ନାଟର ଗୋବର୍ଦ୍ଧନ କୌଣସି ଘଟଣାବଳୀର ଆଢ଼ୁଆଳରେ ଯଦି କାହାରି ହାତ ଛପି ରହିଥିବାର ସନ୍ଦେହ କରାଯାଏ ତେବେ ସେ ଅଦୃଶ୍ୟ ହାତର ଅଧିକାରୀକୁ ସନ୍ଦେହକାରୀମାନେ ‘ନାଟର ଗୋବର୍ଦ୍ଧନ’ ବୋଲି ବର୍ଣ୍ଣନା କରିଥାଆନ୍ତି ନାଟର ଜଣେ ଗୋବର୍ଦ୍ଧନ କାହିଁକି ଦରକାର, ଗୋବର୍ଦ୍ଧନ ଠିକ୍ କଣ ସବୁ କରେ, ଆଉ ଏ ନାଁଟି କିଏ କେଉଁଥିପାଇଁ ପ୍ରଥମ କରିଦେଲା, ସେ ସମ୍ବନ୍ଧରେ ବିଶେଷ କିଛି କହି ହେଉନି ତେବେ ଧରି ନିଆଯାଇପାରେ ଯେ, ସିନେମାରେ ଡାଇରେକ୍ଟର ପରି ଏହି ନାଟର ଗୋବର୍ଦ୍ଧନ-ଲୋକଲୋଚନରେ ଅନ୍ତରାଳରେ ରହି ନାଟରେ ଭାଗ ନେଉଥିବା ଖେଳାଳୀମାନଙ୍କ ପାଇଁ ଭିନ୍ନ ଭିନ୍ନ ଚରିତ୍ର ବଣ୍ଟନ କରେ ଓ ସେମାନେ ଠିକ୍ କିପରି ଭାବରେ ନାଚିବେ ସେ ବିଷୟରେ ନିର୍ଦ୍ଦେଶ ଦିଏ ଏହି ‘ନାଟର ଗୋବର୍ଦ୍ଧନ’ ଆଖ୍ୟାଟି ସାଧାରଣତଃ ଭଲ ଅର୍ଥରେ ନିଆ ଯାଉଥିବାର ଶୁଣାଯାଏନି ‘ନାଟ ଲଗେଇଛି’ ବା ‘ପାଲା ଲଗେଇଛି’ ପରି ବିରକ୍ତି ବ୍ୟଞ୍ଜନ ଇଙ୍ଗିତ ପଛରେ…