Author: ମଧୁସୂଦନ ରାଓ

ଗୋଟିଏ ସାଧବଟିଏ ଯେ ତାହାର ସାତ ଝିଅ । ଦିନେ ଜ‌ହ୍ନ ପଡ଼ିଚି, ସାତ ଭଉଣୀଯାକ ଅଗଣାରେ ଖେଳୁଛନ୍ତି, ବିଚାର କଲେ ଜ‌ହ୍ନ କୋଉଠି ଛିଡ଼ିଚି ଚାଲ ଯିବା ଦେଖିବା । ସାତ ଭଉଣୀଯାକ ଗଲେ, ଯାଇଁ ଗୋଟିଏ ବୁଢ଼ୀଅସୁରୁଣୀ ଦୁଆରେ ଜ‌ହ୍ନ ଛିଡ଼ିବାର ଦେଖିଲେ, ସେଇଠି ରାତି ପାହିଲା । ଦେଖିଲେ ବୁଢ଼ୀଅସୁରୁଣୀ ଧାନ ଉସାଉଚି ଗୋଟାଏ ଗୋଡ଼ ଚୁଲିରେ ମୁହାଇ ଦେଇଚି ଆଉ ଗୋଟାଏ ଗୋଡ଼ ୟାଡ଼କୁ ଲମ୍ବାଇ ଦେଇଚି । ବୁଢ଼ୀଅସୁରୁଣୀ ଏମାନଙ୍କୁ ଦେଖିଲାକ୍ଷଣି କ‌ହିଲା, ଆସଲୋ ପିଲାମାନେ, କୁଆଡ଼େ ଯାଉଚ, ଏଇଠି ବସ, ଖେଳ, ପିଲାମାନେ କ‌ହିଲେ ନାହିଁ ଆମେ ଜ‌ହ୍ନ କୋଉଠି ଛିଡ଼ିଚି ଦେଖିବାକୁ ଆସିଥିଲୁଁ, ଆମ ଘରକୁ ଆମେ ଫେରି ଯାଉଚୁଁ । ସେମାନଙ୍କୁ ଅଟକାଇବାକୁ ବୁଢ଼ୀଅସୁରୁଣୀ କେତେ ଫୁସୁଲାଇଲା, ଏମାନେ କେହି ରହିଲେ ନାହିଁ, ଚାଲିଆସିଲେ । କେତେକ୍ଷଣ ପରେ ବୁଢ଼ୀଅସୁରୁଣୀର ପିଲାମାନେ ଚରିବାକୁ ଯାଇଥିଲେ ଆସିଲେ । ବୁଢ଼ୀଅସୁରୁଣୀ କ‌ହିଲା…

Read More

ଗୋଟିଏ ରାଜାଟିଏ, ତାର ଗୋଟିଏ ଚମ୍ପାଦେଈ ନାମରେ ଝିଅ, ଝିଅଟି ବଡ଼ ହେବାରୁ ତା ପାଇଁ ବରଘର ଲାଗିଲା । ବରର ନାମ ଷୋଳଶିଂଘା ମହାରାଜା । ରଜା ଝିଅତ; ସେ କଣ ଜାଣନ୍ତି । ଝିଅ ମନେ ୨ କଲା ସେ ବରର ଷୋଳଟା ଶିଙ୍ଘ । ମନେ ମନେ ବଡ଼ ଭାବନାରେ ଥାଏ, ବିଭାଘର ଦିନ ବର ଆସି ଅଧବାଟରେ ହେଲାଣି, ଚମ୍ପାଦେଈ ମନ ବଡ଼ ଛଟପଟ ହେଲା । ତାର ଗୋଟିଏ ସମ ବୟସ୍କ ଦାସୀ ଥିଲା, ତାର ନାମ ଚମ୍ପୀଗୋରୀ ତାକୁ କ‌ହିଲା ଯା ତୁ ବରକୁ ଦେଖି ଆସିବୁ ତା ଶିଙ୍ଘସବୁ କିପରି ? ଚମ୍ପାଗୋରୀ ବରକୁ ଦେଖି ଆସିଲା, ମିଛରେ ଆସି କ‌ହିଲା ଶିଙ୍ଘ ଗୁଡ଼ାକ କି ଅବର୍ଜିୟା ହେଇଚି, କେଉ ଶିଙ୍ଘରେ କନାଧଡ଼ି ଗୁଡ଼ିଆ ହୋଇଚି; କେଉଁ ଶିଙ୍ଘରେ ଅଡ଼ୁଆବାଳ ଗୁଡ଼ିଆ ହୋଇଚି କେଉଁ ଶିଙ୍ଘ ନଡ଼ ନଡ଼ ହେଉଛି; ଏହିପରି କ‌ହି…

Read More

ଗୋଟିଏ ମାଳିଟିଏ, ସେ ଭାରୀ ଦୁଃଖିଟିଏ । ଏ ମାଳିର ଦୁଇ ପୁଅ, ବଡ଼ପୁଅ ନାଁ ଶ୍ୱେତ, ସାନ ପୁଅ ନା ବସନ୍ତ । ଦୁଇ ଭାଇ ଏହିପରି ଦୁଃଖ ପାଇ ରହିଥାନ୍ତି, ମାଳି ତା ଭାରିଯା ଦୁହେଁଯାକ ମରିଗଲେ ଆଉତ କେହି ଆଶ୍ରା ନାହିଁ, ଏ ଦିହେଁ ଦାଦିଘରେ କାମ ଦାମ କରି ଚଳୁଥାନ୍ତି । ଦିନେ ଦାଦିର ସୁନା ମୁଦି ଚୋରିଗଲା, ଦାଦି ଏ ଦୁହିଁକି ଧରିଲା । ଏ ଦୁହେଁ କହିଲେ ଆମେ ନେଇ ନାହୁଁ । ଦାଦି ଏମାନଙ୍କ କଥା ସତ ନ କରି ଏ ଦୁହିଁକି ତଡ଼ିଦେଲା । ଏ ଦୁହେଁ କାନ୍ଦି ବୋବେଇ ଘରୁ ବାହାରି ଗଲେ, ଯାଇଁ ଗୋଟାଏ ବନସ୍ତରେ ପହଞ୍ଚିଲେ । ସେ ବନସ୍ତରେ ଗୋଟିଏ ଶୁଆଟିଏ ଗୋଟିଏ ସାରୀଟିଏ ଗଛରେ ବସି କ‌ହି ହେଉଚନ୍ତି-ଶୁଆ କହୁଚି ମତେ ଯେ ଧରିବ ସେ ରଜାହେବ, ସାରୀ କହୁଛି ମତେ ଯେ…

Read More

ଗୋଟିଏ ସାଧବଟିଏ ଯେ ତାର ସାତ ପୁଅ ସାତ ବୋହୂ । ସବା ସାନ ବୋହୂଟିକି କେହି ଦେଖିପାରନ୍ତି ନାହିଁ । ଏକା ସ୍ୱାମୀଟି ଭାରୀ ଦେଖିପାରେ । ସମସ୍ତେ ସକାଳୁ ଗାଧୋଇ ପାଧୋଇ ଆସନ୍ତି, ସାନ ବୋହୂଟି ଅଢ଼େଇ ପ‌ହରେ ଗାଧୋଇ ଯାଏ । ଗାଧୋଇ ଆସେ, ସେଠାରେ ଠାକୁର ଥାଆନ୍ତି ନଈପାଖେ,ସାନବୋହୂ ଦିଅଙ୍କଠାରେ ଦଣ୍ତବତ କରେ, କ‌ହେ “ଶ‌ଶୂର ହୋଇବେ ଗାଁ ରାଜନ ଲୋ ଶାଶୁ ହୋଇଥିବେ ରାଣୀ, ଛ ଦେଢ଼ସୁର ଛ ସାଆନ୍ତ ଲୋ ଛଅ ଯାଆ ସାଆନ୍ତାଣୀ, ମୋ ଗିରସ୍ତ ହେବ କନ‌କରାଜନ ମୁଁ ହେବି ପାଟରାଣୀ । ପୁଅ ବେଇଥିବି ରାଜକୁମର ଲୋ, ପୋଥି ଧରି ଗୀତ ଗାଇବ, ଦ୍ୱାରେ ଲଗାଇବି ସୁନାଟଭା ଗଛ ନ‌ଗୀ ଧରି ଫୁଲ ତୋଳିବ । ଦିଅଁ ହୋଇବ ? ଦିଅଁ କ‌ହନ୍ତି ହଁ ହୋଇବ । ଏପରି ସବୁଦିନେ କ‌ହେ, ଦିଅଁ କ‌ହନ୍ତି ହଁ ହୋଇବ । ଦିନ‌କର…

Read More

କଥାଟିଏ କ‌ହୁଁ କଥାଟିଏ କ‌ହୁ । କିସ୍ କ‌ଥା ? ବେଙ୍ଗୂଲି କଥା । କିସ୍ ବେଙ୍ଗୁଲି ? କାଠ ବେଙ୍ଗୁଲି । କିସ୍ କାଠ ? ତେଲି ମାଠ । କିସ୍ ତେଲି ? ଘଣା ପେଲି । କିସ୍ ଘଣା ? ଆଖୁ ଘଣା । କିସ୍ ଆଖୁ ? କନ୍ତାରି ଆଖୁ । କିସ୍ କନ୍ତାରି ? ବୁଢ଼ୀ ମନ୍ଥରୀ । କିସ୍ ବୁଢ଼ୀ ? ଶୁକଳ ବୁଢ଼ୀ । କିସ୍ ଶୁକଳ ? ହାତୀ ଶୁକଳ । କିସ୍ ହାତୀ ? ରାଜାଙ୍କ ହାତୀ । କିସ୍ ରଜା ? ଖଣ୍ତ ଖଜା । କିସ୍ ଖଣ୍ତ ? ମିରିଗ୍ ଲଣ୍ତ । କିସ୍ ମିରିଗ୍ ? ଝାଡ଼ ମିରିଗ୍ । କିସ୍ ଝାଡ଼ ? କଣ୍ଟା ଝାଡ଼ । କିସ୍ କଣ୍ଟା ? କାନ‌କୋଳି କଣ୍ଟା । ଯ‌ହିଁ ଲାଗିଥାଏ ଝଟାପଟା ।

Read More

ସ୍ୱରବର୍ଣ୍ଣ ଅ ଆ ଇ ଈ ଉ ଊ ଋ ଌ ଏ ଐ ଓ ଔ ପରୀକ୍ଷା ଅ ଏ ଋ ଇ ଓ ଌ ଐ ଊ ଔ ଆ ଉ ଈ ବ୍ୟଞ୍ଜନବର୍ଣ୍ଣ। କ ଖ ଗ ଘ ଙ ଚ ଛ ଜ ଝ ଞ ଟ ଠ ଡ ଢ ଣ ତ ଥ ଦ ଧ ନ ପ ଫ ବ ଭ ମ ଯ ର ଳ ବ ଶ ଷ ସ ହ ଡ଼ ଢ଼ ୟ ଲ ଂ ଃ ଁଁ ପରୀକ୍ଷା । କ ଚ ଟ ତ ପ ଫ ଥ ଠ ଛ ଖ ଗ ଜ ଡ ଦ ବ ଭ ଧ ଢ ଝ ଘ ଙ ଞ ଣ ନ ମ ଯ ଶ ର ସ ଢ଼ ହ…

Read More