Author: ରାଧାନାଥ ରାୟ

ଉତ୍କଳାକାଶରୁ ଗୋଟିଏ ଉଜ୍ଜ୍ୱଳନକ୍ଷତ୍ର ଅସ୍ତମିତ ହୋଇଅଛି । ପଣ୍ଡିତ ଦାଶରଥି କବିଚନ୍ଦ୍ର ମାନବଲୀଳା ସମ୍ବରଣ କରିଅଛନ୍ତି । ଏହାଙ୍କ ପରି ସଂସ୍କୃତଜ୍ଞ ଓଡ଼ିଶାରେ ନାହାନ୍ତି, ଏହା ମୁଁ କହୁନାହିଁ, ମାତ୍ର ଏହାଙ୍କର ଯେଉଁ ଅସାଧାରଣ ଶକ୍ତି ଥିଲା ସେଥିର ଉଦାହାରଣ ଓଡ଼ିଶାରେ ଦୁର୍ଲ୍ଲଭ । ସଂସ୍କୃତ କବିତା ରଚନା ବିଷୟରେ ସମଗ୍ର ଉକ୍ରଳରେ କେବଳ ୨ ଜଣ ପ୍ରକୃତ କ୍ଷମତାପନ୍ନ ବ୍ୟକ୍ତି ଦେଖାଯାନ୍ତି । ପ୍ରଥମ ତିଗିରିୟା ନିବାସୀ ଭୁବନି ବଡ଼ପଣ୍ଡା, ଦ୍ୱିତୀୟ ବାଣପୁର ନିବାସୀ ଦାଶରଥି କବିଚନ୍ଦ୍ର । ପ୍ରଥମୋକ୍ତ ମହାତ୍ମା ଗୁଣଗ୍ରାହୀ ସାହିତ୍ୟ ରସିକ ବାମଡା ମହାରାଜ ଶ୍ରୀଯୁକ୍ତ ସୁଢ଼ଳଦେବଙ୍କର ଆଶ୍ରୟରେ ଦିନ ଯାପନ କରୁଅଛନ୍ତି । ଦାଶରଥି ଖଲ୍ଲିକୋଟରେ ବହୁକାଳ ଅବସ୍ଥାନାନନ୍ତର ଓଡ଼ିଶା, ଗଡ଼ଜାତ, ବଙ୍ଗ, ବିହାର, ରିମା, ଦରଭଙ୍ଗା ପ୍ରଭୃତି ସ୍ଥାନମାନଙ୍କରେ ଭ୍ରମଣ ପୂର୍ବକ ବାନରୀପ୍ରାୟ ବାଗ୍ଦେବୀଙ୍କୁ ନର୍ତ୍ତନ କରାଇ କଥଞ୍ଚିତ୍ ଜୀବିକା ଅର୍ଜନ କରୁଥିଲେ । ପ୍ରାୟ ୭-୮ଦିନ ହେଲା ଉକ୍ତ ମହାତ୍ମା କାଳଗର୍ଭରେ ଲୀନ ହେଲେ…

Read More

ମିତ୍ରାକ୍ଷର ଓ ଅମିତ୍ରାକ୍ଷର – ଆଜିକାଲି ଅନେକ ଲେଖକ ମିତ୍ରାକ୍ଷର ଳେଖିବାକୁ ପ୍ରୟାସୀ । ଏ ସମ୍ବନ୍ଧରେ ନାନା ଲୋକଙ୍କର ନାନା ମତ ଦେଖାଯାଏ । କେହିକେହି କହନ୍ତି, ମିତ୍ରାକ୍ଷର ଅପେକ୍ଷା ଅମିତ୍ରାକ୍ଷର ଲେଖିବା ସହଜ । କେହି କହନ୍ତି,  ମିତ୍ରାକ୍ଷରର ଶୃଙ୍ଖଳା, ସ୍ୱାଧୀନ ଭାବବ୍ୟକ୍ତିର ଅନ୍ତରାୟ । କେହି କହନ୍ତି, ମହୀୟାନ୍  Sublime ଭାବ ପ୍ରକାଶ ନିମନ୍ତେ ଅମିତ୍ର ଛନ୍ଦ ଯେମନ୍ତ ଉପଯୋଗୀ, ମିତ୍ରଛନ୍ଦ ସେହିପରି ନୁହେଁ । ନିଜ ମତ ସମର୍ଥନ ସକାଶେ ଏମାନେ Miltonଙ୍କ ଉଦାହରଣ ଦିଅନ୍ତି ।                 ଏଭଳି ମତବାଦର ସମୀଚୀନତା ଅବଧି ମୋହର ହୃଦୟଙ୍ଗମ ହୋଇନାହିଁ । Milton ଅପେକ୍ଷା Dante ଆହୁରି ମହୀୟାନ୍ ମାତ୍ର Dante ତାଙ୍କର ମହାକାବ୍ୟ ମିତ୍ରଛନ୍ଦରେ ଲେଖିଥିଲେ । ମୋହ କ୍ଷୁଦ୍ରମତରେ ଉତ୍କର୍ଷ ଛନ୍ଦସାପେକ୍ଷ ନୁହେଁ, କ୍ଷମତାସାପେକ୍ଷ ।                 ମିତ୍ରାକ୍ଷର ଅପେକ୍ଷା ଅମିତ୍ରାକ୍ଷର ସହଜ ଏ ମତ କେତେ ଦୂର ଠିକ୍ ମୁଁ କହି ନପାରେ…

Read More

ମହାଶୟ, ପୁରାତନ ବଙ୍ଗଳା ପୁସ୍ତକ କିମ୍ବା ମାସିକ ପତ୍ରିକାର ପ୍ରବନ୍ଧ ନେଇ ତାହାକୁ ଅନୁବାଦ ଓ ଈଷତ୍ ରୂପାନ୍ତରିତ କରି ଉତ୍କଳୀୟ ସାଧାରଣ ସମକ୍ଷରେ ମୌଳିକ ପ୍ରବନ୍ଧ ବୋଲି ଉପସ୍ଥାପିତ କରିବା ସୁକୌଶଳରେ ଅନେକ ତଥାକଥିତ ଓଡ଼ିଆ ଲେଖକ ସିଦ୍ଧହସ୍ତ ଦେଖାଯାନ୍ତି । ଅପେକ୍ଷାକୃତ ପୁରାତନ ଓଡ଼ିଆ ରଚନାକୁ ସେହି ରୀତିରେ ଆତ୍ମସାତ୍ କରିବାର ଉଦାହରଣମାନ ସ୍ଥଳେସ୍ଥଳେ ଦେଖାଯାଉଅଛି । ବିଗତ ସଂଖ୍ୟା ଗୁଣଦର୍ପଣରେ –ଙ୍କ ଲିଖିତ ଜାତୀୟସଙ୍ଗୀତ ଶୀର୍ଷକ ପଦ୍ୟଟି ଏହି ଶ୍ରେଣୀର ବୋଧ ହେଉଅଛି । ପ୍ରାୟ କେତେକ ବର୍ଷ ପୂର୍ବେ ସୁଲେଖକ ବାବୁ ଗୋପବନ୍ଧୁ ଦାଶ ଗୋଟିଏ ସୁନ୍ଦର ସଙ୍ଗୀତ ଲେଖିଥିଲେ । ପୂର୍ବୋକ୍ତ ପଦ୍ୟଟି ସେହି ସଙ୍ଗୀତର ବିରୂପୀକୃତ ଏବଂ ବିକଳାଙ୍ଗୀକୃତ ସଂସ୍କରଣ ବ୍ୟତୀତ ଆଉ କିଛି ନୁହେଁ । ଗୁଣଦର୍ପଣ-ସମ୍ପାଦକ ଏ ଶ୍ରେଣୀର ପଦ୍ୟକୁ କାହିଁକି ପତ୍ରସ୍ଥ କଲେ? କବିତା ତ ଦୂରର କଥା, ଏ ଭଲ ପଦ୍ୟ ସୁଦ୍ଧା ନୁହେଁ । –ଙ୍କର ଏପରି…

Read More

ଉପସ୍ଥିତ ସଭ୍ୟ ମହୋଦୟଗଣ,               ଏ ସଭାର ଅଥବା କୌଣସି ସଭାର ସଭାପତି ପଦ ସକାଶେ ମୁଁ ଆପଣାକୁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବିବେଚନା କରେ । ସଭାପତିର ଗୁଣମାନଙ୍କ ମଧ୍ୟରେ ବାକ୍ ପଟୁତା ଅପରିହାର୍ଯ୍ୟ ରୂପେ ଆବଶ୍ୟକ; ଏହା ସର୍ବବାଦିସମ୍ମତ କଥା । ଦୀର୍ଘକାଳସ୍ଥାୟୀ ଶ୍ୱାସଯନ୍ତ୍ରସ୍ଥ ପୀଡ଼ା ହେତୁରୁ ଏହି ସଦ୍ ଗୁଣ ଆୟତ୍ତ କରିବା ସକାଶେ ମୁଁ କେବେ ଚେଷ୍ଟା କରିନାହିଁ । ପୁଣି ବୟୋବୃଦ୍ଧି ସହିତ ସେ ପୀଡ଼ା ବର୍ଦ୍ଧିତ ହୋଇ ମୋତେ ନିତାନ୍ତ ଅକର୍ମଣ୍ୟ କରିଅଛି । ବିଶେଷତଃ ଏ ସଭାର ଇତିହାସ ଏବଂ ଅନୁଷ୍ଠାନାଦି ସମ୍ବନ୍ଧରେ ମୋହର ଜ୍ଞାନ ନିତାନ୍ତ ସୀମାବଦ୍ଧ । ଏହି କାରଣରୁ ସଭାପତିର ଆସନ ଗ୍ରହଣ କରିବା ସକାଶେ ମୁଁ ପୁନଃ ପୁନଃ ଅନିଚ୍ଛା ପ୍ରକାଶ କରିଥିଲି । କେବଳ ସ୍ଥୂଳ ଭାବରେ ମୋହର ମନ୍ତବ୍ୟ ମୁଁ ଲିପିବଦ୍ଧ କରିବି ଏବଂ ତାହା ଅପରକର୍ତ୍ତୃକ ସଭାରେ ପଠିତ ହେବ, ଏହି…

Read More

(ମୋର ପଞ୍ଚଦଶ ବର୍ଷ ବୟସରେ ପରମାରାଧ୍ୟ ପିତୃଦେବ ପାର୍ବତୀ କାବ୍ୟ ରଚନା କରିଥିଲେ । କଠୋର ଦୁର୍ବିପାକ ବଶରୁ ସେହି ସମୟରେ ମୋହର ପୀଡ଼ା ବଳବତର ହୋଇଥିଲା । ସେହି ଦୁଃଖ ତାହାଙ୍କୁ ପାର୍ବତୀ ରଚନାରୁ ବିରତ କରିଥିବା ବିଷୟ ସ୍ଥାନାନ୍ତରରେ କଥିତ ହୋଇଥିଲା । ଯେତିକି କବିତାକାରରେ ଥିଲା ତାହା ପୂର୍ବରୁ ମୁଦ୍ରିତ ହୋଇଅଛି । ସେହି ଦୁଃଖକୁ ସ୍ମରଣୀୟ କରିବା ପାଇଁ ପାର୍ବତୀକୁ ଅସମ୍ପୂର୍ଣ୍ଣ ରଖିଥିଲେ ହେଁ ଏହାର ଉତ୍ତରାର୍ଦ୍ଧ ଗଦ୍ୟାକାରରେ ଲେଖି ରଖିଥିଲେ । ତାହାଙ୍କର ସ୍ୱର୍ଗାରୋହଣ ପୂର୍ବରୁ ଉତ୍କଳର ବହୁସଂଖ୍ୟକ ବନ୍ଧୁଙ୍କ ଅନୁରୋଧ କ୍ରମେ ତାହାକୁ କବିତାକାରରେ ସାଙ୍ଗ କରିବାର ଅଭିଳାଷ ଥିଲା । ମାତ୍ର ଦାରୁଣ ବିଧି ବାମ ହେବାରୁ ତାଙ୍କର ସେ ଅଭିଳାଷ ପୂର୍ଣ୍ଣ ହୋଇପାରିଲା ନାହିଁ । ସେହି ଗଦ୍ୟକାବ୍ୟାଂଶ ବର୍ତ୍ତମାନ ଅବିକଳ ପ୍ରଦତ୍ତ ହେଲା । – ଶ୍ରୀ ଶଶିଭୂଷଣ ରାୟ) ହେମପୁର ରାଜକନ୍ୟା ଅନ୍ନପୂର୍ଣ୍ଣା ପାର୍ବତୀଙ୍କୁ କହିଲେ,…

Read More

ଉପକ୍ରମଣିକା ଇଉରୋପ ମହାଖଣ୍ଡରେ ଅଲ୍‌ପସ୍ ନାମକ ଏକ ଦୀର୍ଘ ଉଚ୍ଚ ପର୍ବତ ଅଛି । ସେହି ଗିରିର ଉଚ୍ଚ ଶୃଙ୍ଗମାନ ସବୁବେଳେ ତୁଷାରରେ ଘୋଡ଼ାଇ ହୋଇଥାନ୍ତି । ତଳଭାଗର ଚାରିଆଡ଼େ ନିବିଡ଼ ବନ । କୌଣସି କୌଣସି ସ୍ଥାନରେ ବିସ୍ତୃତ ତୃଣପୂର୍ଣ୍ଣ ପଦା ଅଛି । ରଖୁଆଳମାନେ ମେଣ୍ଢା ଚରାଇବା ନିମନ୍ତେ ପର୍ବତରେ କୁଟୀର ବନାଇ ରହନ୍ତି । କେବେ କେବେ ଘୋର ଝଡ଼ ହୁଏ । ବଡ଼ ବଡ଼ ଗଛମାନ ପ୍ରଚଣ୍ଡ ପବନ ବେଗରେ ମହୀରେ ଶୁଅନ୍ତି । ଚାରିଆଡ଼େ ତୁଷାର ବୃଷ୍ଟି ହୁଏ । ଆକାଶ ଅନ୍ଧାର ହୋଇଯାଏ । ପଥିକମାନେ ଏପରି ଝଟକାରେ ପଡ଼ିଲେ ସେମାନଙ୍କର ମୃତ୍ୟୁରୁ ରକ୍ଷା ପାଇବା କଠିନ ହୁଅଇ । ଦିନେ ସକାଳେ ଉକ୍ତ ଗିରିରହଣୀ ଜଣେ ମେଷ ରଖୁଆଳ ଚାରିଜଣ ଅତିଥି ସ‌ହିତ ଆପଣା କୁଟୀର ମଧ୍ୟରେ ବସି କଥାବାର୍ତ୍ତା କରୁଥିଲେ । ପ୍ରବଳ ବାୟୁ ଯୋଗୁ ଗୃହରୁ ବାହାର ହେବା…

Read More

ଭବପୁରେ ଥିଲେ ମହାଧନୀ ନରଦାସେ, ବନ୍ଧୁଗଣ ବେଢି ରହିଥିଲେ ଚଉପାଶେ, ସବୁବନ୍ଧୁ ମଧ୍ୟେ ବଡ ଥିଲେ ତିନିମିତ, ତିନିଙ୍କର ନାମ କର୍ମରୁ ହେବ ବିଦିତ, ତିନିବନ୍ଧୁ ମଧ୍ୟେ ଏକ ଥିଲେ ପ୍ରିୟତମ, ଦ୍ୱିତୀୟଙ୍କଠାରେ ମମତା ଥିଲା ମଧ୍ୟମ, ତୃତୀୟଙ୍କଠାରେ ଉଦାସୀନ ଦାସେ ଅତି, ସେ ତୃତୀୟ ପୁଣି ଅତି ଅପ୍ରଗଳଭ ମତି, ସେବନ୍ତି ଦାସଙ୍କୁ ନୀରବେ ଗହଣେ ଥାଇ, ନିଜ ସ୍ନେହ କେବେ ଦେଖାଇ ହୁଅନ୍ତି ନାହିଁ ଦେଖାଇ ହେବାର ଠାବ ସିନା ଭବପୁର ଦେଖାଇ ହୁଏ ଯେ ସେହି ସିନା ବାହାଦୂର ମିତ ଥିଲେ ଯେଣୁ ଏ ମହାଗୁଣେ ବଞ୍ଚିତ, ବାହାବା ନେବକୁ ହେଉଥିଲେ ବଡ ଭୀତ, ଆଗଭରି ଆସି କହନ୍ତି ନାହିଁ ସେ କଥା, ଆଗଭରି ଆସି ନୁଆନ୍ତି ନାହିଁ ସେ ମଥା, ଚାଟୁକାର ପଣେ ଅପଟୁ ଥିବାରୁ ସେହି, ଦାସେ ତାଙ୍କଠାରେ ନ ଥିଲେ ନିରତେ ସ୍ନେହୀ, କେବେ ହେଲେ ତାଙ୍କୁ ସ୍ମରନ୍ତି ନାହିଁ ସରାଗେ, ସ୍ମରି,…

Read More

ପ୍ରଭାତିଲା ବିଭାବରୀ, ହସିଲେ ଉଜ୍ଜ୍ୱଳେ, ପଙ୍କଜବରଣୀ ଉଷା ଉଦୟ ଅଚଳେ । ନବୋଦିତ ଦିନମଣି ଆରକ୍ତକିରଣ, କାଞ୍ଚନ-ଶିବିର-ଚୂଡ଼ା ଚୂମ୍ବିଲା ବ‌ହନ । ଝର ଝର ଝରେ ନିଶିପତିତ ତୁଷାର, ଦୁଇ ଦଳେ ରଣସଜ୍ଜା କଲେ ଯେ ଯାହାର । ବାଜିଲା ବିବିଧ ବାଦ୍ୟ, ମାତି ବୀରରସେ, ଆୟୁଧ ଆସ୍ଫାଳି ବୀରେ ଧାଇଁଲେ ସାହସେ । ବୀରମଦେ କେହି ବୀର କାର୍ମୁକ ଟଙ୍କାରେ, କେ ଅବା ଆସ୍ଫାଳି ଆସି ଭୀଷଣ ହୁଙ୍କାରେ । ଦୋଳେ ଝକ ଝକ ପୃଷ୍ଠେ ଫଳକ ବର୍ତ୍ତୁଳ, କେ ଅବା ଉନ୍ମାଦ ଶୂନ୍ୟେ ଭୁଷଇ ତ୍ରିଶୂଳ । ଭାବି ପ୍ରତିପକ୍ଷ ବକ୍ଷ ଲକ୍ଷି କେହି ବୀର, ଧାଆନ୍ତେ କବଚେ ବାଜି ବାଜଇ ତୂଣୀର । ଗମ୍ଭୀର ସମର ବାଦ୍ୟ, ଅସ୍ତ୍ରର ଝନ୍ ଝନି, ସିଂହନାଦ ଶଙ୍ଖନାଦ ବ୍ୟାପଇ ଅବନୀ । ପ୍ରଚଣ୍ଡ ପାଣ୍ଡବ-ଯୋଧେ ଆୟୁଧ ଭାସ୍ୱର, ଧରି କ୍ରୋଧେ ମହାଯୁଦ୍ଧେ ଧାଇଁଲେ ସତ୍ୱର । ଯେସନେ ଭୀଷଣ‌ଘୋଷୀ ପଶ୍ଚିମ ଅନିଳ- ଆଘାତେ ସଂଘାତେ…

Read More

ନୀଳାଚଳେ ଆଜ ଦୋଳ ମହୋତ୍ସବେ ମତ୍ତ ସର୍ବେ ପୁରବାସୀ ବାଦିତ୍ର-ଶବଦ ହେଳେ ପଳାଉଛି ସିନ୍ଧୁ କୋଳାହଳ ଗ୍ରାସି । ଶ୍ରୀଖଣ୍ଡ-ଶଇଳୁ ମୃଦୁଳେ ସମୀର ପାରାବାର ବକ୍ଷେ ବ‌ହି ଶ୍ରୀକ୍ଷେତ୍ର ଲଳନା କପୋଳେ ଅଳକ କମ୍ପାଉଛି ରହି ରହି । ଉଡ଼ୁଛନ୍ତି ସୌର- କରେ ପ୍ରଜାପତି ସାତ ଇନ୍ଦ୍ରଧନୁ-ବର୍ଣ୍ଣେ, ଉଡ଼ୁ ଉଡ଼ୁ ଥରେ ବସି ପଡ଼ୁଛନ୍ତି କେବେ ପୁଷ୍ପେ କେବେ ପର୍ଣ୍ଣେ । ଭରତିଆ ନିଜ ପ୍ରିୟା ସଙ୍ଗେ ନାଟ୍ୟ ତରଙ୍ଗେ ମଗ୍ନ ନାଟୁଆ, ଇନ୍ଦ୍ରଧନୁ ଖଣ୍ଡ ପ୍ରାୟେ ଖଣ୍ଡିଉଡ଼ା ଦେଇ ବୁଲେ ବାଲିଶୁଆ । ସ୍କନ୍ଧରୁ ପୁଷ୍ପିତ ଛୁରିଅନା ଗନ୍ଧେ ବାସିତ ଉଦ୍ୟାନମାନ, ଉଡ଼ୁଛନ୍ତି ଯଥେ ଯୁଥେ ମଧୁକର ସୌରଭେ ହୋଇ ଅଜ୍ଞାନ । ସ୍ୱର୍ଣ୍ଣଦୀ-ନଳିନୀ ପ୍ରାୟେ ନୀଳାକାଶେ ଦୋଳଇ ରଙ୍ଗ ଶାଳ୍ମଳୀ, ନିଚୂଳ କିଂଶୁକ କୁସୁମ ମଣ୍ଡନେ ସିନ୍ଦୁରିତ ବନସ୍ଥଳୀ । କରୁଛନ୍ତି ରାଜ୍ୟେ ଧରା ଧାମେ ଆଜ ରତି ସଙ୍ଗେ ରତି ପତି, ଟେକିଅଛି ନାଗ କେଶର ବେନିଙ୍କ ଶୁରେ ହେମ ପୁଷ୍ପ-ଛତି । ବର୍ଣ୍ଣ ଅନୁରୂପେ ବନ୍ଦୀ ବେନିଙ୍କର ହଳଦୀବସନ୍ତ ପିକ, ପଥିକମାନସେ ଭୀତି ଆଣିବାକୁ କେ ଊଣା କେ ବା…

Read More

କେ ତୋ ସମ ବଳୀ କ‌ହ ସମୀର ? ଅସୀମ ଅନନ୍ତ ତୋହ ଶରୀର, କେତେ ଭଙ୍ଗି କରି  କେତେ ଆଡ଼ ଚରି ନ ହୁଅଇ କ୍ଳାନ୍ତ, ନିତ୍ୟ ଅସ୍ଥିର ଅଟୁ ତୁ, ତୋ ଗୁଣ ବଳଇ ଗିର ।୧। ଶରୀରୀ ଜୀବର ଜୀବ ଧାରଣ, ତୋ ଯୋଗୁ ହୁଅଇ ହେ ସମୀରଣ, ସ୍ଥଳଚର ସ୍ଥଳେ  ମୀନ ଆଦି ଜଳେ ତୋ ପ୍ରଭାବେ ନଭ ଖଗ ଚେତନ ତୋ ବିନୁ ସମସ୍ତେ ହେବେ ନିଧନ ।୨। କେ କ‌ହିବ କେତେ ତୋହୋ ବୟସ ? ନରବର-କୀର୍ତ୍ତି ନର-ପୌରୁଷ, ଦେଖାଇ ଜଗତେ  ରାଜଧାନୀ କେତେ ଲୋପିଲେ ହୋଇଣ କାଳର ବଶ, ମାତ୍ର ତୋ ଦେହେ ଯୌବନ ରଭସ ।୩। (ରଭସ – ସମ୍ଭୋଗ) ଆଦି ସୃଷ୍ଟି କାଳେ ଈଶ ଆଦେଶେ ଅବତୀର୍ଣ୍ଣ ହୋଇ ଅମ୍ବର ଦେଶେ ହେମ ଘନାସନେ  ବସି ସୁରଗଣେ କ୍ଷେପିଲେ କୁସୁମ ଅବନୀ-କେଶେ, ବାସିଲା ତୋ ତନୁ ତ‌ହୁଁ ବିଶେଷେ ।୪। ଅଗ୍ରତେ ଯେ ଫୁଲ ଚାରୁ ବିକସି…

Read More