ଜାଲରେ ମାଛ ଧରୁଥିବା ବେଳେ ଦେଖିବ, କେତେକ ମାଛ ଜାଲରେ ପଡ଼ିରହନ୍ତି । ପଳାଇବାପାଇଁ ଚେଷ୍ଟା କରନ୍ତି ନାହିଁ । କେତେକ ମାଛ ଜାଲରେ ପଡ଼ି ଫଡ଼ ପଡ଼, ଛଟ ପଟ ହୁଅନ୍ତି । କିନ୍ତୁ ପଳାଇ ପାରନ୍ତି ନାହିଁ । ଆଉ ଏକ ଜାତୀୟ ମାଛ ଅଛନ୍ତି, ଯେଉଁମାନେ ଜାଲ ଛିଣ୍ଡାଇ ପଳାଇ ଯା’ନ୍ତି । ବାକି ଦି’ଚାରିଟା ମାଛ ଏତେ ଚାଲାକ ଯେ ଜାଲରେ ପଡ଼ନ୍ତି ନାହିଁ । ସେହିପରି ସମସ୍ତ ଜୀବ ସମାନ ହେଲେ ହେଁ ଅବସ୍ଥା ଭେଦରେ ସେମାନେ ଚାରି ରକମର । ବଦ୍ଧ ଜୀବ, ମୁମୂର୍ଷୁ ଜୀବ, ମୁକ୍ତ ଜୀବ ଓ ନିତ୍ୟ ଜୀବ । ବଦ୍ଧ ଜୀବ ଛଳ କପଟ ଭିତରେ ପଡ଼ି କାମିନୀ କାଞ୍ଚନର ଲୋଭ ଛାଡ଼ି ପାରେ ନାହିଁ । ଭଗବାନଙ୍କ ପାଖରେ ମନଦେବା ଦୂରର କଥା, ସେ ନିଜେ ହରିନାମ ନିଏ ନାହିଁ କି ପରକୁ ଶୁଣାଏ ନାହିଁ…
Author: ଜାନକୀ ବଲ୍ଲଭ ପଟ୍ଟନାୟକ
ଗୋଟିଏ ଜାଗା ପାଚେରିରେ ଘେରା ହୋଇଥିଲା । ପାଚେରି ବାହାର ଲୋକ ଭିତରେ କଣ ଅଛି ଜାଣି ପାରୁ ନ ଥିଲେ । ଦିନେ ଚାରିଜଣ ଲୋକ ସାଙ୍ଗହୋଇ ଗୋଟିଏ ଶିଡ଼ି ଧରି ଗଲେ, ପାଚେରି ଉପରକୁ ଉଠି ଦେଖିବାପାଇଁ- ଭିତରେ କଣ ଅଛି । ପ୍ରଥମ ଲୋକଟି ଯେପରି ପାଚେରି ଉପରକୁ ଉଠିଚି, ଖୁବ୍ ଖୁସି ହୋଇଯାଇ ଭିତରକୁ ଡେଇଁ ପଡ଼ିଲା । ଦ୍ୱିତୀୟ ଲୋକଟି ବ୍ୟାପାରଟା କଣ ବୁଝି ପାରିଲା ନାହିଁ । ସେ ପାଚେରି ଉପରକୁ ଉଠିବାମାତ୍ରେ ଭିତରକୁ ଚାହିଁ ଆନନ୍ଦରେ ବାଃ ବାଃ କହି ଭିତରକୁ ଡେଇଁପଡ଼ିଲା । ତୃତୀୟ ଲୋକଟି କିଛି ବୁଝି ନ ପାରି ଯେପରି ପାଚେରି ଉପରକୁ ଉଠିଚି, ସେ ମଧ୍ୟ ଖୁବ୍ ଖୁସି ହୋଇଯାଇ ବାଃ ବାଃ କରି ଭିତରକୁ ଡେଇଁ ପଡ଼ିଲା । ତା’ପରେ ଚତୁର୍ଥ ବ୍ୟକ୍ତିର ପାଳି ପଡ଼ିଲା । ସେ ପାଚେରି ଉପରକୁ ଉଠି ଦେଖିଲା,…
ଦିନେ କାର୍ତ୍ତିକେୟ ଖେଳୁଥିବାବେଳେ ଗୋଟାଏ ବିରାଡ଼ିର ମୁହଁକୁ ନଖରେ ଆଞ୍ଚୁଡ଼ି ଦେଲେ । ବିରାଡ଼ିଟା ମ୍ୟାଉଁ ମ୍ୟାଉଁ ହୋଇ ପଳାଇଗଲା । ତା’ ପରଦିନ କାର୍ତ୍ତିକ ଦେଖିଲେ, ମା’ଙ୍କ ଗାଲରେ ଆମ୍ପୁଡ଼ା ଚିହ୍ନ । ସେ ମା’ଙ୍କୁ ପଚାରିଲେ, “ମା ! ତୋ ଗାଲରେ ଏ ଆମ୍ପୁଡ଼ା ଚିହ୍ନ କେମିତି ହେଲା ?” ଜଗଜ୍ଜନନୀ କହିଲେ, “ବାପ, ଏ ତୋର ନଖର ଦାଗ ।” କାର୍ତ୍ତିକ ପଚାରିଲେ,”ମୋ ନଖର ଦାଗ ତୋ’ ଗାଲକୁ କିପରି ଗଲା ?” ମା’ କହିଲେ, ” ବାପ, ତୋର ମନେ ନାଇଁ, କାଲି ସେ ବିଲେଇଟାକୁ ତୁ ନଖରେ ଆଞ୍ଚୁଡ଼ି ଦେଇଥିଲୁ ।” କାର୍ତ୍ତିକ ପଚାରିଲେ,”ବିଲେଇଟାକୁ ତ ମୁଁ ଆଞ୍ଚୁଡ଼ି ଦେଇଥିଲି । ତୋ ଗାଲକୁ କିପରି ଆଞ୍ଚୁଡ଼ା ଚିହ୍ନ ଆସିଲା ?” ପାର୍ବତୀ କହିଲେ, “ବାବୁ, ଏ ଜଗତରେ ମୋ ଛଡ଼ା ଅନ୍ୟ କୌଣସି ଜୀବଜନ୍ତୁ ନାହାନ୍ତି । ତୁ ଯାହାକୁ ଆଘାତ କରିବୁ, ମୋତେ ଆଘାତ କରାହେବ ।”…
ସଂସାରୀ ଲୋକଙ୍କୁ ଯଦି କହିବ, ସବୁ ଛାଡ଼ି ଛୁଡ଼ି ଦେଇ ଈଶ୍ୱରଙ୍କ ପାଦପଦ୍ମକୁ ଧ୍ୟାନ କର, ସେମାନେ ତାହା କେବେ କରିବେ ନାହିଁ । ସଂସାରର ମୋହ କଣ ଏପରି ଛାଡ଼ି ହୁଏ ? ସେଥିାଇଁ ବିଷୟୀ ଲୋକମାନଙ୍କୁ ନିଜ ଆଡ଼କୁ ଟାଣିବାପାଇଁ ନିତାଇ ଗୌର ଦୁଇ ଭାଇ ପରାମର୍ଶ କରି ଏକ ଉପାୟ ବାହାର କଲେ । “ମାଗୁର ମାଛେର ଝୋଲ୍, ଯୁବତୀ ମେୟେରା କୋଲ, ବୋଲ୍ ହରି ବୋଲ’ । ପ୍ରଥମ ଦୁଇଟିର ଲୋଭରେ ଲୋକ ହରିନାମ କରିବାକୁ ଯିବେ । କିନ୍ତୁ ହରି ନାମର ଆସ୍ୱାଦ ପାଇଲେ ସେମାନେ ବୁଝିପାରନ୍ତି ଯେ ମାଗୁର ମାଛର ଝୋଳ କିଛି ନୁହେ, ହରି ପ୍ରେମରେ ଯେଉଁ ଅଶ୍ରୁଧାରା ବହେ, ତା ସହିତ କାହାରି ତୁଳନା ନାହିଁ । ଆଉ ଯୁବତୀ ସ୍ତ୍ରୀ ହେଲା ପୃଥିବୀ । ଯୁବତୀ ସ୍ତ୍ରୀର କୋଳ ହେଲା, ପୃଥିବୀର ଧୂଳିରେ ହରି ପ୍ରେମରେ ଗଡ଼ାଗଡ଼ି ହେବା ।…
ଦିନେ ଗୋଟିଏ ଗାଁକୁ ଏକ ଯାତ୍ରାଦଳ ଆସିଥିଲେ । ଯାତ୍ରା ଦେଖିବାପାଇଁ ଚାରିଆଡୁ ଲୋକ ଜମା ହୋଇଗଲେ । ପ୍ରଥମେ ବାଦ୍ୟଯନ୍ତ୍ର ଦଳ ବସି ହାରମୋନିଅମ୍, ଢୋଲ୍କି, ଗିନି, ଭେରୀ, ତୂରୀ ଆଦି ବଜାଇବାକୁ ଲାଗିଲେ ଏବଂ ତୁମୂଳ କୋଳାହଳ ମଧ୍ୟରେ ଡାକି ଚାଲିଲେ, “ହେ କୃଷ୍ଣ, ଆସହେ, ଆସହେ, କୁଆଡେ଼ ଅଛ, ଆସହେ ।” ଏଣେ କୃଷ୍ଣପାର୍ଟ କରୁଥିବା ଲୋକଟିର ସେଥିପ୍ରତି ଭ୍ରୂକ୍ଷେପ ନାହିଁ । ପରଦା ଆରପଟେ ସେ ଆରାମରେ ବସି ବିଡ଼ି ଟାଣୁଚି ଓ ଅନ୍ୟମାନଙ୍କ ସାଙ୍ଗରେ ଗପସପ ହଉଚି । ଏହି ସମୟରେ ନାରଦ ଆସି ମଞ୍ଚରେ ଆବିର୍ଭୂତ ହେଲେ । ସେ ସୁଲଳିତ ସ୍ୱରରେ ବୀଣା ବଜାଇ,”ହେ ନାରାୟଣ, ହେ କୃଷ୍ଣ, ହେ ପ୍ରଭୁ, ଆସ ଆସ” ବୋଲି ଗାଇବାକୁ ଲାଗିଲେ ଓ ତାଙ୍କର ଚକ୍ଷୁରୁ ଅଶ୍ରୁଧାର ବହିବାକୁ ଲାଗିଲା । ତାଙ୍କର ଆତୁର ସ୍ୱର ଶୁଣି କୃଷ୍ଣ ଆଉ ରହିପାରିଲେ ନାହିଁ ।…
ଜଣେ ଲୋକ କୂଅ ଖୋଳିବାକୁ ଯାଇ ଦୁଇହାତ ମାଟି ଉଠାଇଚି, ଆଉ ଜଣେ ଲୋକ ଆସି କହିଲା, “ଭାଇ ତୁ ମିଛରେ ପରିଶ୍ରମ କରୁଛୁ । ଏହାର ତଳେ ପାଣି ନାହିଁ । ଖାଲି ବାଲି ।” ଲୋକଟି ତା’କଥା ଶୁଣି ସେ ଜାଗା ଛାଡ଼ି ଆଉ ଗୋଟଏ ଜାଗାରେ ମାଟି ତାଡ଼ିବା ଆରମ୍ଭ କଲା । ସେଠାକୁ ଆଉ ଜଣେ ଆସି କହିଲା, “ଏ ଭାଇ, ଏଠି କାହିଁକି ଖୋଳୁଚୁ ? ଖାଲି ପଥର । ଆଉ ଟିକିଏ ଦକ୍ଷିଣକୁ ଯାଇ ଖୋଳ । ସୁନ୍ଦର ପାଣି ପଡ଼ିବ ।” ଲୋକଟି ସେଠି ଆଉ ନ ଖୋଳି ଆଉ ଏକ ସ୍ଥାନକୁ ଗଲା । ସେଠାରେ ମଧ୍ୟ ସେହିରି ବାଧା ଆସି ପହଞ୍ଚିଲା । ଶେଷରେ ସେ ଆଉ କୂଅ ଖୋଳି ପାରିଲା ନାହିଁ । ଧର୍ମ ପଥ ମଧ୍ୟ ସେହିପରି । ଆଜି ଯାହା ବିଶ୍ୱାସ, କାଲି ଅନ୍ୟର ଉପଦେଶରେ…
ଶ୍ରୀରଙ୍ଗମ୍ଠାରେ ଜଣେ ଅଶିକ୍ଷିତ ବ୍ରାହ୍ମଣ ଥିଲେ । ସେ ପ୍ରତିଦିନ ଗୀତାର ଅଷ୍ଟାଦଶ ଅଧ୍ୟାୟ ପାଠ କରୁଥିଲେ ଓ ପାଠ କଲାବେଳେ କାନ୍ଦୁଥିଲେ । ଅର୍ଥ ବୁଝିବା ଦୂରର କଥା, ଗୀତାର ଶ୍ଳୋକଗୁଡ଼ିକ ସେ ଶୁଦ୍ଧଭାବରେ ଉଚ୍ଚାରଣ କରିପାରୁ ନ ଥିଲେ । ତେଣୁ ସେ ଗୀତାପାଠ କରି କାନ୍ଦୁଥିବା ବେଳେ ଅନ୍ୟମାନେ ତାଙ୍କୁ ଉପହାସ କରି କହୁଥିଲେ, ମୂର୍ଖ ବ୍ରାହ୍ମଣ, କିଛି ନ ବୁଝି ଗୀତା ପଢୁଚି ଓ ସମସ୍ତଙ୍କୁ ଦେଖାଇବା ପାଇଁ କାନ୍ଦୁଚି । କିନ୍ତୁ ବ୍ରାହ୍ମଣ ଏ ସବୁ ନିନ୍ଦା ଓ ଉପହାସ ପ୍ରତି ଦୃଷ୍ଟି ନ ଦେଇ ତାଙ୍କର ନିୟମିତ ଗୀତା ପାଠ କରି ଆନନ୍ଦାଶ୍ରୁ ବର୍ଷଣ କରୁଥିଲେ । ଶ୍ରୀଚୈତନ୍ୟ ଶ୍ରୀରଙ୍ଗମ୍ ଯାଇଥିଲେ । ସେ ବ୍ରାହ୍ମଣଙ୍କର ଗୀତାପାଠ ଓ ପୁଲକିତ ଭାବରେ ଆନନ୍ଦାଶ୍ରୁ ବର୍ଷଣ ଦେଖି ତାଙ୍କୁ ପଚାରିଲେ, “ମହାଶୟ, ଆପଣ କଣ ଗୀତା ପଢ଼ି ବୁଝି ପାରୁଛନ୍ତି ? କାହିଁକି ଆପଣଙ୍କୁ ଏପରି…
ଜଣେ ଜ୍ଞାନୀ ପଣ୍ଡିତ ଓ ଆଉ ଜଣେ ପ୍ରେମିକ ସାଧକ ବନ ମଧ୍ୟରେ ଯାଉଥିଲେ । ବାଟରେ ଏକ ବାଘ ଆସୁଥିବାର ଦେଖି ଜ୍ଞାନୀ ଜଣକ କହିଲା, ଆମେମାନେ ପଳାଇବାର କୌଣସି କାରଣ ନାହିଁ । ସର୍ବଶକ୍ତିମାନ୍ ପରମେଶ୍ୱର ଆମକୁ ନିଶ୍ଚୟ ରକ୍ଷା କରିବେ । ପ୍ରେମିକ କହିଲା, ନା ଭାଇ, ଆମେ ଚାଲ ପଳାଇଯିବା । ଆମଦ୍ୱାରା ଯେଉଁକାମ ହୋଇପାରିବ, ମିଛରେ ଭଗବାନଙ୍କୁ ଡାକି କାହିଁକି ପରିଶ୍ରମ କରାଇବା । ଜ୍ଞାନ ହେଉଚି ପୁରୁଷ । ଭକ୍ତି ସ୍ତ୍ରୀ ଲୋକ । ପୁରୁଷମାନେ ବାହାରେ ଚଳନ୍ତି । ସ୍ତ୍ରୀଲୋକମାନେ ଘର ଭିତରେ । ଈଶ୍ୱରଙ୍କ ବାହାର ଘରକୁ ଜ୍ଞାନ ଯାଇପାରେ । କିନ୍ତୁ ଅନ୍ତଃପୁରକୁ କେବଳ ଭକ୍ତି ଛଡ଼ା କାହାର ଯିବାର ଅଧିକାର ନାହିଁ । ଅନେକ ଲୋକ ବୈଠକ ଘରେ ବହୁପ୍ରକାର ବିଦେଶୀ ଛବି ରଖନ୍ତି । କିନ୍ତୁ ଘର ଭିତରେ ହିଁ ଠାକୁରଙ୍କ ଛବି ରଖି ପୂଜା…
ଥରେ ନାରଦ ଋଷିଙ୍କ ହୃଦୟରେ ଅହଂଭାବ ପ୍ରବେଶ କଲା । ସେ ଭାବିଲେ, ସେ ସବୁବେଳେ ହରିନାମ ନେଉଛନ୍ତି । ତାଙ୍କ ଭଳି ଭକ୍ତ ସାରା ସଂସାରରେ ନାହାନ୍ତି । ଏହା ଜାଣି ପ୍ରଭୁ ତାଙ୍କୁ କହିଲେ, “ହେ ମହର୍ଷି ! ଆପଣ ମର୍ତ୍ତ୍ୟପୁରକୁ ଯା’ନ୍ତୁ । ସେଠାରେ ମୋ’ର ଜଣେ ପରମ ଭକ୍ତ ଅଛନ୍ତି । ତାଙ୍କର ଯାହା ସବୁ ସଦ୍ଗୁଣ ଅଛି, ତାହା ଜାଣିବାକୁ ଚେଷ୍ଟା କରନ୍ତୁ ଓ ତା’ପରେ ଏଠାକୁ ଫେରି ଆସନ୍ତୁ ।” “ଆଚ୍ଛା”, ନାରଦ ମନେ ମନେ କହିଲେ, “ପ୍ରଭୁ ଯେପରି କହୁଛନ୍ତି, ମୁଁ ସେପରି କରିବି । ସେ ଭକ୍ତଙ୍କର କ’ଣ ସବୁ ବିଶିଷ୍ଟ ଗୁଣ ଅଛି, ମୁଁ ନିଜେ ଯାଇ ତାହା ଜାଣି ପାରିବି । ମୋ’ଠାରୁ କିଏ ଆଉ ବଡ଼ ଭକ୍ତ ଅଛି? ଯାହାହେଉ, ମୋତେ ପ୍ରଭୁଙ୍କର ଆଦେଶ ପାଳନ କରିବାକୁ ହେବ ।” ନାରଦ ପୃଥିବୀକୁ ଆସି ଜଣେ ଚାଷୀକୁ…
ଏକଦା ଜଣେ ସାଧୁ ତାଙ୍କର ଗୁରୁଙ୍କର ଉପଦେଶ ଅନୁସାରେ ଲୋକ ଗହଳିଠାରୁ ଖଣ୍ଡେ ଦୂରରେ ଗୋଟିଏ କୁଡ଼ିଆ ତିଆରି କଲେ । ଏହି କୁଡ଼ିଆରେ ସେ ତାଙ୍କର ଯୋଗ ସାଧନ ଆରମ୍ଭ କଲେ । ପ୍ରତିଦିନ ସ୍ନାନ ପରେ ସେ ନିଜର ଓଦା କୌପୀନ ଓ ଲୁଗାକୁ ପାଖରେ ଥିବା ଗୋଟିଏ ଗଛରେ ଶୁଖାଇ ଦିଅନ୍ତି । ଥରେ ନିକଟସ୍ଥ ଗ୍ରାମରୁ ଭିକ୍ଷା କରି ଆସି ସେ ଦେଖିଲେ, ଗଛରେ ଶୁଖାଇଥିବା କୌପୀନକୁ ମୂଷା କାଟି ଦେଇଛି । ତେଣୁ ପରଦିନ ଆଉ ଖଣ୍ଡେ ନୂଆ କୌପୀନ ଆଣିବା ପାଇଁ ସେ ଗାଁକୁ ଯିବାକୁ ବାଧ୍ୟ ହେଲେ । କିଛିଦିନପରେ ଥରେ ସାଧୁ କୌପୀନକୁ କୁଡ଼ିଆର ଚାଳରେ ଶୁଖାଇ ସବୁ ଦିନ ଭଳି ଭିକ୍ଷା କରିବାକୁ ଗଲେ । ଫେରି ଦେଖିଲେ, ମୂଷାମାନେ ତାହାକୁ କାଟି ଟିକିଟିକି କରିଦେଇଛନ୍ତି । ସେ ଖୁବ୍ ବିରକ୍ତ ହେଲେ ଓ ଭାବିଲେ, “ପୁଣି କେଉଁଠିକି…