Author: ବଳରାମ ଦାସ

କୋଇଲି ! କାନ୍ତ ମୋର ଗଲେ ମୃଗମାରି । କପଟେ ରାବଣ ମୋତେ ନେଉଅଛି ଧରି । (ଲୋ କୋଇଲି) କୋଇଲି! ଖଳ ବୋଲି ଜାଣି ନ ପାରିଲି । ଖଳ ଯେ କନ‌କମୃଗ ଦେଖି ଲୋଭ କଲି । (ଲୋ କୋଇଲି) କୋଇଲି! ଗୁରୁ ଶ୍ରଦ୍ଧା ବଳିଲା ମୋହର । ଗେଲେ ମୁଁ ବୋଇଲି, ରାମ ଏ କୁରଙ୍ଗ ମାର ।(ଲୋ କୋଇଲି) କୋଇଲି! ଘଟଣା ଯା କରିଛି ବିଧାତା । ଘୋରବନେ ମୃଗମାରି ଗଲେ ମୋ କରତା । (ଲୋ କୋଇଲି) କୋଇଲି ! ଲକ୍ଷ୍ମଣକୁ ଜଗାଇ ଦୁଆର । ନାରାଚରେ ମୃଗ ବିନ୍ଧ ଗଲେ ରଘୁବୀର । (ଲୋ କୋଇଲି) କୋଇଲି ! ଚାପ ଧରି ଗଲେ ରଘୁନାଥ । ଚାପେ ଶର ସିନ୍ଧି ମୃଗପ୍ରାଣ କଲେ ହତ । (ଲୋ କୋଇଲି) କୋଇଲି ! ଛାଡ଼ିବାର ବେଳେ ମୃଗ ପ୍ରାଣ । ଛଦ୍ମରେ ଡ଼ାକିଲା ମୋତେ ରଖ ହେ ଲକ୍ଷ୍ମଣ ।…

Read More

କମଳ ଲୋଚନ ଶ୍ରୀହରି । କରେଣ ଶଙ୍ଖ ଚକ୍ରଧାରୀ ।। ଖଗ ଆସନେ ଖଗପତି । ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ।। ଗରୁଡ଼ ଆସନେ ମୁରାରି । ଗୋପରେ ରଖିଲେ ବାଛୁରୀ ।। ଘନ କଠିନ କଳେବର । ଘଟଣ ଶ୍ରୀମୁଖ ସୁନ୍ଦର ।। ନନ୍ଦନନ୍ଦନ ଗୋପୀନାଥ । ନିସ୍ତରିଯିବ ନରେ ଚିନ୍ତ ।। ଚନ୍ଦ୍ରମା ପ୍ରାୟୋକ ବଦନ । ଚାହିଁଲେ ଖଣ୍ଡେ ଦୁଃଖମାନ ।। ଛତ୍ରୀ ଉତ୍ତମ ଶିରୋମଣି । ଛଟକେ ଆସିଲେ ରୂକ୍ମିଣୀ ।। ଜଗଜ୍ଜୀବନ ଦାଶରଥ‌ି । ଜାନକୀ ଦେବୀ ପ୍ରାଣପତି ।। ଝୀନ ପତନୀ ଅଙ୍ଗେ ଶୋଭା । ଝଟକେ ବିଦ୍ୟୁ ପ୍ରାୟେ ଆଭା ।। ନୀଳେନ୍ଦ୍ରୀ ଜଳେ ପଦ୍ମ ଆଖି । ନିସ୍ତରିଯିବା ନରେ ଦେଖି ।। ଟେକିଲେ ଦୂବ କରେ ଦାରୁ । ଟାଣପଣରେ ଭାଙ୍ଗେ ମେରୁ ।। ଠଣ ସୁନ୍ଦର ଶିରୋମଣି । ଠିକେ କମଳା ଯାର ରାଣୀ ।। ଡ଼ମ୍ବରୁଧର…

Read More

ରାମ ଯେ ରାମ ରାମ ନାମ ଶ୍ରୀରାମ ରାମ । ଯେଉଁ ନାମ ଧଇଲେ ନ ଦଣ୍ତେ କାଳ‌ଯମ । ଶ୍ରୀହରି ନାମ‌କୁ ଏକା ଜପୁଥିବୁ ମନ । ଅଶେଷ ଦୁରିତମାନ ହୋଇବ ଦ‌ହ‌ନ । ଯୋଗୀଜନମାନଙ୍କର ପରମକାରଣ । ସନ୍ଥଜନମାନଙ୍କ ଦୁରିତ-ନିବାରଣ । ଏଥୁ ଅନନ୍ତରେ ସର୍ବେ ଶୁଣ ରସସାର । ମାଘ କୃଷ୍ଣପକ୍ଷ ଯେ ପଞ୍ଚମୀ ଗୁରୁବାର । ଶୁକ ଏ ଦିନରେ ପରୀକ୍ଷିତଙ୍କ ଭବନେ । ଆଚମ୍ବିତେ ମିଳିଲେ ତାହାଙ୍କ ସନ୍ନିଧାନେ । ଦଣ୍ତକମଣ୍ତଳୁ ହସ୍ତେ ଡୋର କଉପୀନ । ରୁଦ୍ରାକ୍ଷର ଜପ-ମାଳା ଭସ୍ମ ବିଲେପନ । ହରିମନ୍ଦିରର ଚିତା ନାସା-ଅର୍ଦ୍ଧ‌ଯାଏ । ତମ୍ବାର କୁଣ୍ତଳ ବେନିକର୍ଣ୍ଣେ ଶୋଭାପାଏ । ତପତକାଞ୍ଚନ ଜିଣି ତନୁ ଅନୁପମ । କୋଟିଭାନୁ ଜିଣି ଯେ ଅନଳ ନୋହେ ସମ । ଦୂରୁ ତାଙ୍କୁ ଦେଖି ରାଜା ଆନନ୍ଦିତ ମନ । ଆସନୁ ଉଠିଣ କଲେ ପାଛୋଟି ଗମନ । ପଦ…

Read More

ନମସ୍ତେ କମଳା ମାଗୋ ସାଗର ଦୁଲ୍ଲଣୀ । ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ।୧। ନମସ୍ତେ କମଳା ମାଗୋ ଅତି ଦୟାବତୀ । ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି ।୨। ତୋର ଦୟାବଳେ ମାଗୋ ଦରିଦ୍ର ଜନର । ହୁଅଇ ଅଚଳ ବିତ୍ତ ଜିଣଇ କୁବେର ।୩। ତୋର ଦ୍ରୋହୀ ଜନେ ମାଗୋ ଅନ୍ନ ନ ମିଳଇ । ଯେତେ ଅରଜିଲେ କେଭେଁ ପେଟ ନ ପୁରଇ ।୪। ତୋହର ଚରିତ ମନ ଦେଇ ଯେ ଶୁଣଇ । କିଅବା ଭକତି ଭାବେ ସର୍ବଦା ଗୁଣଇ ।୫। ତାହାର ଦରିଦ୍ର ପଣ ଯାଏ ଦୂର ହୋଇ । ସର୍ବଦା ତାକୁ ପ୍ରସନ୍ନ ହେଉ ମହାମାୟୀ ।୬। ଏଣୁ ତୋ ଚରଣେ ମାଗୋ ଅଶେଷ ପ୍ରଣାମ । କରୁଛି ପୁରାଅ ବାରେ ମୋର ମନସ୍କାମ ।୭। ତୋ ଚରିତ କିଞ୍ଚିତେ ମୁଁ କରିବି ରଚନ । ଜଗତ ଜନନୀ…

Read More