• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Atmabali
ଗଳ୍ପ

Atmabali

Liza SBy Liza SJuly 7, 2022No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Atmabali
Odia-Story-Atmabali
Share
Facebook Twitter Pinterest Reddit Email

ଶିଖମାନଙ୍କର ନବମ ଗୁରୁ ତେଗ୍ ବାହାଦୂର ଥିଲେ । ୧୬୭୪ ଖ୍ରୀଷ୍ଟାବ୍ଦରେ ଆଉରଙ୍ଗଜେବ୍ ତାଙ୍କୁ ଧରିଆଣି ବନ୍ଦୀ କଲେ ଓ ଇସ୍ଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ ବି କଲେ । ଏମିତିକି ସେ ତାଙ୍କୁ ହତ୍ୟା କରିବାର ଧମକ ମଧ୍ୟ ଦେଲେ । କିନ୍ତୁ ତେଗ୍ ବାହାଦୂର କ’ଣ ଟଳିବା ଲୋକ? ସେ ଏଥିରେ ଆଦୌ ବିଚଳିତ ନ ହୋଇ କହିଲେ – “ଶିର ଦେଙ୍ଗେ ଲେକିନ୍ ସାର୍ ନେହିଁ ଦେଙ୍ଗେ ।” ଆଉରଙ୍ଗଜେବ୍ ଏଥିରେ ଖୁବ୍ ରାଗିଯାଇ ଗର୍ଜିଉଠିଲେ । ଆରେ, କିଏ ଅଛରେ, ଏ କାଫେରକୁ ଏଠାରୁ ନେଇଯାଅ । ଏହାର ମୁଣ୍ଡକାଟି ଦିଲ୍ଲୀର ରାଜରାସ୍ତାରେ ଫିଙ୍ଗି ଦିଅ ।” ମୃତ୍ୟୁ ପୂର୍ବରୁ ସେ ଥରେମାତ୍ର ତାଙ୍କ ନିଜପୁଅ ଗୋବିନ୍ଦକୁ ଦେଖି ମନକଥା କହିବାକୁ ଅନୁମତି ମାଗିଲେ ।

ଆଉରଙ୍ଗଜେବ୍ ଏଥିରେ ରାଜିହେଲେ । ସେଦିନ ସେ କଇଁକଇଁ ହୋଇ କାନ୍ଦୁଥିବା ପୁଅ ଗୋବିନ୍ଦକୁ ସାହସ ଦେଇ କହିଲେ – “ମୁଁ ଜାତି ଓ ଧର୍ମ ପାଇଁ ମରୁଛି । ସେଥିପାଇଁ ଦୁଃଖ ନାହିଁ । ଆଉ ଅଳ୍ପ ସମୟପରେ ଏମାନେ ମୋତେ ହତ୍ୟା କରିବେ । ଏଥିପାଇଁ ତୁ ଦୁଃଖରେ ଭାଙ୍ଗିନପଡି ମୋ ଦାୟିତ୍ୱ ନେବୁ । ଲୋକମାନଙ୍କୁ ସଦା ସର୍ବଦା ସତ୍ପଥରେ ଚାଲିବାକୁ ଶିକ୍ଷା ଦେବୁ । ଦରକାର ହେଲେ ଦେଶପାଇଁ ମୋ’ପରି ପ୍ରାଣବଳି ଦେବାକୁ ପ୍ରତ୍ୟେକ ଶିଖ ଯେପରି ଭୁଲିନଯାଏ । – ହଁ ମୋ ଶବକୁ ନେଇ…” ତେଗ୍ବାହାଦୂରଙ୍କ ମୁହଁରୁ କଥା ନ ସରୁଣୁ ଗୋବିନ୍ଦକୁ ସେଠାରୁ ବାହାର କରି ଦିଆଗଲା । ଗୋବିନ୍ଦ କାନ୍ଦିକାନ୍ଦି ଫେରିଲା ।

ସେଦିନ ବିଚ୍ ରାସ୍ତା ଉପରେ ତେଗ୍ବାହାଦୂରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇ ଦିଲ୍ଲୀର ସେହି ଜନଗହଳି ରାଜ-ରାସ୍ତା ଉପରେ ଶବକୁ ପକାଇ ରଖାଗଲା । କୌଣସି ଶିଖ ଏ ଶବକୁ ଯେପରି ସେଠାରୁ ନେଇ ନ ପାରନ୍ତି ସେଥିପାଇଁ କଡାପହରା ଦିଆଗଲା । ପିତାଙ୍କ ଶବକୁ ନେଇଯିବାକୁ ଗୋବିନ୍ଦ ନିଜ ଜୀବନକୁ ପାଣିଛଡେଇ ଲୁଚିଲୁଚି ଆସିଲା । ନିସ୍ତବ୍ଦ ରାତି । ରାସ୍ତାଘାଟ ଶୂନ୍ଶାନ୍ । ଚାରିଆଡେ କିଟିକିଟିଆ ଅନ୍ଧାର । ଗୋବିନ୍ଦ ଚାଲିଛି । ଅଳ୍ପ ସମୟ ପରେ ସେ ଯାଇ ତା’ ଲକ୍ଷ୍ୟସ୍ଥଳରେ ପହଁଚିଯିବ । ତା’ ପଛେପଛେ କେହି ଆସୁଥିବାର ଜାଣି ସେ ରାସ୍ତାପାଖ ଗଛମୂଳେ ଯାଇ ଲୁଚିଗଲା । ସେ କାନପାରି ତାଙ୍କ କଥାବାର୍ତ୍ତା ଶୁଣିଲା । ଜାଣିଲା, ସେ ଦୁହେଁ ନିଜ ଜାତିର ଲୋକ । ସେମାନେ ଗୁରୁଙ୍କ ଶବନେଇ ଯିବାକୁ ଗାଡିଧରି ଆସିଛନ୍ତି । ଗୋବିନ୍ଦ ଗଛ ଉହାଡରୁ ଆସି ସେମାନଙ୍କୁ ନିଜର ପରିଚୟ ଦେଲା । ଜଣେ ଯୁବକ ଆଉ ଜଣେ ବୃଦ୍ଧ । ସେ ଦୁହେଁ ଗୁରୁ ଗୋବିନ୍ଦଙ୍କୁ କୁଣ୍ଢାଇ କାନ୍ଦି ପକାଇଲେ । ମୋଗଲ ହାତରୁ ଗୁରୁଙ୍କ ଶବକୁ ନେବାକୁ ସେମାନେ ଶପଥ କଲେ । ବୃଦ୍ଧ ଜଣକ କହିଲା, “ଆମେ ଥାଉଥାଉ ଆପଣ ପୁଣି ବିପଦ ମୁହଁକୁ ଯିବେ? ତାହା ତ ଆମେ କେବେବି କରିବାକୁ ଦେବୁନାହିଁ ।” ଗୋବିନ୍ଦ କହିଲେ – “ମୁଁ ପୁଅ ହୋଇ ପିତାଙ୍କ ପାଇଁ ଏତିକି ନ କଲେ, ଅନ୍ୟମାନେ କାହିଁକି କରିବେ?” ବୃଦ୍ଧ କହିଲେ – “ଆପଣ ଏ କ’ଣ କହୁଛନ୍ତି? ସେ କ’ଣ ଆମର ପିତା ନୁହଁନ୍ତି? ଆପଣଙ୍କର କିଛି ଅସୁବିଧା ହେଲେ, ଆମକୁ କିଏ ବିପଦଆପଦରୁ ରକ୍ଷା କରିବ? ମୁଁ ଆପଣଙ୍କ ପାଦଛୁଇଁ ଶପଥ କରୁଛି, ମରିବି ପଛେ ମାତ୍ର ଗୁରୁଙ୍କ ଶବ ନିଶ୍ଚୟ ଆଣିବି ।” ଗୋବିନ୍ଦ ଆଉ ସେ ବୁଢାର କଥା ଏଡିପାରିଲା ନାହିଁ ।

ଅଳ୍ପଦୂରରେ ଗାଡି ରଖି, ସେ ବାପ ପୁଅ ଦୁହେଁ ଲକ୍ଷ୍ୟସ୍ଥଳରେ ଯାଇ ପହଁଚିଲେ । ରାସ୍ତାଘାଟ ଶୂନ୍ଶାନ୍ । ପତ୍ର ପଡିଲେ ଯାହା କିଛି ଶବ୍ଦ ହେଉଥିଲା । ପ୍ରହରୀମାନେ ନିଘୋଡ ନିଦରେ ଶୋଇ ଘୁଙ୍ଗୁଡି ମାରୁଥିଲେ । ଅପୂର୍ବ ସୁଯୋଗ । ବାପ ପୁଅ ଦୁହେଁ ଧରାଧରିକରି ସେହି ଶବକୁ ନେଇ ଗାଡିରେ ରଖିଲେ । ବୁଢା ପୁଅକୁ ଧୀରେଧୀରେ କହିଲା, “ତୁ ଶବକୁ ନେଇ ଏଠୁ ଚାଲିଯା’, ମୁଁ ଶବ ଜାଗାରେ ପଡିରହିବି । ନଚେତ୍ ସେମାନେ ଉଠି ଶବ ନ ପାଇ ଆମକୁ ରାସ୍ତାରେ ଧରିବେ । ପୁଅ କହିଲା, “ତୁମେ ଯାଅ ବାପା, ମୁଁ ଏଠାରେ ରହୁଛି ।” ବୁଢା କହିଲା, ନାଆଁରେ ତୁ ଯା’, ତୁ ଯୁବକ, ବଂଚିରହିଲେ, ଦେଶପାଇଁ କାମ କରିବୁ । ମୋଗଲ୍ମାନଙ୍କ ସଙ୍ଗେ ଲଢିବୁ । ମୁଁ ତ ପାଚିଲା ତାଳ । ବଂଚିରହି କି ଲାଭ? ପୁଅ ତଥାପି ବି ଯାଇପାରିଲା ନାହିଁ । ଚାହୁଁଚାହୁଁ ସେ ବୁଢା ତା’ ଅଂଟାରୁ ଧାରୁଆ ଛୁରୀଟିଏ ବାହାରକରି ନିଜ ଛାତିରେ ତାହା ଭୁଷିଦେଲା । – “ବାପା ଏ କ’ଣ କଲ?” ଏତିକି କହି ପୁଅ ବାପକୁ କୁଣ୍ଢେଇ ଧରିଲା । ପୁଅ କୋଳରେ ବାପର ପ୍ରାଣବାୟୁ ଉଡିଗଲା । ରକ୍ତର ଝରଣା ଛୁଟିଲା । ବୁଝାର ନାଲିଆ ରକ୍ତରେ ପୂର୍ବ ଆକାଶ ରଙ୍ଗେଇ ହେବାକୁ ଆଉ ବେଶି ଡେରି ନଥାଏ । ଭାବିବାକୁ ବେଳ ନାହିଁ । କେହି ଜଣେ ପ୍ରହରୀ କଡ ଲେଉଟାଉ ଥିଲା । ସେ ଆଖିରୁ ଲୁହପୋଛି ଛାତିକୁ ପଥର କରି, ନିଜ ପିତାଙ୍କ ଶବକୁ ଗୁରୁଙ୍କ ଶବ ସ୍ଥାନରେ ଶୁଆଇଦେଇ ଚାଲିଆସିଲା ।

ବୁଢା ସିନା ମରିଗଲା, ସେ ନିଜ ପ୍ରାଣବଳି ଦେଇ ଯେଉଁ କାମକଲା, ତାହା ପୁଣି କିଏ ଭୂଲିବ? ନିଜ ଜାତି, ଧର୍ମ ପାଇଁ ଯିଏ ଜୀବନ ଦିଏ, ସିଏ ଯୁଗଯୁଗକୁ ଅମର ରହେ । ଅମୃତସର ସହରରେ ତେଗ୍ବାହାଦୂରଙ୍କ ସମାଧିପୀଠ ଦେଖି ଦର୍ଶକମାନେ ଏବେ ବି ସେ ବୁଢା କଥା ମନେପକାନ୍ତି ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleAbhula-Smruti
Next Article Swabhaba
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.