ପ୍ରଥମ ଅଧ୍ୟାୟ ଆନନ୍ଦେ ଅଭିମନ୍ୟୁସୁତ । ଶୁଣିଣ ଗୋବିନ୍ଦ ଚରିତ ॥୧ ବ୍ୟାସକୁମର ମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥୨ ପରୀକ୍ଷିତ ଉବାଚ ଭୋ ମୁନି ମନ୍ୱନ୍ତର କଥା । କହିଲ ସକଳ ବ୍ୟବସ୍ଥା ।।୩ ଯେ ମନ୍ୱନ୍ତରେ ଯେବା ଦେହୀ । ଧର୍ମ ରକ୍ଷଣେ ଭାବଗ୍ରାହୀ ।।୪ ଅନନ୍ତ ଯାହାର ମହିମା । କେ ଜାଣିପାରେ ଗୁଣ ସୀମା ।।୫ ତୁମ୍ଭେ କହିଲ ମୁନିଗଣୈ । ବିଷ୍ଣୁର ମହିମା ପ୍ରମାଣୈ ।।୬ ଦ୍ରବିଡ଼େଶ୍ୱର ସତ୍ୟବ୍ରତ । ସେ ରାଜଋଷି ଦଇବତ ।।୭ ଅତୀତ କଳ୍ପାନ୍ତରେ ଥିଲା । ଭାବେ ସେ ବିଷ୍ଣୁଙ୍କୁ ଭେଟିଲା ।।୮ ନିତ୍ୟେ ଗୋବିନ୍ଦପାଦ ଧ୍ୟାୟି । ବିଷ୍ଣୁର ତହୁଁ ଶିକ୍ଷା ପାଇ ।।୯ ପୁଣି ସେ ସୃଷ୍ଟି ଆଦିକାଳେ । କେମନ୍ତେ ବୈବସ୍ୱତକୁଳେ ।।୧୦ ବଇବସ୍ୱତ ମନୁ ହୋଇ । ଜନ୍ମ ଲଭିଲେ ଦେହବହି ।।୧୧ ପୁଣି ତାହାର ବୀର୍ଯ୍ୟେ ଜାତ…
Author: ଜଗନ୍ନାଥ ଦାସ
ପ୍ରଥମ ଅଧ୍ୟାୟ ହରଷେ ଅଭିମନ୍ୟୁସୁତ । ଶୁଣି ଗୋବିନ୍ଦର ଚରିତ । ।୧ ଶୁକ ଚରଣେ ଦେଇ କର । ବୋଲେ ପରୀକ୍ଷ ଦଣ୍ଡଧର । ।୨ ରାଜା ଉବାଚ ବିଷ୍ଣୁ-ଚରିତ ତୁମ୍ଭ ମୁଖେ । ଶୁଣିଲି ଅଦୃଷ୍ଟ-ସୁପାକେ । ।୩ ଭୋ ମୁନି ଦୟାକର ମୋତେ । ସଂସାରୁ ତରିବି ଯେମନ୍ତେ । ।୪ ମୋଠାରେ ସ୍ନେହ ବହ ଯେବେ । ପ୍ରସନ୍ନ ଚିତ୍ତେ କହ ଏବେ । ।୫ ପୂର୍ବେ ଯେ ସ୍ୱାୟମ୍ଭୂବ ମନୁ । ପ୍ରତ୍ୟକ୍ଷେ ପଦ୍ମଯୋନି ତନୁ । ।୬ ତାହାଙ୍କ ବଂଶେ ଯେ ଚରିତ । ଯେ ପୂର୍ବେ ଭୂତ-ଭବିଷ୍ୟତ । ।୭ ବିସ୍ତାରେ ତୁମ୍ଭ ମୁଖୁଁ ଶୁଣି । ତରିବି ଭବ-ତରଙ୍ଗିଣୀ । ।୮ ଯେ ବଂଶେ ବିଶ୍ୱସୃକଗଣ । ମନୁଦୁହିତା ଗର୍ଭେ ପୁଣ । ।୯ ପୁତ୍ର-ପୌତ୍ରାଦି ଏ ଜଗତେ । ଯେବା ଚରିତ କଲେ ଯେତେ । ।୧୦ ଯେ…
ପ୍ରଥମ ଅଧ୍ୟାୟ ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ।। ୧ ଲୀଳା-ବିହାରେ ତନୁ ଧରି । ମର୍ତ୍ତ୍ୟେ କେ ପାରେ ସାଧ୍ୟ କରି ।। ୨ କୃଷ୍ଣ ଚରଣେ ଦେଇ ଚିତ୍ତ । ବୋଲନ୍ତି ବ୍ୟାସଙ୍କର ସୁତ ।। ୩ ଶୁକ ଉବାଚ ଏବେ ହୋ ଶୁଣ କୁରୁମଣି । ହରିଚରିତ ସୁଧାବାଣୀ ।। ୪ ଜନ୍ମବାସନା କର୍ମଫଳେ । ପ୍ରାଣୀ ଭୁଞ୍ଜନ୍ତି ଏ ଶୟଳେ ।। ୫ ସପ୍ତମସ୍କନ୍ଧେ ଭାଗବତେ । କହିବା ଶୁଣ ଏକଚିତ୍ତେ ।। ୬ କହିବା ପଞ୍ଚତତ୍ତ୍ୱ ଗୁଣ । ଶୁଣ ନୃପତି ସାବଧାନ ।। ୭ କର୍ମବାସନା ରୂପ ଧରି । ବେନି ପ୍ରକାରେ ସେ ସଞ୍ଚରି ।। ୮ ଶୁଭ ଅଶୁଭ ବେନି ପଦେ । ପ୍ରକାଶ କରେ ହେତୁ ଭେଦେ ।। ୯ ମହତ ଅପମାନ କୋପେ । ଅସୁର ଜନ୍ମ ପୁତ୍ରରୂପେ ।। ୧୦ ପୁଣ…
ପ୍ରଥମ ଅଧ୍ୟାୟ ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ।। ୧ ଶୁକ ଚରଣେ ପ୍ରଣମିତ । ହୋଇ ବୋଲନ୍ତି ପରୀକ୍ଷିତ ।। ୨ ପରୀକ୍ଷିତ ଉବାଚ ଏକ ସଂଶୟ ମୋର ମନ । ତେଣୁ ମୁଁ କରି ନିବେଦନ ।। ୩ ଭୋ ଭାଗବତ ତୁମ୍ଭେ ଆଦ୍ୟେ । କହିଲ ଯା ଦ୍ୱିତୀୟସ୍କନ୍ଧେ ।। ୪ ଆଦ୍ୟରେ ଭଗବାନ ବ୍ରହ୍ମା । ଅଷ୍ଟ ଐଶ୍ୱର୍ଯ୍ୟ ସୁଖ ସୀମା ।। ୫ ନିବୃତ୍ତିମାର୍ଗେ ଯା କହିଲେ । ତା ଯୋଗେଶ୍ୱର ନ ଜାଣିଲେ ।। ୬ ନିବୃତ୍ତି ମାର୍ଗେ ଚକ୍ରପାଣି । କେବଳ ଯୋଗେ ତା ବଖାଣି ।। ୭ ଯୋଗେ ଲଭନ୍ତି ପ୍ରଜାପତି । କ୍ରମେ ତାଙ୍କର ସଙ୍ଗେ ମୁକ୍ତି ।। ୮ ଆର ପ୍ରବୃତ୍ତିମାର୍ଗ ଯେହି । ସ୍ୱର୍ଗାଦିସୁଖ ଯହିଁ ପାଇ ।। ୯ ପ୍ରକୃତି ବିଲୟ ଅଭାବେ । ଜନ୍ମ ମରଣ ଜୀବ ଲଭେ…
ପ୍ରଥମ ଅଧ୍ୟାୟ ମୈତ୍ରେୟ ଉବାଚ ପରମ-ପୁରୁଷ ଗୋବିନ୍ଦ । ଅରୁଣ-ଚରଣାରବିନ୍ଦ ।। ୧ ତହୁଁ ଗଳଇ ମକରନ୍ଦେ । ତାହା ଯେ ପିବନ୍ତି ଆନନ୍ଦେ ।। ୨ ଶ୍ରଦ୍ଧାଯୁକ୍ତରେ ଚିନ୍ତାକରି । ହେଳେ ତରନ୍ତି ଭବବାରି ।। ୩ ପରମଭକ୍ତି ସେ ଲଭଇ । କରୁଣା କରନ୍ତି ଗୋସାଇଁ ।। ୪ ତାହାଙ୍କ ଚରଣେ ବନ୍ଦଇ । ପଞ୍ଚମସ୍କନ୍ଧେ ଗୀତ ଗାଇ ।। ୫ କହଇ ବିପ୍ର ଜଗନ୍ନାଥ । ଭାଷା ପ୍ରବନ୍ଧେ ଭାଗବତ ।। ୬ ଶୁକ ପରୀକ୍ଷିତ ସମ୍ବାଦ । ଶୁଣିଲେ ତୁଟେ ଭବବନ୍ଧ ।। ୭ ପରୀକ୍ଷିତ ଉବାଚ ଭୋ ମୁନି ରାଜା ପ୍ରିୟବ୍ରତ । ସେ ଆତ୍ମାରାମ ଭାଗବତ ।। ୮ ଗୃହେ ରମିଲା ତାର ମନ । ପ୍ରାରବ୍ଧ-କର୍ମରେ ବନ୍ଧନ ।। ୯ ନିଶ୍ଚୟେ ମୁକ୍ତସଙ୍ଗ ଯାର । ଏମନ୍ତ ପ୍ରାଣୀମାନଙ୍କର ।। ୧୦ କିମ୍ପା ଏ ଗୃହେ ମନ ରହେ । ଭୋ…
ପ୍ରଥମ ଅଧ୍ୟାୟ[ସମ୍ପାଦନା] ମୈତ୍ରେୟ ଉବାଚ ଏବେ ହେ ଶୁଣ ଏକଚିତ୍ତେ । ଚତୁର୍ଥସ୍କନ୍ଧେ ଭାଗବତେ ।। ୧ ପୂର୍ବେ ଯେ ପଦ୍ମଯୋନି-ତନୁଁ । ଜନ୍ମିଲେ ସ୍ୱାୟମ୍ଭୁବମନୁ ।। ୨ ତା ନାରୀ ଶତରୂପା ନାମ । ପବିତ୍ର-ସର୍ବ-ଗୁଣ-ଧାମ ।। ୩ ତାହାଙ୍କ ଠାରୁ ସୁତା ତିନି । ପରେ ଜନ୍ମିଲେ ସୁତବେନି ।। ୪ ଆକୂତି ଦେବହୂତି ବେନି । ପ୍ରସୂତି ନାମେ କନ୍ୟା ତିନି ।। ୫ ଆକୂତି ରୁଚିକି ବରିଲା । ପୁତ୍ରିକା ଧର୍ମେ ବିଭା ଦେଲା ।। ୬ ଯେ ଧର୍ମବିଧି ବେଦମାର୍ଗେ । ବିଚାରି ଶତରୂପା ସଙ୍ଗେ ।। ୭ ସେ ପ୍ରଜାପତି ଗୃହେ ଆଣି । ସ୍ୱଧର୍ମେ ଆକୂତି ଘରଣୀ ।। ୮ ସେ କନ୍ୟା ଗର୍ଭେ ରୁଚି ବୀର୍ଯ୍ୟେ । ପୁତ୍ର ଦୁହିତା ମହାତେଜେ ।। ୯ ଜନ୍ମିଲେ ଅତି ସୁଲକ୍ଷଣ । ତାହାଙ୍କ ନାମ ଏବେ ଶୁଣ ।। ୧୦ ଯଜ୍ଞପୁରୁଷ…
ପ୍ରଥମ ଅଧ୍ୟାୟ[ସମ୍ପାଦନା] ଶୌନକ ଆଦି ମୁନିଜନେ । ଆନନ୍ଦେ ସୂତ ସନ୍ନିଧାନେ । । ୧ ବିଦୁର କଥା ମନେ ଚିନ୍ତି । ବିଶ୍ୱାସଭାବେ ପଚାରନ୍ତି । । ୨ ଶୌନକ ଉବାଚ ହେ ସୂତ ତୁମ୍ଭର ବଚନ । ଶୁଣି ସନ୍ତୋଷ ଆମ୍ଭମନ । । ୩ ମହାତ୍ମା ବିଦୁରର ବାଣୀ । ଆମ୍ଭେ ତୁମ୍ଭର ମୁଖୁଁ ଶୁଣି । । ୪ ହେଳେ ଛାଡ଼ିବୁ ଭବବ୍ୟଥା । ବିସ୍ତାରି କହ ତାର କଥା । । ୫ ସର୍ବସମ୍ପଦ ଛାଡ଼ି ବନେ । କିପାଁ ପଶିଲା ଦୁଃଖ ମନେ । । ୬ ଅନେକତୀର୍ଥେ ଦେଇ ମନ । ପୃଥିବୀ କଲା ପର୍ଯ୍ୟଟନ । । ୭ ମୈତ୍ରେୟ ମୁନି ସଙ୍ଗେ ତାର । ଏକାନ୍ତେ ଅଧ୍ୟାତ୍ମ-ବିଚାର । । ୮ କାହିଁ ବା ନଦୀ-ତୀର ବନେ । ସାନନ୍ଦେ ବସି ବେନିଜନେ । । ୯ ସନ୍ତୋଷେ…
ପ୍ରଥମ ଅଧ୍ୟାୟ[ସମ୍ପାଦନା] ସୂତ ଉବାଚ ହରି-ଚରଣ ଚିନ୍ତି ଧ୍ୟାନେ । କୋମଳ-ଗଭୀର-ବଚନେ । । ୧ ରୋମପୁଲକ ନିଜଦେହୀ । ଶୁକ କହନ୍ତି ରାଜା ଚାହିଁ । । ୨ ଶୁକ ଉବାଚ ହେ ପରୀକ୍ଷିତ ନୃପବର । ଗରିଷ୍ଠ ପ୍ରଶ୍ନ ଏ ତୋହର । । ୩ ପଚାରୁ ଜୀବଲୋକ ହିତେ । ଯେ ପ୍ରଶ୍ନ ଅଛି ତୋର ଚିତ୍ତେ । । ୪ ଏ ଆତ୍ମାଜ୍ଞାନୀଙ୍କର ସାର । ସଂସାରେ ଜନଉପକାର । । ୫ ଶ୍ରୋତବ୍ୟ ପ୍ରଶ୍ନ ଅଛି ଯେତେ । ଆଗମ ନିଗମ ଭକତେ । । ୬ ସହସ୍ର ସହସ୍ର ପ୍ରକାରେ । ଯେ ପ୍ରଶ୍ନ ଅଛି ଏ ସଂସାରେ । । ୭ ସଂସାର କରିବାର ଆଶେ । ଯେତେ ଅଛନ୍ତି ଗୃହବାସେ । । ୮ ଇନ୍ଦ୍ରିୟବଶେ ଗୃହେ ଥାଇ । ଆତ୍ମାର ହିତେ ଜ୍ଞାନ ନାହିଁ । । ୯…
ପ୍ରଥମ ଅଧ୍ୟାୟ ଓଁ ନମୋ ଭଗବତେ ବାସୁଦେବାୟ । ବାଗୀଶା ଯସ୍ୟ ବଦନେ ଲକ୍ଷ୍ମୀର୍ଯସ୍ୟ ଚ ବକ୍ଷସି । ଯସ୍ୟାସ୍ତେ ହୃଦୟେ ସମ୍ୱିତ୍ ତଂ ନୃସିଂହମହଂ ଭଜେ ।।୧ ବିଶ୍ୱସର୍ଗବିସର୍ଗାଦିନବଲକ୍ଷଣଲକ୍ଷିତମ୍ ଶ୍ରୀକୃଷ୍ଣାଖ୍ୟଂ ପରଂଧାମ ଜଗଦ୍ଧାମ ନମାମି ତତ୍ ।।୨ ମାଧବୋ ମାଧବାବୀଶୌ ସର୍ବସିଦ୍ଧିବିଧାୟିନୌ । ବନ୍ଦେ ପରସ୍ପରାତ୍ମାନୌ ପରସ୍ପରନତିପ୍ରିୟୌ ।।୩ ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍ । ଯତ୍ କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ ।।୪ ଯଂ ବ୍ରହ୍ମାବରୁଣେନ୍ଦ୍ରରୁଦ୍ରମରୁତଃ ସ୍ତୁନ୍ୱନ୍ତି ଦିବ୍ୟୈଃ ସ୍ତବୈ । ର୍ବେଦୈଃ ସାଙ୍ଗପଦକ୍ରମୋପନିଷଦୈ ର୍ଗାୟନ୍ତି ଯଂ ସାମଗାଃ । ଧ୍ୟାନାବସ୍ଥିତତଦ୍ଗତେନ ମନସା ପଶ୍ୟନ୍ତି ଯଂ ଯୋଗିନୋ ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣା ଦେବାୟ ତସ୍ମୈ ନମଃ ।।୫ ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମମ୍ । ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ ।।୬ ଜନ୍ମାଦ୍ୟସ୍ୟ ଯତୋଽନ୍ୱୟାଦିତରତଶ୍ଚାର୍ଥେଷ୍ୱଭିଜ୍ଞଃ ସ୍ୱରାଟ୍ ତେନେ ବ୍ରହ୍ମହୃଦା ଯ ଆଦିକବୟୋ ମୁହ୍ୟନ୍ତି ଯତ୍ ସୁରୟଃ । ତେଜୋ ବାରିମୃଦାଂ ଯଥା…
କୋଇଲି କେଶବ ଯେ ମଥୁରାକୁ ଗଲା । କାହାବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ଲୋ । ଅର୍ଜୁନ ଉବାଚ ଅର୍ଜୁନ ବୋଇଲେ ତୁମ୍ଭେ ଶୁଣ ମହାବାହୁ । ପୁଛିବି କଥାଏ ପ୍ରଭୁ ମୋତେ ଆଜ୍ଞାହେଉ । କେଶବ କୋଇଲି ନାଥ କାହାକୁ ଯେ କହି । ଏହା ମୋତେ ଶ୍ରୀହରି ପ୍ରସନ୍ନେ ଦେବା କହି । ଶ୍ରୀଭଗବାନୁବାଚ ପାର୍ଥର ବଚନେ ଯେ ବୋଲନ୍ତି ଭଗବାନ । ଉତ୍ତମ କଥାଏ ପାର୍ଥ ପଚାରିଲୁ ପୁଣ । କୋଇଲି ବୋଲିଣ ପାର୍ଥ ଜୀବକୁଟି କହି । ସେହି ଜୀବ ମୁହିଁ ଜାଣ ସର୍ବତ୍ର ଅଛଇ । ଆପେ ଆସିଥିଲା ଜୀବ ଆପେ ଚଳିଗଲା । ସେହି ପୁତ୍ରଗୋଟି ଆଉ ବାହୁଡ଼ି ନଇଲା । ଏହି ପୁତ୍ର ଗୋଟି ଯହୁଁ ବାହୁଡ଼ି ନଇଲା । ମଥୁରା ସ୍ୱରୂପ ପିଣ୍ତ ପଡ଼ିଣ ରହିଲା । କୋଇଲି ଖଣ୍ଡ କ୍ଷୀର ଦେବି ମୁଁ କାହାକୁ । ଖାଇବାର…