Author: ଭକ୍ତ ସାଲବେଗ

କାହିଁ ପାଇଁ ଚକାଡୋଳା କଲ ମୋତେ ମାନ । କଳାନିଧି ବନମାଳୀ ନନ୍ଦେରି ନନ୍ଦନ ।୧। କୁଞ୍ଜଲତା ତଳେ ମୁଁ ଯେ କରିବି ଶୟନ । ପ୍ରଦକ୍ଷିଣ କରୁଥିବି ଗିରି ଗୋବର୍ଦ୍ଧନ ।୨। ରାଧାକୁଣ୍ଡେ ଶ୍ୟାମକୁଣ୍ଡେ କରିବି ସ୍ନାହାନ । ସାଫଲ୍ୟ କରିବି ମୁଁ ଯେ ମଣିଷ ଜୀବନ ।୩। ଏ ପିଣ୍ଡରେ ଜୀବ ଥିଲେ ଯିବି ବୃନ୍ଦାବନ । ଦର୍ଶନ କରିବି କୁଞ୍ଜେ ମଦନମୋହନ ।୪। କହେ ସାଲବେଗ ହୀନ ଜାତିରେ ଯବନ । ରାଧାକୃଷ୍ଣ ଭଜୁ ଭଜୁ ଯାଉ ଏ ଜୀବନ ।୫।

Read More

ଚାଲ ସଖି ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ କେଉଁ ସୁରପତି ବେଶ କରିଅଛି ଗିରିବର ତୋଳିଆକୁ । ସେ ଯେ ଶ୍ରୀମୁଖ ତୋରା ଶିରେ ସୁନାସୂତା କେରା କେରା ।୧। ଶ୍ୱେତ ପଦ୍ମ ଆଖି ଦେଖିଲେ ଗୋ ସଖି ଚିତ୍ତ କି ବାହୁଡ଼େ ଆଉ କର୍ଣ୍ଣରେ କୁଣ୍ଡଳ ଦିଶେ ଝଲଝଲ କଉସ୍ତୁଭ ଦାଉ ଦାଉ । ସେ ଯେ ହିଆ ବୃଷାଳ ମିଶାମିଶି ବାରାନିଧି-ଫଳ ।୨। ଶଙ୍ଖ ଚକ୍ର ଗଦା ପଦ୍ମ ମହାପ୍ରଭୁ ଧରିଛନ୍ତି ଆଣ୍ଟ କରି ଦୁଃସହ ଦୁର୍ଗତି ଗ୍ରହପୀଡ଼ାମାନେ ଆଉ କି ପଶିବେ ଡରି । ସେ ଯେ ଦୟା ସାଗର ତାଙ୍କ ପଦ୍ମ ପାଦେ ଲୟ କର ।୩। ଶ୍ରୀ ପୁରୁଷୋତ୍ତମ ରହଣି କରିବା ଖାଇବା ଛଡ଼ା ତୁଳସୀ କହେ ସାଲବେଗ ସିଂହଦ୍ୱାରଠାରେ ହୋଇଥିବା କ୍ଷେତ୍ରବାସୀ । ସେ ଯେ ଆରତତ୍ରାଣ କାଳଗଜକୁ ସିଂହ ପ୍ରୟାଣ ଚାଲ ଚାଲ ପଶିବା ଶରଣ ।୪। by -Bhakta…

Read More

ଜୀବନରେ ଥିବି ଯେବେ ଯିବି ବୃନ୍ଦାବନ ଦର୍ଶନ କରିବି ଯାଇ ଶ୍ରୀମଧୁସୂଦନ ।୧। ରାଧାକୁଣ୍ଡେ ଶ୍ୟାମକୁଣ୍ଡେ କରିବି ସ୍ନାହାନ ପରିକ୍ରମା କରୁଥିବି ଗିରି ଗୋବର୍ଦ୍ଧନ ।୨। ଆନନ୍ଦେ ଯମୁନା ଜଳ କରିବି ମୁଁ ପାନ ମୁଁ ନିକି ଭଜିବି ଯହୁଁ ମୁକତି ଭାଜନ ।୩। ରାହାସର ଧୂଳି ଅଙ୍ଗେ କରିବି ଲେପନ କୁଞ୍ଜେ କୁଞ୍ଜେ ତରୁମୂଳେ କରିବି ଶୟନ ।୪। ରାଧାକୃଷ୍ଣ ବେନି ଭିନ୍ନ ନୋହେ କୁଞ୍ଜବନ କହେ ସାଲବେଗ ହୀନ ଜାତିରେ ଯବନ ।୫। by Bhakta Salabega

Read More

ଆହେ ନୀଳ ଶଇଳ ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ । ମୋ ଆରତ ନଳିନୀବନକୁ କର ଦଳନ ।୧। ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ । ଚକ୍ର ପେଷି ନକ୍ର ନାଶି ଉଦ୍ଧାରିଲ ଆପଣ ।୨। ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ । କେଡ଼େ ବଡ଼ ବିପତ୍ତିରୁ ରକ୍ଷାକଲ ଆପଣ ।୩। କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ । କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ।୪। ରାବଣର ଭାଇ ବିଭୀଷଣ ଗଲା ଶରଣ । ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ ।୫। ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ । ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ।୬। କହେ ସାଲବେଗ ହୀନ ଜାତିରେ ମୁଁ ଯବନ । ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ।୭।

Read More

କାଳିଆ ଧନ କାଳିଆ ଧନ, ତୋ ଲାଗି ଯାଉ ଏ ଜୀବନ । ବାରେ ନ ଦେଲୁ ଦରଶନ । କାଳିଆ କାଳିଆ ତ୍ରିପଣ୍ଡ କାଳିଆ ପିନ୍ଧିଛି ଝୀନ ପତନି । କାଳିଆ ଅଙ୍ଗରୁ ବହେ ଶ୍ରମଝାଳ କାଳନ୍ଦୀ ନଦୀର ପାଣି ।୧। ନନ୍ଦିଘୋଷ ରଥେ ବସିଛି କାଳିଆ ଜଗତ୍ର ମୋହିବା ପାଇଁ । ହରି ହରି ବୋଲି ଶବଦ ଶୁଭୁଛି ମନରେ ଆନନ୍ଦ ହୋଇ ।୨। ଅଣ୍ଟା ଗୋଟି ତୋର ଡମ୍ବରୁ ଆକାର ଗଢ଼ିଛି କେଉଁ ବିନ୍ଧାଣି । ଚାଲି ଗୋଟି ତୋର ମତ୍ତଗଜ ପ୍ରାୟେ ଚାହାଣି ତୋ ସିଂହଠାଣି ।୩। ଏ ଗୋପପୁରରେ ଯେତେକ ବାଳକ ସମସ୍ତେ ଧରନ୍ତି ତାଳ । ସର୍ବ ଗୋପୀ ମୁଣ୍ଡେ ଫୁଲ ଖଣ୍ଡେ ଖଣ୍ଡେ କୃଷ୍ଣଶିରେ ଜାମୁଡାଳ ।୪। ସେପାଖେ ଚତୁରା ଏପାଖେ ଚତୁରୀ ମଝିରେ ଗୁଞ୍ଜରାମାଳ । ଶ୍ରୀଜଗନ୍ନାଥଙ୍କ ଶ୍ରୀପାଦେ ଶରଣ କହେ ସାଲବେଗ ହୀନ । ୫।

Read More

ଆହେ ନୀଳାଚଳ ବାସୀ ଆହେ ନୀଳାଚଳବାସୀ ଶୋକ ଜଳଧିରେ ଗଲି ଭାସି ।। ବାରଣଭୟକୁ କାରଣ କର ହେ, ଶରଣ ପଞ୍ଜର ବାନା । ଆରତନାଶନ ଖଳବିନାଶନ, ବାରେ ହୁଅ ବଜ୍ରସେହ୍ନା ।୧। ଜଗତଯାକରେ ଡିଣ୍ଡିମ ବାଜୁଛି, ଉଡ଼େ ଅବଧୂତ ବାନା । ମୃଗୁଣୀ ଆରତ ଖଣ୍ଡିତ ହେ ନାଥ, ପତିତ ଭୟ ଭଞ୍ଜନା ।୨। ଧଉର୍ଯ୍ୟରେ ମେରୁ ନାମ କଳ୍ପତରୁ, ଛାୟା ଶୀତ ହେଲା ସିନା । ଅରୁଣ ଚରଣ ଆଶ୍ରେ କଲାଠାରେ, ବୁଡ଼ିଲା ମୋର ଚେତନା ।୩। ମୁଁ ଅବା ଅପ୍ରାଧୀ ହେ କୃପାବାରିଧି, ଥରେ ନୋହିଲା କରୁଣା । କହେ ସାଲବେଗ ପ୍ରଭୁପଣକୁ ଏ, ଦିଶିବ ବହୁତ ଊଣା ।୪।

Read More

ଏକା ତୋ ଭକତ ଜୀବନ ଏକା ତୋ ଭକତ ଜୀବନ , ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ।। ଭକତ ତୋ ମାତାପିତା ଭକତ ତୋ ବନ୍ଧୁ, ଭକତ ହିତରେ ତୋର ନାମ କୃପାସିନ୍ଧୁ।। ଧେନୁ ପଛେ ପଛେ ବତ୍ସା ଗମେ କ୍ଷୀର ଲୋଭେ, ଭକତ ପଛରେ ତୁହି ଥାଉ ସେହି ଭାବେ।। ବାପା ମୋ ମୋଗଲପୁଅ ମାତେ ମୋ ବ୍ରାହ୍ମଣୀ, ଏ କୁଳେ ଜନ୍ମିଲି ହିନ୍ଦୁ ନ ଖାଏ ମୋ ପାଣି।। କହେ ସାଲବେଗ ହୀନ ଜାତିରେ ଯବନ, ଶ୍ରୀରଙ୍ଗାଚରଣ ବିନୁ ନ ଜାଣଇ ଆନ।।

Read More

ଆହେ ନୀଳଗିରି ଆହେ ନୀଳଗିରି ! ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି ।ଘୋଷା। ତୁଳସୀ ଚଉରା ପାଶେ ଜଗି ବସି ଧ୍ୟାଉଛନ୍ତି କେତେ ଯୋଗୀ, ବ୍ୟାଘ୍ରଚର୍ମ ପାରି ସ୍ତୁତି କରୁଛନ୍ତି, ଜପୁଛନ୍ତି ନାମ ସଂଖ୍ୟା କରି ।୧। ବଡଦାଣ୍ଡ ଦେଖି ହେଲି ତୋଷ, ରେଣୁମାତ୍ର ତେଣୁ କଲି ଗ୍ରାସ, କ୍ଷୀରୀ ଖେଚଡ଼ିରେ ମନ ନ ବୋଧଇ ଟଙ୍କ ତୋରାଣିରେ ମନ ତୋଷ ।୨। ସିଂହଦ୍ୱାରେ ପଡ଼େ ବେତବାଡ଼ି, ବାଜନ୍ତେ ପାତକ ଯାଏ ଛାଡ଼ି, ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମିତ୍ତେ ଏକକୁ ଆରେକ ହୁଡ଼ାହୁଡ଼ି ।୩। ବାଇଶି ପାବଚ୍ଛ ଗଲି ସୁଖେ, କୈବଲ୍ୟ ପସରା ବେନି ପାଖେ, ଚାଣ୍ଡାଳୁ ବ୍ରାହ୍ମଣ ଶୂଦ୍ର ପରିଯନ୍ତେ କୈବଲ୍ୟ ଭୁଞ୍ଜନ୍ତି ମୁଖେ ମୁଖେ ।୪। ରୋହିଣୀ ପାଦୁକା କୁଣ୍ଡରଜ, ସିଂହ ମାଡ଼ି ବସିଅଛି ଗଜ, ସତେ କି ଏ ଜନ୍ମ ସୁଫଳ ଲଭିବ କାକ ପଡ଼ି ହେଲା ଚତୁର୍ଭୁଜ ।୫। ରହି ଗରୁଡ଼ ପଛରେ ଦେଖ କି ଶୋଭା…

Read More