ତୁଦ ବିଧୂକୁ ଗ୍ରାସିଲା ପରି ଯେ।
ବିଶ୍ୱ କେତୁରେ ହୋଇ ଅଦମ୍ବା ଶୋଭା ଆରମ୍ଭ ରମ୍ଭା ସୁରମ୍ଭା
ଉରୁକୁ ହରି ହୋଇଲା ବିଭା ମୟକୁମାରୀ ଯେ।୧୩।
ବୃଷସଦୃଶ ସୁରଭିଆଳି ଗୋଷ୍ଠ କୋଷ୍ଠିରେ କଲା ସେ କେଳି
ପ୍ରଜପତିଙ୍କ ସମାନେ ଝଳି ଅନେକ ସୁତ ଯେ।
ବର୍ଣ୍ଣିବା କିସ ଜ୍ୟେଷ୍ଠକୁମାର ଜାତ ରଡ଼ିକି ଶୁଣି କୁମାର
ଛାଡି ସେ ମେଘନାଦ ଉପର ପଡି ଅଚେତ ଯେ।
ବଳେ ମେଘନାଦରୁ ତାହାର ସ୍ୱନ ଯେ।
ବହେ ସେ ମେଘନାଦ ନାମ ପ୍ରଧାନ ଯେ।
ବନ-ବେଷ୍ଟିତ ସ୍ଥାନରେ ରହି ସିହଂ ଶାର୍ଦ୍ଧୂଳ ବଳିଷ୍ଠେ ହୋଇ,
ବଇରି-ମୃଗ ପିଶିତ ଧ୍ୟାୟି ଆଉ ନନ୍ଦନ ଯେ।୧୪।
ବାମକରରେ ହୋଇଣ ବାମ ବାମଦେବର ଗିରି କୁସୁମ,
ପରି ଉତ୍ପାଟି ଧରଣେ କ୍ଷମ ହେବାକାଳରେ ଯେ।
ବାହାର ଦରବଶେ ଏ ସ୍ୱର ଉଶ୍ୱରଠାରୁ ରାବଣେଶ୍ୱର,
ଦେଖିଲେ ପଞ୍ଚଦ୍ୱିଗୁଣ ଶିର ସେ ବହିବାର ଯେ।
ବିଶେଷତ ଦେଖିଲେ ଲକ୍ଷଣ କର ଯେ।
ବିଳାସକୁ ଦୈତ୍ୟର ସ୍ୱର୍ଣ୍ଣନଗର ଯେ।
ବିଲୋକି ରୌପ୍ୟନଗରେ ସ୍ଥିତ ଉପୁଜି ଯାଇ ଏ ଉଣା ଭୀତ
ଭୋଗ ତ ବେନିଜନେ ବିଭୁତି ଆନ ପ୍ରକାର ଯେ।୧୫।
ବାରିଗୁଶି ଏ ତରଳ-ତର ଅଧିର ଥିଲା ଅତି ମାତର,
ଯାହା ପ୍ରତାପେ ହୋଇ କାତର ସେ ତରତର ଯେ।
ବ୍ୟାକୁଳ ଜାତ ପାଞ୍ଚ ପାଞ୍ଚର ଆମ୍ଭେ ସ୍ୱଭାବେ ଏହା ଆହାର,
ବେନି ଘେନିଲେ ହୃଦଭିତର ଏହି ବିଚାର ଯେ।
ବାହି ନ ପୁଣ ଯାଇ ମୀନଙ୍କୁ ଖାଇ ଯେ।
ବଡ ବିଂଶତିଭୁଜ ବହିବା ଚାହିଁ ଯେ।
ବନ୍ଧୁଭାବରେ ସେ ଶାନ୍ତି କାନ୍ତି ନାମେ ସମର୍ପି ଦିବ୍ୟ ଯୁବତୀ,
ସୁନାମ କଲେ କୋଷେ ତା ସ୍ଥିତି ରତ୍ନକୁ ଦେଇ ଯେ।୧୬।
ବହୁ କୃପାଣ ସାଧନ କରେ ଛେଦର ଶଙ୍କା ଜମ୍ବୁ ପ୍ଳକ୍ଷରେ,
ଆରମ୍ଭ, ହୋମ କର୍ମ କୁଶରେ ବହନ ଭୀତି ଯେ।
ବାଟୁଳି ଧରୁ କ୍ରୋଞ୍ଚ ଚମକେ ଭୋଜନକାଳେ ଭୟଦ ଶାକେ,
ଶୟନେ ତୁଳୀ କରଣେ ଶଙ୍କେ ଶାଳ୍ମଳୀ ନିତି ଯେ।
ବିହୁଁ ଦେବପୁଜନ ପୁଷ୍ପରେ ଭୟ ଯେ।
ବଳେ ଊପାଡି ନେବ ହୋଏ ଉଦୟ ଯେ।
ବିଭୋଗ କର ପ୍ରତାପେ କର କରଇ ହେଳେ ପ୍ରଜାଆକାର
ପୃଥ୍ୱୀମଣ୍ଡଳ ରାଜାନିକର ମହାଦୁର୍ଜ୍ଜୟ ଯେ।୧୭।
ବନ୍ଦୀ ବଳୀର ଫେଡ଼ନେ ଯାର ଭରସାକୃତ ରସାତଳର
କୋଟିଏ ସିଂହ ବଳ ବାଳିର ଧରଣେ ଇଚ୍ଛି ଯେ।
ବିକଳଭାବ ନୋହିଲା ଲବ ପାଇଁ ନିବିଡ ଭିଡି ପ୍ରାଭବ,
କେମନ୍ତ ମଲ୍ଲ କୋବିଦେ ଭାବ ତୁଲ କି ଅଛି ଯେ।
ବାହୁଁ ସହସ୍ରଭୁଜେ ହୋଇଲା ବାଦୀ ଯେ।
ବହିବାରୁ ପାଲଟି ନର୍ମଦାନଦୀ ଯେ।
ବନ୍ଧନେ ପଡି ଖଡ୍ ଗେ ନ ଛିଡି, ଅନଳଯୋଗେ ନ ଗଲା ପୋଡି,
ଜଳେ ନ ବୁଡି ସଂଶୟ ଛାଡି ବରେ ପ୍ରମୋଦି ଯେ।୧୮।
ବେଦମତୀରେ ମତି ବଳାଇ ଦେଲା ସେ କନ୍ୟା ତନୁ ଜଳାଇ
ମୋ ହେତୁ ମୃତ୍ୟୁ ଏ ଶାପ ପାଇ ତହୁଁ ଚପଳେ ଯେ।
ବୋଲି ମର୍କଟ ନିନ୍ଦି ନନ୍ଦୀରେ ଆନନ୍ଦ ହରି ତଳପ୍ରହାରେ
ବୋଲେ ସେ ହେଉ ପ୍ରାଭବ ତୋରେ ବାନରେ ନରେ ଯେ।
ବଧିଲା ଅନରଣ୍ୟକୁ ଅଯୋଧ୍ୟା ପୁରେ ଯେ।
ବଂଶେ ମୋ ନାଶ ଯିବୁ ଅବଶ୍ୟ ନର ଅବଜ୍ଞା କଲୁ ରାକ୍ଷସ,
କହିଲା ତହିଁ ସେହି-ମହୀଶ ହତକାଳରେ ଯେ।
ବିବୁଧାଳୟ ଆଭୀରଗ୍ରାମ ପରି ସୁରଭୀ ଲୁଣ୍ଠନେ କ୍ଷମ
ସୁମନବ୍ରଜେ ସେ ଦଣ୍ଡ କ୍ରମ କ୍ରମଶେ ଦେଇ ଯେ।
ଶାଢୀ ପାଇଲା ଜଗତତାତ ବିଧିରେ ତହିଁ ଯେ।
ବଳିସଦ୍ମ ପକ୍ୱୋଣ ପ୍ରାୟକ କଲା ଯେ।
ବାଜୁଁ ଟମକ ତାଙ୍କୁ ଚମକ ଦେଲା ଯେ।
ବଞ୍ଚିଲେ ଲୁଚି ସେ ମଦଭର ନାଗେଶବର ଗୋପ୍ୟ ସ୍ଥାନର
ମଣି ଦିହୁଡି ଦେଖାଇବାର ସମ୍ମତି ହେଲା ଯେ।୨୦।
ବଇଜୟନ୍ତି ଯାହା ଜଗତି ବଇଜୟନ୍ତ ଚଞ୍ଚଳେ ଭୀତି
ମୋତେ ଏ ବାନ୍ଧି ନେବାକୁ ଗତି କରେ ନଭିରେ ଯେ।
ବିକର୍ତ୍ତନର ରଥ ହବୋଡି ଭଗନେ ମଧ୍ୟ ଗଗନ ଛାଡି
ବେନି ଅୟନ ଚଳନେ ଜଡି ଚିତ୍ତ ନିର୍ଭରେ ଯେ।
ବୋଲଇଛି ସେ ମେଘଦଣ୍ଡ ପାଚେରୀ ଯେ।
ବଇରିପୂଗ ଦୁର୍ଗମଦୁର୍ଗ ଯହିଁ ପରିଖା ସାଗର ଆଗ
ଏପରି ହୋଇ ପାତାଳ ସ୍ୱର୍ଗ ସେ ଧିକ କରି ଯେ।୨୧।
ବଳୀ ଏକରେ ସେ ତ ରୁଚିର, ବହୁତ ବଳୀ ଛନ୍ତି ଏଥିର,
ସେ ଚାରୁ ଶେଷରଙ୍ଗେ ଏ ଚିର, ଅଶେଷ ରଙ୍ଗେ ଯେ।
ବସଇ ସୁନସୀରେକ ତହିଁ ଏ କେତେ ସୁନାସୀରରେ ଶୋହି
ଏପରି ହୋଇ ଚିତ୍ରରଥହିଁ କେବଳ ବର୍ଗେ ଯେ।
ବଡ଼ବଡ ଦାନବ ପୂର୍ବରେ ଥିଲେ ଯେ।
ବଡ଼ାଇକି ଏରୂପେ କରି ନଥିଲେ ଯେ।
ବିରଚି ବୀରବର ଉପେନ୍ଦ୍ର- ଭଞ୍ଜ ସ୍ୱୋଚ୍ଛନ୍ଦେ ବିଚିତ୍ର ଛାନ୍ଦ
ଚିତ୍ତ ନିଶ୍ଚିନ୍ତ ନୀଳାଦ୍ରି ଚନ୍ଦ୍ର ଧ୍ୟାନ ସଫଳେ ଯେ।୨୨।

Odia Poetry Upendra Bhanj Books Upendra Bhanj Odia Poetry
Share. Facebook Twitter Pinterest LinkedIn Tumblr Reddit Email
Previous Articleଜଗନ୍ନାଥ ଜଣାଣ
Next Article ବିଦୁଷ ! ଦୂଷଣ ବିବର୍ଜିତ
ଉପେନ୍ଦ୍ର ଭଞ୍ଜ

Related Posts

ଛ ଚମ୍ପୂ

February 26, 2020

ଏଥୁଅନ୍ତେ ଶୁଣ ରସିକ ଜନେ

February 22, 2020

ଶୁଣ ହେ ସୁଜନେ ରସ କର୍ଣ୍ଣ ମନଲୋଭା

February 22, 2020

ଜୟ ଜୟ ଜୟ ରାମ ଜନକସୁଖଦ

February 22, 2020

ବିଶ୍ରବାନନ୍ଦନ ତପ ଉଦିତ ପର୍ବତ ରୂପ

February 22, 2020

ବକେ ବସିଥିଲା ଧ୍ରୁବ ଉପରେ

February 22, 2020
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.