Author: ଦୀନକୃଷ୍ଣ ଦାସ

ଆହେ ନୀଳାଚଳ ନାୟକ ଦୀନ ଅକିଞ୍ଚନ ସୁଖଦାୟକ ।। ଚନ୍ଦ୍ରକାନ୍ତି ଜିଣି କମନୀୟ ଠାଣି କଳା କଳେବର କି ଜକଜକ ଆର୍ତ୍ତୀ ଜନଙ୍କର ଆର୍ତ୍ତ ବିଧ୍ୱଂସନେ ମହାବାହୁ ପ୍ରସାରିଛ କାଳକ ।୧। ଧବଳା କମଳ ନୟନ ଯୁଗଳ ଚାହାଣି ଭଙ୍ଗିମା ତ ଅତିରେକ । ଦଶନ ବସନ ରଙ୍ଗିମା ଅତୁଳ ପ୍ରସନ୍ନମୟ ଶ୍ରୀକଳା ଶ୍ରୀମୁଖ ।୨। କପାଳରେ ସୁନା ଚିତା ସୁଶୋଭିତା ତହିଁକି ପୁଣି କସ୍ତୁରୀ ତିଳକ । ଚନ୍ଦନର ବିନ୍ଦୁ କି ସେ ବାଳଇନ୍ଦୁ ଅତ୍ୟନ୍ତ ଘଟଣ ସେ ତ୍ରିପୁଣ୍ଡକ ।୩ । ଶ୍ରବଣ ଯୁଗଳେ ମକର କୁଣ୍ଡଳ ଖେଳଇ ସେ ଗଣ୍ଡମଣ୍ଡଳ ପାଖ । କରରେ କଚଟି କଙ୍କଣ ବାହୁଟି ହୃଦୟରେ ବ୍ୟାଘ୍ରନଖୀ ପଦକ ।୪। କଣ୍ଠେ ବିଲମ୍ବିତ ମଣିମୟ ହାର କଉସ୍ତୁଭ ଦୀପ୍ତିମନ୍ତ ଝଲକ । କଳିତ ଲଳିତବାସ ବନମାଳ ବୈଜୟନ୍ତିମାଳା ଆଜାନୁତକ ।୫। କଷ୍ଟ ଦୁଷ୍ଟ ବିନାଶକ ଶ୍ରୀଆୟୁଧ ଶଙ୍ଖ କମଳ ସୁଦର୍ଶନ ଚକ୍ର ।…

Read More

ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ । ଚଉଦ ଭୁବନ ବାରତା ଜାଣନ୍ତି ଚକ୍ରରେ ଛେଦନ୍ତି ଆରତ ।। ଯେତେବେଳେ କୃଷ୍ଣ ଗୋପପୁରେ ଥିଲେ ଅକୃର ଆଣିଣ ଗଲା ତ । ଗାଇ ଦୁହୁଁ ଦୁହୁଁ କେଶ ଫିଟିଗଲା ଚତୁର୍ଭୁଜ ହେଲେ ଅନନ୍ତ ।୧। ସୁଗ୍ରୀବର ସଙ୍ଗେ ମଇତ୍ର ହୋଇଣ ବାଳୀକି ବିନାଶ କଲେ ତ । ରାବଣ ଭ୍ରାତା ଯେ ଶରଣ ପଶିଲା ଲଙ୍କାଗଡ଼ ତାକୁ ଦେଲେ ତ ।୨। କୁରୁସଭା ତଳେ ଦ୍ରୌପଦୀ ଚିନ୍ତିଲା କୋଟି ବସ୍ତ୍ର ଦିଆଇଲେ ତ । ଭାରତ ଯୁଦ୍ଧରେ ଭରତିଆ ପକ୍ଷୀ ଘଣ୍ଟ ଘୋଡାଇ ରଖିଲେ ତ ।୩। ଏମନ୍ତ ସାମନ୍ତ ତ୍ରିଭୁବନେ ନାହିଁ ନାଶନେ ଆରତି ଆରତ । କହେ ଦୀନକୃଷ୍ଣ ଦାସ ଯେ ଶ୍ରୀକୃଷ୍ଣ ପଦ୍ମ ପାଦେ ଚିତ୍ତ ଧ୍ୟାୟି ତ ।୪।

Read More

ଜଗବନ୍ଧୁ ଅଙ୍କେ ରତନ ପଲଙ୍କେ ପହୁଡ଼ିଲେ ସିନ୍ଧୁ ଜେମାଦେଇ ।। ଦିବ୍ୟ ସୁବାସ ଜଳ ସୁନାଝରୀରେ ସୁବାସ ପଇଡ଼ ତଳେ ଥୋଇ । କୁସୁମ ବିଞ୍ଚଣୀ ଧରି କେ ବିଞ୍ଚଇ ବେନି ସଖୀ ହେଲେ କୁହାକୁହି ।୧। ପୂଗ ଖଇର ଅଳାଇଚ ଲବଙ୍ଗ ଜାତି ଶ୍ରୀଫଳ କରିଣ ଏକ ଅଙ୍ଗ । ବିଚିତ୍ର କରିଣ ବିଡ଼ିଆ ସଜାଇ ରତ୍ନ ବଟାରେ ଖଞ୍ଜିଲେ ନେଇ ।୨। କେ ବୋଲେ ଆରେ ମୀନନୟନା ଘନ କୋଳେ କି ଚନ୍ଦ୍ର ଚକୋର ସିନା । ଝଳି ଅଙ୍ଗରେ ମରକତ କୁନ୍ଦନ ମୀନାକୁ ଫୁଙ୍କି ଦେଇଛି ବିହି ।୩। କହେ ଦୀନକୃଷ୍ଣ ସେ ଶୋଭାବର୍ଦ୍ଧନ ପଡ଼ିବି ଚରଣେ ହୋଇବେ ପ୍ରସନ୍ନ । ଯେଉଁ ଚରଣ କୋଟି ବ୍ରହ୍ମା ମୁନୀନ୍ଦ୍ର ଯୋଗେନ୍ଦ୍ର ନ ପାନ୍ତି ଧ୍ୟାୟି ଧ୍ୟାୟି ।୪।

Read More

ପ୍ରଥମ ଛାନ୍ଦ ରାଗ – ସଙ୍ଗମତିଆରି କର ସାଧୁଜନମାନେ ମନକୁ ଏକ, କର ଧୀରେ ଧ୍ୟାନ ନୀଳାଚଳ-ନାୟକ ।୧। କମନୀୟ ଶ୍ରୀମୁଖ ଚନ୍ଦ୍ରରୁ ଅଧିକ, କଲେ ଦର୍ଶନ ନ ରହେ ସଂସାର ଶୋକ ।୨। କମଳନୟନ କୋଟି ସୁଖଦାୟକ, କଳାଡୋଳା ଭ୍ରମର ଚୁମ୍ୱିଲା ପ୍ରାୟକ ।୩। କପାଳେ ସୁବର୍ଣ୍ଣ ରାହୁରେଖା ଝଲକ, କଉଁ ଲୋକ ଅଙ୍ଗ ନ କରାଇ ପୁଲକ ।୪। କହି ନୋହଇ ସୁରଙ୍ଗ ଅଧର ଟେକ, କବି ଜଡ ହୋଏ ଯାହା କରି ବିଲୋକ ।୫। କର୍ଣ୍ଣେ ମକର-କୁଣ୍ଡଳ ଭାଲେ ତିଳକ, କରେ କଚଟି ବାହୁଟି, ହୃଦେ ପଦକ ।୬। କମ୍ଭୁ-କଣ୍ଠେ କଉସ୍ତୁଭ ମଣିନାୟକ, କଳୁଷ ଅନ୍ଧକାରକୁ ଦିନ-ନାୟକ ।୭। କଳିତ ଲଳିତ ଫୁଲମାଳ ଅନେକ, କରଇ ବଶ ଅବଶ୍ୟ ତ୍ରୈଲୋକ୍ୟଲୋକ ।୮। କଳ୍ପବୃକ୍ଷେ ନାନାରତ୍ନ-ଫଳ ପ୍ରାୟେକ, କଳାପୀ-କଳାପେ ଶୋଭା ଶ୍ରୀଅଙ୍ଗଯାକ ।୯। କରେ ଶଙ୍ଖ-ଚକ୍ର କଷ୍ଟ-ଦୁଷ୍ଟ-ମାରକ, କର୍ପୂର ଚନ୍ଦନୁ ଆହାଲାଦ କାରକ ।୧୦। କନକ-କିଙ୍କିଣି-ପୀତାମ୍ୱର-ଧାରକ, କରୁଣା କଟାକ୍ଷେ…

Read More