ଜଟାଧର ପ୍ରଥମ ଥର ପାଇଁ ସହରକୁ ଆସି ଥାଆନ୍ତି । ରହିବା ପାଇଁ ସେ ଧର୍ମଶାଳାକୁ ଗଲେ । ସେଠାରୁ ହୋହଲ୍ଲା ଶୁଭୁଥାଏ । କିଛି ଲୋକ ତାସ୍ ଖେଳୁଥାନ୍ତି । ଆଉ କିଛି ଲୋକ ମଦ୍ୟପାନ କରୁଥାନ୍ତି । ସେ ବିସ୍ମିତ ହୋଇ ଭାବିଲେ ଯେ, ଏହା ‘ଧର୍ମଶାଳା, ନା ମଦ୍ୟପଙ୍କର ଏକ ଆଡ୍ଡାସ୍ଥଳୀ ।’ ଏହି ସମୟରେ କିଏ ଜଣେ ଚିତ୍କାର କଲା, “ଆରେ, ମହାବୀର ଆସିଗଲା ।” ବାସ୍, ତା’ପରେ ସବୁ ମଦୁଆ, ଜୁଆଡୀ ଯିଏ ଯୁଆଡେ ପାରିଲେ ଧାଇଁ ପଳେଇଲେ । ଏତିକିବେଳେ ବିପରୀତ ଦିଗରେ ବନ୍ଦଥିବା ଏକ କବାଟକୁ କିଏ ଜଣେ ଜୋର୍ରେ ଲାତ ମାରିଲା, ଫଳରେ ସେ କବାଟ ଭାଙ୍ଗି ତଳେ ପଡିଗଲା ।ଏଣେ ଜଟାଧର ସ୍ତବ୍ଧ ହୋଇ ଏସବୁ ଦେଖୁଥାନ୍ତି । ଦେଖିଲେ ଛଫୁଟ ଲମ୍ବା, ହୃଷ୍ଟପୃଷ୍ଟ ଚେହେରାର ଜଣେ ଲୋକ ଆସି ସେଠାରେ ଠିଆ ହେଲା । ତା’ର ମୋଟା…
Author: Liza S
ପୁରୋହିତ କାମଦେବ କାଶୀପୁର ଗ୍ରାମନିବାସୀ ଅଟନ୍ତି । ସେ ଦୁଇଟି କନ୍ୟା ସନ୍ତାନର ଜନକ ହୋଇଥିବାରୁ, ପୁତ୍ରର ଅଭାବ ଜନିତ ଦୁଃଖ ତାଙ୍କୁ ସବୁବେଳେ ଘାରୁଥାଏ ।ଥରେ ନିକଟସ୍ଥ କୋଦଣ୍ଡପୁର ଗ୍ରାମର ପୁରୋହିତ ବାମଦେବ ତାଙ୍କ ଗ୍ରାମକୁ ଏକ ବିବାହ-ଉତ୍ସବ ଅବସରରେ ଆସିଥାନ୍ତି । ସେ କାମଦେବଙ୍କ ଘରେ ଅବସ୍ଥାନ କରୁଥାନ୍ତି । କାମଦେବ ସେହି ସମୟରେ ନିଜ ମନର ଦୁଃଖ ତାଙ୍କ ଆଗରେ ପ୍ରକାଶ କଲେ । ବାମଦେବ ତାଙ୍କୁ ଏକ ପରାମର୍ଶ ଦେଇ କହିଲେ, “ଆମ ଗ୍ରାମର ଗ୍ରାମଦେବୀ ହେଉଛନ୍ତି ମା’ ଅମ୍ବିକା । ଉତ୍ସବ ସମୟରେ ତାଙ୍କ ମନ୍ଦିର ସମ୍ମୁଖସ୍ଥ ଅଗ୍ନିକୁଣ୍ଡ ଉପରେ, ମଥାରେ ପୂଜାକଳସୀ ରଖି, ପାଦରେ ଚାଲିଚାଲି ଯାଇ ଯିଏବି ତାଙ୍କର ଦର୍ଶନ କରିବ, ଦେବୀ ତାଙ୍କୁ ମନୋବଂଛିତ ସନ୍ତାନ ପ୍ରଦାନ କରନ୍ତି । ଏଥିପାଇଁ ପ୍ରଥମେ ମନ୍ଦିରର ପୂଜକଙ୍କଠାରୁ ଅନୁମତି ପାଇବା ଦରକାର । ଅବଶ୍ୟ ଦେବୀଙ୍କର ପ୍ରକୃତ ଭକ୍ତ ହୋଇଥିଲେ, ଯେ…
ହେମନ୍ତପୁର ରାଜ୍ୟର କୋଷାଧ୍ୟକ୍ଷ ବୀରଭଦ୍ରଙ୍କ ବିରୁଦ୍ଧରେ ରାଜା ଅନେକ ଚିଠି ପାଇଲେ ଓ ଲୋକମାନେ ମଧ୍ୟ କହିଲେ କି ସେ ମିଛ ଦଲିଲ୍ ଲେଖି ଟଙ୍କା ଖାଆନ୍ତି ତେଣୁ ସେ ଭ୍ରଷ୍ଟାଚାରୀ ।ଦିନେ ରାଜା ତାଙ୍କୁ ଡାକି ପଠାଇଲେ । ଅନ୍ୟମାନେ ଭାବିଲେ ଯେ ବୋଧହୁଏ ଏଥର ତାଙ୍କୁ ତାଙ୍କ ପଦବୀରୁ ବାହାର କରିଦିଆଯିବ । କିନ୍ତୁ ରାଜା ତାଙ୍କୁ ସାବଧାନ କରାଇ ଦେଇ କହିଲେ, “ପୁନର୍ବାର ଯେପରି ମିଛସତ ନ ଲେଖିବ–ଲେଖିଲେ ତୁମକୁ ଆଉ କ୍ଷମା କରାଯିବ ନାହିଁ ।” ଲୋକମାନେ ଜାଣନ୍ତି ରାଜା ଭ୍ରଷ୍ଟାଚାରଙ୍କ ପାଇଁ କଡା ଦଣ୍ଡ ଦିଅନ୍ତି । କିନ୍ତୁ ରାଜା କିପରି ବୀରଭଦ୍ରଙ୍କୁ କ୍ଷମା କଲେ? ଏପରି ସନ୍ଦେହ ଲୋକଙ୍କ ମନରେ ଆସିଲା ପୁଣି ମହାରାଣୀଙ୍କ ମନରେ ମଧ୍ୟ ତାହା ଆସିବାରୁ ସେ ସିଧା ରାଜାଙ୍କୁ ଏହାର କାରଣ ପଚାରିଲେ । ଏକଥା ଶୁଣି ରାଜା ହସିହସି କହିଲେ, “ବୀରଭଦ୍ର ଦୁଇଟି ଝିଅଙ୍କୁ ବିବାହ…
ନିଶା ଗରଜୁଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମୃଦୁମୃଦୁ ବର୍ଷା ବି ହେଉଥାଏ । ବଣବୁଦା ଭିତରୁ ଭାସିଆସୁଥିବା ସାଇଁ ସାଇଁ ଶବ୍ଦ ତଥା ଶ୍ୱାନ ଶ୍ୱାପଦଙ୍କ ରଡି ସାଙ୍ଗକୁ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶି ଯାଉଥାଏ ।କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଗଲେ ଏବଂ ବୃକ୍ଷାରୋହଣ ପୂର୍ବକ ଶବଟିକୁ ଉତାରି ଆଣିଲେ । ତେବେ, ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜନ୍! ରାତ୍ରିର ଏହି ପ୍ରହର ତୁମେ ଶୟନ-କକ୍ଷରେ ଶୋଇରହି ସୁନ୍ଦର ସ୍ୱପ୍ନ ଦେଖିବାର ସମୟ । କିନ୍ତୁ ତୁମେ ଏକ ଶ୍ମଶାନ ରକ୍ଷକ ସଦୃଶ ଏଠାରେ ବିଚରଣ କରୁଛ । ତୁମର ଏହି…
ବହୁଦିନ ତଳର କଥା । ପର୍ସିଆର ଗୋଟିଏ ଗ୍ରାମରେ ଜଣେ ଫକୀର ରହୁଥିଲେ । ତାଙ୍କର ଶାରିରୀକ ଗଠନ ସୁସ୍ଥ ଓ ବଳିଷ୍ଠ ଥିଲା । କିନ୍ତୁ ସେ ବୁଦ୍ଧିହୀନ, ମୂର୍ଖ ଥିଲେ । ଡଉଲ ଡାଉଲ ଚେହେରା, ମଜଭୁତ ହାତଗୋଡ ଥାଇ ମଧ୍ୟ, ପରିଶ୍ରମ କରି ପେଟ ପୋଷିବା ପାଇଁ ତାଙ୍କର ଇଚ୍ଛା ନ ଥିଲା । ଏଣୁ ଗୁଜୁରାଣ ମେଂଟାଇବା ପାଇଁ ସେ ଭିକ୍ଷା-ବୃତିକୁ ଆଦରି ନେଇଥାନ୍ତି । ଗୋଟିଏ ବର୍ଷ ସେହି ଗ୍ରାମରେ ଭୟଙ୍କର ମରୁଡି ପଡିଲା । ଗ୍ରାମବାସୀମାନଙ୍କର ଭିକ୍ଷା ଦେବାପରି ସାମର୍ଥ୍ୟ ରହିଲା ନାହିଁ । ଫକୀର ବୁଝିପାରିଲେ ଯେ, ଏହି ଗ୍ରାମରେ ଭିକ୍ଷାବୃତି ଅବଲମ୍ବନ କରି, ତାଙ୍କର ଜୀବନ-ନିର୍ବାହ ଆଉ ହୋଇପାରିବ ନାହିଁ । ତେଣୁ ପରଦିନ ସକାଳେ ସେ ଅନ୍ୟ ଏକ ଗ୍ରାମ ଅଭିମୁଖେ ବାହାରି ପଡିଲେ । ପଥରେ ଏକ ଜଙ୍ଗଲ ପଡିଲା । ଜଙ୍ଗଲ ଅତିକ୍ରମ କରିବା ସମୟରେ,…
ସୁରଜ କିଛି ରୋଜଗାର ଆଶାରେ ସହର ବାହାରିଥିଲେ । ପତ୍ନୀ, ପଥରେ ଭୋଜନ କରିବା ପାଇଁ କିଛି ଖାଦ୍ୟ ଏକ ପୁଟୁଳା କରି ଦେଇଥାନ୍ତି । ଦୂରତା କମିଯିବା ଆଶାରେ, ସେ ଜଙ୍ଗଲ ମଝିରେ ଜଣେ ଯୁବକ ତାଙ୍କୁ ଅଟକେଇଲା ।ଚେହେରାରୁ, ସେ ଯୁବକ ଜଣକ ଉଚ୍ଚବଂଶଜ ମନେ ହେଉଥାନ୍ତି । ଖୁବ୍ ଦାମୀ ପୋଷାକ ସେ ପିନ୍ଧିଥାନ୍ତି । କିନ୍ତୁ ତାହା ଅପରିଷ୍କାର ହୋଇ ଯାଇଥାଏ । ସୁରଜଙ୍କୁ ଅଟକେଇ ପ୍ରଥମେ ସେ ଖାଇବା ପାଇଁ ମାଗିଲା । ସୁରଜ ତାଙ୍କ ଖାଦ୍ୟ ପୁଟୁଳିଟି ଦେବାପାଇଁ ଆଦୌ ପ୍ରସ୍ତୁତ ନ ଥିଲେ । କିନ୍ତୁ ବଳପ୍ରୟୋଗ କରି, ସେ ତାଙ୍କ ହାତରୁ ତାହା ଛଡାଇ ନେଇ ଖାଇବାରେ ଲାଗିଲା । ସୁରଜ, ନିଜ ପାଖରେ ଆଉ କିଛି ଖାଇବା ପାଇଁ ନାହିଁ କହି ଚିତ୍କାର କରି କାନ୍ଦିବାରେ ଲାଗିଥାନ୍ତି । କିନ୍ତୁ ଯୁବକ ଅତ୍ୟନ୍ତ ଭୋକିଲା ଥିବାରୁ, ତାଙ୍କ ଚିତ୍କାର…
ସୁବର୍ଣ୍ଣପୁରୀ ରାଜ୍ୟର ରାଜା ଧର୍ମବର୍ଦ୍ଧନଙ୍କର ଏକମାତ୍ର କନ୍ୟା ସନ୍ତାନ ସ୍ୱର୍ଣ୍ଣମୁଖୀ ଅତ୍ୟନ୍ତ ରୂପବତୀ ଓ ଗୁଣବତୀ ଥିଲେ । ତାଙ୍କୁ ପତ୍ନୀରୂପେ ପାଇବାକୁ ଅନେକ ଯୁବରାଜ ମନରେ ଆଶା ପୋଷଣ କରିବା ସମୟରେ, କୌଣ୍ଡିଲ୍ୟପୁରୀର ରାଜା ନିଜେ ବିବାହ କରିବା ପାଇଁ ପ୍ରସ୍ତାବ ପଠାଇଲେ । ଏବେ ତ ପୁଣି ବିବାହିତ ବୟସ ମଧ୍ୟ ବହୁତ । ସେ ଅବଶ୍ୟ ବଳଶାଳୀ ଥିଲେ ଓ ତାଙ୍କରାଜ୍ୟ ମଧ୍ୟ ଅନେକ ବଡ ଥିଲା ।ମାତ୍ର ଧର୍ମବର୍ଦ୍ଧନ ତାଙ୍କର ଏହି ପ୍ରସ୍ତାବକୁ ଆଦୌ ସ୍ୱୀକାର କଲେ ନାହିଁ । ସେହି ରାଜାଙ୍କ ନାମ ଥିଲା ସର୍ପଦଂଷ୍ଟ୍ର, ତାଙ୍କ ସ୍ୱଭାବ ମଧ୍ୟ ଠିକ୍ ସର୍ପ ପରି । ଅହଂକାର ଓ ଦୁଷ୍ଟବୁଦ୍ଧିରେ ସେ ପୂର୍ଣ୍ଣଥିଲେ । ଧର୍ମବର୍ଦ୍ଧନ ପ୍ରସ୍ତାବ ଅସ୍ୱୀକାର କରନ୍ତେ, ତାଙ୍କୁ ତାହା ବଡ ଅପମାନଜନକ ବୋଧହେଲା । ସେ ତୁରନ୍ତ ନିଜ ସୈନ୍ୟମାନଙ୍କୁ ନେଇ ସୁବର୍ଣ୍ଣପୁର ଆକ୍ରମଣ କଲେ ଓ ଜିତିଲେ ମଧ୍ୟ,…
କମଳା ତା’ପିଲାଦିନରୁ ମାତୃହୀନା । ପିତାଙ୍କର ବିଶେଷ ରୋଜଗାର ନ ଥିଲେ ମଧ୍ୟ ଅତି ଆଦରରେ ଝିଅ କମଳାକୁ ସେ ଉଭୟ ପିତାମାତାଙ୍କ ସ୍ନେହ ଦେଇ ଲାଳନ ପାଳନ କରିଥାନ୍ତି । ଭଗବାନ ଧନ ସମ୍ପତ୍ତି ନ ଦେଇଥିଲେ ମଧ୍ୟ କମଳାକୁ ଅଶେଷ ସୌନ୍ଦର୍ଯ୍ୟ ଧନରେ ଧନୀ କରିଥାନ୍ତି । ସମସ୍ତେ କମଳାଙ୍କର ସୁନ୍ଦର ରୂପର ଭୁରିଭୁରି ପ୍ରଶଂସା କରନ୍ତି । କମଳା ଧୀରେ ଧୀରେ ଜାଣିପାରିଲେ, ସେ ପ୍ରକୃତରେ ଅପୂର୍ବ ସୁନ୍ଦରୀ । ତେଣୁ ମନ ତାଙ୍କର ସ୍ୱପ୍ନଲୋକରେ ବିଚରଣ କରିବାରେ ଲାଗିଲା । କେଉଁ ଏକ ଜମିଦାର ବା ଧନୀକ ବ୍ୟକ୍ତି, ତାଙ୍କର ଏହି ସୁନ୍ଦର ରୂପ ପାଇଁ ତାଙ୍କୁ ବିବାହ କରିବେ ଓ ସେ ଖୁବ୍ ସମ୍ଭ୍ରାନ୍ତ ମହିଳା ଭାବେ ସୁଖୀ ଜୀବନ ବିତାଇବେ, ଏହି କଳ୍ପନାରେ ତାଙ୍କ ଦିନ କଟୁଥାଏ ।କମଳାଙ୍କ ବିବାହ ପାଇଁ ଅନେକ ପ୍ରସ୍ତାବ ଆସିଲା । କିନ୍ତୁ ସବୁ ପ୍ରସ୍ତାବ ମଧ୍ୟବିତ୍ତ…
ହନୁମାନ କଦଳୀବନରେ ଭୀମଙ୍କର ପଥ ଅବରୋଧ କରିବା ପାଇଁ ସ୍ଥିର କଲେ । ରକ୍ତବର୍ଣ୍ଣର ମୁଖମଣ୍ଡଳ, ଉଜ୍ଜ୍ୱଳ ଆଖି, ତପ୍ତ କଂଚନ ବର୍ଣ୍ଣର ଶରୀର, ବିଶାଳ ଭୂଜାଧାରୀ ବୀର ହନୁମାନ ପଥର ଏଧାରରୁ ସେ ଧାର ଯାଏଁ ବ୍ୟାପୀ ହୋଇ ଶୋଇ ରହିଥାନ୍ତି । ଭୀମ ତାଙ୍କୁ ଦେଖି ପାଖକୁ ଆସି, ପୁଣିଥରେ ସିଂହନାଦ କଲେ । ଭୀମଙ୍କର ନିଜ ବଳ ଓ ଶକ୍ତି ଉପରେ ପୂର୍ଣ୍ଣ ଭରସା ଥିବାରୁ, ସେ ହନୁମାନଙ୍କୁ ଦେଖି ଆଦୌ ଭୟଭୀତ ହେଲେ ନାହିଁ । ହନୁମାନ ଚକ୍ଷୁ ଉନ୍ମୀଳନ କରି ଅଳ୍ପ ହସି କହିଲେ, “ପୁତ୍ର, ମୁଁ ବୃଦ୍ଧ, ପୁଣି ଅସୁସ୍ଥ । କ୍ଳାନ୍ତି ବଶତଃ ଏଠାରେ ବିଶ୍ରାମ ନେଉଥିଲି । ତୁମେ ମୋର ନିଦ୍ରା କାହିଁକି ଭାଙ୍ଗିଲ ସେକଥା ମୁଁ ଜାଣି ପାରେ କି? ମୋ ପ୍ରତି ତ ତୁମର ଦୟା ଆସିବା ଉଚିତ୍ । ତୁମେ ମୋର ନିଦ୍ରା-ଭଗ୍ନ କରି କିଛିବି…
“ରୂପଧର ତାଙ୍କ ଲକ୍ଷ୍ୟରେ ସଫଳ ହେଲେ । ତାଙ୍କ ପତ୍ନୀଙ୍କୁ ବିବାହ କରିବା ଉଦ୍ଧେଶ୍ୟରେ ସେଠାରେ ଠୁଳ ହୋଇଥିବା, ଗ୍ରୀକ୍ର ସମସ୍ତ ରାଜକୁମାରଙ୍କୁ ସେ ଓ ତାଙ୍କ ପୁତ୍ର ଧୀରମତି ହତ୍ୟା କଲେ । ଏହି ସଫଳତା କେବଳ ତାଙ୍କର ଶକ୍ତି ସାମର୍ଥ୍ୟ ଉପରେ ଆଧାରିତ ନ ଥିଲା । ସେଦିନ ଦେବା-ଦେବୀ ମଧ୍ୟ ତାଙ୍କ ସପକ୍ଷରେ ଥିଲେ । କିନ୍ତୁ ଏତିକିରେ ତାଙ୍କ ସମସ୍ୟାର ଅନ୍ତ ଘଟି ନ ଥିଲା । ତାପରେ ପଢନ୍ତୁ ଏହି ସବୁ ଘଟଣା ଘଟୁଥିବା ସମୟରେ, ପଦ୍ମମୁଖୀ ତ ଶୋଇଥିଲେ । ବହୁକୀର୍ତ୍ତି ତାଙ୍କ ଶୟନାଗାରକୁ ଯାଇ ତାଙ୍କୁ ଉଠାଇ କହିଲେ, “ଉଠ, ଉଠ, ଶୋଇବାର ସମୟ ଇଏ ନୁହଁ, ତୁମର ପତି ଆସି ସବୁ ଦୁଷ୍ଟଙ୍କୁ ସଂହାର କରିସାରିଲେଣି । ତୁମର ସୁଖର ଦିନ ପୁଣି ଫେରି ଆସିଛି ।” ହଠାତ୍ ପଦ୍ମମୁଖୀ, ଶୁଣୁଥିବା ଏହିଭଳି କଥାକୁ ଆଦୌ ବିଶ୍ୱାସ କରି ପାରିଲେ…