ଦିନେ ଆକବରଙ୍କ ଦରବାରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥାଏ । ଆକବର ବିରବଲଙ୍କୁ ପଚାରିଲେ,’ମୁଁ ତ’ ହେଉଛି ଏକ ମୁସଲ୍ମାନ । ମୁଁ ଆଲ୍ଲାଙ୍କୁ ପ୍ରାର୍ଥନା କରେ । ତୁମେ ଜଣେ ହିନ୍ଦୁ ହୋଇଥିବାରୁ ତୁମ ଧର୍ମ ଅନୁସାରେ ଦେବା ଦେବୀଙ୍କୁ ଉପାସନା କର । ସେହିପରି ଖ୍ରୀଷ୍ଟିଆନମାନେ ଯୀଶୁଖ୍ରୀଷ୍ଟଙ୍କୁ ଉପାସନା କରିଥାଆନ୍ତି । କିନ୍ତୁ ହିନ୍ଦୁମାନଙ୍କର କାହିଁକି ଅନେକ ଦେବା ଦେବୀ ଅଛନ୍ତି?” ଆକବରଙ୍କ କଥା ଶୁଣି ବିରବଲ କହିଲେ – “ମହାରାଜ! ଈଶ୍ୱର ହେଉଛନ୍ତି ଏକ କେବଳ ସେମାନଙ୍କର ନାମ ଅଲଗା ଅଲଗା ।” ଆକବର କିନ୍ତୁ ବିରବଲଙ୍କ କଥାରେ ଏକମତ ହେଲେ ନାହିଁ । ଏହାପରେ ବିରବଲ ପାଖରେ ଠିଆହୋଇଥିବା ଜଣେ କର୍ମଚାରୀଙ୍କୁ କହିଲେ, “ତୁମେ ତୁମର ମୁଣ୍ଡରେ କଣ ପିନ୍ଧିଛ? କର୍ମଚାରୀ ଜଣକ କହିଲା,’ମୁଁ ଏକ ପଗଡି ବାନ୍ଧିଛି?’ ବିରବଲ କହିଲେ ସେହି ପଗଡିକୁ ଖୋଲିଦେଇ ଯଦି ଆମେ ଅଂଟାରେ ବାନ୍ଧିଦେବା ତା’ହେଲେ ତାହାଏକ ଗାମୁଛାର କାମ…
Author: suchitra
ଦିନେ ଆକବରଙ୍କ ସଭାରେ ସମସ୍ତ ମନ୍ତ୍ରୀ ଓ ପାରିଷଦ ବର୍ଗ ଉପସ୍ଥିତ ଥାଆନ୍ତି । ରାଜ୍ୟର ସୁବିଧା ଅସୁବିଧା ସଂପର୍କରେ ରାଜା ସମସ୍ତଙ୍କ ଠାରୁ ପଚାରି ବୁଝୁଥାଆନ୍ତି । ରାଜ୍ୟ ସଂପର୍କରେ ଆଲୋଚନା ସରିବା ପରେ ଆକବର ବିରବଲଙ୍କ ବୁଦ୍ଧି ପରୀକ୍ଷା କରିବାକୁ ଚାହିଁଲେ । ବିରବଲଙ୍କୁ ପଚାରିଲେ – “ବିରବଲ! ତୁମେ ଯଦି ପ୍ରକୃତରେ ବୁଦ୍ଧିମାନ ତା’ହେଲେ ମୋର ଏଇ ସାଧାରଣ ପ୍ରଶ୍ନଟିର ଉତ୍ତର ଦିଅ । ପ୍ରଶ୍ନଟି ହେଲା ତୁମ ପତ୍ନୀ ତାଙ୍କ ହାତରେ କେତେ ଚୂଡି ପିନ୍ଧିଛନ୍ତି?” ମହାରାଜ ଆକବରଙ୍କର ପ୍ରଶ୍ନ ଶୁଣି ବିରବଲ ଆଶ୍ଚର୍ଯ୍ୟ ହୋଇଗଲେ । ସେ କେବେ ପତ୍ନୀଙ୍କ ହାତର ଚୂଡିର ସଂଖ୍ୟା ଗଣିବାକୁ ଚେଷ୍ଟା ମଧ୍ୟ କରିନାହାଁନ୍ତି । କାରଣ ଏହାର ଆବଶ୍ୟକତା ମଧ୍ୟ ନାହିଁ । ତେଣୁ ସେ ସଂଗେ ସଂଗେ ରାଜାଙ୍କ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ । ବିରବଲ ଉତ୍ତର ଦେଇ ନପାରିବାରୁ ଆକବର ମନେ ମନେ…
ଥରେ ପାରସ୍ୟର ସମ୍ରାଟ୍ ଆକବରଙ୍କ ନିକଟକୁ ପତ୍ର ମାଧ୍ୟମରେ ଏକ ପ୍ରଶ୍ନ ପଚାରିଲେ । ପ୍ରଶ୍ନଟି ଥିଲା ଯେ – “ଆଗ୍ରା ନଗରୀର ରାସ୍ତାରେ କେତୋଟି ବାଙ୍କ ଅଛି?” ପତ୍ରଟି ପାଇବା ପରେ ଆକବର ବିବ୍ରତ ହୋଇପଡିଲେ କି ଉତ୍ତର ଲେଖି ପଠାଇବେ କିଛି ଚିନ୍ତା କରିପାରିଲେ ନାହିଁ । ମନ୍ତ୍ରୀ ମାନସିଂଙ୍କୁ ଡାକି ପାରସ୍ୟ ସମ୍ରାଟ୍ ଙ୍କ ପ୍ରଶ୍ନ ସଂପର୍କରେ ଅବଗତ କରାଇଲେ । ମାନସିଂ ସଂଗେ ସଂଗେ ଦରବାରର ଅନ୍ୟ ମନ୍ତ୍ରୀମାନଙ୍କୁ ଏକଥା କହିଲେ । ବିରବଲ ଦରବାରକୁ ଆସି ଯେତେବେଳେ ଆକବରଙ୍କ ବିବ୍ରତ ମୁଖମଣ୍ଡଳ ଦେଖିଲେ, କାରଣ ଜାଣିବାକୁ ଚାହିଁଲେ । ଆକବର ମଧ୍ୟ ବିରବଲଙ୍କୁ ପାରସ୍ୟ ସମ୍ରାଟ୍ ଙ୍କ ପ୍ରଶ୍ନ ସଂପର୍କରେ ଅବଗତ କରାଇଲେ । ମାନସିଂଙ୍କୁ ଏ ସଂପର୍କରେ କହିଥିବା କଥା ମଧ୍ୟ କହିଲେ । ବିରବଲ ରାଜାଙ୍କୁ କହିଲେ – “ମହାରାଜ! ଆପଣ ମୋତେ ଏ ବିଷୟରେ ପ୍ରଥମେ ନଜଣାଇ ମାନସିଂଙ୍କୁ ଜଣାଉଥିଲେ…
ଥରେ ରାତିରେ ଆକବର ଏବଂ ବିରବଲ ଲାଲ୍କିଲ୍ଲା ଉପରେ ଠିଆ ହୋଇ ଦେଶର ଅବସ୍ଥା ସଂପର୍କରେ ଆଲୋଚନା କରୁଥାଆନ୍ତି । ଯମୁନା ନଦୀ କଳକଳ ନାଦ କରି ବହିଯାଉଥାଏ । ରାତିରେ ନୀରବତା ହେତୁ ଯମୁନା ନଦୀର ନାଦ କିଏ ଜଣେ କାନ୍ଦିବା ପରି ଶୁଭୁଥାଏ । ଏହି ସମୟରେ ଆକବର ବିରବଲଙ୍କୁ କହିଲେ – “ବିରବଲ! ଯମୁନା ନଦୀ ଏପରି କାନ୍ଦୁଛି କାହିଁକି?” ଆକବର ଭାବିଥିଲେ ବିରବଲ ଏ କଥା ଜାଣି ନାହିଁ ବୋଲି କହିବେ ।କିନ୍ତୁ କାଳ ବିଳମ୍ବନକରି ବିରବଲ ସଂଗେ ସଂଗେ କହିଲେ – “ମହାରାଜ! କନ୍ୟାମାନଙ୍କ କ୍ଷେତ୍ରରେ ଏହା ଏକ ଭଗବାନଙ୍କର ନିୟମ । ସେମାନେ କୁମାରୀ ବୟସରେ ପିତୃ ଗୃହରେ ଥାଆନ୍ତି । କିନ୍ତୁ ବିବାହ କରି ସାରିବା ପରେ ସ୍ୱାମୀ ଗୃହକୁ ଗମନ କରିଥାଆନ୍ତି । ଆକବର ପ୍ରଥମେ ବିରବଲଙ୍କ କଥା କିଛି ବୁଝି ପାରିଲେ ନାହିଁ । ବିରବଲଙ୍କୁ କହିଲେ –…
ଦିନେ ଆକବର ଠିକ୍ କଲେ ଦରବାରରେ ଥିବା ପାରିଷଦବର୍ଗ ଏବଂ କେତେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏକ ଭୋଜି ଦେବେ । ସେଥିପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହେଲା । ଭୋଜିଦିନ ନିର୍ଦ୍ଧାରିତ ସମୟରେ ସମସ୍ତେ ଆସି ଗୋଟିଏ ସ୍ଥାନରେ ରୁଣ୍ଡ ହେଲେ । ପ୍ରକୃତପକ୍ଷେ ରାଜା ଆକବରଙ୍କ ଦ୍ୱାରା ପ୍ରଦତ୍ତ ଏହି ଭୋଜିଟି ଭଗବାନଙ୍କ ଉଦ୍ଧେଶ୍ୟରେ ସମର୍ପିତ ଥିଲା । ରାଜାଙ୍କର କର୍ମଚାରୀମାନେ ସମସ୍ତେ ସୂଚାରୁ ରୂପେ ସେମାନଙ୍କର କାର୍ଯ୍ୟ ସଂପାଦନ କରୁଥାଆନ୍ତି । ସମସ୍ତଙ୍କର ଇଚ୍ଛା ସେମାନେ କିପରି ରାଜାଙ୍କର ଦୃଷ୍ଟି ଆକର୍ଷଣ କରିବେ । କିନ୍ତୁ ମହାରାଜ ଆକବରଙ୍କ ଦୃଷ୍ଟି ସବୁ ସମୟରେ ବିରବଲଙ୍କ ଉପରେ ଥାଏ । ବିରବଲ ମଧ୍ୟ ରାଜାଙ୍କ ପାଖରେ ବସି ସମସ୍ତ କାର୍ଯ୍ୟ ତଦାରଖ କରୁଥାଆନ୍ତି । ସମୟେ ସମୟେ ବିରବଲ ମଧ୍ୟ ରାଜାଙ୍କର ମନୋରଂଜନ ପାଇଁ ଛୋଟ ଛୋଟ କୌତୁକିଆ କାହାଣୀମାନ ଶୁଣାଉଥାଆନ୍ତି । ଭୋଜି ଖାଇସାରିବା ପରେ ସମସ୍ତଙ୍କୁ ଫଳ…
ଦିନେ ରାଜା ଦର୍ପଣ ପାଖରେ ଠିଆ ହୋଇ ମୁହଁସଫା କରୁଥାଆନ୍ତି । ସେହି ସମୟରେ ତାଙ୍କ ମୁହଁରୁ ଜଣା ପଡୁଥାଏ, ସେ ଯେପରି କାହାକୁ ଖୋଜୁଛନ୍ତି । ଠିକ୍ ଏହି ସମୟରେ ପାଖରେ ଠିଆ ହୋଇଥିବା କର୍ମଚାରୀକୁ ରାଜା ଆଦେଶ ଦେଲେ – ‘ଯାଅ ଏବଂ ସଂଗେ ସଂଗେ ଧରିଆଣ ।’ ପ୍ରଥମେ କର୍ମଚାରୀ ଜଣକ ଭାବିଲା ରାଜା ବୋଧହୁଏ ଗୋଟିଏ ପାତ୍ରରେ ପାଣି ଆଣିବା ପାଇଁ କହୁଛନ୍ତି । ପୁଣି ଭାବିଲା ରାଜା ତ’ କହିଛନ୍ତି ଧରିଆଣିବା ପାଇଁ । ହେଲେ କାହାକୁ ସଂଗେ ସଂଗେ ଯାଇ ଧରିଆଣିବି କିଛି ତ’ କହିଲେ ନାହିଁ ।ଏହିକଥା ଚିନ୍ତା କରି କର୍ମଚାରୀ ଜଣକ ପ୍ରାସାଦରେ ଥିବା ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଜଣାଇଲା । ହେଲେ କେହି ଏକଥା ବୁଝି ପାରିଲେ ନାହିଁ । ଶେଷରେ କର୍ମଚାରୀଟି ଯାଇ ବିରବଲଙ୍କ ପାଖରେ ପହଁଚିଲା । ବିରବଲ କର୍ମଚାରୀର କଥା ଶୁଣି ତାକୁ ପଚାରିଲେ…
ଦିନେ ମହାରାଜ ଆକବର ତାଙ୍କର ଦୁଇ ପୁତ୍ରଙ୍କୁ ଧରି ନଦୀରେ ଗାଧୋଇବା ପାଇଁ ମନ କଲେ । ସେଥିପାଇଁ ଦିନ ଧାର୍ଯ୍ୟ ହେଲା । ନିର୍ଦ୍ଦିଷ୍ଟ ଦିନ ଆକବର ଦୁଇ ପୁତ୍ର ଓ ବିରବଲଙ୍କୁ ସାଂଗରେ ନେଇ ଗାଧୋଇବା ପାଇଁ ବାହାରିଲେ । ନଦୀ କୂଳରେ ପହଁଚିବା ପରେ ସେମାନେ ସମସ୍ତେ ନିଜ ନିଜର ବସ୍ତ୍ର ଓହ୍ଲାଇ ବିରବଲଙ୍କୁ ଧରିବା ପାଇଁ ଦେଲେ । ବିରବଲ ସେମାନଙ୍କର ବସ୍ତ୍ର କାନ୍ଧରେ ପକାଇ ନଦୀ କୂଳରେ ଠିଆ ହୋଇଥାଆନ୍ତି । ମହାରାଜ୍ ଆକବର ଏହି ସମୟରେ ଖୁବ୍ ଖୁସି ମନରେ ଥିଲେ । ବିରବଲଙ୍କୁ କହିଲେ – “ବିରବଲ! ତୁମେ ଠିକ୍ ଏକ ଧୋବାର ଲୁଗାପଟା ପିଠି ଉପରେ ବହନ କରିଥିବା ଗଧ ପରି ଦେଖାଯାଉଛ ।” ବିରବଲ ତ’ମହାଚତୁର । ସଂଗେ ସଂଗେ ମହାରାଜ୍ ଙ୍କୁ କହିଲେ – “ମହାରାଜ୍! ମୁଁ କେବଳ ଗୋଟିଏ ଗଧ ନୁହେଁ । ତିନି ତିନିଟା…
ଦିନେ ଜଣେ ବୋକା ବ୍ରାହ୍ମଣ ବିରବଲଙ୍କ ନିକଟରେ ଆସି ପହଁଚିଲେ । ବ୍ରାହ୍ମଣ ଜଣକ ବିଦ୍ୟାବୁଦ୍ଧିରେ ପ୍ରବୀଣ ନଥାଇ ମଧ୍ୟ ସେ ସମସ୍ତଙ୍କ ନିକଟରେ ନିଜକୁ ମହାପଣ୍ଡିତ ବୋଲି ପରିଚୟ ଦିଅନ୍ତି । ସମସ୍ତେ ତାଙ୍କୁ ପଣ୍ଡିତ ବୋଲି ଜ୍ଞାନ କରି ସମ୍ମାନ ପ୍ରଦର୍ଶନ କରନ୍ତୁ, ଏହା ତାଙ୍କର ଇଚ୍ଛା ଥିଲା । କିନ୍ତୁ କେହି ତାଂକୁ ପଣ୍ଡିତର ମର୍ଯ୍ୟାଦା ପ୍ରଦାନ କରୁନଥାନ୍ତି । ପ୍ରକୃତରେ ତ’ ସେ ଜଣେ ମୂର୍ଖ ଓ ବୋକା । ତାଙ୍କୁ ବା’ କିଏ କାହିଁକି ପଣ୍ଡିତର ସମ୍ମାନ ପ୍ରଦାନ କରିବ । ତେଣୁ ବ୍ରାହ୍ମଣଟି ବିରବଲଙ୍କ ନିକଟରେ ପହଁଚି ନିଜର ମନକଥା ପ୍ରକାଶ କଲା । ବିରବଲ ମଧ୍ୟ ବ୍ରାହ୍ମଣଟି ଏକ ମୂର୍ଖ ତାହା ଜାଣିପାରିଲେ । ମନେ ମନେ ବିରବଲ ଏକ କଥା ଚିନ୍ତା କଲେ । ବ୍ରାହ୍ମଣଙ୍କୁ ପାଖକୁ ଡାକି କହିଲେ – “ଆପଣ ଏଇ ଗୋଟେ ସାମାନ୍ୟ କଥା ପାଇଁ…
ପରଦିନ ପଣ୍ଡିତ ବ୍ୟକ୍ତି ଜଣକ ବିରବଲଙ୍କୁ ପଚାରିଲେ – “କଣ ମହାଶୟ! ମୋ ପ୍ରଶ୍ନର ଉତ୍ତର ତୁମେ ଦେଇପାରିବ?” ସଂଗେ ସଂଗେ ବିରବଲ ଉତ୍ତର ଦେବାକୁ ଯାଇ କହିଲେ, “ମହାଶୟ! ଆମ ସହରରେ ପ୍ରକୃତରେ ୪୭,୮୩୫ଟି କୁଆ ବାସ କରୁଛନ୍ତି । ବିରବଲଙ୍କ କଥା ଶୁଣି ମହାରାଜ ଆକବର, ତାଙ୍କର ସଭାରେ ଉପସ୍ଥିତ ଥିବା ସମସ୍ତ ପାରିଷଦ ବର୍ଗ ଆଶ୍ଚର୍ଯ୍ୟ ହୋଇଗଲେ । ପଣ୍ଡିତ ଜଣକ ବିରବଲଙ୍କ କଥା ଶୁଣି କହିଲେ, “ମୁଁ କେମିତି ତୁମ କଥାରେ ବିଶ୍ୱାସ କରିବି?” ପଣ୍ଡିତ ଜଣଙ୍କର କଥା ଶୁଣି ବିରବଲ କହିଲେ – “ମହାଶୟ! ମୁଁ ଆମ ସହରରେ ଯେତେ କୁଆ ଅଛନ୍ତି ସମସ୍ତଙ୍କୁ ଗଣିଛି । ଏମାନଙ୍କ ମଧ୍ୟରୁ କେତେଜଣ ବିଦେଶକୁ ସେମାନଙ୍କର ସଂପର୍କୀୟମାନଙ୍କ ପାଖକୁ ମଧ୍ୟ ଯାଇଛନ୍ତି । ଆପଣଙ୍କର ମୋ କଥାରେ ଯଦି ସନ୍ଦେହ ହେଉଛି ଆପଣ ନିଜେ ଗଣିପାରନ୍ତି ।” ବିରବଲଙ୍କ କଥାଶୁଣି ପଣ୍ଡିତ ମହାଶୟ…
ଆକବର ଯେତେବେଳେ ଯୁବକ ଥିଲେ, ସେ ଥରେ ତାଙ୍କର ବଂଧୁମାନଙ୍କ ସହିତ ଜଂଗଲକୁ ଶିକାର କରିବାକୁ ବାହାରିଲେ । ସେହି ସମୟଟି ଗ୍ରୀଷ୍ମ ସମୟ ଥିଲା । କିନ୍ତୁ ସେମାନେ ଶିକାର ସଂଧାନରେ ଏତେ ମଜ୍ଜିଯାଇଥିଲେ ଯେ, ସେମାନଙ୍କୁ ଖରା କାଟୁ ନଥାଏ । କିଛି ସମୟ ଜଂଗଲରେ ବୁଲିଲେ । ହେଲେ କେଉଁଠାରୁ କିଛି ଶିକାର ମିଳିଲା ନାହିଁ । ସେତେବେଳକୁ ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହେଲେଣି । ଖରାତାତି ମଧ୍ୟ ସହି ହେଉନଥାଏ । ଦିନ ସାରା ବୁଲାବୁଲି କରିଥିବାରୁ ସେମାନଙ୍କର ତଂଟି ଶୁଖି ଅଠା ହୋଇଯାଉଥାଏ । ପାଣି ମୁନ୍ଦିଏ ମଧ୍ୟ ଖୋଜି ଖୋଜି କେଉଁଠାରେ ପାଇଲେ ନାହିଁ । ଏହି ସମୟରେ ବଂଧୁମାନଙ୍କ ମଧ୍ୟରୁ ଜଣେ କହିଲା, “ଭାଇମାନେ! ଦୂରରେ ବୋଧହୁଏ ଏକ ଜନ ବସତି ଅଛି । ଚାଲ ଆମେ ସମସ୍ତେ ସେଠାକୁ ଯିବା ।” କିଛିବାଟ ଚାଲି ଚାଲି ଯିବା ପରେ…