ଉକ୍ରଳ ବିଶ୍ୱବିଦ୍ୟାଳୟର ନୀଳକଣ୍ଠ ଛାତ୍ରାବାସ । ଏଠାରେ କେବଳ ଏମ୍.ଫିଲ୍ ନୁହଁ, ବିଭିନ୍ନ ବିଭାଗର ମେଧାବୀ ଛାତ୍ରମାନେ ଜାତୀୟସ୍ତରରେ ବୃତ୍ତି ପାଇ ଗବେଷଣା କାର୍ଯ୍ୟରେ ମଗ୍ନ ରହିବା ସହିତ, ଭବିଷ୍ୟତରେ ସ୍ଥିର ଜୀବିକାପାଇଁ ରାଜ୍ୟ ଓ ରାଷ୍ଟ୍ରସ୍ତରୀୟ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି କରିଥାନ୍ତି । ଏଥିପାଇଁ ଏହାର ପରିବେଶ ବେଶ ଅନୁକୂଳ ହୋଇଥିବାରୁ ପ୍ରତିବର୍ଷ ଶତପ୍ରତିଶତ ଛାତ୍ର କୃତକାର୍ଯ୍ୟ ମଧ୍ୟ ହୋଇଥାନ୍ତି । କିଛି ଦିନ ପୂର୍ବରୁ କୌଣସି ଏକ କାର୍ଯ୍ୟରେ ଯାଇଥିଲି ଏହି ଛାତ୍ରାବାସକୁ । ଉଦ୍ଦେଶ୍ୟ ଥିଲା ମୋର ବନ୍ଧୁମାନଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ତଥା ଗବେଷଣା କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ଜାଣିବାକୁ । ଦେଖିଲି ସେମାନଙ୍କ ଟେବୁଲ ଉପରେ ବିଭିନ୍ନ ବହି ଓ ପତ୍ରପତ୍ରିକା ସହ ବଙ୍ଗଳା ବହିର ମିଶ୍ରିତ ଥାକ । ଆଶ୍ଚର୍ଯ୍ୟ ହୋଇଗଲି । କାରଣ ଏମାନଙ୍କ ପାଠ୍ୟ ସହିତ ବଙ୍ଗଳା ବହିର କୌଣସି ସଂପର୍କ ନାହିଁ । ବିଶେଷକରି ଇଂରେଜୀ…
Author: ଫକୀର ମୋହନ ସେନାପତି
ନିକଟରେ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ କରୁଣାନିଧି ଚେନ୍ନାଇ ଉଚ୍ଚନ୍ୟାୟାଳାୟ ପରିସରରେ ଭାରତ ସମ୍ବିଧାନ ଚିଠାସମିତିର ସଭାପତି ଭାରତରତ୍ନ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଅନାବରଣ ଉପଲକ୍ଷେ ମନ୍ତବ୍ୟ ଦେଇଛନ୍ତି ଯେ – ସମସ୍ତ ବିଚାରପତି ପ୍ରଥମେ ଉଚ୍ଚ ନ୍ୟାୟାଳୟ ଓ ପରେ ସର୍ବୋଚ୍ଚ ନ୍ୟାୟଳୟର ଏକ ଭାଷା ଭାବରେ ତାମିଲଭାଷା ବ୍ୟବହାରପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ । ସେହିପରି ଭାରତର ଆଇନ୍ ଓ ନ୍ୟାୟ ମନ୍ତ୍ରଣାଳୟର ପୂର୍ବତନ ସଚିବ ବ୍ରଜକିଶୋର ଶର୍ମା ଦିଲ୍ଲୀଠାରେ ଆୟୋଜିତ ଏକ ଆଲୋଚନା ସଭାରେ ନ୍ୟାୟର ଭାଷା ସଂମ୍ପର୍କରେ କହିଥିଲେ ଯେ, ନ୍ୟାୟାଳୟକୁ ଆସୁଥିବା ୯୯ % ପୀଡ଼ିତ, ଓକିଲ ଓ ବିଚାରପତି ମଧ୍ୟରେ ନ୍ୟାୟପ୍ରଦାନ ସମ୍ପର୍କରେ କି ପ୍ରକାରର ଯୁକ୍ତି ଚାଲିଛି ତାହା ଜାଣିବାକୁ ଇଚ୍ଛ ଥିଲେ ମଧ୍ୟ ଜାଣିପାରନ୍ତି ନାହିଁ । ତେଣୁ ଭାରତ ଭଳି ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରର ଲୋକପ୍ରତିନିଧିମୂଳକ ସରକାର ଲୋକମାନଙ୍କର ଏହି ସମସ୍ୟା ଓ ଅଧିକାରକୁ ଅନୁଭବ କରି ଭାରତୀୟ ଦଣ୍ଡସଂହିତା…
ସଂପ୍ରତି ଆମ ରାଜ୍ୟ ସରକାର ଅର୍ଥାଭାବ ଯୋଗୁଁ ଛାତ୍ର ଉପସ୍ଥାନ ହ୍ରାସ ଆଳରେ ମହାବିଦ୍ୟାଳୟ ସ୍ତରରୁ ମାତୃଭାଷା ଉଠାଇଦେବାର ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ କରି ଶିକ୍ଷା ସମ୍ବନ୍ଧୀୟ ମୌଳିକ ଅଧିକାରରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରିବା ପରିପ୍ରେକ୍ଷୀରେ ଯେଉଁ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା, ତାହା ହୁଏତ ଆମ ଜାତିର ସ୍ୱାଭିମାନକୁ କିଛିକ୍ଷଣପାଇଁ ଜାଗରିତ କରିବାରେ ସାହାଯ୍ୟ କରିଛି । ମାତ୍ର ଦୀର୍ଘଦିନ ଧରି ଓଡ଼ିଆ ଭାଷା ଓ ସାହିତ୍ୟ ପଢ଼ୁଥିବା ଛାତ୍ରଟିଏ କିଭଳି ଭାବରେ ମାନସିକ ଯନ୍ତ୍ରଣା ପାଉଛି, ସେ ସଂପର୍କରେ କେହି କିଛି ଚିନ୍ତା କରିଛନ୍ତି କି? ତେବେ ଏହି ପରିସ୍ଥିତି ସୃଷ୍ଟିପାଇଁ ଅସଂଖ୍ୟ କାରଣ ଆଢ଼ୁଆଳରେ ଲୁଚି ରହିଥିବା ବେଳେ, ଯେଉଁ କେତୋଟି କାରଣ ସର୍ବସମ୍ମୁଖରେ ଦୃଷ୍ଟିଗୋଚର ହେଉଛି ସେଥିମଧ୍ୟରୁ ପ୍ରମୁଖ କେତୋଟି ଏଠାରେ ଉପସ୍ଥାପିତ କରାଯାଇପାରେ । ୧ – ପ୍ରାଥମିକ ଶିକ୍ଷାସ୍ତରରେ ମାତୃଭାଷାର ଆଦ୍ୟ ଅକ୍ଷର, ଅ, ଆ ଶିଖିବାପାଇଁ ସରକାରଙ୍କ ସର୍ବଶିକ୍ଷା ଅଭିଯାନରେ ସାମିଲ ହେଉଥିବା…
ନିକଟରେ ଇତିହାସର ଆଉ ଏକ ଅନ୍ୟାୟକୁ ଓଡ଼ିଶାବାସୀ ମଥାପାତି ସହ୍ୟ କରିବାର ସୁଯୋଗ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ପ୍ରଦାନ କରିଥିବାରୁ ଏଥିପାଇଁ ପ୍ରଥମେ ଧନ୍ୟବାଦ ଅର୍ପଣ କରୁଛି, କାରଣ ଦକ୍ଷିଣ ଓଡ଼ଶାର ଉପାନ୍ତ ଅଞ୍ଚଳ କୁଟିଆ । ଗ୍ରାମ ପଞ୍ଚାୟତ ଉପରେ ଆନ୍ଧ୍ରର ବଳପୂର୍ବକ ଅଧିଗ୍ରହଣ ପ୍ରତି ସର୍ବୋଚ୍ଚ ବିଚାର ବିଭାଗର ନୀରବ ସମର୍ଥନ, କିଛିକ୍ଷଣ ହେଉ ପଛକେ ଓଡ଼ିଆଙ୍କ ଭାବପ୍ରବଣତାକୁ ଜାଗ୍ରତ କରିପାରିଛି । ଅତୀତକୁ ଦୃଷ୍ଟି ନିକ୍ଷେପ କଲେ ଦେଖିବାକୁ ମିଳିବ ଯେ, ଏଭଳି ଆଘାତ କିଛି ନୂଆ ନୁହେଁ । ସେଥିପାଇଁ ଆଘାତ ସହିବା ଏକ ଗୌରବର କଥା ବୋଲି ଆମେ ଗ୍ରହଣ କରି ସାରିଲୁଣି । ସ୍ୱାଧୀନତା ପୂର୍ବରୁ ଓଡ଼ିଶା ଏକତ୍ରୀକରଣ ବେଳେ ଏକତୃତୀୟାଂଶ ଓଡ଼ଆ ଓ ଓଡ଼ିଶା ଅଞ୍ଚଳ ହରାଇ ଆମେମାନେ “ବୁଦ୍ଧିମାନ ଯେତିକି ପାଆନ୍ତି, ସେତିକି ଗ୍ରହଣ କରିବା ଉଚିତ୍” ନ୍ୟାୟରେ ବିଖଣ୍ଡିତ ଅଞ୍ଚଳକୁ ସ୍ୱତନ୍ତ୍ର ପ୍ରଦେଶ ଭାବରେ ପାଇ ଆନନ୍ଦରେ ଉଦ୍ବେଳିତ…
ତିନି ମାସ ତଳେ ତୁଳସୀ ଚଉରା ପାଖରେ ସାଆନ୍ତାଣୀ ଯେପରି ପଡ଼ିଥିବାର ଦେଖାଯାଇଥିଲା, ଠିକ୍ ସେହି ସ୍ଥାନରେ, ଠିକ୍ ସେହିପରି ଉତ୍ତରକୁ ମୁଣ୍ତ କରି ପୁରୁଣା କତରାଖଣ୍ତକରେ ମଙ୍ଗରାଜେ ପଡ଼ିଛନ୍ତି । ହାତ ଗୋଡ଼ ନଡ଼ ବଡ଼ ହେବାକୁ ନାହିଁ, ଆଖିରେ ପଲକ ପଡୁ ନାହିଁ, ଏକଧ୍ୟାନରେ ଉପରକୁ ଚାହିଁରହିଛନ୍ତି । ଶିବା ଚମାର, କାର୍ତ୍ତିକ ନାୟକ ଦୁଇ ଜଣ ବୈଦ୍ୟ ଲାଗିଥିଲେ, କାଲି ରାତିରୁ ଜବାବ ଦେଇ ଅଲଗା ହୋଇଗଲେଣି, ଗୋପୀଆ ତନ୍ତୀ ହାତ ଲଗାଇଛି । ଗୋପୀଆ ତନ୍ତୀ ଓରଫ ଗୋପୀ କବିରାଜ ଜଣେ ଡାକଫୁକାର ଟାଣୁଆ ବୈଦ୍ୟ । ଚାରି ଖଣ୍ତ ଗ୍ରାମର ଲୋକେ ତାହାକୁ ଜାଣନ୍ତି, ଦିନ ରାତି ତାହାର ନାକ ପୋଛିବାର ତର ଥାଏ ନାହିଁ, ସକାଳୁ ଉଠି ପାଛୁଡ଼ାଟା ଅଣ୍ଟାରେ ଭିଡ଼ିଦେଇ କାନ୍ଧରେ ନାଲିଆ ଗାମୁଛା ପକାଇ କାଖ ତଳେ ଔଷଧ ବଟୁଆ ଝୁଲାଇ, ବାଙ୍କ ମୂଳିଆ ବାଉଁଶ ବାଡ଼ି ହାତରେ ଧରି…
ମନୁଷ୍ୟ ଆପଣା କର୍ମଫଳ ଭୋଗ କରେ । ତୁମେ ଭଲ ଅବା ମନ୍ଦ ଯେପରି କର୍ମ କରିବ, ତହିଁର ପ୍ରତିଫଳ ଅବଶ୍ୟ ତୁମ୍ଭଙ୍କୁ ଭୋଗ କରିବାକୁ ହେବ । ହେ ବୁଦ୍ଧିମାନ, ତୁମ୍ଭେ ଅତି ନିର୍ଜନରେ, ଅତି ସାବଧାନରେ କିଛି କର୍ମକରି ମନେକରୁଛ, ମନୁଷ୍ୟର ଦୃଷ୍ଟିରେଖାର ଅନ୍ତରାଳରେ ରହିଛି । ଭୂମିରେ ଗୋଟିଏ କ୍ଷୁଦ୍ର ବୀଜ ପୋତିବାବେଳେ କେହି ଦେଖେ ନାହିଁ ସତ୍ୟ, ମାତ୍ର ସେଥିରୁ ଜାତ ବୃକ୍ଷର ମନୁଷ୍ୟନେତ୍ର ଅତିକ୍ରମ କରିବାର ଉପାୟ ନାହିଁ । ପୁଣି ତୁମ୍ଭେ ଯେଉଁ ବୃକ୍ଷ ରୋପଣ କଲ ତାହାର ଫଳ ତୁମ୍ଭଙ୍କୁ କଦାଚିତ୍ ବଂଶପରମ୍ପରାକୁ ଭୋଗ କରିବାକୁ ହେବ । ହେ ବଳବାନ, ଧନବାନ, ଗର୍ବିତ ତୁମ୍ଭେ ଯାହାକୁ ଅତି ସାମାନ୍ୟ ଲୋକ ବୋଲି ତୁଚ୍ଛ ଜ୍ଞାନ କରୁଛ, ଦିନେ ତାହାତିଦ୍ୱାରା କି କାର୍ଯ୍ୟ ସାଧିତ ହୋଇପାରେ, ତୁମ୍ଭେ ତାହା ଜାଣ ନାହିଁ । ବଙ୍ଗ, ବିହାର, ଓଡ଼ିଶାର ସୁବାଦାର ଗୋଟିଏ ସାମାନ୍ୟ…
ଗଲା କାଲିଠାରୁ ଗାଁରେ ଭାରି ଗୋଟାଏ ଚହଳ ପଡିଛି । ହାଟ-ବାଟ, ଗାଧୁଆ ତୁଠ, ହାଣ୍ତିଶାଳ, ଢ଼େଙ୍କିଶାଳ, ଯେଉଁଠାକୁ ଯାଅ, ଶୁଣ ସେହି କଥା । କେଉଁଠାରେ ତୁନିତୁନି କଥା ଚାଲିଛି, କେହି ପାଟିକରି କହୁଛି, କେହିଜଣେ କୁହାଳିଆ ହାତ ହଲାଇ, ମୁଣ୍ତ ହଲାଇ କଥା ମେଲିଛି, ପାଞ୍ଚଜଣ ବସି ଥିର ମନରେ ଶୁଣୁଛନ୍ତି । କଥାଟା ତ ନାନା ରୂପ ଧାରଣ କରି ଚାଲିଛି, ଆମ୍ଭେମାନେ ତାହାର ସାରାଂଶ ଆପଣଙ୍କୁ ଶୁଣାଇବୁ । ମଙ୍ଗରାଜେ କଟକ ଯିବା ସାତ ଦିନଠାରୁ ପୁରୀ କ୍ଷେତ୍ରରୁ ଗୋଟିଏ ବାବାଜୀ ଆସି ଗୋବିନ୍ଦପୁରର ଭାଗବତ ଘରେ ମଠ କରିଅଛନ୍ତି । ବାବାଜୀଙ୍କ ନାମ ଲଳିତା ଦାସ, ବୟସ ଅଧୋଡ଼ା, ବର୍ଣ୍ଣ ଶ୍ୟାମଳ, ଦେହଟି ଥାକୁଲଥୁକୁଲ, ମୁଣ୍ତଟି ଲଣ୍ତା, ମଝିରେ ତରଭୁଜ ଡେମ୍ପ ପରି ଚୂରକି, ବେକରେ ମୋଟା ମୋଟା ତୁଳସୀ କଣ୍ଠି ପାଞ୍ଚଫେରା ବସିଛି । ବାବାଜୀ ମୁହଁ ଅନ୍ଧାରରୁ ଉଠି ପ୍ରାତଃସ୍ନାନ ସାରି…
ଛ ଅମାଣ ଆଠଗୁଣ୍ଠ କ’ର? କଥିତ ଅଛି, ପୃଥିବୀର ବିଖ୍ୟାତ ମଣି କୋହିନୁର ଯାହାଠାରେ ରହେ, ତାହାର ବଂଶ ନାଶ କରି ଦିଏ । ଆଲ୍ଲାଉଦ୍ଦୀନ୍ଠାରୁ ରଣଜିତ୍ ସିଂହ ପର୍ଯ୍ୟନ୍ତ ତାହାର ଜାଜ୍ୱଲ୍ୟମାନ ପ୍ରମାଣ; ମାତ୍ର ସେହି ମଣି ଆମ୍ଭମାନଙ୍କ ପୂଜନୀୟ ମହାମାନ୍ୟା ପ୍ରତ୍ୟକ୍ଷ କମଳାସ୍ୱରୂପା ଶ୍ୱେତଦ୍ୱୀପ ବାସିନୀ ଭାରତେଶ୍ୱରୀଙ୍କ ଶିରୋଭୂଷଣ ହେବା ଦିନଠାରୁ ଇଂଲଣ୍ତର ମହିମା ଦିନକୁ ଦିନ ପୃଥିବୀ ବ୍ୟାପୁଅଛି । ଅନ୍ୟର ପ୍ରାଣନାଶକାରି ବିଷ ଦେବାଧିଦେବ ଉମାପତିଙ୍କ କଣ୍ଠସ୍ଥ ହୋଇ ତାଙ୍କର ମହାଦେବତ୍ୱ ପ୍ରକାଶ କରୁଅଛି । ସାର କଥା ଉପଯୁକ୍ତ ଦ୍ରବ୍ୟ ଉପଯୁକ୍ତ ସ୍ଥାନରେ ନ୍ୟସ୍ତ ହେଲେ ଜଞ୍ଜାଳର କାରଣ ହୁଏ ନାହିଁ । ତେଡ଼େ ବଡ଼ କଥା ଛାଡ଼ିଦିଅ, ନିହାତି ସାନରୁ ସାନ ଆମ୍ଭମାନଙ୍କ ‘ଛମାଣ ଆଠଗୁଣ୍ଠ’ କଥା ଦେଖ । ଲୋକମାନେ କହନ୍ତି, “ଗୋବିନ୍ଦପୁର ଗାଁ ତଳଚକ ଛମାଣ ଆଠଗୁଣ୍ଠ ଜମି ପରି କଳିନ୍ଦି ଆଉ ନାହିଁ, ମାତ୍ର ଜମିଟା ଘରବୁଡ଼ା ।…
ବେଳ ଅନୁମାନରେ ପହରେ କି ଛ ଘଡ଼ି, ଆଜି ବର୍ଷା ନାହିଁ, ଗୋପୀ ସାହୁ ଦୋକାନୀ ଚିରା ଗଣ୍ଠୁଳି କଳାକନା ପରି ଗାମୁଛା ଖଣ୍ତିଏ ମୁଣ୍ତରେ ପକାଇ ଦୋକାନ ଟୋକେଇ କାନ୍ଧରେ କଞ୍ଚିଟା ହାତରେ ଧରି ଦୋକାନକୁ ଆସିଲା । ଦୋକାନ ଫିଟାଇ ମେଲା ଘରକୁ ଅନାଇଦେଲା । ଯାହା ଦେଖିଲା, ସେଥିରେ ତାକୁ ପ୍ରାୟ ଝାମ୍ ମାରିଗଲାଣି, କାଠଟି ପରି ଛିଡ଼ାହୋଇଛି, ପାଟିରେ କଥାନାହିଁ । କେବେ ଦେଖା ନାହିଁ, କେବେ ଶୁଣା ନାହିଁ, ଗୋଟିଏ ସ୍ତ୍ରୀ ଲୋକ ଚାଳକୁ ଚାହିଁ ମରିପଡ଼ିଛି, ଘରସାରା ରକ୍ତମୟ, ଖଲିପତ୍ରରେ ରକ୍ତ, ଚୁଲୀ ମୁହଁରେ ରକ୍ତ ଭାତ ହାଣ୍ତିରେ ରକ୍ତ, ପିଚକାରୀ ମାରି କାନ୍ଥ ବାଡ଼ରେ ଝୋଟି ଦେଲାପରି ହୋଇଯାଇଛି । ଗୋପୀ ଧାଇଁ ଯାଇଁ ଗାଁରେ କହିଲା । ଗାଁ ଲୋକ ଧାଇଁଲେ । ଗାଁ ଛାଟିଆ ସନ୍ତିଆ ଜେନା ଫାଣ୍ତିକୁ ଏତଲା ଦେବାକୁ ଧାଇଁଲା । ମକ୍ରାମପୁରରେ ବାଲାଗସ୍ତି ଫାଣ୍ତି…
ଗୋପାଳପୁର ପାଖରେ ବିରୂପା ନଦୀଟା ଭାରି ଚୌଡ଼ା, ଅଧେକୋଶରୁ ଊଣା ନୁହେଁ ମାତ୍ର ଧାରଟା ତେତେ ଚୌଡ଼ା, ନୁହେଁ, ଗଣ୍ତଗୋଳିଆ ଜାଗାକମ୍ ଚୌଡ଼ା ହୁଏ । ନଦୀର ଦକ୍ଷିଣ ତରଫଟାରେ ଧାର, ଗୋପାଳପୁର ଘାଟ ଠାରେ ତୁଚ୍ଛା ବାଲି । ସେହିପରି ଟାଣୁଆ ବଢ଼ିହେଲେ ତୋଠ ଯାଏ ପାଣିଯାଏ । ଦଶ ବାର ଦିନ ହେଲା ସେହିପରି ବର୍ଷା ନ ଥିବାରୁ ନଦୀଟା ଛାଡ଼ିଥିଲା, ଗଲା ପରଦି ଓପର ଓତିଠାରୁ ଅଳ୍ପ ଅଲ୍ପ ପାଣି ପଡୁଅଛି, ମେଞ୍ଚା ମେଞ୍ଚା ଫେଣ ଧାଡ଼ି ଧାଡ଼ି ହୋଇ ଭାସିଯାଉଛି । କୌଣସି କୌଣସି ସ୍ଥାନରେ ପାଣିକଖାରୁ ପରି ଫେଣ ଟାଏ ଭଉଁରୀରେ ପଡ଼ି ଭାଙ୍ଗି ଟିକି ଟିକି ହୋଇଯାଉଛି । କାଠିକୁଟା କେତେ ଭାସିଯାଉଅଛି ଠିକଣା ନାହିଁ । ଗଣ୍ତଜାଗା ଥିବାରୁ ଏଠାରୁ ଗୋମୁଁହା କୁମ୍ଭୀରର ଉପଦ୍ରବ ଭାରି, ଦଢ଼ିଆଣି, ପଣ ଘଡ଼ିଆଳ ତ ପଣ । ଏଠାରେ ଭରସି ଆଣ୍ଠୁ ଆଣି ପାଣିରୁ…