ଉତ୍ତର ପ୍ରଦେଶ ଅନ୍ତର୍ଗତ ବଳରାମପୁର ରାଜପ୍ରାସାଦର ରାଜସଭା ପ୍ରବେଶ କଲେ ଜଣେ ସୋମ୍ଯଦର୍ଶନ ଯୁବକ । ରାଜାଙ୍କୁ ସଂବାଦ ଦିଆଗଲା , ନବଦ୍ବୀପରୁ ଶିକ୍ଷାପ୍ରାପ୍ତ ଜଣେ ପଣ୍ଡିତ ଆସିଛନ୍ତି । ରାଜା ଙ୍କ ନିର୍ଦ୍ଦେଶର ତାଙ୍କୁ ରାଜାଙ୍କ ସମ୍ମୁଖକୁ ପାଛୋଟି ନିଆଗଲା । ରାଜା କେବଳ ନାମମାତ୍ର ରାଜା ନଥିଲେ । ସେ ଜଣେ ପ୍ରବଣୀ ସଂସ୍କୃତ ପଣ୍ଡିତ ।ସେ ଆଗନ୍ତୁକୁଙ୍କୁ ପ୍ରଶ୍ନ କଲେ ‘କ୍ବଃ ପୂବଃ ‘? ଆଗନ୍ତୁକ ପଣ୍ଡିତ ଉତ୍ତର ଦେଲେ ‘ପୂରୀ ପୂର୍ଣ୍ଣଃ’ । ବେଶ , ଏଇ କଥା ଦୁଇପଦ ରେ ପରିଚୟ ଓ ଘନିଷଷ୍ଠତା ହୋଇଗଲା । ଆଉ କୁଶଳ ପ୍ରଶ୍ନର ଆବଶ୍ଯକତା ନଥିଲା ।ଅର୍ଥାତ୍ କ୍ବଃ (କେଉଁ) ପୁର (ରୁ ) ବଃ (ଆପଣ) ଆସିଛନ୍ତି । ପୂରୀ ନାମକ ପୁରୀ(ରୁ) ନଃ( ଆମ୍ଭେ ) ଆସିଅଛୁ । ରାଜା ତାଙ୍କ ଆଗମନର ଅଭିପ୍ରାୟ ପଚାରିଲେ । ‘ଜଗନ୍ନାଥ- ପୂରୀ ‘ ଧାମରେ…
Author: ଜଗନ୍ନାଥ ମହାନ୍ତି
“ହେ ଶିକ୍ଷକ! ତୁମେ କବିତା ପଢ଼ାଇବାର ଭାର ଗ୍ରହଣ କରିଅଛ । ଛାତ୍ରମାନେ ତୁମ୍ଭ ନିକଟରେ ମ୍ରିୟମ୍ରାଣ ଭାବରେ ବସିଅଛନ୍ତି। ତୁମ୍ଭେ ନିଜେ ମ୍ରିୟମାଣ ଭାବରେ ଶବ୍ଦର ଅର୍ଥ କହିଦେଉଅଛ। କବିତାର ସୌନ୍ଦର୍ଯ୍ୟ, କବିତାର ଭାବ ପ୍ରତି ତୁମ୍ଭର କିଛିମାତ୍ର ଦୃଷ୍ଟି ନାହିଁ। ତୁମ୍ଭେ କିପରି ସୁକୁମାରମତି ବାଳକମାନଙ୍କୁ କବିତାର ସୌନ୍ଦର୍ଯ୍ୟ ଷିଖାଇପାରିବ ? ତୁମ୍ଭେ କିପରି ଛାତ୍ରମାନଙ୍କର ହୃଦୟ କୁସୁମର ଶ୍ରୀବର୍ଦ୍ଧନ କରିପାରିବ ? ତୁମେ କିପରି ସୁନୀଳ ଅନନ୍ତ ଗଗନ ପଟରେ ଯେଉଁ ରବିଚନ୍ଦ୍ରମୟୀ ମହାକବିତା ଲିଖିତ ହୋଇଅଛି, ସେଥିର ମହିମା ଛାତ୍ରମାନଙ୍କୁ ବୁଝାଇ ସେମାନଙ୍କର ପ୍ରାଣକୁ ଉଦାର କରିପାରିବ ? ତୁମ୍ଭେ କିପରି ସମୁଦ୍ରର ଗମ୍ଭୀର ଧ୍ୱନି ମଧ୍ୟରେ ଛାତ୍ରମାନଙ୍କୁ ବ୍ରହ୍ମାଣ୍ଡପତିଙ୍କର ମହାସ୍ତବ ଶୁଣାଇ ପାରିବ ? ତୁମେ କିପରି ପର୍ବତକାନନ ଜଳସ୍ଥଳ ସର୍ବତ୍ର ଶିକ୍ଷାର ଦ୍ୱାର ଉଦ୍ଘାଟନ କରିପାରିବ? ତୁମ୍ଭେ କିପରି ନରନାରୀ ହୃଦୟର ନିଗୁଢ଼ ସୌନ୍ଦର୍ଯ୍ୟ ନିଜେ ନିଜେ ନଦେଖି ଅନ୍ୟକୁ ଦେଖାଇପାରିବ? “ହେ ଶିକ୍ଷକ, ତୁମ୍ଭେ ନିଜ ହୃଦୟକୁ…
ଓଡ଼ିଆ ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ ନିମ୍ନପ୍ରାଥମିକ ଶ୍ରେଣୀରେ ଗଦ୍ୟ ପଢ଼ାଉଥିଲେ ଏହିପରି : ” କୈ।ଣସି ଦିନରେ କି କେହି ଅହ୍ନରେ, ଗୋଟିଏ କାଳ କି ଏକ ଗୋଟି ବୟସ, ଖଣ୍ଡିଏ ମାଂସ କି ଖଣ୍ଡିଏ ଫଳ ମୁଖରେ ଧରି କି ବଦନରେ ଧାରଣ କରି ଗୋଟାଏ ବୃକ୍ଷ କି ଏକଗୋଟା ମଢ଼ିରୁହ ଡାଳରେ କି ଶାଖାରେ ବସିଥିଲା କି ଇପବେଶନ କରିଥିଲା । ” ଏଭଳି ପାଠଦାନର ସମୟ ଥିଲା ୧୮୬୨ ମସିହା, ସ୍ଥାନ ବାଲେଶ୍ୱରସ୍ଥ ବାରବାଟୀ ସ୍କୁଲ୍, ଅଧ୍ୟାୟୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ବ୍ରଜମୋହନ ଓରଫ ଫକୀରମୋହ୍ ନ ସେନାପତି । ସେ ଅବଶ୍ୟ ସେହି ଶ୍ରେଣୀର ବାର୍ଷିକ ପରିକ୍ଷାରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହେଲେ, ମାତ୍ର ଅନ୍ତର୍ନିହିତ ପ୍ରତିଭା, ଅଧ୍ୟବସାୟ ଓ ଅଧ୍ୟୟନ ବଳରେ ସେ ଏ ପ୍ରକାର ପାଠଦାନରର ଅସାରତା ତଥା ହାସ୍ୟସ୍କରତାକୁ ଉପଲବ୍ଧି କରିପାରିଥିବାରୁ କେବଳ ଶିକ୍ଷକ ଭାବରେ ସୁନାମ ଅର୍ଜନ କଲେ, ତାହା ନୁହେଁ,…
ଯୋଗାଯୋଗରେ ବେତାଳ କୃତ୍ରିମ ଉପଗ୍ରହ ଆଧୁନିକ ବିଶ୍ୱର ଏକ ବିରାଟ ଉଦ୍ଭାବନ । ଏହା ମାନବ ସମାଜର ବିକାଶ ପାଇଁ ପ୍ରଶସ୍ତ ପଥ ଉନ୍ମୁକ୍ତ କରିଦେଇଛି । ଏହା ସାହାଯ୍ୟରେ ଆଜିକାଲି ବହୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିଛି । ମଣିଷର ଚନ୍ଦ୍ର ଅଭିଯାନଠାରୁ ଆରମ୍ଭ କରି ଗ୍ରହଗ୍ରହାନ୍ତର ଯାତ୍ରା ଯାଏ, ଏଥିଯୋଗୁଁ ସଫଳ ହୋଇପାରିଛି । ସାରା ଦେଶରେ ଦୂରଦର୍ଶନ କାର୍ଯ୍ୟକ୍ରମର ସୁବିଧା ହୋଇପାରିଛି । ଗୋଟିଏ ଦେଶରେ ଘଟୁଥିବା ବା ସଂଗଠିତ ହେଉଥିବା ବିଶେଷ ଘଟଣା ତଥା ଉତ୍ସବ କୃତ୍ରିମ ଉପଗ୍ରହ ଯୋଗୁଁ ଅନ୍ୟ ଦେଶର ଲୋକମାନେ ଦେଖି ପାରୁଛନ୍ତି । ଦୂରଦୂରାନ୍ତର ଟେଲିଫୋନ୍ ସେବା ବ୍ୟବସ୍ଥା, ଭବିଷ୍ୟତ ପାଣିପାଗର ସୂଚନା, ଭୂସର୍ବେକ୍ଷଣ ଇତ୍ୟାଦି ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ଏହି ଅଦ୍ଭୁତ ମନୁଷ୍ୟ କୃତି ଦ୍ୱାରା ସମ୍ପାଦିତ ହୋଇପାରିଛି । ମାତ୍ର ଏହି କୃତ୍ରିମ ଉପଗ୍ରହ କ’ଣ ଓ କିପରି ଏହି ସବୁ କାର୍ଯ୍ୟ କରିପାରୁଛି, ତାହା ଅନେକେ…
ସମସ୍ତେ ଆଜି ସଜାଗ ୧୯୭୫ ମସିହା ଏପ୍ରିଲ୍ ୧୯ ତାରିଖର ଏକ ଶାନ୍ତଶୀତଳ ସକାଳ । ସୋଭିଏତ୍ ଋଷ୍ର ଗୋଟିଏ ମହାକାଶ ପରୀକ୍ଷା କେନ୍ଦ୍ର ଆଜି ସଜାଗ ହୋଇ ଉଠିଛି । ବୈଜ୍ଞାନିକଙ୍କଠାରୁ ଇଞ୍ଜିନିୟରଙ୍କ ପର୍ଯ୍ୟନ୍ତ ସମସ୍ତେ ଆଜି କାର୍ଯ୍ୟବ୍ୟସ୍ତ । ଏହି କେନ୍ଦ୍ରରୁ ଗୋଟିଏ କୃତ୍ରିମ ଉପଗ୍ରହ ମହାକାଶକୁ ଛଡ଼ାଯିବ । ଭାରତୀୟ ବୈଜ୍ଞାନିକମାନେ ଏହି ଉପଗ୍ରହଟିକୁ ଗଢ଼ିଛନ୍ତି । ଋଷ୍ ବୈଜ୍ଞାନିକମାନଙ୍କ ସାହାଯ୍ୟରେ ଏଠାରୁ ତାହା ମହାଶୂନ୍ୟକୁ ପଠାଯିବ । ଏହା ଏକ ଐତିହାସିକ ଘଟଣା । ବିଜ୍ଞାନ କ୍ଷେତ୍ରରେ ଭାରତର ଏକ ବିଶେଷ ପଦକ୍ଷେପ । ସେହି ସ୍ଥାନଠାରୁ ୮ କି.ମି. ଦୂରରେ ଭାରତୀୟ ବୈଜ୍ଞାନିକଗଣ ଅପେକ୍ଷା କରି ରହିଛନ୍ତି । ଭାରତୀୟ ମହାକାଶ ଆୟୋଗର ସଭାପତି ଅଧ୍ୟାପକ ସତୀଶ୍ ଧାବନ୍ ନିଜେ ସେଠାରେ ଉପସ୍ଥିତ । ଭାରତର ପ୍ରଥମ କୃତ୍ରିମ ଉପଗ୍ରହ ଛଡ଼ାଯିବ । ସେଠାରେ ରକେଟ୍ମାନ ଖଞ୍ଜାଯାଇଛି । ଏତେ ଦୂରରୁ ସେସବୁ ସ୍ପଷ୍ଟ…
ମହାକାଶରେ କୁନିଚାନ୍ଦ ୧୯୫୭ ମସିହା ଅକ୍ଟୋବର ମାସ ୪ ତାରିଖ । ମହାଶୂନ୍ୟରେ ଏକ କୁନିଚାନ୍ଦର ପ୍ରବେଶ ! ସାରା ଦୁନିଆରେ ଭାରି ଚହଳ। ଋଷର ବିଜ୍ଞାନୀମାନେ ଏହାକୁ ପଠାଇଥିଲେ । ଆମେରିକାରେ ଖୁବ୍ ଭାଳେଣି ପଡ଼ିଗଲା । ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ। ମାତ୍ର ଏହା ପ୍ରାକୃତିକ । ପୃଥିବୀର ଚତୁର୍ଦ୍ଦିଗରେ ଏହା ପରିକ୍ରମା କରେ । ସେହିପରି ଏହି କୁନିଚାନ୍ଦଟି ହେଉଛି ଏକ ଉପଗ୍ରହ । ପୃଥିବୀର ଚତୁର୍ଦ୍ଦିଗରେ ଏହା ଘୁରିବୁଲେ । ଏହା କୃତ୍ରିମ, ମନୁଷ୍ୟନିର୍ମିତ । ଆକାଶରେ ଉଡ଼ିବା ଯେମିତି ଥିଲା ମଣିଷର ବହୁଦିନର ସ୍ୱପ୍ନ । ଜହ୍ନରାଜ୍ୟକୁ ଯିବା, ମଙ୍ଗଳ, ଶୁକ୍ର ପ୍ରଭୃତି ଗ୍ରହକୁ ଯିବା ସେମିତି ମନୁଷ୍ୟର ଆଶା ଓ ଅଭିଳାଷ । ସେହିସବୁ ଗ୍ରହ ଉପଗ୍ରହରେ କ’ଣ ସବୁ ଅଛି ? ତାର ଜଳବାୟୁ, ମାଟି, ପାଣି, ପବନ ଆଦି କିପରି? ତାର ଖଣିଜ ପଦାର୍ଥ, ନଦୀ, ପାହାଡ଼ ପ୍ରଭୃତି କେମିତି ? ଏସବୁ ଦେଖିବା…
କେରଳର ଜଣେ ଚାଷୀ । ତାଙ୍କର ନାମ ମାଧବନ୍ ନାୟାର । ଓଟାପାଲମ୍ ଠାରେ ତାଙ୍କର ଘର । ସେଇଠି ତାଙ୍କର କ୍ଷେତ । ସେ ଆଜି ଯେତେ ଫସଲ ଫଳାଇ ପାରୁଛନ୍ତି ଆଉ ନୂଆ ନୂଆ ଢଙ୍ଗରେ ଚାଷ, ଜଳସେଚନ କରିବାର ଯେଉଁ ବୁଦ୍ଧି କୌଶଳ ଦେଖାଇଛନ୍ତି,ସେଥିପାଇଁ ତାଙ୍କୁ ଦେଶର ଜଣେ ଶ୍ରେଷ୍ଠ ଚାଷୀ ବୋଲି କୁହାଯାଉଛି । ମାଧବାନ୍ ନାୟାରଙ୍କର ଅଠର ଏକର ଧାନ ଜମି । ସେଥିରେ ଭଲ ଧାନ ବିହନ ବୁଣି ଆଉ ଭଲ ଭାବରେ ଚାଷ କରି ସେ ଏକର ପିଛା ୩ ହଜାରରୁ ୪ ହଜାର କିଲୋଗ୍ରାମ ଧାନ ଫଳାଉଛନ୍ତି । ଆସନ୍ତା ବର୍ଷ ଏକର ପିଛା ସାତ ହଜାର କିଲୋଗ୍ରାମ ଧାନ ଆଦାୟ କରିବାକୁ ଚେଷ୍ଟା ଚାଲିଛି । କିନ୍ତୁ ତାଙ୍କର ଆଶା ଆହୁରି ଉଚ୍ଚରେ । ସ୍ୱପ୍ନ ତାଙ୍କର ଖୁବ୍ ଦୂରରେ । ଅଳ୍ପ କେତୋଟି ବର୍ଷରେ ସେ ଏକରକୁ…
ଦିଲ୍ଲୀର ଜଣେ ବିଖ୍ୟାତ ସାହିତ୍ୟିକ । ତାଙ୍କର ନାମ ଖୁସ୍ବନ୍ତ ସିଂହ । ଥରେ ସେ ଗୋଟିଏ ବିଦେଶୀ ପତ୍ରିକାର ସଂପାଦକଙ୍କଠାରୁ ଲେଖାଟିଏ ପଠାଇବାକୁ ଜରୁରୀ ଅନୁରୋଧ ପାଇଲେ । ଲେଖାଟି ପୁଣି ହେବ ମରୁଡ଼ି-ପୀଡ଼ିତ ଗୋଟିଏ ଦୁଇଟି ଭାରତୀୟ ଗ୍ରାମର ଚିତ୍ର । ସେ ତେଣୁ ମାଇଲିଏ ପାଖାପାଖି ଦୁଇଟି ଗାଁ ଏଥିପାଇଁ ବାଛିଲେ । ଦୁଇ ଗାଁର ଭୂଇଁ ଏକପ୍ରକାର ଆଉ ଉଭୟ ଗାଁରେ କୂଅ ସାହାଯ୍ୟରେ ଜଳସେଚନର ସୁବିଧା ଅଛି । ଶୀତଦିନ । ସେ ପ୍ରଥମେ ବଡ଼ିଭୋରରୁ ଗୋଟିଏ ଗାଁ ଭିତରକୁ ପଶିଲେ । ଗାଁ ମୁଣ୍ତରେ ଚା’ ଖଟି । କେତେକ ଚାଷୀ ଚୂଲିର ଆଞ୍ଚ ପାଖରେ ବସି ନିଆଁ ପୋଉଁଥିଲେ । ଖୁସ୍ବନ୍ତ ସିଂହ ସେମାନଙ୍କୁ ଶୁଭେଚ୍ଛା ଜଣାଇ “କ’ଣ ହାଲଚାଲ” ବୋଲି ପଚାରିଲେ ? ଜଣେ ଚାଷୀ ଉତ୍ତର ଦେଲେ – ଏମିତି ଖରାପ ବେଳା ଆଉ କେବେ ପଡ଼ି ନଥିଲା ।…
ଆପଣ ପଞ୍ଚଷଠି ବର୍ଷ ବୟସର ଯୁବକ କେବେ ଦେଖିଛନ୍ତି? ବୁଢ଼ା ହେଲେ ବି ସେ ବେକାର ନୁହନ୍ତି । ବୟସ ବେଶୀ ହୋଇଥିଲେ ବି ଯୌବନର ଆଗ୍ରହ ଉତ୍ସାହ ଖସି ନାହିଁ। ହସି ହସି ସେ କାମ କରିଯାଆନ୍ତି। ତାଙ୍କର ଏଗାରଟି ପିଲା। ୧୧୦ ବିଘା ଜମି । ତାଙ୍କ କ୍ଷେତରେ ଦୁଇଟି କଳ ଲଙ୍ଗଳ କାମ କରେ। ତାଙ୍କର ଜାତିଆ ଗୋରୁଗାଈଙ୍କ ସଂଖ୍ୟା ତିରିଶରୁ କମ୍ ନୁହେଁ। କ୍ଷେତରେ ସେ ପ୍ରାୟ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ସେ କେଉଁ ପରି ଘରେ ରହନ୍ତି ଜାଣିଛନ୍ତି? ଛୋଟଘର। ଚାଳ ଛପର। ବାଉଁଶ ତିଆରି କାନ୍ଥ। କଷ୍ଟେ ମଷ୍ଟେ ଏତେ ବଡ଼ ପରିବାରଟି ସେଥିର ଚଳିଯା’ନ୍ତି। ଅବଶ୍ୟ ଘରଟି ଦେଖିବାକୁ ସଫା ସୁତୁରା। ଆପଣ ନିଶ୍ଚୟ ଭାବୁଥିବେ ଲୋକଟା ନିପଟ ଲୋଭୀ। ନ ହେଲେ ଏତେ ଧନ ସମ୍ପତ୍ତିର ମାଲିକ ହୋଇ ଏମିତି ଘରେ ଚଳନ୍ତେ କିପରି ? ଏପରି…
ମାନ୍ଦ୍ରାଜ ଠାରୁ ୩୫ କିଲୋମିଟର ଦୁରରେ ପାଦପାଈ ଗାଁ । ସେଠାରେ ଜଣେ ବ୍ରାହ୍ମଣ ଯୂବକ । ତାଙ୍କର ନାମ ଶ୍ରୀନିବାସନ୍ । ସେ ତିରିଶି ଏକରର ଗୋତିଏ କ୍ଷେତ ଖମାରର ମାଲିକ । ସେଥି ଭିତରେ ସେ ଧାନ ଚାଷ କରନ୍ତି,ପନିପରିବା କରନ୍ତି,ଫଳ ଫୁଲ ଉପୁଜାନ୍ତି,ମେଣ୍ଟା ପାଳନ୍ତି ଆଉ କୁକୁଡ଼ା ବି ପୋଷିଛନ୍ତି । ଜନ୍ମରୁ ସେ ଚାଷୀ ନୁହନ୍ତି । କିନ୍ତୁ ସେ ନିଜ କୁ ଜଣେ ଭଲ ଚାଷୀ ରୂପରେ ଗଢ଼ି ପାରିଛନ୍ତି । ଭଲା ଜାତିଆ ମେଣ୍ଢା ଓ କୁକୁଡ଼ା ପାଳି ବାରେ ତଙ୍କର ବେଶ ସୁନାମ ରହିଛି । କିନ୍ତୁ ଦେ ନିଜେଖାଣ୍ଟି ନିରାମିଷାଶୀ। ମାଛ, ମାଂସ କି ଅଣ୍ତା ସେ କେବେ ଖାଆନ୍ତି ନାହିଁ। ଏଡ଼େ ବଡ଼ କ୍ଷେତର ମାଲିକ ହୋଇ ଶ୍ରୀନିବାସନ୍-ଙ୍କ ମନରେ ତିଳେ ହେଲେ ଗର୍ବ ନାହିଁ, କି ବଡ଼ିମା ନାହିଁ। ଦିନସାରା ସେ ଖଟିଥାଆନ୍ତି। ଅଳ ଓ ବିଳାସ…