କହଇ ମନ ଆରେ ମୋ ବୋଲ କର । କଳାଶ୍ରୀମୁଖ ବାରେ ଦେଖିବା ଚାଲ ରେ । କେତେଦିନକୁ ମନ ବାନ୍ଧିଛୁ ଆଣ୍ଟ । କି ଘେନି ଯିବୁ ତୋର ଛୁଟିଲେ ଘଟ ରେ । ଖଣ୍ତି ଯେ ଖଣ୍ତି ତୋର ପଞ୍ଜରା କାଠି । ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି ରେ । ଖଟ ପଲଙ୍କେ ମନ ଶେଯାଇଁ ଶୋଉ । ଖଳଦୁର୍ଗନ୍ଧ ହେବ ଏ ତୋର ଦେହୁ ରେ । ଗଲେଣି ତୋ ସଙ୍ଗତୁଁ ଯେତେକ ଜନ । ଗଣ୍ଠିରେ ବାନ୍ଧି ନେଲେ କେ କେତେ ଧନ ରେ । ଗୁରୁ ଗୋବିନ୍ଦ ନାମ ତୁଣ୍ତେ ନ ବୋଲୁ । ଗାଢ଼େ ମଜ୍ଜିଣ ନିତ୍ୟେ ଧନ ଅର୍ଜିଲୁ ରେ । ଘର ବୋଲି ଅର୍ଜ୍ଜିଛୁ ଯେତେ ପଦାର୍ଥ । ଘଟ ଛୁଟିଲେ ତୋତେ ବୋଲିବେ ଭୂତ ରେ । ଘରଘରଣୀ ଦେହ କିଳାଉ ଥିବେ । ଘେନି…
Author: ଭକ୍ତ ଚରଣ ଦାସ
ରାଗ ରାମକେରୀ କଳା କଳେବର କହ୍ନାଇ ସଙ୍ଗେ ରୋହିଣୀସୁତ । କରନ୍ତି ମଥୁରା ବିଜୟେ ଦାଣ୍ତେ ଦେଖ ସଙ୍ଗାତ । ଖସି ପଡ଼ୁଛି କି ଆକାଶୁ କି ଏ ଗଙ୍ଗା ଯମୁନା । ଖୀର ସଙ୍ଗେ ପ୍ରାଣ ଶୋଷିଲେ ନାଶଗଲା ପୂତନା । ଗହନ କାନନ ବନରେ ଘୋର ବରଷା କାଳ । ଗିରି ବାମକରେ ଧଇଲେ ନନ୍ଦ ଯଶୋଦାବାଳ । ଘରେ ନ ରହନ୍ତି ଗଉଡ଼େ ବଡ଼ ଅଧମଜାତି । ଘେନି ବତ୍ସାବୃନ୍ଦ ବାଳକେ ବନେ ବୁଲନ୍ତି ନିତି । ଉଇଁ ଆସୁଛି କି ପୂର୍ଣ୍ଣିମାଶଶୀ ମଧୁସାଗରୁ । ଉଠ ମଧୁପୁର-ଯୁବତୀ ଓଗାଳିବା ଆଗରୁ । ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ । ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ରବଦନ । ଛନକା ପଶିଲା ଛାତିରେ ଜାତି କୁଳ ଉପେକ୍ଷି । ଛାଡ଼ିବେ ଜୀବନ ଯଶୋଦା ଗୋପେ କୃଷ୍ଣ ନ ଦେଖି । ଜହର…