ରହ ରହ କ୍ଷଣେ ବାଷ୍ପୀୟ ଶକଟ ରହ ରହ କ୍ଷଣେ ବାଷ୍ପୀୟ ଶକଟ ଦେଖିବି ଚିଲିକା ଚାରୁ ଚିତ୍ରପଟ। ଚିତ୍ର ମଣେ ଯେଣୁ ନାହିଁ ଅନୁଭବ ବାସ୍ତବ ବିଶ୍ୱେ କି ଏ ଛବି ସମ୍ଭବ! ନୀଳ ବୀଚିମାଳା ଧୀରେ ଧୀରେ ଯାଏ ଲାଗଇ ସ୍ବପନେ ଦେଖିଲା ପରାଏ। ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ ଓଲଟି ଣ ତଳେ ଦିଶନ୍ତି ଯୁଗଳ। ଘୋର ନାଦେ ଯହୁଁ ଉଠିଲେ ସେ ନଭେ ଉଠେ ଶତ ଖଗ ଚିଲିକା ଗରଭେ। ସତ୍ୟ ବୋଲି ମନେ ନ ହେଉ ପ୍ରତୀତ ପଲକେ ସେ ଦୃଶ୍ୟ ହୁଏ ତିରୋହିତ। ଦୁରେ ଘେନି ଯାଏ ନିଦାରୁଣ ଯାନ ଆସେ ପୁଣି ତରୁ ଶିଳା ବ୍ୟବଧାନ। ନିମିଷେ ଲୁଚାଏ ନିମିଷେ ଦେଖାଏ ସ୍ବପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ। କାହିଁ ଦିଶେ ନୀଳ କାହିଁ ସୁଶ୍ୟାମଳ କାହିଁ ବା ଧୂସର କାହିଁ ବା ଧବଳ ନାନା ସ୍ଥାନେ ନାନା ରଙ୍ଗେ ଦୀର୍ଘ…