ଚତୁର୍ଥ ଛାନ୍ଦ: (ରସକୋଇଲା ବାଣୀ- ପ୍ରାନ୍ତାନୁପ୍ରାସ) ଏଥୁଅନ୍ତେ ଶୁଣ ରସିକ ଜନେ । ଦିନେ ବିଚାର କଲେ ସଖୀମାନେ । ଆମ୍ଭ ସଜନୀ ଯେ ସୁନ୍ଦରୀ ସାର । ନାହିଁ ନ ଥିଲା ନୋହିବ ସଂସାର । ପୁଣି ତ ଶୋଭା ବୟସେ ଯେ । ଆମ୍ଭ ଲୋଚନକୁ କବିବଚନକୁ ପବିତ୍ର କରିବା ବେଶେ ଯେ । ୧। ଏମନ୍ତ ଭାବି ଜଣାଇଲେ ଯାଇଁ । ଜନନୀ ତଜିଲେ ଆଜ ଡ଼କାଇ । କି କର ତୁମ୍ଭେ ଜେମା ପାଶେ ଥାଇ । ସୁବାଶ ନିତି ନ କର କିପାଇଁ ଗୋ । କେ ଜାଣେ କାହା ମାନସ ଗୋ । ତୋ ମନେ କରିଛୁ ଭୂଷଣଭୂଷା ମୁଁ କାହିଁକି ହୋଇବି ବେଶ ଗୋ ।୨। ରସ ବିଷୟ ଶ୍ରବଣ କରିବା । ବନ୍ଧ ପଟଳ ପଟକୁ ଚାହିଁ ବା । ଦିବ୍ୟ ଅଳଙ୍କାରେ ମଣ୍ଡନ ହେବା । ଏତେ କଥାରେ…
Author: ଉପେନ୍ଦ୍ର ଭଞ୍ଜ
ଦ୍ୱିତୀୟ ଛାନ୍ଦ: (ରାଗ-ପଟହ ମଞ୍ଜରୀ) ଶୁଣ ହେ ସୁଜନେ ରସ କର୍ଣ୍ଣ ମନଲୋଭା ରତ୍ନାକର ମଧ୍ୟରେ ସିଂହଳ ଦ୍ୱୀପ ଶୋଭା ଯେ ।୧। କହିବାର ନୋହେ ସେ କଟକ ଛଟକକୁ ରତ୍ନ ଝଟକରେ ହସେ ଆନ କଟକକୁ ଯେ ।୨। ଅଛନ୍ତି ଧନଦସମ ଧନବନ୍ତମାନେ । କର୍ଣ୍ଣେ ଶୁଣା ଅଛି ସମାନକୁ ଏକା ଦାନେ ଯେ ।୩। ଯେତେ କୋଟି ସୁବର୍ଣ୍ଣ ଜାହାକୁ ମିଳେ ତହିଁ ତେତେ ଗୋଟି କଲଶ ସେ ମନ୍ଦିରେ ବସାଇ ଯେ ।୪। ଗୋରୋଚନା ପ୍ରାକାରେ ଯହିଁରେ ମୃଗମଦ ନିତି ହୀର୍ଣ୍ଣ ବସନକୁ ଯାଚନ୍ତି ପୁଳିନ୍ଦ ଯେ ।୫। କୁଙ୍କୁମ ଉକୁଟାଇ ହୁଅନ୍ତି ନାରୀ ଯହିଁ ହରିଦ୍ରାରେ ଆଦର କରିବେ କାହିଁ ପାଇଁ ଯେ ।୬। ମାର୍ଗ ମାର୍ଜନେ ରଜନିକର ଆଣି ଯାଇ ରଜନୀକର ଆଣନ୍ତି ଶକଟରେ ବହି ଯେ ।୭। ହରୀତକୀ ପାଇଁ ତିଆରିଲେ ବୈଦ୍ୟକୁଳ । ଭାରବାହେ ଭାରରେ ଆଣନ୍ତାଜାତିଫଳ ଯେ ।୮। ଶବରୀ…
ପ୍ରଥମ ଛାନ୍ଦ: ରାଗ – ନଳିନୀଗୌଡ଼ା (ରାମବିଭା ପ୍ରଥମଛାନ୍ଦ ବାଣୀରେ ) ଜୟ ଜୟ ଜୟ ରାମ ଜନକସୁଖଦ । ଭୀମ ହରଷ ଦାନରେ ସଦା ବିଶାରଦ ହେ ।୧। ଚନ୍ଦ୍ରହାସଶୋକର ସମସ୍ତ କାଳର । ଲକ୍ଷଣବନ୍ତ ଅଲକ୍ଷ୍ୟ ମୁଖ ମନୋହର ଯେ ।୨। କବି ଭାରତୀକି ଅଗୋଚର ଛବି ଜାର । ସୁମନାବୃନ୍ଦବନ୍ଦିତ ଏଣୁ ନିରନ୍ତର ।୩। ମହାଶୟ ବଳରିପୁ ପରେ ତାପକର । ଛତ୍ରଭଙ୍ଗ କୃତରୁ କାତର ଅରି-ପୁର ।୪। ସହସ୍ରକର ଉନ୍ନତହର ତେଜବାନି । ହରିପକ୍ଷ ସଦାନନ୍ଦ ତୋଷ ବିବର୍ଦ୍ଧନ ହେ ।୫। ସେ ପ୍ରଭୁ କଞ୍ଜଚରଣେ କରି ତତପର । ଭଞ୍ଜ ବୀରବର କବି ମାନସଭ୍ରମର ହେ ।୬। ମୁର୍ତ୍ତବନ୍ତ କରି ମୂଦୁ ଗୀତ ବିଚାରଇ । ଏଣୁକରି ଥିବ ଅଳଙ୍କାରଯୁକ୍ତ ହୋଇ ।୭। ପଦ ସରଳ ଧ୍ୱନିରେ ଶ୍ରବଣ ମୋହିବ । ଅର୍ଥୀଜନପ୍ରକରକୁ ଆନନ୍ଦ କରିବ ହେ ।୮। ଡରଳରେ ସାବର୍ଣ୍ଣ୍ୟ ଜା ବ୍ୟାକରଣେ…
ପଞ୍ଚାଶତ୍ ଛାନ୍ଦ: ରାଗ-ଭୈରବ ବିଶ୍ରବାନନ୍ଦନ ତପ ଉଦିତ ପର୍ବତ ରୂପ ପ୍ରତ ପଦାବାଗ୍ନି ଲୋପ ସ୍ୟନ୍ଦନ ଦୃଶେ ବରଷାକାଳ ତା କଳ୍ପେ ବଳାହକ ମେଘପୁଷ୍ପେ ଶୋଭା ଘୋଷଚକ୍ରେ ବ୍ୟାପେ ପ୍ଳବଟ ତୋଷେ । ବିଦ୍ୟ ଘନେ । ବିରାଜ ରାମ ଲକ୍ଷ୍ମଣ ଗର୍ଭେ । ବିଭ୍ରାଜଇ ବୃଷାଚାପ ଶରପୂର୍ଣ୍ଣରେ ଲୋଲୁପ ଚପଳା ଗତି ସଂକ୍ଷେପ ନଭେ କି ଶୋଭେ ।୧। ବିହି ଶରଦଲକ୍ଷଣ ବିବିଦ ରାମଲକ୍ଷଣ ବିରାଜିତ ଋକ୍ଷଗଣ କୁମୁଦ ତୋଷେ । ବଳ ହିମନ୍ତ ପର୍ବତ ପ୍ରବଳ ବାତଜନିତ ହେବାରୁ ସାଞ୍ଜୁ ଓଡ଼ିତ ରାକ୍ଷସବଂଶେ । ବିଶେଷରେ । ବିଶିଷ୍ଟରେ ଇସି ଇସି ଭାଷି । ବିଚାରିଲା ଏହି ଶୂର- ଠାରୁ ତ ଅସୁରପର ନୋହିଲେ କି ରଥବର ମିଳନ୍ତା ଆସି ।୨। ବତ୍ସସ୍ୱଚ୍ଛମଣି ମଣି ବଶୁଁ ପୁଣି ଆଣି ଆଣି ଶଙ୍କା ଦର ସେହିକ୍ଷଣି ଲଙ୍କା ରାଜନ । ବିପୁଳେ କରି ଗର୍ଜ୍ଜନ ସେ ଧର୍ନୁଗୁଣ ମାର୍ଜ୍ଜନ ରହରେ…
ଏକତ୍ରିଂଶ ଛାନ୍ଦ: ରାଗ – ବରାଡୀ ଆଷାଢ଼ ଶୁକ୍ଳବାଣୀ ବକେ ବସିଥିଲା ଧ୍ରୂବ ଉପରେ । ବିଷ୍ଣୁ ପଦକୁ ଭଜିଲା ଉତ୍ତାରେ । ବଳକ୍ଷପକ୍ଷକୁ ଅଙ୍ଗରେ ବହି । ବହନ ସେ ତମନାଶନ ବିହି । ବକତା ଏ ଗିର । ବିଶ୍ରାମ ବାର୍ତ୍ତା କହିବା ସୁନ୍ଦର ।୧। ବଧୁଁ କାମ ଧର୍ମେ ଅଛି ଜୀବନେ । ବଧୁକାମବଶେ ଭ୍ରମ ଏ ବନେ । ବାଉନୁ ଅଛ ଯେଉଁ ରମଣୀୟେ । ବିଶେଷ ଶୋଭା ତହୁଁ ରମଣୀଏ । ବିଂଶବାହୁ ରଥେ । ବିଲୋକିଛି ଗଲା ଦକ୍ଷିଣ ପଥେ ।୨। ବିଷପ୍ରସୂନ ଇନ୍ଦୁ ନିତି ଦେଖେଁ । ବିଲକ୍ଷ୍ୟ ପ୍ରସନ୍ନ ନ ଥିଲା ମୁଖେ । ବାଷ୍ପ ହେଉଛି ନୟନୁ ଜନିତା । ବୋଲନ୍ତି ମୀନ ଉଦଗାରେ ମୁକୁତା । ବଡ ଊଣା ସେହି । ବାରିରେ ଲୁଚେ ଧରି ଭକ୍ଷେ ମୁହିଁ ।୩। ବାସ ଚହଟି ଅଙ୍ଗ ଯାଉଥିଲା ।…
ତ୍ରୀଶ ଛାନ୍ଦ: ରାଗ-ବଂଗଳା ଶ୍ରୀ, ଚକ୍ରସିଂହାବଲୋକନ ବରଷାକାଳ ଅନ୍ତ କରେ ଶରଦ ବହ ଶିବ ଆଡ଼ମ୍ବର । ବରଧୁତ ଘନାଘନ ଖଣ୍ଡକୃତେ କେଶରୀ ସରି ଆବର । ୧ l ବର ପରାୟେ ନବକନ୍ୟଲଙ୍ଗଳେନ ବଢ଼ାଇ ଶୋଭା ପ୍ରବର | ବରଣକୃତ ଭଜକପ୍ରଭାବବକୁ ନିର୍ମଳକାରୀ ଅମ୍ବର । ୨ । ବରଷଣ ଶ (ସ)ରେ କୃଷ୍ଣସାର ହଭେ ଯଥା ଲୁପ୍ଧକ-ଶବର । ବରଧନ ଲୀଳା ପୁଷ୍କରେ ତରଣୀ କରଇ ସେ କି ଧୀବର । ୩ । ବରଉଜ୍ଜଳ ଚନ୍ଦ୍ର ଶିରୀ ଜନ୍ମାଇ ଯେମନ୍ତ୍ ସରିତବର । ବରଗ ବରଗ ସୁମନା ଉତ୍ଫୁଲ୍ବକାରକେ କ ପିତାମ୍ବର । ୪ । ବରହେ ମଳିନ ଶିଖୀକି କରାଇ ହିମନ୍ତ ଅନୁଭାବର । ବରଣ ଭୂବନ ନିର୍ମଳ ରଚନେ ତୁଳ ସେ ପଦ୍ମଭବର | ୫ | ବରଜବରଦ ରାମ ଏ ସମୟେ ବିଳମ୍ବରୁ ସୁଗ୍ରୀବର । ବରଗି ଦେଇ ସତ୍ତରେ ଆଣ ଯାଇ…
ଊନତ୍ରିଂଶ ଛାନ୍ଦ: ରାଗ – କଲ୍ୟାଣ ଆହାରୀ ବିରୋଧାଭାଷ ପ୍ରକଟାଇ କବିରେ ବରଷା ସମୟ ସଞ୍ଚରି । ବ୍ୟାପି ଶୋଭା ଦିଶେ ଭୟଙ୍କର ଦିଶେ ଗରାସେ ଘନାଘନ ହରି । ବିସର୍ଜଇ ଯେ । ବଡ ଆନନ୍ଦରେ ଜୀବନ । ବିଧି କାଳିକା ମହିଷସନ୍ତାପ ନାଶି ପ୍ରମୋଦ କରେ ଦାନ ।୧। ବିଜନିତ କଲା ଶ୍ୱା(ସ୍ୱା)ନ ଅବିରତେ ଚମକ ରଚିଲା ଶରଭେ । ବିହିତ ଦ୍ୱିଜବ୍ରଜର କଷଣକୁ କରକେ ପୁଣ ସେ ଆରମ୍ଭେ । ବୃଦ୍ଦଶ୍ରବାର । ବାଣାସ(ଶ)ନ ଯେ ହୋଇ ଜାତ । ବିହିତ ରୋହିତ ସ୍ୱରୂପ ତ୍ୱରିତ ନାକରେ ରଙ୍ଗେ ବିହରିତ ।୨। ବିଷ୍ଣୁ-ପଦ ଲୀନ ହେବାରେ ଚଞ୍ଚଳା ଜ୍ୟୋତି ପ୍ରକାଶି କଲା ଲୀଳା । ବିଷକଣ୍ଠ ସୁଖେ ବିଳସେ କୁଳିଶେ ଗିରିଜା ସଂଘାତି ହୋଇଲା । ବିଲୋକନେ ଯେ । ବିରସ ଯୋଗିଏ ନୋହିଲେ । ବିକାଶ ପୁଷ୍ପେ ସୁଜାତି ସୁମନାଏ ମଧୁପ ମନକୁ ମୋହିଲେ ।୩।…
ଅଷ୍ଟାବିଂଶ ଛାନ୍ଦ: ରାଗ – ଦେଶାକ୍ଷ ଚକ୍ରକେଳି ବାଣୀ ବୋଲେ ସୁଗ୍ରୀବେ ରାମ କ୍ଳେଶଭାଷା । ବେନି ଜନେ ପଡିଛି ଏକଦଶା ।୧। ବିଭାବସୁବଂଶେ ଜାତ ଅମ୍ଭର । ବିଧିରେ ତ ତୁମ୍ଭେ ତାଙ୍କ କୁମର ।୨। ବସୁ ଅଯୋଧ୍ୟା କିଷ୍କିନ୍ଧ୍ୟା ରାଜନ । ବିଭୂତିରେ ବନେ ହେଲା ସଦନ ।୩। ବାମା ବିଚ୍ଛେଦ ପର ଧରକ୍ଷଣେ । ବଞ୍ଚି ଦିନ ଫଳ ମୂଳ ଭକ୍ଷଣେ ।୪। ବଞ୍ଚି ଅନୁଜ ମନ୍ତ୍ରୀ ପ୍ରବୋଧନେ । ବୋଧ ହୋଇ ରହିଥାଇଁ ଜୀବନେ ।୫। ବାଧା ମାତା ଭ୍ରାତାରେ ଉପୁଜିଛି । ବଇରିକି ସାଧିବା ଇଚ୍ଛା ଅଛି ।୬। ବ୍ୟବହରେ ମିତ୍ର ହେବା ଉଚିତ । ବୋଲେ ସୁଗ୍ରୀବ ଶୁଣ ରଘୁ ସୁତ ।୭। ବୁଲ ଧରଣୀ ନିର୍ଭୟରେ ତୁମ୍ଭେ । ବାଳି ଡରେ ଗିରିରେ ଲୁଚୁ ଆମ୍ଭେ ।୮। ବଳବନ୍ତ ହେଲେ ଯଥା କେଶରୀ । ବଧେ ଗଜାଦି ଶରଭକୁ ଡରି ।୯।…
ସପ୍ତବିଂଶ ଛାନ୍ଦ: ରାଗ – ଭୈରବ ଆଦ୍ୟପ୍ରାନ୍ତାନୁପ୍ରାସ ବିଜୟୀ ଜଗତରେ କାତର ବିମନେ । ବିଜୟି ପଥେ ତୋଳିଲେ କଦମ୍ବ ସୁମନେ । ବୀର ହେଜେ କେଉଁ ଦିନ କରିବି ଦର୍ଶନ । ବିରହେ ଯେ ହୋଇଥିବ କପୋଳେ ଏସନ ।୧। ବିବସନ କରି ନଖ ଚାଳନ୍ତେ କିଞ୍ଚିତ । ବିବସରୁ ହେବ କି ଏ ରୁପେ ରୋମାଞ୍ଚିତ ? ବଙ୍କିଳ ହରି ଖୋଜିଲେ ନ ପାଇ ବିମତି । ବଙ୍କିମ ନୟନା ମୋ ହୋଇଲା ଏହିମତି ।୨। ବିଚକ୍ଷଣ ହୋଇଲେ କି ହେବ ପରମ୍ପରା । ବିଚଳିତ ଦମ୍ଭ ଠାବ ନ କରିବି ପରା । ବିବେକ ଜାତରେ ପୁଷ୍ପ ପକାଇ ବେଗରେ । ବିବେଚନା କଲେ ଅଛି କର୍ବୁର ନଗରେ ।୩। ବହିଲେ କୋପ ଛେଦି ପକାଇ ଦେବି ଶିର । ବହିଲେ ପଥେ ଝମକ ପ୍ରକାଶି ଅସିର । ବିରାଧପର ଲକ୍ଷ୍ମଣ ଧୃତ ଧନୁଶର । ବିରାଜିଲେ ଋଷ୍ୟମୂକ…
ଷଡ୍-ବିଂଶ ଛାନ୍ଦ: ମୁନିବର ବାଣୀ ବନେ ଘନେ ରଘୁମଣି । ବିପଥ ପଥ ନ ମଣି । ବନପୂର୍ଣ୍ଣ ଅନୁକ୍ଷଣ । ବେନି ଈକ୍ଷଣ ଯେ ।୧। ବିଚ୍ଛନ୍ନ ମନ ଉଚିତ । ବଚନ ଉଚ୍ଚେ ରଚିତ । ବିଚ୍ଛେଦ ହେଲୁ ଈଷିତେ । ବୈଦେହୀ ସୀତେ ଯେ ।୨। ବଦନ ତମାଳ ତମ । ବାଳେ ନୋହେ ତାରତମ । ବିଚ୍ଛେଦାଇ ହେଲେ ତମ । ବିଶ୍ବ ଉତ୍ତମ ଏ ।୩। ବାୟୁବାହନ ଚମରୀ । ବନ୍ଧେ ଗର୍ଭକ ସୁମରି । ବିଦୁର ସେହି ସକାଶେ । ବିହି ପ୍ରକାଶେ କି ।୪। ବସିତ ଉଚ୍ଚ ସମାନେ । ବେଭାରେ କିଞ୍ଚିତ ମାନେ । ବିଧି ସିଦ୍ଧିକି ରଖିଛି । ବୁଦ୍ଧି ଶିଖୁଛି ଯେ ।୫। ହରାଇଲା ଚନ୍ଦନେ । ବ୍ୟାଳ ପାଇଲା ନିନ୍ଦନେ । ବସାଇ ଚନ୍ଦ୍ରରେ ଶଶା । ବିନା ପ୍ରଶଂସା ଏ ।୬। ବିଭୋଗ କାଳ…