କେବଳ ଭାଷାପାଇଁ…. ଯେତେବେଳେ ଗୋଟିଏ ଅ•ଳ ତା’ର ସ୍ୱାଧୀନତା ହରାଏ, ସେତେବେଳେ ସେ ବିଜେତାର ଭାଷା, ସାହିତ୍ୟ, ସଂସ୍କୃତି, ରାଜନୀତି, ଅର୍ଥନୀତି ଇତ୍ୟାଦିୱାରା ପ୍ରଭାବିତ ହୋଇଥାଏ । ନୂତନ ଶାସକ ନିଜ ସୁବିଧାପାଇଁ ସୁହାଇଲାଭଳି ଆଇନ ପ୍ରଣୟନ କରି ପରାଜିତ ଅ•ଳର ଅଧିବାସୀଙ୍କୁ ତାହା ଗ୍ରହଣ କରିବାପାଇଁ ବାଧ୍ୟ କରିଥାନ୍ତି । କେତେକାଂଶରେ ଏହା ଉକ୍ତ ଅଧିବାସୀଙ୍କପାଇଁ ମଙ୍ଗଳକର ହୋଇଥିବାବେଳେ ଅନେକ କିଛି ଅପକାର ମଧ୍ୟ ହୋଇଥାଏ । ଯେତେବେଳେ ଭାଷା ଉପରେ ଅନଧିକାର ହସ୍ତକ୍ଷେପ ଘଟେ, ସେତେବେଳେ ମନ ଭିତରେ ଗୁଂଜରି ଉଠେ ବିଦ୍ରୋହର ନିଶା । ଧର୍ମ, ବର୍ଣ୍ଣ, ଜାତି ନିର୍ବିଶେଷରେ ସମସ୍ତେ ଏକ ହୁଅନ୍ତି ଏହାର ଦୃଢ଼ ପ୍ରତିବା କରିବାକୁ । ପ୍ରଥମେ ଶାନ୍ତଶିଷ୍ଟ ଉପାୟରେ ଏବଂ ପରେ ଶାସକ ଏଥିପ୍ରତି ଉାସୀନ ରହିଲେ ଏହି ଶାନ୍ତ ପ୍ରତିବା ପ୍ରତିହିଂସାର ରୂପ ନିଏ । ଏହିପରି ଏକ ଘଟଣା ଓଡ଼ିଆ ଜନଜୀବନର ଶିକ୍ଷା ବ୍ୟବସ୍ଥା ଓ ଭାଷା…
Author: Subrat Kumar Prusty
ଓଡ଼ିଶାର ଆର୍ଥିକମେରୁଣ୍ଡ ବିଭିନ୍ନ କାରଣରୁ ଭାଙ୍ଗିଯାଇଛି । ସ୍ୱାଧୀନତାର ୬୩ବର୍ଷପରେ ମଧ୍ୟ ଓଡ଼ିଶା ଭାରତବର୍ଷର ପ୍ରଥମ ବା ଦ୍ୱିତୀୟ ଗରିବରାଜ୍ୟ । ଏହିଅବସ୍ଥା ସୁଧାରିବାପାଇଁ ରାଜନୀତି ଓ ପ୍ରଶାସନ ଏ ପର୍ଯ୍ୟନ୍ତ ସମର୍ଥ ହୋଇନାହିଁ । ଯିଓ ସରକାର କୁହନ୍ତି ଓଡ଼ିଶାର ୬୩ଭାଗଲୋକ ଶିକ୍ଷିତ ମାତ୍ର ପ୍ରକୃତରେ ୯୦ଭାଗ ଜନସାଧାରଣ ଶିକ୍ଷାଠାରୁ ବହୁଦୂରରେ । ଏମାନଙ୍କ ମଧ୍ୟରୁ ୮୨ଭାଗ କୃଷକ ଓ ଶ୍ରମିକଶ୍ରେଣୀର । ଏମାନଙ୍କପାଇଁ ଶାସନ,ନ୍ୟାୟ,ଶିକ୍ଷା,ସ୍ୱାସ୍ଥ୍ୟର ବ୍ୟବସ୍ଥା ଚାଲେ ଇଂରାଜୀଭାଷାରେ । ଲୋକେ ନିଜଭାଷାରେ କହିବାର,ଲେଖିବାର ଅଧିକାର ହରାଇବସିବା ଫଳରେ ତୃତୀୟପକ୍ଷର ସାହାଯ୍ୟନେବାକୁ ବାଧ୍ୟ ହେଉଛନ୍ତି । ଏହି ତୃତୀୟପକ୍ଷ ଇଂରାଜୀ-ଶିକ୍ଷତି ଏବଂ ବୃ•ଗି ତ କାରଣରୁ ସଭ୍ୟର ପରିଚୟ େଉଥିଲେ ସୁଦ୍ଧା ଅର୍ଥନୀତିକ ଓ ସାମାଜିକ ଶୋଷଣର ଜାଲ ବିସ୍ତାର କରିଛନ୍ତି । ସେମାନଙ୍କ ଜାଲରେ ରାଜନୀତିକ ଲୋକେ ମଧ୍ୟ ଛନ୍ଦା । ଫଳରେ ପ୍ରଗତି ଓ ଜନକଲ୍ୟାଣ ନାମରେ ଶସ୍ତାରେ ଚାଉଳ,ତେଲ-ଲୁଣ,ଡାଲି ଯୋଗାଇବୋର ପ୍ରଲୋଭନଭିତ୍ତିକ ରାଜନୈତିକ କାର୍ଯ୍ୟକ୍ରମ…
ଭାଷାବିତ୍ ମାନେ କୁହନ୍ତି ଆହରଣ ଫଳରେ ଭାଷା ସମୃଦ୍ଧ ହୁଏ । ଏଠାରେ ଆହରଣର ଅର୍ଥ ହେଉଛି ଶବ୍ଦର ଆଗମନ । ମାତ୍ର ଭାଷାବିକାଶ ନାମରେ ଆହରଣ କରୁକରୁ ନିଜଭାଷାର ମୂଳଶବ୍ଦ ବା ନିଜରୂପ ନଷ୍ଟ କରିବା ଭଳି ଭାଷାଦ୍ରୋହୀ କାମ ଆଜିର ବହୁ ଶିକ୍ଷିତଓଡ଼ିଆ ଜ୍ଞାତସାରରେ କରୁଛନ୍ତି । ଏପରି ଆଚରଣ ଫଳରେ ଆଜିର ଭାଷାଗତ ମୌଳିକ ସମସ୍ୟା ହେଉଛି-ମାତୃଭାଷା ପ୍ରତି ଶ୍ରଦ୍ଧାର ଅଭାବ, ଚାକିରି/ବୃତ୍ତି/ରୋଜଗାର ଆଶାରେ ଇଂରାଜୀ ଭାଷା ମୋହ ଓ ବେପାର ବଣିଜପାଇଁ ହିନ୍ଦୀ, ବଙ୍ଗଳା, ତେଲୁଗୁର ଅବାଧ ପ୍ରବେଶ । ତେବେ ଏ ସବୁର ମୂଳ କାରଣ ଭାବେ ଯେଉଁ କେତୋଟି ତ୍ରୁଟିବିଚ୍ୟୁତି ଆମ ଜ୍ଞାତସାରରେ ଦେଖାଦେଉଛି ତାହା ନିମ୍ନରେ ଉଲ୍ଲେଖ କରାଗଲା । ୧. ତ୍ରୁଟିପୂର୍ଣ୍ଣ ପ୍ରାଥମିକ ଶିକ୍ଷାବ୍ୟବସ୍ଥା ପ୍ରାଥମିକ ଶିକ୍ଷାସ୍ତରରୁ ଶିକ୍ଷକ ନିଯୁକ୍ତିବେଳେ ଶିକ୍ଷକର ଓଡ଼ିଆଭାଷାରେ ଥିବା ଦକ୍ଷତା ସମ୍ପର୍କରେ ସରକାର ପରୀକ୍ଷା କରି ନ ଥାନ୍ତି । ଏପରିକି ମଧ୍ୟଇଂରାଜୀ କିମ୍ବା…
ଦୀର୍ଘ ଏକବର୍ଷ ଧରି ବିଭିନ୍ନ ଅନୁଷ୍ଠାନ, ଆଗଧାଡ଼ିର ବ୍ୟକ୍ତିବିଶେଷ ଏବଂ ବହୁ ସଭାସମିତିରେ ଏ ସମ୍ପର୍କରେ ସୂଚୀତ କରିବା ପରେ ମାତ୍ର ୭ ଜଣ ବ୍ୟକ୍ତି- ହରପ୍ରସା ଦାସ (ସମାଜ,୯/୨/୦୯) ବରେକୃଷ୍ଣ ଧଳ (ଧରିତ୍ରୀ), ସୁବ୍ରତ ପୃଷ୍ଟି (ଏଷଣା-୫୯, ଓଡ଼ିଆ ଗବେଷଣା ପରିଷ ମୁଖପତ୍ର), ଦେବୀପ୍ରସନ୍ନ ପଟ୍ଟନାୟକ (ସମାଜ – ୧୬/୧/ ୧୦), ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର (କୋଣାର୍କ-୧୫୪) ବସନ୍ତ କୁମାର ପଣ୍ଡା (ସମାଜ-୭/ ୨/୧୦), ଚନ୍ଦ୍ରଭାନୁ ପଟ୍ଟନାୟକ (ସମାଜ-୧/୪/୧୦) ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ସପକ୍ଷରେ ବିଭିନ୍ନ ପ୍ରମାଣ ସହ ଯୁକ୍ତି ଉପସ୍ଥାପନ କରିଛନ୍ତି । ଦୁଃଖର କଥା ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ, ଜାତୀୟତାପାଇଁ ଚିତ୍କାର କରୁଥିବା ବହୁ ବ୍ୟକ୍ତି, ଅନୁଷ୍ଠାନ, ସରକାର ଏପରିକି ରାଜନୈତିକ ନେତା ଏହି ଆଲୋଚନାଠାରୁ ବହୁ ଦୂରରେ ଅଛନ୍ତି । ପାଟକୁରାରୁ ଅଧ୍ୟାପକ ନୀରୋଦ ଦାସ ଦେବୀବାବୁଙ୍କ ମତକୁ “ପ୍ରମାଦଯୁକ୍ତ ତଥ୍ୟ” କହି ଓଡ଼ିଆଙ୍କୁ ଫରାସୀଜାତି ଶାସନ କରି ନାହାନ୍ତି ବୋଲି…
ଶାସ୍ତ୍ରୀୟ ମାନ୍ୟତା ସଂପର୍କରେ ପଦେ… କୌଣସି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କଲାବେଳେ ଏହାର ଶାସ୍ତ୍ରୀୟବିଧିକୁ ବିଚାରକୁ ନିଆଯାଇଥାଏ । (କ) ଏହିଭାଷା ପ୍ରାଚୀନ ହୋଇଥିବ,(ଖ) ସ୍ୱାଧୀନଭାବେ ବିଚରଣ କରୁଥିବ, (ଗ) ଅନ୍ୟ କୌଣସି ଭାଷା କିମ୍ବା ସଂସ୍କୃତିର ଶାଖା କିମ୍ବା ସେଥିରୁ ସୃଷ୍ଟି ହୋଇ ନ ଥିବ । (ଘ) ଏହି ଭାଷା ବର୍ତ୍ତମାନ ପରିପ୍ରେକ୍ଷୀରେ ମୃତ ବା ଅପ୍ରଚଳିତ ହୋଇପାରେ କିମ୍ବା ବିପୁଳ ଆକାର ଧାରଣ କରିପାରେ କିମ୍ବା ଏଥିରୁ ବିଭିନ୍ନ ଭାଷା ଓ ଲିପି ଉତ୍ପନ୍ନ ହୋଇପାରେ । ଏସବୁ ଦୃଷ୍ଟିରୁ ବିଶ୍ୱର ୫ଟି ଭାଷା- ଚୀନା (ଖ୍ରୀ.ପୂ. ୫ମ ଶତାବ୍ଦୀ) ସଂସ୍କୃତ (ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀ), ଗ୍ରୀକ (ଖ୍ରୀ.ପୂ. ୫ମ ଶତାବ୍ଦୀ), ଲାଟିନ୍ (ଖ୍ରୀ.ପୂ. ୧ମ ଶତାବ୍ଦୀ) ଓ ଆରବିକ (ଖ୍ରୀ.ପୂ. ୭ମ ଶତାବ୍ଦୀ)କୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି । ଅବଶ୍ୟ ଏହି ମାନଦଣ୍ତ ଇଂରେଜ ପଣ୍ଡିତଙ୍କଦ୍ୱାରା ନିର୍ଦ୍ଧାରିତ ଓ ନିଜ ରାଜନୈତିକ ସ୍ଥିତାବସ୍ଥାକୁ…
ବିଶ୍ୱଭାଷା ପରିପ୍ରେକ୍ଷୀରେ ଆମେ ଆମର ମାତୃଭାଷା ଓଡ଼ିଆ କଥା ଚିନ୍ତା କରିବାର ବେଳ ଆସି ପହଞ୍ଚିଛି । ଏହି ଭାଷା ସଂସ୍କୃତ ଭଳି ପ୍ରାଚୀନ; ଅଥଚ ବଞ୍ଚିବାପାଇଁ ସଂଗ୍ରାମରତ । ଗ୍ରୀକ୍ ଭଳି ନିଜ ପରିସୀମାକୁ ଅତୀତରେ ବ୍ୟାପ୍ତ କରିଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତି ସଂକୁଚିତ ହୋଇ ଓଡ଼ିଶା ଭୂଖଣ୍ଡ ମଧ୍ୟରେ ସୀମାବଦ୍ଧ ଓ ଏହି ସୀମା ମଧ୍ୟରେ ବଞ୍ଚିବାପାଇଁ ସଂଘର୍ଷରତ । ହିବ୍ରୁ ଭଳି ମରିଯାଉଥିବା ଏହିଭାଷାକୁ ଉଦ୍ଧାର କରିବାପାଇଁ ଗୌରୀଶଙ୍କରଙ୍କ ଭଳି ଜାତିପ୍ରେମୀଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ପୁନଃଜୀବିତ ହୋଇ ଉଠିଛି । ଏପରିକି ଏହି ଭାଷାକୁ ନେଇ ଏକ ଉପନିବେଶିକ ଶାସକ ବିଶ୍ୱ ଇତିହାସରେ ସର୍ବପ୍ରଥମେ ଏକ ଭାଷାଭିତ୍ତିକ ଅଞ୍ଚଳ ସୃଷ୍ଟି କରିବାକୁ ବାଧ୍ୟ ହୋଇଥିଲେ । ଅଥଚ ସେହି ଉନ୍ନତ ସମୃଦ୍ଧଶାଳୀ ଓ ପ୍ରାଚୀନ ଭାଷା ଓଡ଼ିଆ ଆଜି ଶାସକୀୟ ପୃଷ୍ଠପୋଷକତା ପାଇପାରୁ ନ ଥିବାରୁ ଜନସାଧାରଣଙ୍କଠାରୁ ବ୍ୟବହାରିକ ଉପଯୋଗିତା ହରାଇ ବସୁଛି । ଏଥିପାଇଁ…
ମାନବସଭ୍ୟତାରେ ଏକ ଉନ୍ନତ ଜାତିର ପରିଚୟ ହେଉଛି ସେହି ଜାତିର ଅଧିବାସୀଙ୍କ ମୁଖରେ ଉଚ୍ଚାରିତ ହେଉଥିବା ଭାଷା | ଆମେ ସେହି ଜାତିକୁ ସେତେ ଉନ୍ନତ ବୋଲି କାହିବା, ଯେଉଁ ଜାତିର ଭାଷା ସାମାଜର ସବୁ ପ୍ରକାର ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିଥାଏ | ଭାଷା ମଧ୍ୟ ମଣିଷ ଭଳି ଗତିଶୀଳ, ଚଳଚଞ୍ଚଳ । ପ୍ରବାହମାନ ନଦୀଧାରା ଭଳି ସ୍ୱଚ୍ଛ, ମନୋହର ଓ ଲାଳିତ୍ୟପୂର୍ଣ୍ଣ । ପୁଣି ଭାଷାକୁ ଜୀବିତ ରଖେ ଏହାର ବ୍ୟବହାରିକ ଦିଗ । ଅର୍ଥାତ୍ ଗୋଟିଏ ଭାଷାକୁ ଯେତେ ବ୍ୟବହାର କରାଯିବ ସେ ଭାଷା ସେତେ ସ୍ୱଚ୍ଛ,ସତେଜ ଓ ଦୀର୍ଘଜୀବୀ ହୋଇ ରହିବ । କେବଳ ଉଚ୍ଚାରଣ ନୁହଁ, ଆଚରଣରେ ମଧ୍ୟ ଭାଷା ବଞ୍ଚିଥାଏ । ମଣିଷ ସମାଜର ଦୈନନ୍ଦିନ ଆବଶ୍ୟକତା, ଯଥା-ବିଜ୍ଞାନ, କାରିଗରୀ, ଚିକିତ୍ସା, ନ୍ୟାୟ, ପ୍ରଶାସନକ୍ଷେତ୍ର ହିଁ ଏହି ଆଚରଣର ଗୋଟିଏଗୋଟିଏ ବିନ୍ଦୁ । ଯଦି ଆଚରଣରେ ଭାଷାର ପ୍ରୟୋଗ ନ ରହେ,…
ଧର୍ମକ୍ଷେତ୍ର, କୁରୁକ୍ଷେତ୍ର । କ୍ଷମତା, ପ୍ରତିପତ୍ତି ଆଉ ସଂପତ୍ତିରେ ମଦମତ୍ତ ଗୋଟିଏ ପରିବାରର ଉତ୍ତରାଧିକାରୀ ମଧ୍ୟରେ ଛୋଟିଆ କଳହର ପରିଣତି ଭାବେ ହେବାକୁ ଯାଉଥିବା ବିଶ୍ୱର ଅନ୍ୟ ଏକ ଭୟଙ୍କର ଯୁଦ୍ଧର ମୂକସାକ୍ଷୀ ହେବାକୁ ଯାଉଛି ଏହି କୁରୁକ୍ଷେତ୍ରର ପବିତ୍ର ମାଟି । ଯୁଦ୍ଧର ପ୍ରଚ୍ଛଦ ନାୟକ ରାଜା ଧ୍ରୁତରାଷ୍ଟ୍ର ଉଦ୍ବିଗ୍ନ । ସେ ଅନ୍ଧ, ଚକ୍ଷୁଗତ ଆଉ ପୁତ୍ରଗତ । ଯଦିଓ ସେ ଆଶ୍ୱସ୍ତ, ଭାରତବର୍ଷର ମହାନ୍ ଯୋଦ୍ଧାଗଣଙ୍କୁ ନିଜ ପୁତ୍ରଗଣଙ୍କ ପକ୍ଷଭୁକ୍ତ କରିପାରିଛି; ତଥାପି ବିବ୍ରତ, ସନ୍ଦିହାନ । ତେଣୁ ସେ ବ୍ୟାସଙ୍କ ଆଶୀର୍ବାଦରେ ମନ୍ତ୍ରୀ ସଂଜୟଙ୍କୁ ମିଳିଥିବା ଦିବ୍ୟ ଦୃଷ୍ଟିଦ୍ୱାରା ଜାଣିବାକୁ ଚାହିଁଛନ୍ତି ଯୁଦ୍ଧ ସଂପର୍କୀୟ ବିସ୍ତୃତ ବିବରଣୀ । ଶୁଣିବାକୁ ଚାହିଁଛନ୍ତି ପୁତଗ୍ରଣଙ୍କ ବିଜୟବାର୍ତ୍ତା । ସଂଜୟ କହୁଛନ୍ତି-“ପାଣ୍ଡବଙ୍କ ସମରସଜ୍ଜା ଦେଖି ବିବ୍ରତ ଦୁର୍ଯ୍ୟୋଧନ ଯାଇ ଆଚାର୍ଯ୍ୟ ଦ୍ରୋଣଙ୍କୁ କହିଲେ-ଆଚାର୍ଯ୍ୟ ! ପାଣ୍ଡୁପୁତ୍ରଙ୍କ ଏହି ବିରାଟ ସେନାଙ୍କୁ ଦେଖନ୍ତୁ । ଏହି ସେନାରେ ଭୀମ ଓ ଅର୍ଜୁନ…
“ଜଣେ ମଣିଷ ଭିତରେ ଥିବା ମହାନତାକୁ ତୁମେ ଯଦି ହତ୍ୟା କରିବାକୁ ଚାହୁଁଛ, ତେବେ ସେ ଆବଶ୍ୟକ କରୁଥିବା ଜିନିଷପତ୍ର ତାକୁ ଦେଇଚାଲ । ଖୁବ୍ ଶୀଘ୍ର ସେ ତୁମର କ୍ରୀତଦାସ ପାଲଟିଯିବ ।” ଉକ୍ତ ସଂଳାପଟି ଆଫ୍ରିକା ମହାଦେଶର ଏକ ଛୋଟିଆ ରାଷ୍ଟ୍ର ସେନେଗାଲ ଚଳଚ୍ଚିତ୍ର ‘ଗେଲ୍ୱାର’ର ନାୟକଦ୍ୱାରା କଥିତ । ଦୁର୍ଭିକ୍ଷ ପ୍ରପୀଡ଼ିତ ସ୍ୱାଧୀନ ରାଷ୍ଟ୍ର ସେନେଗାଲକୁ ଆମେରିକା, ଜାପାନ, ଫ୍ରାନ୍ସ ଆଦି ବିଦେଶୀରାଷ୍ଟ୍ର ଖାଦ୍ୟ ସହାୟତା ପ୍ରଦାନ ମାଧ୍ୟମରେ ଆଧିପତ୍ୟ ବିସ୍ତାର କରି କିପରି ନିଜ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ କରାଇ ସେନେଗାଲର ସାର୍ବଭୌମତ୍ୱକୁ ଧୀରେ ଧୀରେ ନଷ୍ଟ କରିଦେଉଛନ୍ତି, ତାହା ହିଁ ଏହି ଚଳଚ୍ଚିତ୍ରର ମୁଖ୍ୟ ବିଷୟ । ବିଦେଶୀ ସାହାଯ୍ୟକୁ ପ୍ରତ୍ୟାଖାନ କରି ନାୟକ ଗେଲ୍ୱାର କହିଛି- “ଆମର ମରୁଡ଼ି, ଦୁର୍ଭିକ୍ଷ, ଅସୁସ୍ଥିକୁ ବିଦେଶୀ ଅନୁଦାନ ଦୂର କରିପାରିବ ନାହିଁ । ଆମର ଯତ୍ନ ନେବାକୁ ଆମେ ଅନ୍ୟ ଏକ ସମାଜକୁ ଅନୁମତି ଦେଇପାରିବା…
ବିଶ୍ୱକୁ ଏକା ଦିଗଦର୍ଶନ ପ୍ରଦାନ କରିଥିବା ଆମ ଦେଶ ଭାରତବର୍ଷ ଯେ ଦିନେ ଦାସତ୍ୱର ଶୃଙ୍ଖଳରେ ବାନ୍ଧିହୋଇ ଆଉ କାହାର ଅଧୀନତାକୁ ସ୍ୱୀକାର କରିଥିଲା, ତାହା ଆମକୁ ଜଣାଇଦିଏ ଏହି ‘ଗଣତନ୍ତ୍ର ଦିବସ’ ଓ ସ୍ୱାଧୀନତା ଦିବସ ପାଳନ ମହୋତ୍ସବ ଏବଂ ମନେ ପକାଇିଏ ଅତୀତର କଳଙ୍କିତ ଇତିହାସ । ସମଗ୍ର ବିଶ୍ୱ ଯେତେବେଳେ ଏକ ବିସ୍ଫୋରଣମୁଖୀ ସମୟକୁ ଅତିକ୍ରାନ୍ତ କରି ଚାଲିଥିଲା, ସେତେବେଳେ ଭାରତ ବର୍ଷରେ ଦେଖାଦେଇଥିଲା ମୁକ୍ତି ସଂଗ୍ରାମର ଅନ୍ତିମ ପ୍ରହର । ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ, ବିଶ୍ୱର ପ୍ରଥମ ଆଣବିକ ଅସ୍ତ୍ର କ୍ଷେପଣରେ ଜାପାନର ହୀରୋସୀମା ଓ ନାଗାସାକୀ ଧ୍ୱଂସ୍ତ ବିଧ୍ୱଂସ୍ତ, ବିଶ୍ୱବ୍ୟାପୀ ଅର୍ଥାଭାବ, ଅନାହାର ବ୍ୟାଧି, ରକ୍ତପାତ ଓ ହିଂସାର ଦାବାନଳ ଦେଖାଦେଇଥିବାବେଳେ ଅନୁରୂପ ଭାବରେ ପ୍ରତିଛାୟା ପଡ଼ିଥିଲା ସୁନାର ଭାରତ ମାଟିରେ । ଫଳତଃ ସ୍ୱାଧୀନତାର ସ୍ୱାଦକୁ ଆସ୍ୱାଦନ କରିବା ପୂର୍ବରୁ ଖୋେଇଥିଲା ଜାତିଗତ ଦଙ୍ଗା ସ୍ୱାଧୀନତାର ଜନ୍ମକାଳରେ ଜାତକ ୨ଖଣ୍ଡ ହୋଇଗଲାପରି ଶହ…