Author: ଲକ୍ଷ୍ମୀକାନ୍ତ ମହାପାତ୍ର

ମୋର ସକଳ ଗର୍ବ ଚୂର୍ଣ୍ଣ କରିଛ, ସବୁ ତ ନେଇଛ ଛଡ଼ାଇ, ଆଶାର ତୁଙ୍ଗ ଶିଖରୁ ଖସାଇ ଧୂଳିରେ ଦେଇଛ ଗଡ଼ାଇ, ସବୁଥିରୁ କରି ନିଃସ୍ବ ଶିଖାଇ ଦେଇଛ ଆପଣାର ବୋଲି ମଣିବାକୁ ସାରା ବିଶ୍ବ; ଅଭାଗା ହାତରେ ଅମୂଲ୍ୟ ସମ୍ପଦ ଆପେ ଦେଇଅଛ ବଢ଼ାଇ । ଏ କି ପ୍ରେମ, ଏ କି ଛଳନା, ଏ କି ପରିହାସ ଅବା କଉତୁକ କରି ନ ପାରିଲି କଳନା; ସେଥିପାଇଁ ଯେବେ ଏତେ ଅନୁରାଗ ମିଳିଲା ନାହିଁ କି ଆଉ କିଛି ବାଗ, (ଏଣେ) ଛୁତି ଛଡ଼ା ହୋଇ ନାଟ ଦେଖୁଅଛ (ତେଣେ) ଲଗାଇ ଦେଇଛ ଲଢ଼ାଇ ।

Read More

ବନ୍ଦେ ଉତ୍କଳ ଜନନୀ ଚାରୁ ହାସମୟୀ ଚାରୁ ଭାଷମୟୀ, ଜନନୀ, ଜନନୀ, ଜନନୀ ବନ୍ଦେ ଉତ୍କଳ ଜନନୀ । ପୂତ-ପୟୋଧି-ବିଧୌତ-ଶରୀର, ତାଳତମାଳ-ସୁଶୋଭିତ-ତୀର, ଶୁଭ୍ରତଟିନୀକୂଳ-ଶୀକର-ସମୀର, ଜନନୀ, ଜନନୀ, ଜନନୀ, ବନ୍ଦେ ଉତ୍କଳ ଜନନୀ । ଘନ ଘନ ବନଭୂମି ରାଜିତଅଙ୍ଗେ, ନୀଳ ଭୂଧରମାଳା ସାଜେ ତରଙ୍ଗେ, କଳ କଳ ମୁଖରିତ ଚାରୁ ବିହଙ୍ଗେ, ଜନନୀ, ଜନନୀ, ଜନନୀ, ବନ୍ଦେ ଉତ୍କଳ ଜନନୀ । ସୁନ୍ଦରଶାଳି-ସୁଶୋଭିତ-କ୍ଷେତ୍ର, ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ର, ଯୋଗୀ ଋଷିଗଣ-ଊଟଜ-ପବିତ୍ର, ଜନନୀ, ଜନନୀ, ଜନନୀ, ବନ୍ଦେ ଉତ୍କଳ ଜନନୀ । ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା, ଚାରୁକଳାବଳି-ଶୋଭିତ-ବେଶା, ପୁଣ୍ୟ ତୀର୍ଥଚୟା-ପୂର୍ଣ୍ଣ-ପ୍ରଦେଶା ଜନନୀ, ଜନନୀ, ଜନନୀ, ବନ୍ଦେ ଉତ୍କଳ ଜନନୀ । ଉତ୍କଳ ସୁରବର-ଦର୍ପିତ-ଗେହା, ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା, ବିଶ୍ବଭୂମଣ୍ଡଳ-କୃତବର-ସ୍ନେହା, ଜନନୀ, ଜନନୀ, ଜନନୀ, ବନ୍ଦେ ଉତ୍କଳ ଜନନୀ । କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା, ଭୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା, ଧନ୍ୟେ, ପୁଣ୍ୟେ, ଚିର ଶରଣ୍ୟେ, ଜନନୀ, ଜନନୀ, ଜନନୀ, ବନ୍ଦେ ଉତ୍କଳ ଜନନୀ ।|

Read More

ପ୍ରାୟ ଫଗୁଣ ମାସ ଶେଷ ସରିକି, ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା । ଷାଠିଏ ବରଷର ବୁଢ଼ା, ଦାନ୍ତଗୁଡ଼ାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ତେଣିକି ଥାଉ, ଛାତି ବାଳଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି । ବୁଢ଼ା ମୁଣ୍ଡରେ ଗୋଟିଏ ଟୋକେଇ, ଧୂଳିରେ ଆଣ୍ଠୁଯାକେ ବୁଡ଼ିଛି, ଅଷ୍ଟାଙ୍ଗ ଶରୀର ଝାଳରେ ବୁଡ଼ି ଗୋଡ଼ ବାଟେ ବହି ଯାଉଛି । ଗାଁ ମୁଣ୍ଡରେ ଗୋଟିଏ ଘର । ପକ୍କା ପିଣ୍ଡା, ସାତଶେଣିଆ ଛପର, ଯାଉଁଳି କବାଟ । ବୁଢ଼ା ସେହି ପିଣ୍ଡାରେ ବୋଝଟି ଥୋଇ ଦେଇ, ନଥ୍‌ କରି ବସି ପଡ଼ିଲା । କିଛିକ୍ଷଣି ପରେ ସେ ଘରୁ ଗୋଟିଏ ଦାସୀ ବାହାରି ଆସିଲା । ଦାସୀ ବୁଢ଼ାକୁ ଚିହ୍ନେ । ପଚାରିଲା, କିହୋ ଶଙ୍ଖାରି ପୁଅ, ଶଙ୍ଖା ଆଣିଛ କି ? ବୁଢ଼ା ଉତ୍ତର କଲା, ହଁ । ପୁଣି କହିଲା, ଝିଅ ଟୋପାଏ ପାଣି ଦିଅନ୍ତୁ, ବୁଢ଼ାମଣିଷ,…

Read More

ଆ ଜହ୍ନମାମୁଁ ଓହ୍ଲେଇ ଆ’ ମୋ ଧନମଣିକି ଗେହ୍ଲେଇ ଯା, ଟିକାଟିଏ ଯା’ ଦେଇ, ମୁଣ୍ଡେ ଟିକା ନାଇ ଧନମଣି ମୋର ନାଚିବ ତା’-ଧେଇ-ଧେଇ । ଆ ଜହ୍ନମାମୁଁ ଶରଗଶଶୀ ମୁରୁକି ମୁରୁକି ଦବୁଟି ହସି ହସିବ ମୋ ଧନମଣି, ତୋ’ ହସ ମିଠା କି ଧନ ହସ ମିଠା ହେବ ସିନା ଜଣାଜଣି । ଆ’ ଜହ୍ନମାମୁଁ ଖେଳିବା ପୁଚି ମେଘ ଉହାଡରେ ଯାଆନା ଲୁଚି ଗଡି ଯାଉଅଛି ବେଳ, ଧମମଣି ସାଙ୍ଗେ ଖେଳିବୁ ନାହିଁକି ଆସି ଲୁଚକାଳି ଖେଳ ? ଆ’ ଜହ୍ନମାମୁଁ କତିକି ଧାଇଁ ଧନା ପରା ତୋତେ ରହିଛି ଚାହିଁ – ଅଗଣାରେ ଶେଯ ପାରି, ଥକା ହୋଇ ଦୁହେଁ ଶୋଇପଡିବ ରେ ନିଦ ଯେବେ ଦେବ ଘାରି ।

Read More