• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Ashali kabiraja
ଗଳ୍ପ

Ashali kabiraja

Liza SBy Liza SSeptember 20, 2022No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Odia Short Ashali kabiraja
Odia Short Ashali kabiraja
Share
Facebook Twitter Pinterest Reddit Email

ପୁରୀଧାମରେ ସେତେବେଳେ ବିଶ୍ୱପତି ନାମକ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ତାଙ୍କର ଆୟୁବିଜ୍ଞାନ ଶାସ୍ତ୍ରରେ ଯେପରି ବ୍ୟୁତ୍ପତି ଥିଲା, ପ୍ରତ୍ୟକ୍ଷ୍ୟ ଚିକିତ୍ସାରେ ବି ଠିକ୍ ସେହିପରି ଯଥେଷ୍ଟ ସୁନାମ ଥିଲା ।

ଅନେକ ଶିକ୍ଷାର୍ଥୀ ତାଙ୍କ ପାଖରେ ରହି ଆୟୁବିଜ୍ଞାନ ଶିକ୍ଷା କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ । କିନ୍ତୁ ବୈଦ୍ୟରାଜ ବିଶ୍ୱପତି ଏକାବେଳେ ବେଶି ଶିକ୍ଷାର୍ଥୀଙ୍କୁ ନିଜ ପାଖରେ ରଖୁ ନଥିଲେ । ଜଣେ ଦୁଇଜଣ କରି ରହିଲେ ସେମାନଙ୍କ ଶିକ୍ଷା ପ୍ରତି ଭଲ ଭାବରେ ଦୃଷ୍ଟି ଦେଇହେବ, ଏହାହିଁ ତାଙ୍କର ଯଥାର୍ଥ ବିଶ୍ୱାସ ଥିଲା ।

ଥରେ ବିମଳ ଓ ଚନ୍ଦ୍ରଭାନୁ ନାମକ ଦୁଇଜଣ ଯୁବକ ବାଲେଶ୍ୱରରୁ ଆସି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । ବିଶ୍ୱପତି ଦେଖିଲେ ବିମଳ ଅତ୍ୟନ୍ତ ମେଧାବୀ । ସେ ଆୟୁବିଜ୍ଞାନ ଶାସ୍ତ୍ର ଗଭୀର ମନୋଯୋଗ ସହକାରେ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ଗୁରୁଙ୍କ ସହିତ ଆୟୁବିଜ୍ଞାନ ଦର୍ଶନ ବିଷୟରେ ନାନା ତାତ୍ତ୍ୱିକ ଆଲୋଚନା କରୁଥାନ୍ତି ।

କେବଳ ସେତିକି ନୁହେଁ, ବିମଳ ରୋଗ ନିର୍ଣ୍ଣୟ କରିବାରେ ଓ ଔଷଧ ନିର୍ବାଚନ କରିବାରେ ମଧ୍ୟ ସିଦ୍ଧହସ୍ତ ବୋଲି ବୈଦ୍ୟରାଜ ବିଶ୍ୱପତି ବୁଝିପାରି ବେଶ୍ ଆନନ୍ଦିତ ହେଲେ । ସର୍ବୋପରି, ବିମଳ ଅତ୍ୟନ୍ତ ସାଧୁ ଓ ସତ୍ ପ୍ରକୃତିର ଯୁବକ । ଏଭଳି ଶିକ୍ଷାର୍ଥୀ ଶହେକରେ ଜଣେ ବି ମିଳନ୍ତି ନାହିଁ ।

ଚନ୍ଦ୍ରଭାନୁଙ୍କର ଶାସ୍ତ୍ର ଅଧ୍ୟୟନରେ ସେପରି କୌଣସି ଆଗ୍ରହ ନଥାଏ । ସେ ତାଙ୍କ ଗୁରୁଙ୍କ ଚିକିତ୍ସା ପଦ୍ଧତି ଭଲ ଭାବରେ ଲକ୍ଷ୍ୟ କରୁଥାନ୍ତି ଓ ମୋଟାମୋଟି ଯେଉଁସବୁ ରୋଗର ଚିକିତ୍ସା କରିବା ସବୁଦିନ ଦରକାର ପଡେ, ସେହିସବୁ ରୋଗର ନିଦାନ ସେ ମୁଖସ୍ତ କରୁଥାନ୍ତି । ବିଶ୍ୱପତି ବିମଳ ସମ୍ପର୍କରେ ଅତି ଉଚ୍ଚ ଆଶା ପୋଷଣ କରୁଥାନ୍ତି । ଦିନେ ବିମଳ ଜଣେ ବିଖ୍ୟାତ କବିରାଜ ହେବେ ଓ ସେ ତାଙ୍କ ଟେକ ରଖିବେ, ତାଙ୍କ ମନରେ ଏ ବିଶ୍ୱାସ ଜନ୍ମ ହୋଇଥାଏ । ଚନ୍ଦ୍ରଭାନୁ କୌଣସି ମତେ କବିରାଜ କରି ଜୀବିକା ନିର୍ବାହ କରି ପାରିବେ, ଏଥିରେ ଅବଶ୍ୟ ତାଙ୍କର କୌଣସି ସନ୍ଦେହ ନଥିଲା ।

ବିଦ୍ୟାର୍ଜନ ଶେଷ କରି ଉଭୟ ଶିଷ୍ୟ ତାଙ୍କଠାରୁ ବିଦାୟ ନେଇ ବାଲେଶ୍ୱର ଲେଉଟିଗଲେ । ଏହା ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ଆଜିକାଲି ଭଳି ବାଲେଶ୍ୱର ଓ ପୁରୀ ଭିତରେ ଏତେ ଘନ ଘନ ଯାତାୟତର କୌଣସି ବ୍ୟବସ୍ଥା ନଥିଲା ।

ପ୍ରଥମେ ବର୍ଷେ ଦୁଇବର୍ଷ ପର୍ଯ୍ୟନ୍ତ ଉଭୟ ଶିଷ୍ୟ ତୀର୍ଥ ପାଇଁ ବାଲେଶ୍ୱରରୁ ପୁରୀ ଆସୁଥିବା ଯାତ୍ରୀଙ୍କ ହାତରେ ଗୁରୁଙ୍କ ପାଖକୁ ଚିଠିପତ୍ର ଦେଉଥାନ୍ତି । ସେଥିରୁ ସେମାନେ ଭଲରେ ଅଛନ୍ତି ବୋଲି ଗୁରୁ ବୁଝୁଥାନ୍ତି । କ୍ରମେ ଚିଠିପତ୍ର ବନ୍ଦ ହୋଇଗଲା । ତାହାହିଁ ହୋଇଥାଏ ।

ଏ ଭିତରେ ତିନି ଚାରିବର୍ଷ ବିତିଗଲା । ଦିନେ ଜଣେ ବଣିକ ବାଲେଶ୍ୱରରୁ ତୀର୍ଥ କରିବାକୁ ପୁରୀ ଆସି ଅଚାନକ ବେମାର ପଡିଲେ ଓ ବିଶ୍ୱପତି ଆଚାର୍ଯ୍ୟଙ୍କ ନିକଟକୁ ଚିକିତ୍ସା ପାଇଁ ସେ ଆସିଲେ । ବିଶ୍ୱପତି ତାଙ୍କ ଚିକିତ୍ସା ଭାର ନେଇ ତାଙ୍କୁ ସେ ପୁରାପୁରି ସୁସ୍ଥ କରିଦେଲେ । ବଣିକ ଜଣକ ସେଠାରୁ ବିଦାୟ ନେଇ ଯିବାବେଳେ ଆଚାର୍ଯ୍ୟ ତାଙ୍କୁ କହିଲେ, “ଭବିଷ୍ୟତରେ ଯଦି ଆଉ କିଛି ସମସ୍ୟା ଦେଖାଦିଏ, ତେବେ କବିରାଜ ବିମଳକୁ ସବୁ କହିବେ । ସେ ମୋର ବିଶିଷ୍ଟ ଶିଷ୍ୟଙ୍କ ଭିତରେ ଜଣେ ।”

ବଣିକ କହିଲେ “ବିମଳଙ୍କଠାରୁହିଁ ମୁଁ ଆପଣଙ୍କ ବିଷୟରେ ଅନେକ ପ୍ରଶଂସା ଶୁଣିଥିଲି । କିନ୍ତୁ ମୁଁ ତାଙ୍କ ସହ କ’ଣ ପରାମର୍ଶ କରିବି? ସେ ତ କବିରାଜ ଛାଡି ଶିକ୍ଷକତା କରିବେ ବୋଲି କହୁଥିଲେ । ତାଙ୍କର କବିରାଜି ଭଲ ଜମିଲା ନାହିଁ ।”

ବିଶ୍ୱପତି ନିଜ କାନକୁ ପରତେ ନଯାଇ ପଚାରିଲେ “ଆପଣ ଠିକ୍ କହୁଛନ୍ତି ତ?”

ଭଦ୍ରଲୋକ କହିଲେ “ଆଜ୍ଞା ହଁ । ଠିକ୍ କହୁଛି ।”

ସେକଥା ଶୁଣିବା ମାତ୍ରେ ବିଶ୍ୱପତି ଅବାକ୍ ହୋଇଗଲେ ଓ ପଚାରିଲେ, “ଆଚ୍ଛା, ମୋର ଅନ୍ୟ ଶିଷ୍ୟ ଚନ୍ଦ୍ରଭାନୁର କଥା କ’ଣ?”

ବଣିକ କହିଲେ “ତାଙ୍କର ପ୍ରସାର ତ ବହୁତ । ସିଏ ତ ବେଶ୍ ସଫଳ କବିରାଜ ।”

ବିଶ୍ୱପତିଙ୍କ ବିସ୍ମୟର ଆଉ ସୀମା ରହିଲା ନାହିଁ । ଅନେକଦିନ ହେଲା ତାଙ୍କର ରେମୁଣାଥିବା ସାଙ୍ଗ ଘରକୁ ଯିବାର ଇଚ୍ଛା ଥାଏ । ପର ସପ୍ତାହରେ ସେ ବାହାରି ପଡିଲେ ଓ ରେମୁଣା ଯିବା ବାଟରେ ପ୍ରଥମେ ବାଲେଶ୍ୱରରେ ଯାଇ ପହଁଚିଲେ ।
ସେ ସିଧା ଯାଇ ବିମଳଙ୍କ ଘରେ ପହଁଚିଲେ । ସେତେବେଳେ ବିମଳ ଜଣେ ରୋଗୀକୁ ପରୀକ୍ଷା କରୁଥାନ୍ତି । ସେ ବାରାନ୍ଦାରେ ଠିଆ ହୋଇ ଉଭୟଙ୍କ କଥାବାର୍ତ୍ତା ଶୁଣିଲେ । ବିମଳ ସେ ରୋଗୀକୁ କହୁଥାନ୍ତି, “ତମର ଯାହା ହୋଇଛି, ତାକୁ କ’ଣ ରୋଗ କୁହାଯାଏ? ତମେ ଦୁଇ ଚାରିଦିନ କପାଳରେ ହଳଦି ଲଗାଇ ଶୋଇବ । ସକାଳେ ଲେମ୍ବୁ ପାଣି ପିଇବ । ତା’ପରେ ଦେଖିବ ତମର ସବୁ ଠିକ୍ ହୋଇଯିବ ।”

ରୋଗୀ କିଛି ନ କହି ସେଠାରୁ ବାହାରି ଆସି ବିଶ୍ୱପତିଙ୍କ ଆଡେ ଅନାଇ ନିଜ ବିରକ୍ତି ପ୍ରକାଶ କରି କହିଲା, “ଅସୁସ୍ଥ ଅବସ୍ଥାରେ ଦୁଇ କୋଶ ବାଟ ଚାଲି ଚାଲି ଆସିବା ମୋର ବୃଥା ହେଲା । ମୋ ବୁଢୀ ଜେଜେମା ଯାହା କହିଥିଲା, ଇଏବି ତ ସେଇଆ କହିଲେ । ଇଏ ପୁଣି କୁଆଡେ ପୁରୀର ବିଶ୍ୱପତିଙ୍କ ପାଖରେ ପାଂଚବର୍ଷ କାଳ ପାଠ ପଢିଛନ୍ତି!”

ବିଶ୍ୱପତି କିଛି ନ କହି ସେ ସିଧା ଘର ଭିତରକୁ ପଶିଗଲେ । ବିମଳ ନିଜ ଗୁରୁଙ୍କୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେବା ସଙ୍ଗେ ସଙ୍ଗେ ଅତ୍ୟନ୍ତ ଆନନ୍ଦିତ ମଧ୍ୟ ହେଲେ ଓ ତାଙ୍କୁ ସେ ପ୍ରଣାମ କରି ଗୁରୁ ରେମୁଣା ଯାଉଥିବା କଥା ଶୁଣିଲେ । ଗୁରୁ ଚନ୍ଦ୍ରଭାନୁ ସହ ଦେଖା କରିବାକୁ ଚାହିଁବାରୁ ବିମଳ ଗୁରୁଙ୍କୁ ବାଟ ଦେଖାଇ ନେଇଗଲେ ।

ଦେଖିବା ବେଳକୁ ଚନ୍ଦ୍ରଭାନୁ ଘର ପିଣ୍ଡାରେ ଦୁଇ ଚାରିଜଣ ରୋଗୀ ବସିଛନ୍ତି । କେତେଜଣ ପରୀକ୍ଷା କରାଇ ସାରିଲେଣି । ଚନ୍ଦ୍ରଭାନୁଙ୍କ ସହକାରୀ ଔଷଧ ତିଆରି କରୁଥାନ୍ତି ବୋଲି ସେମାନେ ସବୁ ଅପେକ୍ଷା କରିଥାନ୍ତି । ଘର ଭିତରେ ବିମଳ ପାଖରୁ ବିରକ୍ତ ହୋଇ ଲେଉଟି ଆସିଥିବା ରୋଗୀଟି ସହ ଚନ୍ଦ୍ରଭାନୁ କଥାବାର୍ତ୍ତା କରୁଥାନ୍ତି ।

ଚନ୍ଦ୍ରଭାନୁ କହୁଥାନ୍ତି, “ତମର ଚିନ୍ତା କରିବାର କୌଣସି କାରଣ ନାହିଁ । ଠିକ୍ ସମୟରେ ଚିକିତ୍ସା ଆରମ୍ଭ ହୋଇଗଲେ ଏ ରୋଗ ବଢିବାର ଆଉ ଭୟ ନାହିଁ । କଥାରେ ଅଛି ଛୋଟିଆ ବେମାରି ହିଁ ବଡ ବେମାରିର ବାପା । ତେବେ ମୋ ଔଷଧ ବଡ ବେମାରି କଦାପି ମଧ୍ୟ କରାଇଦେବ ନାହିଁ । ଏବେ ତୁମେ ନିଶ୍ଚିନ୍ତ ରୁହ । ଆଚ୍ଛା, ନିଦ କିପରି ହେଉଛି? ସ୍ୱପ୍ନ ଦେଖୁଛ ନା ନାହିଁ?”

ଏସବୁ କଥା ଶୁଣି ବିମଳ ବାରନ୍ଦାରେ ଠିଆ ହୋଇ ହସିଲା ଓ କହିଲା, “ଗୁରୁଦେବ, ତାକୁ ଯାହା ହୋଇଛି, ତାହା ସହ ତା’ ସ୍ୱପ୍ନର କ’ଣ ସମ୍ପର୍କ?”

ଗୁରୁ କହିଲେ “ବାପା! ସ୍ୱପ୍ନର ସମ୍ପର୍କ ନାହିଁ କି ଛୋଟ ବେମାରିରୁ ବଡ ବେମାରି ହୁଏ, ଏ କଥାର ବି କୌଣସି ସମ୍ପର୍କ ନାହିଁ । କିନ୍ତୁ ଆଉ ଗୋଟିଏ ଦୃଷ୍ଟି କୋଣରୁ ଦେଖିଲେ ବହୁତ ସମ୍ପର୍କ ଅଛି ।”

ବିମଳ ପଚାରିଲେ “ତାହା କିପରି?”

ଗୁରୁ କହିଲେ “ଛୋଟ ବେମାରିରୁ ତ ବଡ ବେମାରି ହୋଇପାରେ, ଏହା ତ ଅସତ୍ୟ ନୁହେଁ? ରୋଗୀ ସହ ଏଭଳି କଥାବାର୍ତ୍ତା କରିବା ଫଳରେ ସେ ତା’ ମନରେ ବିଶ୍ୱାସ ଉପୁଜାଉଛି । ବିଚରା ଦୁଇକୋଶ ଦୂରରୁ ଆସିଛି । ରୋଗର ଯଥାର୍ଥ ଚିକିତ୍ସା ଦରକାର ବୋଲି ତା’ର ବଦ୍ଧମୂଳ ଧାରଣା । ତେଣୁ ତାକୁ ଦୁଇ ଚାରିଟା ପ୍ରଶ୍ନ ନ ପଚାରିଲେ କ’ଣ ଚଳିବ?”

ବିମଳ ପଚାରିଲେ “କିନ୍ତୁ ରୋଗ କ’ଣ ତାହା ଜାଣିବା ପରେ ବି ପ୍ରଶ୍ନ ପଚାରିବା ଦରକାର?”

“ହଁ ଦରକାର । ପ୍ରଥମ କଥା, ତାହା ଦ୍ୱାରା ରୋଗୀର ବିଶ୍ୱାସ ହୁଏ ଯେ ତୁମେ ତା’ର ସବୁକଥା ଠିକ୍ସେ ଶୁଣିଛ ଓ ବୁଝିଛ । ତମେ ପ୍ରଥମ ଦୃଷ୍ଟିରେହିଁ ତା’ ରୋଗ ବୁଝିଯାଇ ଥାଇପାର, କିନ୍ତୁ ତୁମେ ବୁଝିଛ ବୋଲି ଯଦି ତା’ର ବିଶ୍ୱାସ ନହେବ, ତେବେ ତମ ଚିକିତ୍ସା ଯେତେ ଖାଂଟି ହେଲେ ବି ସେ ଉପକାର କମ୍ ପାଇବ । ମନେରଖ, ବିଶ୍ୱାସହିଁ ଅସଲ କବିରାଜ, ତମେ ନୁହଁ କି ତମ ବିଦ୍ୟା ବି ନୁହେଁ ।”

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleBojha
Next Article Senapati Nirbachana
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.