• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ବାଘାଯତୀନଙ୍କ ବଳିଦାନ
ଅନ୍ୟାନ୍ୟ

ବାଘାଯତୀନଙ୍କ ବଳିଦାନ

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 17, 2020No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ବାଲେଶ୍ୱର ଜିଲ୍ଲାର ଚଷାଖଣ୍ଡ ଗ୍ରାମ। ତା ପାଖରେ ଗୋଟିଏ ଛୋଟ ପାହାଡ। ବୁଦୁବୁଦୁକିଆ ଜଙ୍ଗଲ। ପାଖରେ ବୁଢାବଳଙ୍ଗ ନ ଦୀ ଟି ବହି ଯା ଉଛି। ମାଟି ମା ଆ ର ସ୍ୱାଧୀନତା ପାଇଁ ଦଳେ ଯୁବକ ଜୀବନକୁ ପାଣି ଛଡ଼ାଇ ଦେଇଛନ୍ତି।

ଇଂରେଜ ଦରିଆ ପାରି କରିବା କିମ୍ବା ସେମାନଙ୍କର ମୂଳପୋଛ କରିବା ପାଇଁ ସେମାନେ ଲାଗି ପଡିଛନ୍ତି । ମର ଅବା ମାର-ସେମାନଙ୍କର ବ୍ରତ ହୋଇଛି ।

ମୟୂରଭଞ୍ଜର କପ୍ତିପଦା ଜଙ୍ଗଲରୁ ଆସି ଚଷାଖଣ୍ଡ ଗାଁ ପାଖରେ ସେମାନେ ଗୁମ୍ଫା ଭିତରେ ଛପି ରହିଛନ୍ତି । ସୁଯୋଗକୁ ଛକି ରହିଛନ୍ତି । ମଉକା ଦେଖି ଇଂରେଜଙ୍କ ଉପରେ ଚଢ଼ଉ କରିବା ପାଇଁ ସଜ ହେଉଛନ୍ତି।

ଏହି ସମୟେର ହଠାତ ଦୂରରୁ ବିଗୁଲ୍ ଶବ୍ଦ ଶୁଣାଗଲା । ବନ୍ଧୁ କ ଧରି ଯୁବକ ଦଳ ସଜ ହୋଇଗଲେ । ସେମାନଙ୍କର ନେତା ଯତିନ୍ଦ୍ର ପାହାଡ଼ ଉପରକୁ ଚଢ଼ି ଇଂରେଜ ସିପେହି ମାନଙ୍କ ଗତିବିଧି ଲକ୍ଷ୍ଯ କଲେ । ନିଜେ ବନ୍ଧୁକ ସଜ କରି ଉଠାଇ ଧରିଲେ । ଇଂରେଜ ଫଊଜଙ୍କୁ ପାଖେଇ ଆସିବାର ଦେଖି ପାଟି କରି ଉଠିଲେ-ଚଳାଅ ବନ୍ଧୁକ,ଚଳାଅ …. ବନ୍ଦେ ମାତରମ୍ ।

ଏକ ସମୟରେ ବନ୍ଧୁକ ଗର୍ଜି ଉଠିଲା । ଗୁଡୁମ୍ , ଗୁଡୁମ୍ ,ଗୁଡୁମ୍ । ଗୋଟିଏ ସିପେହି ଟଳି ପଡିଲା। ଇଂରେଜ ଫଉଜ ମଧ୍ଯ ଗୁଳିବର୍ଷା ଆରମ୍ଭ କରିଦେଲେ । ସେଇ ଗୁଳିମାଡରେ ଚିତ୍ତପ୍ରିୟ ନାମକ ଜଣେ ଯୁବକ ଟଳି ପଢ଼ିଲେ। ବୀରେନ୍ଦ୍ର ଓ ଜ୍ଯୋତିଷ ଆଉ ଦୁଇଜଣ ଯୁବକ ଆହତ ହେଲେ। ଯତୀନ୍ଦ୍ର ଙ୍କ ଡାହାଣ ହାତରେ ଗୁଳି ବାଜି ଅଚଳ ହୋଇଗଲା। ତ ଥାପି ବାଁ ହାତରେ ସେ ବନ୍ଧୁକ ଚଳାଇଲେ।

ସିପେହି ଦଳର ନେତା ଏସ୍ ପି ଟେର୍ଗାଟ ସାହେବ ହୁକୁମ ଦେଲେ- ବନ୍ଦୀ କର। ସିପେହିମାନେ ଘେରି ଯାଇ ଯତୀନ୍ଦ୍ର ଆଉ ତା ଙ୍କ ସାଥିମାନ ଙ୍କ ହାତରେ ଶିକୁଳି ପିନ୍ଧାଇ ଦେଲେ। ସେମାନ ଙ୍କୁ ଧରି ସେମାନେ ଚାଲିଲେ।

ବାଲେଶ୍ବର ଡ଼ାକ୍ତରଖାନାରେ ବହୁ ସମୟ ଧରି ଯତୀନ୍ଦ୍ର ଅଚେତ ଅବସ୍ଥାରେ ପଡ଼ି ରହିଲେ। ପେଟ ତାଙ୍କର ଅପରେସନ ହୋଇ ଗୁଳି କେତୋଟି ବାହାର କରାଗଲା। ତା ଙ୍କ ଦେହ ସାରା ଖଣ୍ଡିଆ ଖାବରା ହୋଇଥିଲା। କନା ପଟିରେ ସେହି ସବୁ କ୍ଷତ ସ୍ଥାନ ଗୁଡ଼ିକ ବନ୍ଧା ହେଲା।

କ୍ରମେ ପତୀନ୍ଦରଙ୍କ ଚେତା ଫେରି ଆସିଲା। ଦେହର ପଟିଗୁଡିକ ଉପରେ ଆଖି ପଡିବାରୁ ସେ ମୁହ୍ମମ ଶୁଖାଇ ଦେଲେ।ସେ ଡାକ୍ତରଖାନାରେ ପଡିଛନ୍ତି ଜାଣି ମନ ବିଷେଇ ଉଠିଲା। ସେ ଦାନ୍ତଭିଡି ପାଟିକରି ଉଠିଲେ- ମୁଁ ଶେଷ ରକ୍ତବିନ୍ଦୁ ଦେଇ ମାଟି ମା ର ମୁକ୍ତି ଲାଗି ଲଢେଇ କରିବି ବୋଲି ପଣ କରିଥିଲି। ଏବେ ବନ୍ଦୀ ହୋଇ ଆସିଛି ଡାକ୍ତରଖାନାରେ ଭଲ ହେବି ବୋଲି? ହାଃ ହାଃ ହାଃ।

ସେ ସାଙ୍ଗେ ସାଙ୍ଗେ ତାଙ୍କ ଦେହର ପଟିଗୁଡିକ ଭିଡି ଛିଣ୍ଡାଇ ଦେଲେ।ସାରା ଦେହର କ୍ଷତସ୍ଥାନ ଗୁଡିକରୁ ରକ୍ତର ଝରଣା ଛୁଟିଲା। ସେ ରାଗରେ କହି ଉଠିଲେ- ଟେଗାର୍ଟ, ତୁମେ ଭାବିଥିଲ ଆମଙ୍କୁ ଫାସି ଖୁଣ୍ଟରେ ଝୁଲାଇ ବାହାଦୂରୀ ଦେଖାଇବ। ଆମ ଆନ୍ଦୋଳନ କୁ ଦବାଇ ଦେଇ ଇଂରେଜ ଶାସନକୁ ମଜବୁତ୍ କରିବ। କିନ୍ତୁ ମନେରଖ ଟେଗାର୍ଟ, ଆମ ଭିତରୁ ଗୋଟିଏ ମଲେ, କୋଟିଏ ବୀର ସନ୍ତାନ ତୁମ ବିରୁଦ୍ଧରେ ଲଢେଇ କରିବାକୁ ବାହାରି ପଡିବେ।

ଡାକ୍ତର ଓ ଟେଗାର୍ଟ ସାହେବ ଧାଇଁ ଆସିଲେ । କିନ୍ତୁ ସେତେବେଳେକୁ ଘର ସାରା ରକ୍ତର ସୁଅ ଛୁଟୁଛି । ଯେତେ ଚେଷ୍ଟା କଲେ ବି ରକ୍ତର ଧାର ବନ୍ଦ ହେଉନାହିଁ । ଶେଷରେ ଯତିନ୍ଦ୍ର କହିଉଠିଲେ – ତୁମ ଚେଷ୍ଟା ବନ୍ଦ୍ କର ଡାକ୍ତର ବାବୁ । ଏଇ ଦେହର ସବୁ ରକ୍ତ ଶେଷ ବିନ୍ଦୁ ଯାଏ ବହି ଯିବାକୁ ଦିଅ । ମୁଁ ହସି ହସି ମାଟି ମାଆ ପାଇଁ ଜୀବନ ଢାଳିଦେଉଛି । ଏହା ସମସ୍ତେ ଜାଣ ଆଉ ନିଜ ଆଖିରେ ଦେଖ । ବନ୍ଦେ ମାତରମ୍ । ବନ୍ଦେ……..

ଏତିକି କହି ତାଙ୍କର ସ୍ୱର କ୍ଷୀଣ ହୋଇ ଆସିଲା । ସେ ସବୁଦିନ ପାଇଁ ତାଙ୍କ ପ୍ରାଣପ୍ରିୟ ମାଟି ମାଆ କୋଳରୁ ବିଦାୟ ନେଲେ । ଡାକ୍ତର ଓ ଟେଗାର୍ଟ ସାହେବ ବିଦେଶୀ ହେଲେବି ଯତୀନ୍ଦ୍ର ଙ୍କର ଅପୂର୍ବ ସାହସ ଆଉ ଦେଶମାଆ ପାଇଁ ଅତୁଟ ମମତା ପାଖରେ ମୁଣ୍ଡ ନୂଆଁଇଲେ । ନିଜ ମୁଣ୍ଡରୁ ଟୋପି କାଢି ସେମାନେ ଯତୀନ୍ଦ୍ରଙ୍କୁ ଶେଷ ସମ୍ମାନ ଜଣାଇଲେ ।

ଏଇ ଯତୀନ୍ଦ୍ର କିଏ ? ତାଙ୍କର ପୂରା ନାଁ ଯତୀନ୍ଦ୍ରନାଥ ବାନାର୍ଜୀ । ସେ ୧୮୭୮ ମସିହା ଡିସେମ୍ବର ୮ ତାରିଖ ଦିନ ବଙ୍ଗଳାର କୁଷ୍ଟିଆ ଜିଲ୍ଲାର ପୟା ଗ୍ରାମରେ ମାମୁଁଘରେ ଜନ୍ମ ହୋଇଥିଲେ। ତାଙ୍କୁ ଯେତେବେଳେ ମାତ୍ର ପାଞ୍ଚବର୍ଷ ହୋଇଥିଲା, ପିତା ଉମେଶଚନ୍ଦ୍ର ମୁଖା୍ର୍ଜୀ ଶେଷ ନିଶ୍ୱାସ ଛାଡିଥିଲେ। ଯେତେବେଳେ ଯତୀନ୍ଦ୍ରଙ୍କ ବୟସ ୨୭ ବର୍ଷ ପୟା ଗ୍ରାମ ନିକଟରେ ବାଘର ଭାରି ଉପଦ୍ରବ ହେଲା। ଥରେ ସେ ହାତରେ ଭୁଜାଲିତିଏ ଧରି ଜଙ୍ଗଲକୁ ଯାଇଥିଲେ। ବଣ ଭିତରେ ବାଘ ହଠାତ୍ ଯତୀନ୍ଦ୍ରଙ୍କୁ ଆକ୍ରମଣ କଲା। ସେ ବାଘ ବେକ କୁ ନିଜ ବାମ ବାହୁରେ ଚିପି ଧରିଲେ। ତା ମଥାରେ ଭୁଜାଲି ମାରି ସେ ବାଘତିକୁ ମାରିଦେଲେ।

କିନ୍ତୁ ବାଘ ସାଥିରେ ତାଙ୍କର ଯେଉଁ ଲଢ଼େଇ ହୋଇଥିଲା, ସେଥିରେ ତାଙ୍କର ଆଣ୍ଠୁ ଜଖମ ହୋଇଥିଲା। ଏକ ବଡ ଅପରେସନ କରି ତାଙ୍କୁ ଆରୋଗ୍ୟ କରାଯାଇଥିଲା। ସେହିଦିନ ଠାରୁ ତାଙ୍କୁ ଲୋକେ “ବାଘା ଯତୀନ୍” ବୋଲି ଡାକିଲେ।

କିଛିଦିନ ପରେ ସେ କଲିକତାରୁ ଦାର୍ଜିଲିଂ ଟ୍ରେନ୍ରେ ଯାଉଥିଲେ। ତାଙ୍କର ଡବାରେ ଜଣେ ମହିଳା ଖୁବ୍ ଅସୁସ୍ଥ ହୋଇପଡିଲେ। ସେ ପାଣି ପିଇବା ପାଇଁ ଚାହିଁ ବାରୁ ଯତୀନ୍ଦ୍ର ସିଲିଗୁଡି ଷ୍ଟେସନରେ ଗାଡି ରହିବା ମାତ୍ରେ ଓଲ୍ହାଇ ପଡିଲେ । ଏକ ଗ୍ଲାସ୍ ପାଣି ଧରି ସେ ଫେରିବା ବେଳେ ଜଣେ ଗୋରା ସୈନିକ ଧକ ୍କା ଦେଇ ଗ୍ଲ୍ଲାସଟିକୁ ଭାଙ୍ଗିଦେଲେ । ଯତୀନ୍ଦ୍ର ଏହାର ଦୃଢ ପ୍ର ତିବାଦ କରିବାରୁ ଚାରିଜଣ ଗୋରା ସୈନ୍ଯ ତାଙ୍କୁ ଚଢ଼ାଉ କଲେ । ମାତ୍ର ଯତୀନ୍ଦ୍ର କି ସେଥିରେ ଦବିଯିବା ଲୋକ ?
ସେ ଏକୁଟିଆ ଚାରିଜଣ ଗୋରା ସୈନ୍ଯଙ୍କୁ ଭୁଷି ମାରି ମାରି ମାଟି ଉପରେ ପକାଇ ଦେଲେ । ସେମାନେ ଏଥିପାଇଁ ମକଦ୍ଦମା କଲେ । ପତ୍ରପତ୍ରିକାରେ ଏଇ ଖବର ବାହାରିଲା । କିନ୍ତୁ ଜଣେ ସାଧାରଣ ଭାରତୀୟ ଯୁବକ ଚାରିଜଣ ଗୋରା ସୈନ୍ଯଙ୍କୁ କାବୁ କରିଦେବା ସେମାନଙ୍କ ପକ୍ଷେ ଅପମାନର କଥା । ତେଣୁ ସରକାରଙ୍କ ତରଫରୁ ମୋକଦ୍ଦମାଟି ଉଠାଇ ନିଆଗଲା ।
ସେତେବେଳେ ଭାରତକୁ ସ୍ୱାଧୀନ କରିବା ପାଇଁ ଚାରିଆଡ଼େ ବିପ୍ଲ୍ଲବର ନିଆଁ ହୁତୁ ହୁତୁ ହୋଇ ଜଳି ଉଠିଲା । ସେମାନେ ସଭା ସମିତି କରି ଲୋକ ମାନଙ୍କୁ ମତାଇଲେ ଆଉ ତତାଇଲେ । ଲୁଚିଛପି ଗୋରା ଅଫିସର ଆଉ ଗୋରା ଫଉଜଙ୍କ ଉପରେ ଆକ୍ରମଣ କଲେ । ଏଇ ବିପଲ୍ଲବି ମାନଙ୍କର ନେତା ଶ୍ରୀ ଅରବିନ୍ଦ ଜତିନ୍ଦ୍ରଙ୍କ ଉପରେ ଖୁବ୍ ଖୁସି ହେଲେ ।
ଏହି ସମୟରେ ଜର୍ମାନୀରୁ ଚୋରାରେ ହାତ ହତିଆର ଆସିବାର ବ୍ଯବସ୍ଥା ହେଲା । ଭାରତସାରା ଗୋଟିଏ ଭୟଙ୍କର ବିଦ୍ରୋହ ଚଳାଇବାର ସବୁପ୍ରକାର ଆୟୋଜନ ଚାଲିଲା । ଯତୀନ୍ଦ୍ରନାଥଙ୍କ ନେତୃତ୍ବରେ ନିରେନ୍ , ମନୋରଞ୍ଜନ,ଜ୍ଯୋତିଷ ପ୍ରଭୃତି ବୀର ଯୁବକମାନେ ଜର୍ମାନୀ ଜାହାଜରେ ଆସୁଥିବା ଚୋରା ହାତ ହତିଆର ସବୁ ସଂଗ୍ରହ କରିବାର ଦାୟିତ୍ବ ନେଲେ । ମୟୁରଭଞ୍ଜ ଜିଲାର କପ୍ତିପଦାର ମହୁଲଡ଼ିବା ଗ୍ରାମରେ ଏକ ଆଶ୍ରମ କରି ସେମାନେ ସାଧୁ ବେଶରେ ରହିଲେ । ଗ୍ରାମବାସୀମାନଙ୍କୁ ରାତିରେ ପାଠ ପଢାଇବା, ରୋଗ ଚିକିତ୍ସା କରିବା ଆଦି ସେବା କାର୍ଯ୍ଯ ଚାଲିଲା ।  କଲିକତାର ପୋଲିସ ଏଇ ଖବର ପାଇ ସେଇ ଦୋକାନ ଖାନ ତଲାସ କରି ବହୁ ଗୁପ୍ତ କାଗଜ ପତ୍ର ପାଇଲେ । କପ୍ତି ପଦା ଯାଇ ବିପ୍ଲବୀମାନଙ୍କୁ ଧରିବାର ଚେଷ୍ଟା କଲେ । ଏଥିରେ ଦିଲ୍ଲୀର କେନ୍ଦ୍ର ଗୋଇନ୍ଦା ପୋଲିସ୍, ବାଲେଶ୍ବରର ଜିଲ୍ଲା ମାଜିଷ୍ଟ୍ରେଟ୍ ଆଉ କଲିକତାର ଗୋରା ଫଉଜ ମିଶି ସଣ୍ଢୁ ଆସି ଆକ୍ରମଣ ଚଳାଇଲେ । କିନ୍ତୁ ଯତିନ୍ଦ୍ର ଏଇ ଖବର ପାଇ ସାଥିମାନଙ୍କୁ ଧରି ବାଲେଶ୍ବର ଚାଲି ଆସିଲେ ।

ଭାଦ୍ର ମାସ । ଧାନ ବିଲ ମଧ୍ୟଦେଇ ସେମାନେ ଚାଲି ଚାଲି ବୁଢାବଳଙ୍ଗ ନଦୀ କୂଳରେ ପହଞ୍ଚିଲେ । ଗୋଟିଏ ନାଆରେ ନଦୀ ପାର ହୋଇ ସେମାନେ ଆଗେଇ ଚାଲି ଲେ । ଯେଉଁ ମାନେ ସେମାନଙ୍କୁ ଅଟକେଇଲେ, ସେମାନଙ୍କୁ ମାରି ଦିଆଗଲା । ଶେଷରେ ସେମାନେ ଚଷା ଖଣ୍ଡ ନିକଟରେ ଜଙ୍ଗଲ ଘେରା ପାହାଡ଼ ଗୁମ୍ଫାରେ ଲୁଚି ରହିଥିଲେ ।

ଏଠାରେ ବହୁ ସମୟ ଧରି ଯେଉଁ ଖଣ୍ଡଯୁଦ୍ଧ ଚାଲିଥିଲା, ତାହା ପ୍ରଥମରୁ କୁହାଯାଇଛି । ଯତିନ୍ଦ୍ରନାଥ ସିନା ଡାକ୍ତରଖାନାରେ ସବୁଦିନ ପାଇଁ ଆଖି ବୁଜିଲେ, ତାଙ୍କର ଅନ୍ଯ କେତେକ ସାଥୀଙ୍କୁ ବନ୍ଦୀ କରି ଇଂରେଜ ସରକାର ବିଚାରର ପ୍ରହସନ କଲେ । ନିରେନ୍ ଓ ମନୋରଞନଙ୍କୁ ବାଲେଶ୍ବର ଠାରେ ଫାଶି ଦଣ୍ଡ ଦିଆଗଲା । କେତେକ ସାରା ଜୀବନ ପାଇଁ ଫଳାପାଣି ପାର ହେଲେ ଆଉ କେତେକ ଜେଲ୍ ଭିତରେ ଅସୁସ୍ଥ ହୋଇ ମୃତ୍ଯୁ ମୁଖରେ ପଡିଲେ ।

ଏହି ସାହସୀ ଯୁବକ ମାନଙ୍କର ବଳିଦାନ ଏ ଜାତି ଭୁଲି ପାରିବ ନାହିଁ । ସେମାନଙ୍କ ରକ୍ତରେ ଯେଉଁ ଚଷା ଖଣ୍ଡ ଗ୍ରାମ ଓଦା ହୋଇଥିଲା ,ତାକୁ ଏବେ ରକ୍ତ୍ତତୀର୍ଥ କୁହାଯାଏ ।ସେମାନେ ଏ ଦେଶର ସ୍ବାଧୀନତା ଲଢେଇର ଆଗୁଆ ସଇ ନ ।ସେମାନଙ୍କ ପବିତ୍ର ସ୍ମୃତି ନିକଟରେ ଆମେ ଆଜି ମଥା ନୁଆଁ ଇବା ଆଉ ତାଙ୍କରି ଆଦର୍ଶରେ କାର୍ଯ୍ୟ କରି ଏଇ ମାଟି ମାଆକୁ ବଡ କରି ଗଢିବା ।

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleବିଦ୍ରୋହୀ ବୀର ସୁରେନ୍ଦ୍ର ସାଏ
Next Article ଅମର ଶହୀଦ୍ ଲକ୍ଷ୍ମଣ ନାୟକ
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.