Author: ବଳଦେବ ରଥ

(ରାଗ: କେଦାର କାମୋଦୀ) କ୍ଷମାନୁକମ୍ପାଧର ହେ କ୍ଷୀରସାଗରସମ୍ଭବାକୁଚକୁମ୍ଭଯୁଗଳ ପରିରମ୍ଭଚତୁର ହେ ।ପଦ। କ୍ଷିତିଚକ୍ରବାଳ ମହାଭୀତି ନିବାରଣ ହେ ଶ୍ରୁତିଶିରଅବତଂସାକୃତି ଶ୍ରୀଚରଣ ହେ ମରାଳବିହରଣ, -କରାର୍ଚ୍ଚିତ ଚରଣ, ଧରାଭାରହରଣ, ଚରାଚର ଶରଣ, ତରାବର କିରଣ, -ବରାବର ଚରଣ, ନଖାଂଶୁ ସୁରଗଣଶିଖାଭରଣ ହେ ।୧। କ୍ଷଣେ ହେଲେ ନାମକୁ ନ ଭଣେ ମୁଁ ତୁମ୍ଭର ହେ ଜଣେ ତ ହେବାରୁ ପାପିଗଣେ ବିଶ୍ୱମ୍ଭର ହେ ମନା ନ କର ହିତ, ଅନାଦର ରହିତ, -ଅନାଉଣି ନିରତ, ଚୂନା କରୁ ଦୂରିତ, ଅନାରତ ମୋ ଚିତ୍ତ, ମନାସୁଛି ଅହିତ, ଜନାର୍ଦ୍ଦନ ପତିତଜନାବହିତ ହେ ।୨। କ୍ଷମ ତ ମୁଁ ନୁହେ ଅନୁପମ-ଅନୁଭାବ ହେ ଯମ ଦଣ୍ଡରୁ ମୋ ରକ୍ଷା କେମନ୍ତଟି ହେବ ହେ ଜଳାକରଭବନ, -ବଳାସୁଖ ଭୁବନ, -ବଳାହିତ ରତନ, ବଳାବରଜ, ଜନ- କଳାପର ବୃଜିନ, ଦଳା ସୁକୃତଧନ, -ବଳାଢ୍ୟ ମୁନିମନ, -କଳାପି-ଘନ ହେ ।୩। କ୍ଷମାଧିପ ଜଗଦ୍ଦେବ ସମାପନ କରେ ହେ ଶ୍ରମାର୍ତ୍ତ ହେବାରୁ…

Read More

(ରାଗ: ଗୌଡ଼ା) (ମତାନ୍ତରରେ ଚନ୍ଦ୍ରକାନ୍ତ) ହରି ଆମ୍ଭର ହେ, ଏତ ପ୍ରାଣର ଧନ[୧] ।ପଦ। ହରିହୟମଣିକି ଜିଣିଛି ଅପଘନ, ନିନ୍ଦୁଅଛି ଇନ୍ଦୁକୁ ବଦନ ଗୋ ।୧। ହଜାର ସଂଖ୍ୟକ ହେଲେ ହେଲେହେଁ ମଦନ, ନୋହିବ ଏ ମୋହନ ସମାନ ଗୋ ।୨। ହଜି ନ ଯିବ ଜୀମୂତକେଶାର କି ଜ୍ଞାନ ଶୁଣୁ ଶୁଣୁ ମୃଦୁ ବେଣୁଗାନ ଗୋ ।୩। ହଟି ଥରେ କରିବା କି ରଦାମ୍ବର ପାନ, ହେଉ ଫଳବନ୍ତ ଯଉବନ ଗୋ ।୪। ହାର ମଧ୍ୟରେ ଆମ୍ଭ ତରଳରତନ ଗୋ, ହେବେ କି ଏ ଯୁବତୀ ଜୀବନ ଗୋ ।୫। ହୃଷ୍ଟ ହୋଇ ଅଷ୍ଟଦୁର୍ଗ ନମୁଚିସୂଦନ ଗୋ, କରେ ଏ ରସରେ ବିରଚନ ଗୋ ।୬।

Read More

(ରାଗ: ଶଙ୍କରାଭରଣ) (ମତାନ୍ତରରେ ମୋହନା) ଷଟପଦନୀଳକେଶା ଆଗୋ ଚାହଁ ଚାହଁ, ସର୍ବଂସହାରେ ଖେଳୁଛି ନବ ବାରିବାହ, ସମୀପରେ ତାର ରହି, ସରଜୁଛନ୍ତି ନର୍ତ୍ତନ ଅନେକ ବରହୀ ।୧। ସଜ ହୋଇ ସ୍ମରସରଦାର ଅବା ଆସେ, ସ୍ୱକୀୟ ଫଉଜ ଘେରିଅଛି ଚଉପାଶେ, ସାରିଦେବି ପରା ଆଜ, ସରୋଜସୁନ୍ଦରନେତ୍ରା ଜନ ମନ ଲାଜ ।୨। ସୁରେଶ୍ୱର ରତନ କି ହେବାରୁ ଜଙ୍ଗମ, ସବୁ ମଣିମାନଙ୍କୁ ମିଳିଲା ସେହି କ୍ରମ, ସ୍ବର୍ଣ୍ଣବର୍ଣ୍ଣାଏ ଏଣିକି, ସମ୍ପାଦିବେ ମୂର୍ତ୍ତିମନ୍ତ ରତନଶ୍ରେଣୀକି ।୩। ସଞ୍ଚରଣଶୀଳ ନବ ତମାଳ ଭୂରୁହ, ସଙ୍ଗେ ଘେନି ଆସୁଅଛି ସଖା-ଶାଖିବ୍ୟୁହ, ଶୁକ ଶାରୀ ପରଭୃତ, ଶାଖାମାନଙ୍କରେ କରୁ ଅଛନ୍ତି ସଙ୍ଗୀତ ।୪। ସୁରଧୁନୀ ତୀରେ କରିଥିବା ଯେବେ ତପ, ସଙ୍ଖାଳି କରି ଏ ତାପିଞ୍ଛର ଅନାତପ, ସୁଖେ ବଞ୍ଚିବା ବସନ୍ତେ, ସାମନ୍ତ ସୁଧାଂଶୁ ଜଗଦ୍ଦେବ ବୋଲେ ଗୀତେ ।୫।

Read More

(ରାଗ: ସିଂହେନ୍ଦ୍ରମଧ୍ୟମ) (ମତାନ୍ତରରେ ମୁଖାରୀ, କଲ୍ୟାଣୀ) ସପତଟି ମୋର ରେ, ସହ ଏହି ଥର ରେ, ସାର ହାରମସାରମଣିବର ପରି ଧରି ବକ୍ଷଃସ୍ଥଳେ ନିରନ୍ତର, ନ ଫିଙ୍ଗି ପୁଣି ହଟି, ସୁନ୍ଦର ନୁହଇଁଟି, ବିଚାରି ଭରସା ବଢ଼ାଅ ଅପରିମିତ ।ପଦ। ଶୁଣିଲେ ଆଉ କେ ବ୍ରଜେ, ସରିଯିବି ସିନା ଲାଜେ, ସାହା ତୁ ନୋହିଲେ କିଛି, ସଂସରେ ନିକି ମୁଁ ଅଛି ।୧। ସାଧୁଜନ କୁକ୍ଷିକୂପେ, ଭଲ ମନ୍ଦ ସିନା ଛପେ, ସଂହର କ୍ରୋଧ ଉଦୟ, ସହଜେ ତୁ ସହୃଦୟ ।୨। ସବୁ ଅନ୍ୟାୟ ଚରିତ, ଶିକ୍ଷାକୁ ଗୁରୁ ତୁହି ତ, ସମୟେ କାଟୁ ତୋଟିକି, ସଖା ଲକ୍ଷଣ ଏ ଟିକି ।୩। ସମାଂସମୀନା ଅୟୁତେ, ସମର୍ପି ଦେବିଟି ତୋତେ, ସମ୍ଭାଳ ମୋର ଆବୁର, ସର୍ବସ୍ୱ ପରା ତୁ ମୋର ।୪। ସାକ୍ଷାତ ଦେଖିଲା ପରି, ସାକ୍ଷୀ ହେବାକୁ ବାହାରି, ସାଧିବାର ଅବିଚାର, ସପତ୍ନ ନୁହେଁ ମୁ ତୋର ।୫। ସାନ୍ଦୀପନିସୁତ…

Read More

(ରାଗ: ମିଶ୍ରକାଫି) (ମତାନ୍ତରରେ ଧନାଶ୍ରୀ) ଶ୍ୟାମ ଶିଖଣ୍ଡଚୂଳ, ଶ୍ରମ କି ଆଜଯାକେ ହେଲା ସଫଳ ।ପଦ। ଶର୍ବରୀ ନିଦ୍ରା ବିନା ଗଲା କି ସରି, ଶମ୍ବରପରପୁର କଲ କି ଜୂରି ।୧। ଶ୍ରୀଅଙ୍ଗ ବେଶ କିମ୍ପା ଏପରି ଆଜ, ଶରଦଚନ୍ଦ୍ର ଚୁମ୍ବୁ ନାହିଁ କି ଲାଜ।୨। ଶିଶୁ ହେଲେହେଁ ତୁମ୍ଭେ କଲଭ[୧] ସରି, ଶଶକିଶୋରୀଟିକି ଦେଲ ଯେ ସାରି ।୩। ଶିରୀଷମାଳା ଦଳିଦେଇ କୁଠାରେ, ଶଙ୍କା ନ କଲ ସଖୀମାନଙ୍କଠାରେ ।୪। ଶରମପ୍ରଦ ଆଜ ସରିକି ହେଲା, ଶମନସ୍ୱସାତଟ-ଅଟବିବୁଲା ।୫। ଶିର ସୁନ୍ଦର ଦିଶେ ଯାବକ ବୋଳେ, ଶରଣ ବୋଲି କି ପଡ଼ିଲ ପା’ତଳେ ।୬। ଶପଥ ଶତ ଶତ[୨] କହଟି ସତ, ଶ୍ରୀବାଲୁକେଶ ନୃପ ରଚିଲେ ଗୀତ ।୭।

Read More

(ରାଗ: ସାବେରୀ) (ମତାନ୍ତରରେ ଆଶାବରୀ) ବିଚକ୍ଷଣା ରେ, ବିନା ତୋ ପ୍ରୀତି କେ ଗତି ଅଛି ଜଗତୀରେ ।ପଦ। ବୋଲି ଦେଲି ସିନା ଗେଲେ ହସି ବିଶ୍ୱେ ତୋ ସମ କାହିଁ ବିଶ୍ୱାସୀ ବାନ୍ଧିବାକୁ ମୋ ମନ ତୁ ପାଶି ବିଶେଷରେ ମୋ ହୃଦନ୍ତର ତୋତେ ଜଣା ରେ।୧। ବିଶ୍ୱମ୍ଭରା ରଜଖେଳା କାଳୁଁ ବହିଃପ୍ରାଣ ପରି ପରିପାଳୁ ବିଧିବଶୁ ନିସର୍ଗକୃପାଳୁ ବ୍ରଜେ ହେଉଛି ଏହି ଡିଣ୍ଡିମ ବାଜଣାରେ ।୨। ବିକେ କିଣେ ଯେ ଯାହାକୁ ସ୍ନେହେ ବଡ଼ ତାଠାରୁ ଜୀବନ ନୋହେ ବଳ ତାହାଠାରେ ସିନା ସହେ ବହିରଙ୍ଗେ ବୁଲୁଛନ୍ତି ଦେଖ ଅଗଣାରେ ।୩। ବୋଲେ ଅଷ୍ଟଦୁର୍ଗର ମଘବା ବଲ୍ଲୀ ନିକଟକୁ ଚାଲ ଯିବା ବଂଶୀଗୀତପୀୟୂଷ ପୀଇବା ବିଭାବରୀ ନ ପାହୁଁ ଆସିବା ଅଜଣାରେ ।୪।

Read More

(ରାଗ: ଦେଶ) (ମତାନ୍ତରରେ ଖଣ୍ଡକାମୋଦୀ, କୀରବାଣୀ, ନୀଳାମ୍ବରୀ ଶଙ୍କରାଭରଣ) ଲୀଳାନିଧି ହେ, ଲାଜେ ମୁଁ ଗଲିଟି ସରି, ଲୁଚାଇଛ କାହିଁ ଶ୍ୟାମ ହେ ଦିଅ ମୋ ଲାଗି ଶାଢୀ ।ପଦ। ଲଭି ତୁମ୍ଭଙ୍କୁ ପ୍ରାଣବନ୍ଧୁ କରି, ଲୋକହସାରେ ଯେବେ ଯିବି ସରି, ଲସିବି ଯେବେ ପାଇ ନିନ୍ଦା ଦାଉ, ଲାଗିଲି ଆପଣଙ୍କୁ କେହି ଆଉ ।୧। ଲକ୍ଷ ଲକ୍ଷ ରାଣ ଅଛିଟି ମୋର, ଲଲାମ ଆଦି ଭୂଷା ସଜ କର, ଲିଭିଥିବ ଭୂରୁ ମଧ୍ୟ ତିଳକ, ଲେଖିଦିଅ ବେଗେ ନ ଦେଖୁ ଲୋକ ।୨। ଲୋଭୀ, ଶ୍ରୀଭୁଜବନ୍ଧ ଶିଥିଳାଅ, ଲତା ଗହଳେ ଗହନେ ପଳାଅ, ଲାଗିଛି ଲାକ୍ଷା ମୁକୁଟ ଶିଖଣ୍ଡେ, ଲାଜ କଥା ଲୋକେ ଦେଖିଲେ ଦାଣ୍ଡେ ।୩। ଲଗାଇଛ ହଟ ଯେଉଁ ରସରେ, ଲୁଟିବ ସିନା କଲି ପ୍ରଦୋଷରେ, ଲଙ୍ଘି ଆଶ୍ରିତେ ଥିବା କୃପାସିନ୍ଧୁ, ଲାଞ୍ଚୁଆଟି କେଡ଼େ ହେଲ ହେ ବନ୍ଧୁ ।୪। ଲଲିତା ନୋହେଟି ଯେ ଡାକୁଅଛି, ଲକ୍ଷ…

Read More

(ରାଗ: ଭୈରବୀ) (ମତାନ୍ତରରେ କେଦାର, ମୁଖାରୀ) ରସାଳସା ରେ, ରସି ପୁଣି ଏ କି ଲୋକହସାରେ ।ପଦ। ରକ୍ତିମା ଚୁମ୍ବିଲା ଇନ୍ଦ୍ର ଆଶାରେ, ରାଜୀବେ ପ୍ରଫୁଲ୍ଲ ହେଲେ କାସାରେ ।୧। ରତିନାଥ ସମର ପ୍ରଶଂସାରେ, ରମଣୀ କେ ନ ରସନ୍ତି ସଂସାରେ ।୨। ରସନ୍ତି ରସିକେ ସିନା ନିଶାରେ, ରଜନୀ ଶେଷରେ ଏ କି ଦଶାରେ ।୩। ରମଣୀୟ ହେମକୁ ସୁଦୃଶାରେ, ରଖିଲୁ କେଡ଼େ ନିବିଡ଼େ ମସାରେ ।୪। ରହୁନା ଅଯଶ ଆଉ ରସାରେ, ରସାରୁହରୁ ଲତାକୁ ଖସାରେ ।୫। ରାଜା ଅଷ୍ଟଦୁର୍ଗର ଏ ଭାଷାରେ, ରଚେ ଏବେ ବିଜେ ହୋଇ ସୁସାରେ ।୬।

Read More

(ରାଗ: ମୁଖାବରୀ) (ମତାନ୍ତରରେ ଆଶାବରୀ) ଯୋଷାବର ରେ, ଯଥାର୍ଥରେ ଜାଣ ମୁଁ ତୋହର ରେ, ଯାମଳଭୂଧରନିଭପୟୋଧର ମରଦନିଆ ଚାକରରେ ।ପଦ। ଯାବକ ତୋ ପଦକଞ୍ଜର ସମଦଗଜଗତି ମୋ ଶେଖର ରେ, ଯତୀନ୍ଦ୍ରସମାଧିଖଣ୍ଡନା ତୁ ନିଧି ମୁଁ ରଙ୍କମାନଙ୍କ ବରରେ ।୧। ଯମକ କି ତୁହି ପୂର୍ଣ୍ଣଚନ୍ଦ୍ରମୁହିଁ ମୋ ମହା ଶୁଭଦଶାର ରେ, ଯତ୍ନେ ସମ୍ପାଦିବା ଚିନ୍ତାମଣି ଅବା ମୋ କରେ ହେଳୁ ସୁସାରରେ ।୨। ଯୁବତିକଦମ୍ବରାଜା ଅବଲମ୍ବ ହୋଇଲୁ ଯେବେ ନିକର ରେ, ଯୁଦ୍ଧକୁ ସନ୍ନଦ୍ଧ ହେଉ ଅତି କ୍ରୁଦ୍ଧ ହୋଇ ପଛେ ପଞ୍ଚଶରରେ ।୩। ଯମୁନାବାହିନୀ ତଟରରୁହବନୀ ଅବନୀ ବନାଇବାରରେ , ଯଶ ରଖି ନିନ୍ଦାପଟଳୀରୁ ବୃନ୍ଦା କରାଇଲା ତ ନିବାରରେ ।୪। ଯଶୋଦାକୁମାର ଗିରେ ରାଧା ଶିର ନୂଆଇଁଲେ ଲଜ୍ଜାଭରେ ରେ, ଯୁଗଳ ବିଗ୍ରହ କର ଅନୁଗ୍ରହ ଅଷ୍ଟଦୁର୍ଗ ପୁରନ୍ଦରରେ ।୫।

Read More

(ରାଗ: ମରୁଆ ବା କାମୋଦୀ) ମଧୁରେ, ମନ୍ଦ ମନ୍ଦ ହୋଇ ଗନ୍ଧବହ ପ୍ରସରିଲା କଦମ୍ବ ନିକୁଞ୍ଜସୀମାରେ, ମରନ୍ଦ ସେକେ ଚମକି ଲୋକେ ଭାଷିଲେ ଇଷି ମାରେ, ମିଳିନ୍ଦଲତା ଦମ୍ଭବନିତା ବଦନେ ମିଶି ମାରେ, ମଣ୍ଡିତ ହେଲା ସେ ବନସ୍ଥଳ, ମହାରଜତ ମହେନ୍ଦ୍ର ନୀଳ- ମୟୂଖ ଶିରୀମୟ ମଞ୍ଜରୀ ବିସର ସୁଷମାରେ ।ପଦ। ମିଶିଲା ଚାରି, ଲୋଚନବାରି- ରୁହ ମଦନୁ ଲଭି ଲଚାରି, ମିଳିଲା ଶ୍ୟାମ ଗଉର ଦୁଇ ମହ, ମଧୁପ ଯୁବା ଲଭିଲା ଅବା ନବ ସରସୀରୁହ, ମାନସ ଅଙ୍ଗଭେଦ ପ୍ରସଙ୍ଗ ଭଙ୍ଗ ରଚିଲା ସ୍ନେହ, ମଉଳିଗଲା ଶେଷ ସାତ୍ତ୍ୱିକ, ମୃଡ଼ନୟନ ସଂଖ୍ୟକ ଯାକ, ମଜ୍ଜାଇ ଦେଲା ଦୁହିଙ୍କ ମନ ମହାମୋଦପ୍ରବାହ ।୧। ମଦଦ୍ୱିରଦ-ମଥିତହ୍ରଦ, ମୁର୍ଚ୍ଛିତ ମହୋତ୍ପଳ ଆମୋଦ, ଫୁଲ୍ଲପରାଗ ଶ୍ରୀଅଙ୍ଗରାଗ ବାସ, ମୃଗଲାଞ୍ଛନ ମରୀଚି ଚୂର୍ଣ୍ଣ ଧାବଲ୍ୟ ପରକାଶ, ମଧୁ ମାଦକ ଗୁଣ ସୂଚକ କୋକିଳ କଳଘୋଷ, ମଣିମଣ୍ଡିତ କିଙ୍କିଣୀଯୂତ, ମଞ୍ଜୁମଞ୍ଜୀର ଭୂଷାଶିଞ୍ଜିତ, ରସନା ରଣୋତ୍କାର ଶ୍ରବଣ କଲା ବିବେକ…

Read More