ଆହେ ଦୟାମୟ ବିଶ୍ୱ ବିହାରୀ ଆହେ ଦୟାମୟ ବିଶ୍ୱ ବିହାରୀ, ଘେନ ଦୟାବହି ମୋର ଗୁହାରି ଜଳ ସ୍ଥଳ ବନ ଗିରି ଆକାଶ ତୁମ ଲୀଳା ସବୁଠାରେ ପ୍ରକାଶ ତୁମେ ଶୁଭ ବୁଦ୍ଧି ପରା ଶିଖାଅ, ତୁମେ ଭଲ ବାଟ ପରା ଦେଖାଅ ମୋର କାମକୁ କରାଅ ସରସ, ମୋର ମୁଖେ ଦିଅ ଚିର ହରଷ ତୁମ ଚରଣରେ ମୋର ଭକତି, ଦିଅ ବିପଦେ ଆପଦେ ଶକତି କୁଟ କପଟ ସ୍ଵଭାବ ଜାହାର, ତାଙ୍କୁ ଦୂରୁ ମୁଁ କରଇ ଜୁହାର ॥
Author: admin
ତୁମ ପରି ଛୋଟ ପିଲାଟିଏ ତୁମ ପରି ଛୋଟ ପିଲାଟିଏ ଗାଆଁ ଚହାଳୀର ଚାଟ ସିଏ ଚେହେରାଟି ତାର ଡଉଲ ଡାଉଲ ପାଠରେ ତାହାର ସରି କିଏ ? ଛାଡି ଯାଇଥିଲା ଦିନେ ଝଡି ବାହାରିଲା ସିଏ ପାଠ ପଢି ବାଟେ ଯାଉଯାଉ ଖସିଗଲା ଗୋଡ ମୁଁହ ମାଡି ତଳେ ଗଲା ପଡି॥ ଗୁରୁଜୀ ଦେଖିଲେ ଦେହ ତାର ପାଣି କାଦୁଅ ରେ ସର ସର ତିଳେହେଁ ସେଥିକୁ ଖାତିରି ନକରି ଆସିଛି ହୋଇ ସେ ତର ବର॥ ପଚାରିଲେ ଗୁରୁ ଏକି ହେଲା ଏତେ ସରି ତୋତେ କିଏ କଲା ପିଲାଟି କହିଲା ବେଗେ ଆସୁଆସୁ କାଦୁଆରେ ଗୋଡ ଖସିଗଲା॥ ହେଲା ଦଶହରା ଛୁଟି ବେଳ ପିଲାଟି ସଭିଙ୍କି କଲା ମେଳ ମାଟି ଗୋଡି ବାଲି ପକାଇ ସଭିଏଁ ଗାଆଁ ମାଟି କଲେ ସମତୁଲ॥ ଏହା ଦେଖି ଲୋକେ ହେଲେ କାବା ଡକାଇଲେ ଗୁରୁ ଚାଟସଭା କହିଲେ ଏଭଳି ଭଲକାମ…
ଜାମ୍ଲା ଗାଁ’ରେ ଜଣେ ଗରିବ ଲୋକଟିଏ ରହୁଥାଏ । ହେଲେ ସେ କଥା କହିପାରୁ ନଥାଏ । ତା’ର ଥାଆନ୍ତି ଯୋଡିଏ ଗାଈ । ସବୁଦିନ ସେ ଲୋକଟି ତା ଗାଈମାନଙ୍କୁ ଚରାଇବାକୁ ପାହାଡ ନିକଟକୁ ନିଏ । ଆଉ ସେଇ ପାହାଡର ଗୁମ୍ଫାରେ ରହୁଥାଆନ୍ତି ଜଣେ ସାଧୁ । ସେ ଏ ଗାଈ ଦୁଇଟିଙ୍କୁ ବେଶ୍ ଭଲ ପାଉଥାନ୍ତି । ଏପରିକି ଗାଈମାନେ ଚରୁଥିବା ବେଳେ ସେ ସାଧୁଜଣକ ସେମାନଙ୍କ ଉପରେ ଆଖି ରଖିଥାନ୍ତି । ସମୟକ୍ରମେ ସେ ଲୋକଟିର ଗାଈ ସଂଖ୍ୟା ବଢିବାରେ ଲାଗିଲା । କ୍ଷୀର ବିକ୍ରି କରି ସେ ଲୋକଟି ବେଶ୍ ଟଙ୍କା ଅର୍ଜନ କଲା । ଏହା ଦେଖି ତା’ର ପଡୋଶୀମାନେ ତାକୁ ଖୁବ୍ ଈର୍ଷା କଲେ । ଦିନେ ସେ ଲୋକଟିର ଦୁଇଜଣ ପଡୋଶୀ ତା’ ପଛେ ପଛେ ପାହାଡଯାଏଁ ଆସିଲେ । ପାହାଡ ପାଖରେ ପହଁଚି ସେମାନେ ଦେଖିଲେ – ସେ…
ଚନ୍ଦ୍ରବର୍ମା ବୁଢୀକୁ ଧରି ଉଠାଇ ଦେଲେ ଓ ତା’ ହାତ ଧରି ଧିରେ ଧିରେ ଆଗକୁ ନେଇଗଲେ । କାପାଳିନୀ ଏଣେ ତେଣେ ଅନାଇ କହିଲା, “ଚନ୍ଦ୍ରବର୍ମା! ଆଗରେ ସେ ବୁଦା ଗୁଡିକଙ୍କ ସେପଟେ ଗୋଟିଏ ଗୁମ୍ଫା ଅଛି ବୋଲି ମନେ ହେଉଛି । ତମେ ଦେଖି ପାରୁଥିବ । ସେଆଡେ ଚାଲ ।” କାପାଳିନୀର ଦୃଷ୍ଟି ପ୍ରଖର କହିବାକୁ ହେବ । ବଣବୁଦା ଆଢୁଆଳରେ ସତରେ ଗୋଟିଏ ଗୁମ୍ଫା ଥିବାର ଚନ୍ଦ୍ରବର୍ମା ଦେଖି ପାରିଲେ । ସେମାନେ ତହିଁ ଭିତରେ ସତର୍କ ଭାବରେ ପ୍ରବେଶ କଲେ । ଆଗରେ ଏକଜାତୀୟ ଉଚ୍ଚ ଘାସ ଗଛମାନ ଥିବାରୁ ବାହାରୁ ସେମାନଙ୍କୁ କେହି ଦେଖିବା ସହଜ ନଥିଲା । ଗୁମ୍ଫା ଭିତରେ ବେଶ୍ ପ୍ରଶସ୍ତ । ଗଛଲତା ଭେଦ କରି କିଛି ଆଲୁଅ ଭିତରେ ଆସି ପଡୁଥିଲା । କାପାଳିନୀ ଖଣ୍ଡିଏ ପଥରକୁ ଆଉଜି ପଡି ବସିଲା । ଚନ୍ଦ୍ରବର୍ମା ତା’ ସାମନାରେ…
Odia Kids Story Kuhuka Handi କୁହୁକ ହାଣ୍ଡି ଅନେକ ବର୍ଷ ତଳର କଥା । ଗରିବ କୃଷକଟିଏ ଥାଏ । ସବୁଦିନ ସେ ତା ବିଲକୁ କାମ କରିବାକୁ ଗଲାବେଳେ ଖାଇବା ପାଇଁ ସାତଟି ରୁଟି ଗୋଟିଏ ପୁଡିଆରେ ନେଇଥାଏ । ସେଥିପାଇଁ ସମସ୍ତେ ତାକୁ ଡାକୁଥା’ନ୍ତି ‘ରୁଟିଖିଆ’ । ଦିନେ ସେ କୃଷକ ବିଲରେ କାମ କରୁଛି, ହଠାତ୍ ତାକୁ ଭାରି ଭୋକ ହେଲା । ତେଣୁ ସେ ରୁଟିତକ ପୁଡିଆରୁ ବାହାର କରି ଗୋଟି ଗୋଟି କରି ଗଣିଲା – ଏକ, ଦୁଇ, ତିନି, ଚାରି, ପାଂଚ, ଛଅ, ସାତ । ଗଣିସାରି ମନକୁ ମନ କୃଷକ କହିଲା, ‘ବର୍ତ୍ତମାନ ମୁଁ ସବୁଗୁଡିକ ଖାଇବି ।’ ସେ କୃଷକଟି ଯେଉଁଠି ବସିଥିଲା, ତା’ ପାଖରେ ଥାଏ ଗୁମ୍ଫାଟିଏ । ଆଉ ସେହି ଗୁମ୍ଫା ଭିତରେ ରହୁଥାଏ ଏକ ଅସୁର । ସେ ଅସୁରର ସାତଟି ଛୁଆ ଥାଆନ୍ତି…
New Odia Story Gapa – ଶୃଗାଳ ଚତୁରକ କଥା ଗୋଟିଏ ଜଙ୍ଗଲରେ ‘ବଜ୍ରଦୁସ୍ତାର’ ନାମକ ଏକ ସିଂହ ବାସ କରୁଥିଲା । ଚତୁରକ ନାମକ ଏକ ଶୃଗାଳ ଏବଂ ‘କାଭ୍ୟମୁଖ’ ନାମକ ଏକ ଗଧିଆ ବଜ୍ରଦୁସ୍ତାରର ଅନୁଚର ଥିଲେ । ଏକଦା ଏକ ଓଟ ସେହି ଜଙ୍ଗଲକୁ ଆସିଲା । ମହାରାଜଙ୍କ ନିକଟରେ ସେହି ଜଙ୍ଗଲରେ ଆଶ୍ରୟ ନେବା ପାଇଁ ଅନୁରୋଧ କଲା । ମହାରାଜ ସିଂହ ତା’ର ଅନୁରୋଧକୁ ପ୍ରତ୍ୟାଖ୍ୟାନ ନକରି ତାକୁ ତାଙ୍କ ନିକଟରେ ଆଶ୍ରୟ ଦେଲେ । କିଛି ଦିନ ପରେ ସେହି ଓଟଟି ଏକ ଶାବକକୁ ଜନ୍ମ ଦେଲା । ଏହା ଦେଖି ସିଂହ ମହାରାଜ ଅତ୍ୟନ୍ତ ଖୁସି ହୋଇଯାଇ ନବଜାତ ଶାବକଟିକୁ ନିଜ ଘରକୁ ନେଇଗଲେ । ନିଜ ଘରକୁ ନେଇ ଆନନ୍ଦରେ ଲାଳନ ପାଳନ କରିବାକୁ ଲାଗିଲେ । ଶ୍ରଦ୍ଧାରେ ତା’ର ନାମ ଦେଲେ ‘ଶଙ୍କୁକରନ୍’ । ମହାରାଜଙ୍କର ଆଦର ଏବଂ ଯତ୍ନ…