Author: ଜଗନ୍ନାଥ ପ୍ରସାଦ ଦାସ

ରାତ୍ରିର ବୟସ ନାହିଁ ସମୟର ନାଁ ନାହିଁ ଆକାଶକୁ ଛୁଇଁ ହୁଏ ଆସ୍ଥାର ସହିତ ଅନେକ ତାରାଙ୍କୁ ଯାଇ ଚୁପ ଚୁପ କଥା କହି ହୁଏ ଗୋପନୀୟ ତଥ୍ୟମାନ ବିନିମୟ କରି ହୁଏ ଅନ୍ଧାର ସହିତ ସମୁଦ୍ରର ଝଲମଲ ଚଟାଣରେ ଶୋଇଯାଇ ହୁଏ ସକାଳର ଖରା ଯାଇ ପରିଚିତ ରୋଗିଣୀର ବିଛଣାରେ ଇତସ୍ତତଃ ହେଲା ରତିମଗ୍ନ ପୁରୁଷ ଓ ନାରୀମାନେ କଫିନ ଭିତରେ ଥାଇ ବ୍ୟତିବ୍ୟସ୍ତ ହେଲେ ଅପହଞ୍ଚ ପ୍ରେମର ଭୟରେ ଝରକାର କାଚ ଡେଇଁ ଛାଇ ସବୁ ଭରିଗଲେ ଶୁନ୍ୟ କୋଠରୀରେ ଏଇ ସମୟରେ : ସହର ଲୁଣ୍ଠିତ ହେଲା ପଦାତିକ ସୈନ୍ୟମାନେ ଘେରିଗଲେ ଚାରି ସୀମାନାରୁ ସାତଟି ଘୋଡାର ରଥ ଗଡ଼ିଗଲା ସହରର ଗଳିରୁ ଗଳିକୁ ନଗରୀର ସମସ୍ତ ପ୍ରହରୀ ବିଶ୍ୱାସଘାତକ ହୋଇ ଅସ୍ତ୍ର ରଖିଦେଲେ ଚନ୍ଦ୍ରାହତ ଯୁବକ କେତୋଟି ଏ କଥାର ପ୍ରତିବାଦ କରି ଖାଲି ପ୍ରସ୍ତାବ ଲେଖିଲେ ସଜାଗ ରହିଚି ଦେଖ ଏତେବେଳେ ନିର୍ଜନତା କିଭଳି ଭାବରେ…

Read More

ଆହୁରି ଗୋଟିଏ ଦିନ ଚାଲିଗଲା ଏକାକୀ ରାସ୍ତାରେ ଦି ପାଖର ଝରକାରେ ମୁଁ ଖୋଜୁଚି ଚିହ୍ନ ମୁହଁ ସେମାନେ କାହାନ୍ତି ସବୁ ଯେଉଁମାନେ ଶୂନଶାନ ସିଡ଼ି ଘରେ ସମୁଦ୍ରକୂଳରେ ଏବଂ ନିର୍ଜନ ଗଳିରେ ସେମାନଙ୍କ ନୂଆ ନୂଆ ବୟସର ରହସ୍ୟ ସବୁକୁ ବୁଝିବାକୁ ଆସୁଥିଲେ ମୋ ପାଖକୁ ଛପି ଛପି ସକାଳ ସନ୍ଧ୍ୟାରେ ଅନେକ ସନ୍ଧାନୀ ଆଖି ପାଖ ଘରେ ହସକୁ ନ ମାନି ସ୍ୱପ୍ନର ଅଞ୍ଜନ ନେଇ ସେମାନଙ୍କ ଅବାକ ଆଖିରେ ପଞ୍ଜୁରୀରେ ବନ୍ଦ କରି ପକ୍ଷୀ ଭଳି ସେମାନଙ୍କ କୁମାରୀ ମନକୁ ଯେଉଁମାନେ କେବେ ଦିନେ ନିଜକୁ ବି ମୋ ପାଖରେ ସମର୍ପଣ କଲେ ଗୋଟିଏ ଅଧ୍ୟାୟ ଗଲା ହଜିଗଲେ ସେମାନେ ସମସ୍ତେ ଇନ୍ଦ୍ରଜାଲ ସରିଗଲା ପରୀମାନେ ଅନ୍ତର୍ଦ୍ଧାନ ହେଲେ ଯେତେକ କୁଆଁରୀ ଝିଅ ପାଦରେ ଅଳତା ଦେଇ ଚାଲିଗଲେ ବିବାହ ବେଦୀକୁ ସେମାନେ ସମସ୍ତେ ଯାଇ ହଜିଗଲେ ଘର ସଂସାରରେ କୁହୁକ ବି ବ୍ୟର୍ଥ ହେଲା ଅତୀତ…

Read More

ଦିନ ସବୁ ଉଡ଼ିଗଲେ ଧାଡ଼ି ଧାଡ଼ି ପକ୍ଷୀଙ୍କ ଡେଣାରେ ମରିଗଲେ ରାତି ସବୁ ପାହାଡରେ ମଥା ପିଟି ପିଟି ଆଲୁଅ ମିଶିଲା ଯାଇ ଚିକିମିକି ତାରାଙ୍କ ମେଳରେ ପଛକୁ ଅନାଇ ଆଜି ଏତେବେଳେ ସମୟର ଚଉମୁହାଣିରେ ମାପୁଛି ମୁଁ ଅତୀତକୁ ମୋର ଏଇ ଖାଲି ଗିଲାସରେ ବାନ୍ଧି ମୁଁ ରଖିଲି ମୋର ଯୌବନକୁ ମୋ ଦେହର କାଚଘର ଚାରିଟି କାନ୍ଥରେ ପଥର ପାଚେରୀମାନ ଘେରାଇଲି ମୋ ମନର ଚାରିପାଖେ ମୋ ଚଞ୍ଚଳ ଜୀବନକୁ ବନ୍ଦ କରି ପଂଜୁରୀରେ ତାକୁ ସଯତ୍ନେ ରଖିଲି ନେଇ ସମୁଦ୍ର ଭିତରେ ସମୁଦ୍ରରେ ଝଡ ହୋଇ ଥମିଗଲା ବାଲିର ସ୍ତୁପରେ ପୁଣି ଜମା ହେଲା ବାଲି ଆକାଶର ରଙ୍ଗ ସବୁ ମିଶିଯାଇ ଇନ୍ଦ୍ରଧନୁ ହେଲେ ଅନେକ ମୁହୁର୍ତ୍ତମାନ ମରି ପୁଣି ଜନ୍ମାନ୍ତର ନେଲେ ସମୟର ଏଇପରି ଚକା ଭଉଁରୀରେ ନିଜକୁ ମୁଁ ହଜାଇଲି ମଣିଷଙ୍କ ଭରା ବଜାରରେ ମୋ କାନରେ ଚୁପଚୁପ କଥା କିଏ କହିଲା ହଠାତ…

Read More

ସେ କିପରି ଦିନ ଥିଲା ସମ୍ଭାବନାହୀନ ଆକାଶରେ ମେଘର ବିବର୍ଣ୍ଣ ଶବ ନଦୀମାନେ ପ୍ରତିଶ୍ରୁତିହୀନ ସମୁଦ୍ରରେ ଭାସମାନ ଦୁଃସ୍ୱପ୍ନର ଭଙ୍ଗା ଭଙ୍ଗା ଛାଇ ବ୍ୟକ୍ତିଗତ ରାତି ସବୁ ନିର୍ଜନ ଓ ନିଦ୍ରାହୀନ ଅଧିଷ୍ଠାତ୍ରୀ ଦେବୀଙ୍କର କୁଣ୍ଠିତ କାମନାମାନ ହଜିଗଲେ ଭୟାର୍ତ୍ତ ସ୍ୱପ୍ନରେ ଛୋଟ ଛୋଟ ଅସହାୟ ମୁହଁ ଆସି ଭାସି ଭାସି ସକାଳର ସଜ ଆକାଶରେ କ୍ରମଶଃ ନିଶ୍ଚିହ୍ନ ହେଲେ ବଞ୍ଚିବାର ବ୍ୟର୍ଥ ପ୍ରୟାସରେ ନିଃସଙ୍ଗ ପକ୍ଷୀଟି ଏକା ଉଡି ବୁଲେ ଖାଲି ଦୋତାଲାରେ ଏଠାରେ ବସନ୍ତ ନାହିଁ ଏ ଏକ ନିର୍ଜନ ଦ୍ୱୀପ ନିର୍ବାସିତ ଲୋକଙ୍କର ଏ ସବୁ ଇଲାକା ଏଠାରେ ଏ ଘର ଖାଲି ଆୟତନ ଚାରିଟି କାନ୍ଥର ବିଛଣାରେ ମଲା ଦେହ ଅବସନ୍ନ ଇନ୍ଦ୍ରିୟରେ ବିକୃତ ଆକାଂକ୍ଷା ଅସଂଗତ କୃତ୍ରିମ ରତିର କିମ୍ବା ସ୍ୱପ୍ନ ଭଳି ସବୁ କିଛି ଅସ୍ପଷ୍ଟ ଓ ଅନିଶ୍ଚିତ ଇତସ୍ତତଃ ଜୀବନର ସନ୍ଦିଗ୍ଧ ସନ୍ଧ୍ୟାରେ ପ୍ରେମପତ୍ର କାହା ପାଇଁ ଚିଠିରେ ଏ ଠିକଣା…

Read More

ତମେ ଆବିର୍ଭାବ ହୁଅ ନିଶାର୍ଦ୍ଧର ଶୂନ୍ୟ ମୁହୁର୍ଭରେ ଅଧିଷ୍ଠାତ୍ରୀ ଦେବୀ ତମେ ମୋର ଯେତେ ଗୋପନୀୟ କାମନା ଓ ମୋ ଦେହର ରକ୍ତମାଂସ ସ୍ନାୟୁମାନଙ୍କର ତମ ସିଂହାସନ ମୋର ନିରୁପାୟ ଇଚ୍ଛା ଆଉ ତମର ମନ୍ଦିର ସ୍ମୃତିସ୍ତମ୍ଭ ମୋର ଯେତେ ପ୍ରତିହତ ଆଶାମାନଙ୍କର ତମର ସ୍ଥାପନା ହୁଏ ଦୁଃସ୍ୱପ୍ନର କେଉଁ ଏକ ଭୟାର୍ତ୍ତ କ୍ଷଣରେ ତମ ପୂଜା ହୋଇଥାଏ ସହରର ନିଷିଦ୍ଧ ଗଳିରେ ତମର ସମସ୍ତ ସ୍ତବ ପ୍ରତିଧ୍ୱନି ହୋଇ ଶୁଭେ କ୍ରୀତଦାସ ବଜାରର ନିଲାମ ଡାକରେ ଆକି ତମ ପ୍ରତୀକ୍ଷାର ଶେଷ ରାତ୍ରି ନାଟକର ଶେଷ ଅଙ୍କେ ନାୟକ ନିହତ ହେଲା ତମର ଯେତେକ ଥିଲେ ଚିହ୍ନିତ ପ୍ରେମିକ ସବୁ ପଳାତକ ହେଲେ ମନ୍ଦିରରେ ପୂଜକ ନାହାନ୍ତି ସମୁଦ୍ରରେ ଢେଉ ନାହିଁ ଆକାଶରେ ହସ ଏବଂ ଜହ୍ନ ରାତି କିଛି ଆଉ ଅବଶିଷ୍ଟ ନାହିଁ ମନ୍ଦିରର ବେଢ଼ା ଖାଲି ସବୁ ଆଜି ଶୂନଶାନ ଏ ରାତିରେ କେହି ଆଉ ନାହିଁ…

Read More

ମୋ ନାଁ ସେ ଲେଖିଦେଲା ହାତରେ ସେ ସଜାଡ଼ିଲା ସେ ନାଁର ପ୍ରତିଟି ଅକ୍ଷର ସେ ତାକୁ ବି ଜୀବନ୍ୟାସ ଦେଲା ମୋର ଜନ୍ମପତ୍ରିକାରେ ସଜାଡ଼ିଲା ରାଶି ଓ ନକ୍ଷତ୍ର ବୟସ ସମୟ ସେ ଦେଲା ହାତରେ ମୋର ଭବିଷ୍ୟତ ପଥ ଓ ପାଥେୟ ତା ଆଦେଶ ମାନି ଆଜି ମନ୍ଦିରକୁ ଯାଏ ପାଦ ଛୁଏଁ ମଥା ମୁଁ ନୁଆଁଏ ମନ୍ତ୍ର ପଢ଼େ ପ୍ରହେଳିକା ସହସ୍ର ନାମର ମୁଁ ତିଳ ତର୍ପଣ କରେ ଆଞ୍ଜୁଳାରେ ପାଣି ଦିଏ ମାନି ନିଏ ସବୁ ବିଧି ସବୁ ଉପଚାର ପଛକୁ ମୁଁ ଫେରିଯାଏ ଥରେ ଥରେ ମୁଁ ତାର ହାତକୁ ଧରି ଚାଲିବାକୁ ଚେଷ୍ଟା କରେ ଚାରିଆଡେ ଅନ୍ଧକାର ମୁଁ ଖୋଜେ ଗୋଟିଏ ତାରା ସେ ତାରା ବି ସିଏ ସେ ପୁଣି ନକ୍ଷତ୍ର ହୋଇ ମତେ ଜାଳିଦିଏ ମତେ ଦୃଷ୍ଟିହୀନ କରେ ଅଗ୍ନିପ୍ରଭା ଆଲୋକରେ ତାର ତାକୁ ଧରି ରଖିବାକୁ ହାତ ମୁଁ…

Read More

ରାତିରେ ମୁଁ ସ୍ୱପ୍ନ ଦେଖିଲି ଗୋଟିଏ କପୋତ ଆସି ମୋ ହାତରେ ରଙ୍ଗୀନ ଫୁଲଟିଏ ଦେଇଗଲା ମୋ ବିଛଣା ଚାରିପାଖେ ଶୋଇଥିଲେ ଜାକିଜୁକି ମୋ ମନର ଅସରନ୍ତି ଇଚ୍ଛା ସବୁ ଧାଡ଼ି ଧାଡ଼ି ଝିଅ ଭଳି ସେମାନେ ଉଠିଲେ ପୁଣି ଶୋଇଗଲେ ରାତି ହେଲା ଆହୁରି ଜମାଟ ଝଙ୍କାଳିଆ ପତ୍ର ଗହଳରେ ପେଚାର ଆଖିରେ ସେ ଗଛର ଅନ୍ୟ ଏକ ଡାଳରୁ ଯେ ପକ୍ଷୀ ଦେଖ ମୋ ଆଡ଼କୁ ଅନାଇଛି ମୁଁ ଭାବୁଛି ସେ ପକ୍ଷୀଟି ଆଚମ୍ବିତେ ବଡ଼ ହେବ ସେ ପୁଣି ଗରୁଡ଼ ହୋଇ ଖୁମ୍ପିନେବ ମୋ ଆଖିର ଦୁଇଟି ଡୋଳାକୁ ଚନ୍ଦ୍ରକୁ ଖୋଜିଲି ତେଣୁ ପାହାଡ଼ ପଛରେ ଅନେକ ପାହାଡ଼ ମୋଡ଼ି ହୋଇ ଭାଙ୍ଗି ହୋଇ ଗଛର ଗହଳ ପତ୍ର ଭଙ୍ଗା ପଥର ଓ ମନ୍ଦିରର ଚୂଡ଼ା ଡେଇଁ ଅନେକ ଗ୍ରୀଷ୍ମର ସ୍ଥିର ରାତି ଶତାବ୍ଦୀର ନୀରବତା ପାର ହୋଇ ରଙ୍ଗହୀନ ଆକାଶରେ ଚନ୍ଦ୍ର ସତେ ଛୁରୀ ସକାଳର…

Read More

ହଠାତ ମୁଁ ଉଠିବସେ କାହାର ଚିତ୍କାର ଶୁଣି ସେ କି ଶିଶୁ ଜନ୍ମ ନେଲା ଅଥବା ସେ ଥିଲା ମଝି ରାତିର କାନ୍ଦଣା ସେ କି ମୋ ଅତୀତ ଥିଲା ଆସିଥିଲା ଶାସ୍ତି ଦେବା ପାଇଁ କି ଭଳି ମୋ ଅପରାଧ ମତେ ନାହିଁ ଜଣା ଅନେକ ଦୂରରୁ ମତେ କିଏ ଡାକେ ସମୟର ଅସରନ୍ତି ପାହାଚରେ ମୁଁ ଯାଏ ଓହ୍ଲାଇ ବିସ୍ମୃତିର ଚୋରାବାଲି ଉପରେ ମୁଁ ଆଙ୍କିଯାଏ ମୋ ପାଦର ମାନଚିତ୍ର ଅନେକ କ୍ଷତର କବରଖାନାର ଭଙ୍ଗା ଦୁଆର ମୁଁ ଖୋଲେ ମୁଁ ପହଞ୍ଚେ ଗୋପନୀୟ ରାସ୍ତାରେ ନିଜର ସେ ରାସ୍ତାରେ କେହି ନାହିଁ ସେ ଏକ ଅପରିଚିତ ମରୁଭୂମି ଆକସ୍ମିକ ଦେଖାର ଅପେକ୍ଷା ସେ ବାଲିରେ ପାଦଚିହ୍ନ ନାହିଁ ସବୁ ଲିଭିଗଲା ଝଡ଼ର ହାୱ୍ୱାରେ ନିଜର ଘେରରେ ପୁଣି ହଜିଲା ସେ ଝଡ଼ ଏକା ଏକା ମାଇଲ ମାଇଲ ଧରି ମଲା ଦେହ ପଥରର ଚଟାଣ ଭିତରେ ସେମାନଙ୍କୁ…

Read More

ମୋ ସୀମାନା ବାହାରେ ଓ ମୋ କଥାର ପ୍ରତିଧ୍ୱନି ଆର ପାଖେ ଯେଉଁ ଏକ ସହର ରହିଛି ସେ ସହର ଦିନେ ମୋର ଏକାନ୍ତ ନିଜର ଥିଲା ଛୋଟ ଛୋଟ କୋଠରୀରେ ଆମେ ବନ୍ଦ ଥିଲୁ ପରିପୂର୍ଣ୍ଣ ଥିଲୁ ଆମେ ନିଜ ନିଜ ଛୋଟ ପରିଧିରେ ଇସ୍ପାତର ଗଛମାନଙ୍କରେ ନିଅନର ଫୁଲ ଫୁଟୁଥିଲେ ଆମର ମନର ସବୁ ମିନି ବସ୍‌ମାନେ ଲୁଚୁକାଳି ଖେଳୁଥିଲେ କଂକ୍ରିଟର ଗୋଲକଧନ୍ଦାରେ ରାସ୍ତା ସବୁ ସମୁଦ୍ରର ରଂଗୀନ ଚଟାଣ ଥିଲେ ବତୀଖୁଣ୍ଟମାନ ତାର ଲହରୀର ଅସଂଖ୍ୟ ଭଉଁରୀ ଆମର ଯେତେକ ସ୍ୱପ୍ନ ସେମାନଙ୍କୁ ଦେଇଥିଲା ଅଭୟ ଆଶ୍ରୟ ଆମର ଏ ଅତିପ୍ରିୟ ନିଷିଦ୍ଧ ନଗରୀ କାନ୍ଥମାନଙ୍କରେ ଆମେ ଲେଖି ରଖି ଯୌବନର ଅନେକ ମୁହୁର୍ତ୍ତ ସକାଳର ସୁର୍ଯ୍ୟ ଏବଂ ସାରାରାତି ତାରାଙ୍କର ଆଲୁଅକୁ ବାନ୍ଧି ରଖି ଝରକା କାଚରେ ଅନେକ ନିଷେଧ ଚିହ୍ନମାନଙ୍କର ସଂକେତ ନ ମାନି ଆମେ ବି ଦେଖିଲୁ ଆମ ଜୀବନର ବହୁବର୍ଣ୍ଣ ଚଳଚିତ୍ର…

Read More

ଅନେକ ବିବ୍ରତ ଦିନ ଓ ଅଧା ଅନୁଭବକୁ ମୋର ଚେତନାର ସିନ୍ଦୁକରେ ଚାବି ବନ୍ଦ କରି ଅନେକ ମୁହଁ ଓ ଦେହ ଚିହ୍ନା ଓ ଅଚିହ୍ନା ଲୋକମାନଙ୍କର କଥାକୁ ନ ମାନି କାନ୍ଥର ଲେଖାକୁ ପଢ଼ିବାକୁ ମନା କରିଦେଇ ଆଖିମାନଙ୍କର ନିମନ୍ତ୍ରଣ ନ ରଖି ପଂଜୁରୀରେ ବନ୍ଦ ପକ୍ଷୀଟିର ଚିତ୍କାର ନ ଶୁଣି ମୁଁ ଏକ ସିଧା ଓ ସହଜ ରାସ୍ତା ଖୋଜିନେଲି ଆଉ ଚକମାନଙ୍କ ସହିତ ଅଶି ମାଇଲର ଗୀତ ଗାଇ ଗାଇ ମୁଁ ଭାବିଲି : ମୁଁ ଦେଖିବି ହ୍ରଦରେ ଫୁଲ ଓ ଫୁଲର ପ୍ରତିବିମ୍ବ ସବୁ ଏକ ହେବେ ମନ୍ଦିରର ଜାଉଁଳି କାବଟ ଖୋଲିଯିବ ପୁରୋହିତ ଯାଦୁକର ହେବ ସଡ଼କରେ ମରି ପଡ଼ିଥିବା ସୂର୍ଯ୍ୟକୁ ସେ ଜୀବନ୍ୟାସ ଦେବ ନିର୍ବାକ ପ୍ରହରୀ ଗୀତ ଗାଇବେ ଓ ଅପରାହ୍ନର ରଙ୍ଗରେ ପତ୍ର ସବୁ ପକ୍ଷୀ ହେବେ ରାତିରେ ସେମାନେ ପୁଣି ଅନ୍ତର୍ଦ୍ଧାନ ହେବେ ପ୍ରତିଧ୍ୱନିମାନେ ମୋ ପାଖକୁ ଫେରି ଆସିବେ…

Read More