ଅଣହିଂସା ଧର୍ମ ଏହି, ହିଂସା ନାହିଁ ଡାକି କହୁଛି ବୁଝାଇ । ଘୋଷା। ପୃଥ୍ୱୀ ପରାୟେ ସହିଲେ, ଧୀର ବଚନ କହିଲେ ଶାନ୍ତଶୀଳ ଦୟା ବହିଲେ ଯାଇଁ । ସମୁଦ୍ର ପ୍ରାୟେକ ବୁଦ୍ଧି, ସଦଜ୍ଞାନ ହେଲେ ସିଦ୍ଧି ସାଧୁ ସନ୍ଥ ବୋଲି କହି ।୧। ଆକାଶ ପ୍ରାୟେ ବିବେକ, ପରକାଶ ବ୍ରହ୍ମବାକ୍ୟ ମୁଖେ ବଚନ ଭାଷିଲେ ବେଦ ଜନ୍ମଇ । ପିଣ୍ଡ ବ୍ରହ୍ମାଣ୍ଡ ଏକତ୍ୱ, ମଣିଥାଇ ଏକମତ ତେଣୁ ଯୋଗୀନ୍ଦ୍ର ଅଟଇ ।୨। ଚାହୁଁଥାଇ ଚନ୍ଦ୍ର ପଣେ, କରୁଣା ଜଳ ନୟନେ ଦୁଷ୍ଟ ସନ୍ଥ କାହାକୁ ଅନ୍ତର ନଥାଇ । ମନେ ନ କରି ବିକାର, ସର୍ବଭୂତେ ନିର୍ବିକାର ତେବେ ଅତିଥି ବୋଲାଇ ।୩। ଧୀର ପଣେ କହେ ସତ, ବୀର ପଣେ ସାମରଥ ବାଚା ବିଚଳିତ କଦାଚିତେ ନୁହଇ । ସକଳ ଭୂତରେ ଏକ, ଏକ ଆତ୍ମା ପ୍ରାୟେ ଦେଖ ଗୁରୁପଣକୁ ଯୋଗାଇ ।୪। ପାଳୁଥାଇ ଇନ୍ଦ୍ରପଣେ, ଅନ୍ତର ନଥାଇ…
Author: ସନ୍ଥକବି ଭୀମ ଭୋଇ
କେହୁ ଦେଖିଛ କି ବେନି ନେତ୍ରରେ ବୃଦ୍ଧ ଦୟସରେ ଅତିଥି ବେଶରେ ଯାଉଥିଲେ ଏହି ପଥରେ । ଘୋଷା । ପିତା ମାତା ନାହିଁ ଜନମ ହୋଇଲେ ସ୍ତନ ନ ଚୁମ୍ବିଣ କ୍ଷୀର ଖାଇଲେ ବାପଧନ ବୋଲି ଗେଲ କରୁଥିଲି ବସିଥିଲେ ମୋର କୋଳରେ ।୧। ବଢି ନାହାନ୍ତି ସେ ସାନ ପିଲାଟି ବୃଦ୍ଧା ହୋଇଅଛି ଯୁବା ତେଜଟି ଗୋରା ନ ଦିଶନ୍ତି କାଳିଆ ନୁହନ୍ତି ସ୍ୱରୂପକ ଦୁଇ ମଧ୍ୟରେ ।୨। ଘରୁ କେଭେଁ ନୋହିଥିଲେ ବାହାର ଖଜା ଚୁଡା ଦେଇନାହିଁ ଆହାର ସୁଝାଇ ଗଣାଇ ନାମ ଦେଇନାହିଁ ଧୂଳି ଖେଳୁଥିଲେ ଦାଣ୍ଡରେ ।୩। ରୂପ ବର୍ଣ୍ଣ ନାହିଁ ଝଳି ଦିଶନ୍ତି ପାଦ ପାଣି ନାହିଁ ଚାଲୁ ଅଛନ୍ତି ବସ୍ତ୍ର ନାହିଁ ବୃକ୍ଷ ବକଳ ପିନ୍ଧନ୍ତି ଆଡବନ୍ଧ ନାହିଁ କଟିରେ ।୪। ମୋତେ ଧରିତ୍ରୀ ଆକାଶ କହିଲେ ପୁତ୍ର ଯୋଗୀନ୍ଦ୍ର ହେଲଣି ବୋଇଲେ ବ୍ରହ୍ମାଣ୍ଡ ଉଦ୍ଧାର କରିବେ କୁମର ଘୋର କଳିକାଳ…
ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ ? ଏମନ୍ତ ବ୍ରହ୍ମ ସ୍ୱରୂପ ଦେଖା ନ ଯାଏ । ଘୋଷା । ନାହିଁ ତାଙ୍କ ପେଟ ଅଣ୍ଟା ଫିଟାଇ କହୁଛି ଗୋଟା ନରଦେହ ବହି ତାଙ୍କୁ କଳିବା ନୁହେଁ । ତାଙ୍କ ପରି ଶାନ୍ତି ପଣେ ତ୍ରିଭୁବନେ ନାହିଁ ଜଣେ ନିନ୍ଦା ସ୍ତୁତି ହାନି ଲାଭ ସକଳ ସହେ ।୧। ଭକ୍ଷଣ ନାହିଁ ଆହାର ରଜ ବୀର୍ଯ୍ୟରୁ ବାହାର କ୍ଷୁଧା ତୃଷ୍ଣା କଲେ କ୍ଷୀର ନୀର ନ ପିଏ । ନ ଲାଗଇ ଅଙ୍ଗେ ଧୂଳି ବିରାଜି ଦିଶନ୍ତି ଝଳି ନିଦ୍ରା ଘୁମାଇଲେ ଉଭା ଆସନେ ଶୁଏ ।୨। ଇଚ୍ଛାରେ ଆସନ୍ତି ଭ୍ରମି ଭକତ ଭାବକୁ ପ୍ରେମୀ ଶୁଣି ଚାହିଁବାକୁ କର୍ଣ୍ଣ ଚକ୍ଷୁ ନ ଥାଏ । ନାହିଣ ମୁଖ ଜିହ୍ୱା ନାସା ଉତ୍ତର ନ ଦିଏ ଭାଷା ଆଗ ପଛ ଜାଣି ଧୀରେ ସମୀରେ ରହେ ।୩। ଉଲଟ ପାଲଟ ନୋହି…
ଅଶେଷ ମହିମା ତିନି ଭୁବନେ ଖ୍ୟାତ । ନର ଦେହ ବହି କେହୁ କଳିବ ଅନ୍ତ । ଘୋଷା । କେହୁ ମହିମା ଭଜିବ କେବଣ ଭାବେ ମଜ୍ଜିବ ସତ୍ୟ ତତ୍ତ୍ୱ ଦୃଢ ବ୍ରତ କେଡେ ଶକତ । ଜନ୍ମ ଲଭି ଗଲେ ବହି ଅଗମୂଳ ପାଇନାହିଁ ସରି ଯାଉଅଛି ଯୁଗ କଳ୍ପ କଳ୍ପାନ୍ତ ।୧। ନୁହଇ ଉଶ୍ୱାସ ବୋଝ ବହିବାକୁ ବଡ ସଜ ନେବା ଆଣିବାକୁ କେହୁ ଅଛ ସମର୍ଥ । କ୍ଷିତିରେ ଥୋଇଲେ ନେଇ ଥୟ ହୋଇ ନ ରହଇ ଅଡୁଆ ନ ଲାଗେ ନୋହେ ଅଳ୍ପ ବହୁତ ।୨। ନୁହନ୍ତି ଜାତି ଅଜାତି ନାହିଁ ତାଙ୍କ ସାଙ୍ଗସାଥୀ ଇଷ୍ଟବନ୍ଧୁ ତାତ ମାତ ନ ବସେ ମିତ । ଯାର ନାହିଁ ରୂପ କାୟା ତାଙ୍କୁ କି ଲାଗିବ ମାୟା ନୁହନ୍ତି ସେ ପ୍ରଭୁ ଯୋନି ଜନମ ଜାତ ।୩। ବିଜାତିଆ ହେଲେ ଯହୁଁ ଉଦେ ହେଲେ ମହାବାହୁ…
ଦେଖ ସ୍ୱାମୀ ଏ ସଂସାର । ହୋଇ ଯାଉଅଛି ନାରଖାର ଯେ । ଘୋଷା। ସ୍ଥାବର ଜଙ୍ଗମ କୀଟାଦି ପତଙ୍ଗ ସର୍ବେ କଲେ ଅବିଚାର । ଆତ୍ମହିଂସା କରି କପଟ ଆଚରି ହୋଇଲେଣି ପରାପର ଯେ । ୧। ଛତିଶ ପାଟରେ ଅକର୍ମ ବାଟରେ କଲେଣି ଅଣ ଆଚାର । ପରଧନ ପରନାରୀ ଚୋରିକରି ଅସତ୍ୟ କହି ସଭାର ଯେ । ୨। ପର୍ବତ ପରାୟେ ଆପଣାର ଦେହେ ବହିଲେଣି ପାପଭାର । ପିତା ତୁଲେ ଝିଅ ମାତା ତୁଲେ ପୁଅ ସୁଖେ କରୁଛନ୍ତି ଘର ଯେ । ୩। ପଣ୍ଡିତମାନେ ଅବିବେକ ହେଲେଣି ଜ୍ଞାନିମାନେ ବେଶ୍ୟାପୁର । କେହି କାହାରି ଜାତିକୁଳ ନ ରଖି ହୋଇଲେଣି ଏକାକାର ଯେ । ୪। ଗୁରୁଠାରୁ ଶିଷ୍ୟ ହୋଇ ଅବିଶ୍ୱାସ ମହାଜନମାନେ ଚୋର । ସାଆନ୍ତ ପାଖରୁ ସେବକ ପରାଣୀ ପଳାଇ ଗଲେଣି ଦୂର ଯେ । ୫। ଧର୍ମମାନ ଲଂଘି ପାଦେ…
ଭାସି ଯାଉଛି ପୃଥ୍ୱୀ । ଡାକ ମହିମାଙ୍କୁ ରହୁ ଧରତି । ଘୋଷା । ସାଧୁ ସୁଜ୍ଞଜନ ଘେନ ମୋ ବଚନ କରୁଅଛି ବିନତି । ଯେଉଁ ଦିନଠାରୁ ଉଦେ ହେଲେ ଗୁରୁ ରବି ତଳେ ଅଛ କେ କେ ଭଗତି ।୧। ସଂସାର ପୋଡୁଛି ଆକାଶେ ଉଡୁଛି ଯେସନେ ଅଗ୍ନିକାନ୍ତି । ଜଳ ବୁନ୍ଦେ ଛିଞ୍ଚ ଦେବାକୁ କେ ଅଛି ତିନିପୁର ମଧ୍ୟେ ହୋଇ ଶକତି ।୨। ଯେବଣ ଭଗତ ରଖିବେ ଜଗତ କି ଅବା ଯତି ସତୀ । ତିନିପୁର ମହୀ ସମର୍ପିବେ ନେଇ ଶିରେ ଉଡାଇବେ ଚାମର ଛତି ।୩। ବେଳୁଁ ବେଳ ମହୀ ଉତପାତ ହୋଇ ପାପ ହେଲାଣି ପୃଥ୍ୱୀ । ମଦମାଂସ ଖାଇ ମହାସୁଖ ପାଇ ନ ଜାଣିଲେ କେହି ଦିବସ ରାତି ।୪। ଧର୍ମକୁ ସ୍ଥାପନ କର ସର୍ବଜନ ସତ୍ୟଯୁଗେ ଯେ ରୀତି । ଏ ପିଣ୍ଡ ବ୍ରହ୍ମାଣ୍ଡ ଯେ କଲେ ନିର୍ମାଣ…
ଅକ୍ଷୟ ଅନନ୍ତ ହେ, ଅଜ୍ଞାନରେ ମୁଁ ତ ଦିନହରି । ମାୟା ମୋହ ରୂପ ମଣି ମହାସୁଖ ଭୁଲୁଅଛି ଚିତ୍ତ ବଳିକରି । ଘୋଷା । ଭୂଷଣ୍ଡ ଯେ ପକ୍ଷୀ ବେଦ ଶାସ୍ତ୍ର ବାଛି (ମ) ଅକ୍ଷରକୁ ଚିତ୍ତେ ଧରି । ହୃଦପଦ୍ମେ ଜପ କରି ଏକରୂପ ରହିଛି ବଟେ ଆସନ କରି ।୧। ଅଗସ୍ତି ପୁରୁଷ ଜ୍ଞାନ ଉପଦେଶ ସହସ୍ର ଯୁଗ ସାଧନା କରି । ପାରି ହେଲେ ଦ୍ୱନ୍ଦୁ ପିଇ ସପ୍ତ ସିନ୍ଧୁ ଅଣାକାରଙ୍କର ଆଜ୍ଞାକାରୀ ।୨। ବାଲମିକ ମୁନି ବାଳୁତ କାଳରୁ ଅବଧୂତ ଦୀକ୍ଷା ଆଶ୍ରେ କରି । ଭଜି ଏକାକ୍ଷର ଫିଟିଲା ତିମିର ତେଣୁ କରି ହେଲେ ବ୍ରହ୍ମଚାରୀ ।୩। ଶୁକଦେବ ମୁନି ହେଲେ ବ୍ରହ୍ମଜ୍ଞାନୀ ମାତୃଗର୍ଭ ଜ୍ଞାନ ହେତୁ କରି । ମାୟାରୁ ବାହାର ହେଲେ ଯୋଗେଶ୍ୱର ସିଦ୍ଧମୁନି ଭାବେ ଗଲେ ତରି ।୪। ମାରକଣ୍ଡ ଯତି ପ୍ରଳୟ ଉତ୍ପତ୍ତି ଭାସି ଯାଉଥିଲେ ଭବବାରି…
ଜାଗିଛନ୍ତି ବ୍ରହ୍ମଅଗ୍ନି ଅଲେଖ କୁଣ୍ଡେ, ଧାପ ଦେଉଛନ୍ତି ଏକୋଇଶ ବ୍ରହ୍ମାଣ୍ଡେ । ଘୋଷା । ବ୍ରହ୍ମ ବେନି ଭାଗ କଲା ଅଧେ ବ୍ରହ୍ମାଣ୍ଡ ରଚିଲା ଗୁପତ ହୋଇ ରହିଛି ଆହୁରି ଖଣ୍ଡେ । ଏକ ବ୍ରହ୍ମ ରୂପ ଗୋଟି ଚାହିଁ ଚକ୍ଷୁ ଯିବ ଫୁଟି ଯାହା ମୁଁ ଦେଖିଛି କିସ କହିବି ତୁଣ୍ଡେ ।୧। କାଷ୍ଠର ପାଉଁଶ ନାହିଁ ଧୂମ ଧୂଆଁ ନ ଦିଶଇ ଗୁଡ ଘୃତ ନାହିଁ ହୁତାଶନ ପ୍ରଚଣ୍ଡେ । ସାବଧାନ ହେଲେ ଯାଇଁ ହସ୍ତ ମାରି ଦେବେ କହି ଲଲାଟ ପଟରେ ଲେଖା ହୋଇଛି ମୁଣ୍ଡେ ।୨। ଶବ୍ଦ ବ୍ରହ୍ମ ଏକ ରୂପ ସକଳ ଜୀବଙ୍କ ବାପ ଆସ୍ଥାନ ତଳରେ ସେବା ଭକତି ଛିଡେ । ବସି ଅଛନ୍ତି ଅନାଦି ଶୂନ୍ୟ ଆସନ ସମ୍ପାଦି ଅଣଶବଦେ ପ୍ରକାଶ ଅମନ ଦାଣ୍ଡେ ।୩। ହଜି ଯାଇଅଛି ସିନା ଉଦେ କରାଅ ବାସନା ଯେବଣ ସୁକୃତ ଅଛି କରମ କାଣ୍ଡେ…
ଅଣାକାର ଅଣରୂପେ ପ୍ରକାଶ । କିଛି ନ ଦିଶନ୍ତି ଶୂନ୍ୟ ଆକାଶ ।ଘୋଷା। ବର୍ଣ୍ଣଭେଦ ନାହିଁ କି ବର୍ଣ୍ଣ ବର୍ଣ୍ଣିବି, ଅବର୍ଣ୍ଣ ସେ ପୁରୁଷ।୧। ପାଦ ପାଣି ନାହିଁ କି ସେବା କରିବି, ଭାବେ ହୁଅନ୍ତି ଦୃଶ୍ୟ ।୨। କଟି ନାହିଁ ଆଡ଼ବନ୍ଧ କଉପୁନୀ କାହିଁ ପିନ୍ଧିବେ କିସ ।୩। ନାହିଁ କରପଖା ହୃଦୟ ମଣ୍ଡଳ, ନାହିଁ ଉର ସନ୍ଦେଶ ।୪। କାହିଁ ନ ରୁହନ୍ତି ଛଡ଼ାଇ ହୁଅନ୍ତି, ନ କରନ୍ତି ବିଶ୍ୱାସ ।୫। ଭଣେ ଭୀମହୀନ ପାମର ଅଜ୍ଞାନ, ଗୁରୁ ପୟରେ ଆଶ ।୬। by ଭୀମ ଭୋଇ
ଚିହ୍ନି ଭଜିଲେ ଜାଣି ପ୍ରସନ୍ନ ହେବେ । ଘୋଷା । ଅବନା ଭୂମି ସ୍ଥାନ ଜଳୁଛି ବ୍ରହ୍ମଜ୍ଞାନ ଦୃଷ୍ଟି ଲଗାଅ ଜ୍ଞାନ ନେତ୍ରେ ଦିଶିବେ ।୧। ନିଗମେ ଅଛି ବ୍ରହ୍ମ ସେହି ଠାବକୁ ଗମ ଜନ୍ମ ମରଣ ଦୁଃଖ ସେହି ନାଶିବେ ।୨। ଯମ ନିୟମକୁ ଯାକୁ କରିଛି ସେ ପଥକୁ ଶ୍ରୀଗୁରୁଦେବ ଏକା ଉଦ୍ଧରି ନେବେ ।୩। ପଦ୍ମ ପାଦକୁ ରଟ ସେବା ଭଗତି ଖଟ ଅମରପଦ ତାଙ୍କ ଇଚ୍ଛାରେ ଦେବେ ।୪। ସତ୍ୟ ଧର୍ମକୁ ଧର ହାଇ ଛାଇ ନିବାର ନିଜ ଶ୍ରୀଅଙ୍ଗେ ପ୍ରଭୁ ଲୀନ କରିବେ ।୫। ଭଣିଲେ ଭୀମ କନ୍ଧ ସେ ଯେ ଅରୂପା ନନ୍ଦ ସେବିଲେ ଯାଇଁ ପାଦେ କଥା କହିବେ ।୬। by ଭୀମ ଭୋଇ