• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଆମରି ଜାତିର ଆଗୁଆ ନେତା
ଅନ୍ୟାନ୍ୟ

ଆମରି ଜାତିର ଆଗୁଆ ନେତା

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 17, 2020No Comments13 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ବକ୍ସି ଜଗବନ୍ଧୁ

ଆଜିକୁ ପାୟ ଚାରିଶହ ବର୍ଷ ତଳର କଥା । ସାତ ଦରିଆ ସେପାରିରୁ ଆସିଥିଲେ ଇଂରେଜମାନେ । ଆମରି ଦେଶରେ ସେମାନେ ବଣିଜ ବେପାର କଲେ । ଦିଲ୍ଲୀରେ ସେତେବେଳ ଥା’ନ୍ତି ମୋଗଲ ନବାବ । ମସ୍ତବଡ଼ ତାଙ୍କର ମୁଲକ ।

ଅଖଣ୍ଡ ତାଙ୍କର କ୍ଷମତା । ତା’ ଛଡା ପୁଣି ଛୋଟ ବଡ ରାଜ୍ଯର ମାଲିକ ଥା’ନ୍ତି ମରହଟ୍ଟା, ପଠାଣ, ହିନ୍ଦୁ-ବ‌ହୁ ଧର୍ମର,ବ‌ହୁ ଜାତିର । ସେମାନଙ୍କ ସଂଖ୍ଯା ଶହ ଶହ,ହଜାର ହଜାର । ସେମାନଙ୍କ ମଧ୍ଯରେ କେତେ ଯେ କଳି କଜିଆ, ବାଦ ବିବାଦ କ‌ହିଲେ ନସରେ ।

କଙ୍କଡାକୁ ଗୋଳିପାଣି ସୁହାଏ । ବିଦେଶ ବେପାରିଙ୍କୁ ସୁବିଧା ମିଳିଗଲା । ଦୀପ ତେଜିଲେ, ହାତ ଚିକ୍‌କଣ କଲେ ।କେତେବେଳେ କାହା ସାଥିରେ ହାତ ମିଳାଇଲେ ।ଏଘର ମାଉସୀ ସେଘର ପିଉସୀ ହେଲେ ।ବେପାରରୁ ଭଲ ରୋଜଗାର ବି କଲେ ।ରାଜାମାନଙ୍କ ଠାରୁ ଦୟାରେ ବା ସ‌ହାନୂଭୂତିରେ ଖଣ୍ଡେ ଖଣ୍ଡେ ଜାଗା ପାଇଲେ । ସେଠାରେ ଦୁର୍ଗ ତିଆରି କଲେ । ରାଜା ମହାରାଜା ମାନଙ୍କୁ କ‌ହି ବୋଲି କେତେପ୍ରକାର ସୁବିଧା ପାଇଲେ ।

କିନ୍ତୁ ହାୟ,,,,,,,,,,,
ଆମ ଦେଶର ରାଜାମାନେ ଇଂରେଜଙ୍କ ମାୟା ଜାଲରେ ପଶିପାରିଲେ ନାହିଁ । ସେମାନଙ୍କ ଛନ୍ଦ କପଟ ବୁଝିପାରିଲେ ନାହିଁ|ବେଳାଉଣ୍ଡି କେଉଁ ରାଜାଙ୍କୁ ଲଢେଇରେ ସାହାଯ୍ଯ କରି ବା କେଉଁ ରାଜାଙ୍କୁ ନାଲିଆଖି ଦେଖାଇ ଖଣ୍ଡେ ଖଣ୍ଡେ ରାଜ୍ଯ ଦଖଲ କରି ଶାସନ କଲେ।ଆଉ ଯେଉଁ ବିଦେଶୀ ଆସିଲେ ସେମାନଙ୍କୁ କଳେ,ବଳେ ଆଉ କୌଶଳରେ ହଟାଇ ଦେଲେ।
ଦିନକୁ ଦିନ ସେମାନଙ୍କ କ୍ଷମତା ବଢିବାରେ ଲାଗିଲା ବର୍ଷାଦିନେ ନଈ ବଢ଼ିଲାପରି।ଆମ ଦେଶର ଅନେକ ରାଜା ବି ସେମାନଙ୍କ ଅଧୀନତା ସ୍ୱୀକାର କଲେ।ଇଂରେଜମାନେ କହିଲେ ସେମାନେ ବସିବେ,ସେମାନେ ଉଠିବେ।ନିଜ ଘରେ ନିଜେ ପ୍ରବାସୀ ହେଲେ।ବାଘ ଘରେ ମିରିଗର ନାଟଚାଲିଲା ।
ଆମ ଦେଶରେ ରାଜାମାନେ ଯେତେବେଳେ ସେମାନଙ୍କର ବୋଲକରା ହେଲେ,ଘର ଢ଼ିଙ୍କି କୁମ୍ଭୀର ହେଲା,ସେତେବେଳେ ଦେଶର ଅବସ୍ଥା କ’ଣ ହେବ? ଖୁଣ୍ଟ ଗୁଣେ ଘୋଡ଼ା ନାଚେ। ଘର ଗୁଣେ ବିଲେଇ ବାଈ। ଦେଶରେ ଆଉ ଶାନ୍ତି ଶୃଙ୍ଖଳା ବା ଉନ୍ନତି କ’ଣ ହେବ? ଧମକାଇ ଚମକାଇ ଇଂରେଜମାନେ ଧନ ଲୁଟ କଲେ।ସେମାନଙ୍କ ଦେଶକୁ ବୁହାଇଲେ। ଭାରତରେ ସୁନା ଫେଳେ। ଏଇ ଲୋକ କଥା ସେମାନେ ସାତରେ ଦେଖିଲେ ଆଉ ତାଙ୍କ ଦେଶରେ ଦେଖଆଈ ଦେଲେ।

ଆମ ଦେଶରେ ଲୋକଙ୍କ ଅବସ୍ଥା ହେଲା ଅତି ଶୈଚନୀୟ। ଲୋକେ ରୋଗ ଉପାସାରେ ସଢ଼ିଲେ।ସମୟ ସମୟରେ ପୋକମାଛି ପରି ମଲେ।ରାସ୍ତା,ଘାଟ,ବଣିଜ ବେପଆର,ଶିଳ୍ପକଳାର ଉନ୍ନତୀ ହୋଇ ପାରିଲା ନାହିଁ।

ଇଂରେଜମାନେ ଓଡିଶାକୁ ସାବୁରି ପାଛରେ ୧୮୦୩ ମସିହାରେ ନିଜ ଦଖଲକୁ ନେଇ ପାରିଥିଲେ।ସେତେବେଲେ ମାରହଟ୍ଟାମାନେ ଓଡିଶୀର ଅଧିକାଂଶ ଅଂଚଳରେ ଶାସନ କରୁଥିଲେ। ସେମାନଙ ଅଧିନରେ ଜମିଦାରମାନେ ରହି ଜାହା କିଛି କର ଦେଉଥିଲେ।ସେମାନେ ଇଂରେଜମାଙ୍କର ବଶ୍ୟତା ମାନିଲେ।

ପ୍ରଥମେ ପାଇକ ବୀରମାଙ୍କର ବାସଭୂମି ଖୋର୍ଦ୍ଧା ମୁଲକ ଇଂରେଜମାନଙ୍କର ଦଖଲକୁ ଯାଇ ନ ଥିଲା । ସେତେବେଳେ ଖୋର୍ଦ୍ଧାର ରାଜା ଥିଲେ ଦ୍ଯିତୀୟ ମୁକୁନ୍ଦ ଦେବ। ସେ ମଧ୍ଯ ଇଂରେଜମାନଙ୍କୁ ବାଧା ନ ଦେଇ ସେମାନଙ୍କର ବାଧ୍ଯ ହୋଇଗଲେ । କିନ୍ତୁ ଇଂରେଜମାନେ ଖୋର୍ଦ୍ଧା ଗଡ ଦଖଲ କରିବାକୁ ବସିବାରୁ ରାଜା ମନ୍ତ୍ରୀ ସେଠାରୁ ଖସି ଚାଲିଗଲେ । ପାଇକମାନେ ଦୂର୍ଗ ଭିତରେ ଜଗି ରହିଲେ । ଖୁବ ସାହସର ସହିତ ବ ହୁଦିନ ଲଢେଇ କରି ଶେଷରେ ହଟିଗଲେ ।

ଇଂରେଜମାନେ ଗଡ ଭିତରେ ପଶି ରାଜା ମନ୍ତ୍ରୀଙ୍କୁ ପାଇଲେ ନାହିଁ। ଯେତେ ଯୁଆଡେ ଖୋଜିଲେ ମଧ୍ଯ ସେମାନଙ୍କର ପତ୍ତା ମିଳିଲା ନାହିଁ । ତେଣୁ ଇଂରେଜମାନେ ରାଜାଙ୍କୁ ଗାଦିରୁ ହଟାଇ ଦିଆଗଲା ବୋଲି ଘୋଷଣା କଲେ ।
ତାଙ୍କଠାରୁ ଜଗନ୍ନାଥ ମନ୍ଦିର ଦାୟିତ୍ୱ ମଧ୍ଯ କାଢି ନିଆଗଲା। କିନ୍ତୁ ରାଜାଙ୍କୁ ଧରି ନପାରିଲେ ସେ କେତେବେଳେ ଗଣ୍ଡଗୋଳ କରିବସିବେ । ସବୁ ଓଲଟ ପାଲଟ ହୋଇଯିବ । ଏଇ ଭୟରେ ଇଂରେଜମାନେ ରାଜାଙ୍କର ବନ୍ଧୁ ବାନ୍ଧବମାନଙ୍କୁ ଧରି ଆଣି ଧମକ ଚମକ ଦେଲେ ରାଜାଙ୍କର ଖବର ପାଇବାକୁ ହେଲେ ରାଜାଙ୍କୁ ସବୁ ଖବର ଦିଆଯାଉ ଥିବାରୁ ସେ ଲୁଚିଛପି ବଣ ଜଙ୍ଗଲରେ ବୁଲିବାରେ ଲାଗିଲେ ।

ଏମିତି ଘରଦ୍ୱାର ଛାଡି ଅଖିଆ ଅପିଆ ରାଜା କେତେଦିନ ରାହିପାରିବେ ? ସେ ଠିକ କଲେ ନିଜେ ଆସି ଇଂରେଜଙ୍କ ପାଖରେ ଧରାଦେବାକୁ । ଇଂରେଜମାନେ ବି ଭାବିଲେ କେତେଦିନ ଏମିତି ରାଜାଙ୍କ ସାଥିରେ ଲୁଚୁକାଳି ଖେଳରେ ମାତିବେ ? ତେଣୁ ସେମାନେ ଘୋଷଣା କଲେ ଯେ ରାଜା ଯଦି ନିଜେ ଧରା ଦେବେ ତାଙ୍କୁ ବେଶୀ ଦଣ୍ଡ ଦିଆଯିବ ନାହିଁ । ଏଇ ଘୋଷଣା ଯେମିତି ରାଜାଙ୍କ କାନରେ ବାଜିଲା, ବିଲେଇ କପାଳକୁ ଶିକା ଛିଡିଲା ପରି ହେଲା ।

ରାଜା ନିଜେ ଆସି ଖୋର୍ଦ୍ଧାର ଇଂରେଜ ଶାସକ ଫ୍ରେଚର ସାହେବଙ୍କୁ ଦେଖା କଲେ । ସାଙ୍ଗେସାଙ୍ଗେ ତାଙ୍କୁ ଗିରଫ୍ କରି କଟକ ପଠାଇ ଦିଆଗଲା । ରାଜା ମୁକୁନ୍ଦଦେବ ବାରବାଟି ଦୁର୍ଗରେ ଅଟକବନ୍ଦୀ ହୋଇ ରହିଲେ । ତାପରେ ତାଙ୍କୁ ପୁଣି ମେଦିନୀପୁର ଜେଲ୍କୁ ପଠାଇ ଦିଆଯାଇଥିଲା ।

ଖୋର୍ଦ୍ଧା ମୁଲକର ଲୋକମାନେ ରାଜାଙ୍କୁ ଜଗନ୍ନାଥନ୍କର ଚଳନ୍ତି ପ୍ରତିମା ଭାବରେ ଯୁଗ ଯୁଗ ଧରି ପୂଜା କରି ଆସୁଥିଲେ । ଇଂରେଜମାନଙ୍କ ହାତରେ ତାଙ୍କ ଠାକୁର ରାଜାଙ୍କର ଏମିତି ନାରଖାର ଅବସ୍ଥା ଦେଖି ସେମାନେ ବଡ ଉତ୍ତେଜିତ ହୋଇ ପଡିଲେ।

ଫ୍ରେଚର ସାହେବ ଭାରି କଡା ଶାସକ ଥିଲେ। ସେ ଖୋର୍ଦ୍ଧା ମୁଲକରେ ଦେଖିଲେ ରାଜାଙ୍କର ସେନାପତି, ପାଇକ, ଦଳେଇ, ଦଳବେହେରାମାନେ ସବୁ ଜମିବାଡି ବିନା ଖଜଣାରେ ଭୋଗ ଦଖଲ କରୁଛନ୍ତି। ଇଂରେଜମାନେ ଯଦି ସେମାଙ୍କ ଠାରୁ ଖଜଣା ଆଦାୟ ନକରିବେ, ଏତେବଡ ରାଜ୍ୟ ଶାସନ କରି ଲାଭ କ’ଣ ? ପୁଣି ଶାସନ ଚାଲିବ କିପରି ? ତେଣୁ ସେ ହୁକୁମ ଦେଲେ ଯେଉଁମାନେ ଖଜଣା ନଦେବେ, ତାନ୍କଠାରୁ ଜମିତକ କାଢି ନିଆଯିବ ।

ସେଇଆ ହେଲା । ଖଜଣା ନଦେଲେ, ସେମାନ୍କ ଜମିବାଡି ନିଲାମ ହେଲା । ରାଜାଙ୍କର ଜମିବାଡି ବି ନିଲାମ ହେଲା । ଜଗନ୍ନାଥଙ୍କ ମନ୍ଦିରତ ଯାଇଥିଲା । ରାଜାଙ୍କ ଚଳିବା ପାଇଁ କିଛି ଭତ୍ତା କେବଳ ଖଞ୍ଜି ଦିଆଗଲା। ଗଜପତି ରାଜା ପୁଣି ନିଜେ ଚଳିବା ପାଇଁ ଇଂରେଜମାନଙ୍କ ହାତ ଟେକାକୁ ଚାହଁ ରହିଲେ ।

ଇଂରେଜ ସରକାର ତିନି ଚାରି ବର୍ଷରେ କମି ବନ୍ଦୋବସ୍ତ କରି ଖଜଣା ବଢାଇବାରେ ଲାଗିଲେ । ଦିନ କୁ ଦିନ ଏହାର ଭାର ଅସମ୍ଭାଳ ହେଲା । ଆଗରୁ ତ ରାଜା ଖାଜଣା ନେଉ ନଥିଲେ । ଏବେ ଖଜଣା ଭାର ବଢିବାରୁ ଲୋକଙ୍କୁ ବାଧିଲା । ଅନେକ ଜମିଦାରଙ୍କ ଜମିଦାରୀ ମଧ୍ୟ ଖଜଣା ନ ଦେଇପାରିବାରୁ ନିଲାମ୍ ହେଲା । ସାଧାରଣ ଲୋକମାନାନମଙ୍କଠାରୁ ରାଜା ଜମିଦାର ଯାଏ ସମସ୍ତେ ବଡ ହଇରାଣ ହରକତ ହେଲେ । ସେମାନଙ୍କ ମନରେ ବିଦ୍ରୋହର ନିଆଁ ଜଳିବାରେ ଲାଗିଲା ।

ଲୋକଙ୍କ ମନରେ ଯେଉଁ ନିଆଁ କୁହୁଳୁ ଥିଲା, ତାହା ୧୮୧୭ ମସିହାରେ ହୁତ୍ କରି ଜଳି ଉଠିଲା । ଓଡିଆ ପାଇକମାଙ୍କର ବିର ରକ୍ତ ଟକ୍ ଟକ୍ କରି ଫୁଟିଲା । ସେମାନଙ୍କର ନେତା ହେଲେ ଖୋର୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର । ରାଜାଙ୍କ ସେନାପତିଙ୍କୁ ବକ୍ସି କୁହା ଯାଉଥିଲା। ଯୁଗ ଯୁଗ ଧରି ଯେଉଁ ସେନାପତି ପାଇକ ସେନାଙ୍କର ନେତୃତ୍ୱ ନେଇ ଗଙ୍ଗାଠାରୁ ଗୋଦାବରୀ ଯାଏ ରାଜ୍ୟ ଜୟ କରିଥିଲେ, ସେଇ ସେନାପତି ବଂଶର ବକ୍ସି ଜଗବନ୍ଧୁ ସେମାନଙ୍କୁ ନୂଆ ବଳ ଓ ସାହାସ ଦେଲେ । ସେମାନଙ୍କର ନିରାଶ ମନରେ ଆଶାର ସଂଚାର କଲେ । ଖୋର୍ଦ୍ଧା ମୁଲକରେ ଆନ୍ଦୋଳନର ସୁଅ ଛୁଟିଲା ।

ବକ୍ସି ଜଗବନ୍ଧୁ ରୋଢଙ୍ଗ ପ୍ରଗନା ବୋଲି ଏକ ବଡ ଇଲାକା କେତେ ପୁରୁଷ ଧରି ସେନାପତି କାମ ପାଇଁ ଜାଗିରୀ ପାଇଥିଲେ । କିନ୍ତୁ ଏବେ ସେ ମଧ୍ୟ ଏଥିରୁ ବଂଚିତ ହୋଇ ବଡ ଦୀନହୀନ ଅବସ୍ଥାରେ ଚଳୁଥିଲେ ।

ବକ୍ସି ଜଗବନ୍ଧୁଙ୍କ ଚଳିବା ଅବସ୍ଥା ସିନା ଖରାପ ହୋଇଥିଲା, ତାଙ୍କ ମନର ଅବସ୍ଥା ସେମିତି ଦୃଢ ଥିଲା । ସେ ଖୁବ୍ ବୁଦ୍ଧିମାନ ଓ ସାହାସୀ ଥିଲେ । ନିଜ ଦେଶ- ତା’ର ଭୂଇଁ, ତା’ର ପାଣି ପବନ, ତା’ର ରାଜା, ଠାକୁର ସବୁ ତାଙ୍କର ଅତି ପ୍ରିୟ ଥିଲା । ସେ ସମସ୍ତଙ୍କୁ ଦାଣ୍ଡର ଭିକାରୀ କରିଥିବା ଇଁରେଜ ଶାସନକୁ କେତେଦିନ ବା ମୁଣ୍ଡପାତି ସହନ୍ତେ?

୧୮୧୭ ମସିହା ମାର୍ଚ୍ଚ ମାସ। ଗଞାମ ଘୁମୁସର ଅନ୍ ଚଳରୁ ପ୍ରାୟ ଚାରି ପାଞ୍ଚ ଶହ କନ୍ଧ ଆସି ଖୋ୍ର୍ଦ୍ଧା ଅଞ୍ଚଳରେ ଲୁଟ୍ ତରାଜ ଆରମ୍ଭ କରି ଦେଲେ । ଖୋର୍ଦ୍ଧାର ପାଇକମାନେ ଏଇ ସୁଯୋଗରେ କନ୍ଧ ମାନଙ୍କ ସହିତ ମିଶି ଇଁରେଜମାନଙ୍କ ବିରୁଦ୍ଧରେ ମାତିଗଲେ । ବକ୍ସି ଜଗବନ୍ଧୁ ପାଇକ ମାନଙ୍କୁ ନେତୃତ୍ୱ ଦେଲେ । ସେମାନଙ୍କୁ ନରଣ ଗଡର ଦଳବେହେରା, କଣାସର ଦେବାନ କୃଷ୍ଣଚନ୍ଦ୍ର, ସର୍ଦ୍ଦାର କରୁଣାକର ପ୍ରଭୃତି ସାହାଯ୍ୟ କଲେ ।

ବିଦ୍ରୋହୀ ପାଇକମାନେ ପ୍ରଥମେ ବାଣପୁର ଥାନା ଉପରେ ଆକ୍ରମଣ କଲେ । ଦାରୋଗା ଓ ସିପେହିମାନେ ଜୀବନ ବିକଳରେ ଥାନା ଛାଡି ପାହାଡ ଜଙ୍ଗଲରେ ଲୁଚିଲେ । ପାଇକମାନେ ଥାନାକୁ ଜାଳିପୋଡି ଧୂଳିସାତ୍ କରିଦେଲେ । ବାଣପୁର ଖଜଣାଖାନା ଲୁଟ୍ କରିନେଲେ ।

ଲୋକମାନେ ଲୁଣମାରିବାରେ ଇଂରେଜ ସରକାରଙ୍କ କଟକଣା ଯୋଗୁଁ ଖୁବ୍ ବିରକ୍ତ ହୋଇ ପଡିଥିଲେ । ତେଣୁ ବିଦ୍ରୋହୀ ପାଇକମାନେ ଚିଲିକାକୂଳକୁ ଧାଇଁଲେ । ଲୁଣ ଏଜେଣ୍ଟ ବେଚରଙ୍କୁ ହତ୍ୟା କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । କିନ୍ତୁ ବେଚର ଏ ଖବର ପାଇ ପ୍ରାଣଭୟରେ ପୁରୀ ଆଡକୁ ପଳାଇଲେ । ପାଇକମାନେ ବେଚରଙ୍କୁ ନପାଇ ଚିଲିକାରୁ ଫେରିଲେ ।

ବାଣପୁରରେ ବିଦ୍ରୋହର ସଫଳତା ପାଇକ-ମାନଙ୍କୁ ଖୁବ୍ ଉତ୍ସାହିତ କଲା । ସେମାନେ ମାତୃଭୁମିର ଜୟ ଜୟକାର କରି ଖୋର୍ଦ୍ଧା ଆଡକୁ ଆଗେଇ ଚାଲିଲେ । ଖୋର୍ଦ୍ଧାରେ କଚେରୀ ଥିବାରୁ କେତେକ ଗୋରା ହାକିମ ଥା’ନ୍ତି । ହଜାର ହାଜର ପାଇକ ସାମୁଦ୍ରର ଲହରୀ ପାରି ମାଡି ଆସୁଥିବାରୁ ଶୁଣି ସେମାନେ ଖୋର୍ଦ୍ଧା ଛାଡି କଟକକୁ ପଳାଇଲେ । ବିଦ୍ରୋହୀମାନେ ଖୋର୍ଦ୍ଧାରେ ଇଂରେଜ କର୍ମଚାରୀମାନଙ୍କୁ ନପାଇ କିମ୍ବା କେଉଁଠି କାହାଠାରୁ ବାଧା ନପାଇ ସହଜରେ କଚେରୀ ସବୁ ଜାଳିପୋଡି ପାଉଁଶ କରିଦେଲେ । ଖୋର୍ଦ୍ଧା ଖଜଣାଖାନା ଲୁଟ୍ ପାଟ୍ କରିନେଲେ । ଇଂରେଜମାନଙ୍କର ଜଣେ ବିଶ୍ୱସ୍ତ କର୍ମଚାରୀ ଥିଲେ ଚରଣ ପଟ୍ଟନାୟକ । ପାଇକମାନଙ୍କର ସବୁ ଭିତିରି ଖବର ଇଂରେଜ ମାନଙ୍କୁ ଜଣାଇ ଦେଉଥିଲେ । ତେଣୁ ପାଇକମାନେ ରାଗିଯାଇଥିଲେ । ସେମାନେ ଚରଣଙ୍କ ଗାଁ ଲେମ୍ବାଇକୁ ଧାଇଁଲେ । ସେମାନେ ତାଙ୍କୁ ବଡ ନିଷ୍ଠୁର ଭାବରେ ହତ୍ୟା କଲେ । ଦେଶଦ୍ରୋହୀକୁ ନିପାତ କରି ସେମାନେ ଖୁସି ହେଲେ ଆଉ ଲେମ୍ବାଇ ଅଞ୍ଚଳକୁ ନିଜ ଦଖଲରେ ରଖିଲେ ।

 

ଏହି ଖବର ଓଡିଶାର ରାଜଧାନୀ କଟକରେ ପହ୍ଞ୍ଚିଲା। ସେତେବେଲେ ସେଠା ବାରବାଟୀ ଦୁର୍ଗରେ ଓଡିଶାର କମିଶନର, ମାଜିଷ୍ଟ୍ରେଟ୍ ଓ ସେନାପତିମାନେ ରହୁଥିଲେ। ବିଦ୍ରୋହ ଦମନ କରିବା ପାଇଁ ତିନିଜଣ ସେନାପତି ଓ ମାଜିଷ୍ଟ୍ରେଟ୍ ଖୋର୍ଦ୍ଧା ଚାଲିଲେ। ସାଥିରେ ସେମାନେ ପ୍ରଚୁର ତୋପ କମାଣ, ଗୋଳାବାରୁଦ ଆଉ ଖାଦ୍ୟଶସ୍ୟ ନେଇଥିଲେ। ଆଜିକାଲି ପରି ତ ରାସ୍ତାଘାଟର ସୁବିଧା ନ୍ଥିଲା। କଟକରୁ ପୁରୀକୁ ଏକମାତ୍ର ରାସ୍ତା ଜଗନ୍ନାଥ ସଡକ ପଡିଥିଲା। ସେଇ ରାସ୍ତାରେ ସେମାନେ ଚାଲି ଚାଲି ବା ଶଗଡଗାଡିରେ ଖୋର୍ଦ୍ଧା ଗଲେ।

ପାଇକମାନେ ଏହା ଜାଣି ଖୋର୍ଦ୍ଧା ପୂର୍ବରୁ ୩/୪ କିଲୋମିଟର ଦୂରରେ ଗଙ୍ଗପଡା ଜଙ୍ଗଲରେ ଲୁଚି ରହିଲେ। ସାହେବମାନେ ଯେଉଁବାଟେ ଯିବାର ଥିଲା, ତାକୁ ହାଣି ଖଣ୍ଡିଆ କାବରା କରି ଦେଲେ ଆଉ ରାସ୍ତା ଉପରେ ପଥର ସବୁ ପାହାଡ ପରି ଗଦା କରିଦେଲେ।

ସାହେବମାନେ ସଞ୍ଜ ବେଳକୁ ଗଙ୍ଗପଡା ପାଖରେ ପହଞ୍ଚି ରାସ୍ତାର ଏ ଅବସ୍ଥା ଦେଖିଲେ।

ରାତି ମାଡି ଆସିଲା । ତେଣୁ ସେମାନେଚ ଗଙ୍ଗପଡା ଟାଙ୍ଗିରେ ତମ୍ବୁ ପକାଇ ରହିଲେ । ସକାଳ ହେଲା ମାତରେ ବିଦରୋହୀ ପାଇକମାନେ ଏମିତି ଚଢା ଉ କଲେ ଯେ, ଇଂରେଜ ସିପେହିମାନେ ତାର ସାମନା କରି ପାରିଲେ ନାଁହି । ସେମାନେ ଯେଉ ବାଟ ଦେଇ ଯାଇଥିଲେ ସେଇବାଟେ କଟକ ଆଡକୁ ଫେରିଲେ । ସେମାନେ ସଞ୍ଜ ବେଳକୁ ବାଳକାଟିରେ ପହ୍ନ୍ଚି ବିଶ୍ରାମ ନେଲେ । ସେଠିରେ ମଧ୍ୟ ବିଦ୍ରୋହି ପାଇକମାନେ ଲୁଚି ରହିଥିଲେ । ସେମାନେ ଇଂରେଜ ଫ ଉଜଙ୍କ ଉପରେ ପ୍ରବଳ ଆକ୍ରମଣ କରିଦେଲେ। କିନ୍ତୁ ସେମାନଙ୍କବସଂଖ୍ୟା କମ୍ ଥିବାରୁ ଫିରିଙ୍ଗି ଫ ଉଜଙ୍କ ମୁକାବିଲା କରି ନପାରି ପାଖ ଆଖ ଗାଁକୁ ଚାଲିଯାଇ ଲୁଚି ରହିଲେ। ସେଠାରୁ ଇଂରେଜ ସୈନ୍ୟ ଓ ସେନାପତି ରାତି ରାତି କଟକ ପଳାଇଗଲେ।

ଏବେ ଗଙ୍ଗପଡା ଜଙ୍ଗଲରେ ଲୁଚି ରହିଥିବା ପାଇକମାନଙ୍କୁ ସଣ୍ଢୁଆସି ଆକ୍ରମଣ କରାଗଲା। ଦଳେ ଇଂରେଜ ଫ ଉଜ ଖୋର୍ଧାଆଡୁ ଓ ଆଉ ଦଳେ ପିପିଲିପଟୁ ଆସି ସେମାନଙ୍କା ଉପରେ ଅଚାନକ ଭାବରେ ଚଡ଼ାଉ କଲେ। ବିଦ୍ରୋହୀ ପାଇକ ଓ ଗୋରା ଫଊଜଙ୍କ ମଧ୍ୟରେ ଘମାଘଟ ଳଢ଼େଇ ହେଲା। ସେଥିରେ ଜଣେ ଇଂରେଜ ସେନାପତିଙ୍କ ସହିତ ବାହୁ ଇଂରେଜ ସୈନ୍ୟ ମଲେ।ଆଊ ଯଣେ ସେନାପତି ପ୍ରାଣ ଭାୟରେ ଗଙ୍ଗପଡ଼ା ଟାଙ୍ଗୀରୁ କଟକ ଫେରିଲେ।

ଖୋର୍ଦ୍ଧାରେ ସାମରିକ ଅଇନ ଜାରି ହେଲା। ବିଦ୍ରୋହୀ ପାଇକମାନଙ୍କ ନେତା ବକ୍ ସୀ ଜଗବଦ୍ଧୁ ତାପଇ ଗଡ଼ର ଦଳବେହେରା ପ୍ରଭୃତିଙ୍କୁ ଗିରଫ କରିବା ପାଇଁ ପର୍ୱାନା ବୁଲିଲା।ପାଇକମାନେ ଏବେ ଖୋର୍ଦ୍ଧା ଛାଡ଼ି ପୁରୀ ଆଡକୁ ମୁହାଇଲେ।ସେମାନେ ଲୋକାନାଥ ଘାଟେ ବାଟେ ରାତିକା ଭିତାରେ ପୁରି ସାହରରେ ପଶିଲେ।ସେଇ ରାତିରେ ସେମାନେ ପୁରୀରେ ଥିବା ସବୁ ସାରକାରି ଅଫସ୍ ପୋଡ଼ିଜାଲି ଧ୍ୱଂସ କାରିଦେଲେ।ତାପାରେ ପୁରୀଋ ପୂର୍ବରେ ଥିବା ଘନ ଝାଉଁ ଜଙ୍ଗଲ ମଧ୍ୟରେ ଲୁଚି ରାହିଲେ।

ଇଂରେଜ ସିପାହିମାନେ ରାତିରେ ପିଇକମାନଙ୍କର ସାମନା କରି ନପାରି ପ୍ରାଣ ଭ୍ୟୟରେ ଲୁଣ ଏଜେଣ୍ଟଙ୍କ କୋଠିରେ ଲୁଚିଲେ।ତା ପରଦିନ ସକାଳୁ ତୋପ ବନ୍ଧୁକ ଧରି ଝାଉଁ ଜଙ୍ଗଲକୁ ଘେରାଉ କରିଦେଲେ।ଖୁବ୍ ଯୁଦ୍ଧ ଲାଗିଲା।ପାଇକ ମାନେ ଗୁଳି ଗୋଳାର ସାମ୍ନା କରି ନପାରି ସହରଭିତରେ ପଶିଲେ। ସେମାନଙ୍କ ସହିତ ସହରର ବାସିନ୍ଦା ଆଉ ଜଗନ୍ନାଥଙ୍କ ସେବକମାନେ ଯୋଗଦେଇ ଗୋରା ସିପେହିଙ୍କୁ ଆକ୍ରମଣ କଲେ।ଏଥିରେ ସିପେହିମାନେ ହଟିଯାଇ କଟକ ପଳାଇଲେ।ଏମିତିକି ସେମାନଙ୍କ ସେନାପତି ଓ୍ୱେଲିଙ୍ଗଟନ୍ ମଧ୍ୟ ପୁରୀ ଛାଡି ପଳାଇଲେ।ପାଇକମାନେ ପୁରୀ ସହରକୁ ଦଖଲ କରି ମୁକୁନ୍ଦ ଦେବଙ୍କୁ ରାଜା ବୋଲି ଘୋଷଣା କଲେ। କତକରେ ଇଂରେଜ ହାକିମମାନଙ୍କ ଭାଳେଣି ପଡିଲା।କିପରି ବିଦ୍ରୋହୀ ପାଇକମାନଙ୍କୁ ଦମନ କରିବାକୁ ହେବ।ସେଠାରେ ସେତେବେଳେ ପାଂବରେ ନାମକ ଜନେ ଭାରି ଟାଣୁଆ ସେନାପତି ଥିଲେ।ସେ ଭୁ ଇଂରେଜ ସିପେହି ଓ ତୋପ ବନ୍ଧୁକ ଧରି ଖୋର୍ଦ୍ଧା ବାଟେ ପୁରୀ ଗଲେ।ପ୍ରଥମେ ଖୋର୍ଦ୍ଧାରେ ପହ୍ଞ୍ଚି ଦେଖିଲେ ସେଠାରେ ଜଣେ ହେଲେ ବିଦ୍ରୋହୀ ପାଇକ ନାହାନ୍ତି। ସେଠାରୁ ସେ ପୁରୀ ଗଲେ ଆଉ ବାଟରେ ଯେତେ ପାଇକ ଗାଁ ପଡିଲା, ସବୁକୁ ପୋଡି ଜାଳି ଧ୍ୱଂସ କରିଦେଲେ।

କଣାସର ଦେବାନ କୃଷ୍ଣଚନ୍ଦ୍ର ପାଂବରେଙ୍କ ଫଉଜଙ୍କୁ ପୁରୀ ଯିବାରେ ବାଧା ଦେବା ପାଇଁ ଲୁଣା ନଦୀ ବନ୍ଧ ପଛପଟେ ଛକି ରହିଥିଲେ। ଏ ଖବର ପାଇ ପାଂବରେ ଫଉଜଙ୍କୁ ତିନିଭାଗ କରି ତିନିପଟୁ ପାଇକଙ୍କ ଉପରେ ଚଢଉ କଲେ। ପାଇକମାନେ ଇଂରେଜଙ୍କ ଗୁଳି ଗୁଳାର ସମ୍ମୁଖୀନ ହୋଇ ନ ପାରି କଣାସ ଆଡକୁ ପଳାଇ ଗଲେ। ପାଂବରେ ପୁରୀ ଆଡକୁ ଆଗେଇଲେ।

ପୁରୀରେ ବକ୍ସି ଜଗବନ୍ଧୁ ପାଂବରେଙ୍କ ପୁରୀ ଆସିବା ଓ ବାଟରେ କଣାସର ଦେବାନଙ୍କ ପାଇକମାନଙ୍କୁ ହଟାଇ ଦେବା କଥା ଶୁଣିଲେ। ସେ ଦେଖିଲେ ଏ ଥର ଆଉ ଆହତ ବାଘକୁ ଅଟକାଇ ହେବ ନାହିଁ। ତେଣୁ ସେ ପାଇକମାନଙ୍କୁ ଧରି ବାଣପୁର ଆଡକୁ ପଳାଇଲେ। ଏଥି ଭିତରେ ରାଜା ମୁକୁନ୍ଦଦେବ ମଧ୍ୟ ପୁରୀ ଛାଡି ପଳାଇବାକୁ ସଜ ହେଉଥିଲେ । କିନ୍ତୁ ପାଂବରେ ପୁରୀରେ ପହଞ୍ଚି ଯିବାରୁ ସେ ଆଉ ଯାଇ ପାରିଲେ ନାହିଁ । ପାଂବରେ ତାଙ୍କୁ ଗିରଫ କରି କଟକ ପଠାଇ ଦେଲେ । ସେ ପୁରୀରେ ପାଇକମାନଙ୍କୁ ପାଇଲେ ନାହିଁ । କିନ୍ତୁ ତାଙ୍କ ଦ୍ୱାରା ରାଜାଙ୍କ ବନ୍ଦୀ ହେବା ଖବର ବକ୍ସି ଜଗବନ୍ଧୁ ପାଇ ରାଜାଙ୍କୁ ମୁକୁଳେଇବାକୁ ଚେଷ୍ଟା କଲେ । ସେ ସେତେବେଳେ ବାଣପୁର ଜଙ୍ଗଲରେ ଥା’ନ୍ତି । ସାଙ୍ଗେ ସାଙ୍ଗେ ସେ ଦଳେ ପାଇକଙ୍କୁ ପଠାଇଲେ ବନ୍ଦୀ ରାଜାଙ୍କୁ ବାଟରେ ମୁକୁଳେଇବା ପାଇଁ ।

ପିପିଲିଠାରେ ପାଇକମାନେ ଜଗି ରହିଲେ । ଇଂରେଜ ସେନାପତି ସେଠାରେ ରାଜାଙ୍କୁ ଆଣି ପହଞ୍ଚିଲା ମାତ୍ରେ ପାଇକମାନେ ଆକ୍ରମଣ ଆରମ୍ଭ କରିଦେଲେ । ଇଂରେଜ ସିପେହିଙ୍କ ସହିତ ଘମାଘୋଟ ଲଢେଇ ଚାଲିଲା । ଶେଷରେ ପାଇକମାନେ ହଟିଗଲେ । ମୁକୁନ୍ଦଦେବ ବନ୍ଦୀ ହୋଇ ବାରବାଟୀ ଦୁର୍ଗରେ ରହିଲେ ।

ଏବେ ପାଇକମାନଙ୍କ ମଧ୍ୟରେ ଭାଳେଣି ପଡିଲା । କି ଉପାୟ କରିବାକୁ ହେବ ? ଭାରତର ସବୁ ରାଜ୍ୟ ଇଂରେଜଙ୍କ ଅଧୀନସ୍ଥ । କେବଳ ଖୋର୍ଦ୍ଧା ଛଡା ସମଗ୍ର ଓଡିଶା ମଧ୍ୟ ସେମାନଙ୍କ ଅକ୍ତିୟାରରେ । ଆଉ ଏକାକୀ ପାଇକମାନେ କେତେ ଦିନ ଲଢିବେ ? ସମୁଦ୍ରର ଜୁଆରକୁ କିପରି ଅଟକାଇବେ ?

ତେବେ କ’ଣ ଇଂରେଜଙ୍କ ପାଖରେ ଶରଣ ପଶିବାକୁ ହେବ? ତାହା ହୋଇ ପାରିବ ନାହିଁ । ବଜ୍ରନାଦରେ ବକ୍ସି ଜଗବନ୍ଧୁ ଉତ୍ତର ଦେଲେ- ସୂର୍ଯ୍ୟ ପଶ୍ଚିମରେ ଉଦୟ ହେଲେ ମଧ୍ୟ ପାଇକ ପୁଅ ଫିରିଙ୍ଗ ଫଉଜ ପାଖରେ ମୁଣ୍ଡ ପାତିବ ନାହିଁ । ଯେଉଁ ଇଂରେଜ ସରକାର ଆମଠାରୁ ଆମ ଜମିବାଡି,ଘରଦ୍ୱାର ଛଡାଇ ନେଲା, ଆମ ଠାକୁର ରାଜାଙ୍କୁ ବାରବୁଲା କରି ଶେଷରେ ବନ୍ଦୀ କରି ରଖିଲା, ତାକୁ ଏ ଦେଶରୁ ନ ତଡିବା ଯାଏ ଆମର ବିଶ୍ରାମ ନାହିଁ ।

ଏହି ବିଚାର ଚାଲିଥିବା ବେଳେ ଖବର ମିଳିଲା ଯେ ଇଂରେଜମାନେ ବକ୍ସିଙ୍କର ମାଆ- ବୁଢୀ, ସ୍ତ୍ରୀ, ପୁଅ, ପୁତୁରା ପ୍ରଭୃତି ସମସ୍ତଙ୍କୁ ବାନ୍ଧି ନେଇ ଯାଇଛନ୍ତି। ପାଇକମାନେ ବାଟରେ ଯେତେ ଚେଷ୍ଟା କଲେ ବି ସେମାନଙ୍କୁ ଅଟକାଇ ପାରିଲେ ନାହିଁ। ବରଂ ଗୋରା ଫଉଜ ରାଗରେ ରୋଢଙ୍ଗର ସାହି ସାହି, ଗାଆଁ ଗାଆଁରେ ନିଆଁ ଲଗାଇ ଦେଇଥିଲେ।

ଜଣେ ପାଇକ ଖିଳେ- ଆମର ତ ଆଉ ବନ୍ଧୁକ ନାହିଁ; ବାରୁଦ ନାହିଁ। ଏମିତିକି ଚଳିବାକୁ ରସଦ ନାହିଁ। ଆମେ କେତେଦିନ ଏକା ଇଂରେଜମାନଙ୍କ ସହିତ ଲଢିବା? ଏବେ ଆମର ଅବସ୍ଥା ଭାରି ଖରାପ। ଏବେ ଉପାୟ କ’ଣ?

ବକ୍‌ସି ଗମ୍ଭୀର ଭାବରେ ଉତ୍ତର ଦେଲେ- ଅଛି, ଉପାୟ ଅଛି। ସେ ଉପାୟ ହେଲା, ବିନା ବନ୍ଧୁକ ଗୁଳି ଗୁଳାରେ ଆମର ଲଢେଇ ଚାଲିବ। ଆମକୁ ଇଂରେଜମାନଙ୍କ ସହିତ ଅସହଯୋଗ କରିବାକୁ ହେବ।

ସମସ୍ତେ ଏକସ୍ୱରରେ ପଚାରିଲେ- ଅସହଯୋଗ! ସେ କଣ?

ବକ୍‌ସି ଦୃଢ ସ୍ୱରରେ ବୁଝାଇଦେଲେ- ତାହା ହେଲା, ଆମେ ଇଂରେଜ ବା ତାଙ୍କ ପକ୍ଷରେ କାହା ସହିତ କିଛି ସଂପର୍କ ରଖିବା ନାହିଁ।ଇଂରେଜମାନେ ଆମଠାରୁ ଅନ୍ୟାୟ ଭାବରେ ଖଜଣା ଆଦାୟ କରି ଆମ ବିରୁଦ୍ଧରେ ଲଢେଇ କରୁଛନ୍ତି। ଆମରି କ୍ଷେତର ଶସ୍ୟରେ ସେମାନଙ୍କର ଶସ୍ୟ ଭଣ୍ଡାର ପୂର୍ଣ୍ନ କରୁଛନ୍ତି! ଆଜିଠାରୁ ସେମାନଙ୍କୁ ଆମେ କାଣୀ କଉଡିଟେ ସୁଦ୍ଧା ଦେବା ନାହିଁ। ଚାଷବାସ କରିବା ନାହିଁ। ଘରଦ୍ୱାର ଛାଡି ଜଙ୍ଗଲରେ ରହିବା। ଦେଖିବା ସେମାନେ କାହା ଉପରେ ଅତ୍ୟାଚାର କରିବେ?

ଜଣେ ପାଇକ ସର୍ଦ୍ଦାର ପଚାରିଲେ- ଏଇ ଉପାୟ କ’ଣ ଆମର ସଫଳ ହେବ? ଇଂରେଜ ସରକାର ଏଥିରେ ବଦଳି ଯିବ?

ବକ୍ସି ଟାଣ ସ୍ୱରରେ ଉତ୍ତରଦେଲେ-ହଁ, ନିଶ୍ଚ୍ୟ ଏଇ ଉପାୟ ସଫଳ ହେବ। ଇଂରେଜ ଏଣିକି କାହାଠାରୁ ଖଜଣା ଆଦାୟ କରିବ? କାହାର ଫସଲ ନେବେ? କାହାକୁ ହଇରାଣ କରିବ? ଦମ୍ଭଧରି ଜଙ୍ଗଲରେ ଆମେ ରହିବା।

ଦେଖିବା କ’ଣ ହେଉଛି ? ମୋର ବିଶ୍ୱାସ ଇ°ରେଜ ମାନେ ଏଥିରେ ହଟିବେ ।

ବକ୍ସିଙ୍କର ଏଇ ନୂଆ କୌଶଳ ସମସ୍ତଙ୍କ ମନ କୁ ପାଇଲା ।ଇଂରେଜ ସରକାରଙ୍କ ସ ହିତ ଅସ ହେଯାଗ ଆନ୍ଦଳନ ଚାଲିଲା। ଶେଷରେ ବକ୍ସିଙ୍କୁ ଧରାଇ ଦେଲେ ପାଞ୍ଚ ହଜାର ଟଙ୍କା ପୁରସ୍କାର ଦେବା ପାଇଁ ଇଂରେଜ ସରକାର ଘୋଷଣା କଲେ । ତା’ର କିଛି ମୂଲ୍ଯ ନହେବାରୁ କଟକ କମିଶନର ଚିଠି ଲେଖି ଜଣାଇଲେ ଯେ ଜଗବନ୍ଧୁ ନିଜେ ଆସି ଧରାଦେଲେ ତାଙ୍କର ଜୀବନ ରକ୍ଷା ହେବା ସଙ୍ଗେ ସଙ୍ଗେ ତାଙ୍କର ଚଳିବା ପାଇଁ ଏକ ଭତା ଖଞ୍ଜି ଦିଆଯିବ। ସେ କୌଣସି ସ୍ଥାନରେ ନଜର ବନ୍ଦୀ ହୋଇ ରହିବେ। କିନ୍ତୁ ଏହି ଚିଠି ର ଉତ୍ତର ମିଳି ନ ଥିଲା।

ତା ପରେ ଜଗବନ୍ଧୁ ତାଙ୍କ ପୋଷିଆଁ ପୁଅ ଗୋପିନାଥଙ୍କ ହାତର ପୁରୀର ମାଜିଷ୍ଟ୍ରେଟ୍ ଙ୍କ ପାଖକୁ ଓଡିଆରେ ଲେଖି ଗୋଟିଏ “ଚିଟା ଊ” ପଠାଇ ଥିଲେ। ଏଥିରୁ ବକ୍ସି ଙ୍କର ମନର ବଳ; ସା ହସ, ଉଦାରତା, ଗରୀବ ଲୋକମାନ ଙ୍କ ପ୍ରତି ତାଙ୍କର ସହାନୁଭୂତି,ଓଡିଆ ରାଜାଙ୍କ ପ୍ରତି ତାଙ୍କ ଭକ୍ତିଭାବ ଜଣାପଡେ। ଫିରିଙ୍ଗି ଶାସନରେ ସୁଖୀ ଖୋର୍ଦ୍ଧା ମୁଲକ କିପରି ଦୁଃଖୀ ହୋଇଛି,ପ୍ରଜାମାନେ କିପରି ତିନିଗୁଣ ଅଧିକ କର ଦେଉଛନ୍ତି,ଆଉ ଲୁଣ ପାଞ୍ଚଗୁଣ ଅଧିକ ଦରରେ କିଣୁଛନ୍ତି ସେଥିପାଇଁ ସେ ଚିଠିରେ ଦୁଃଖ ପ୍ରକାଶ କରିଥିଲେ। ଲକ୍ଷ ଲକ୍ଷ ଲୋକ ଏଥିପାଇଁ ବଣ ଜଙ୍ଗଲକୁ ପଳାଇଛନ୍ତି ବା ଦାଣ୍ଡର ଭିକାରୀ ହୋଇଛନ୍ତି ଆଉ ସେମାନଙ୍କର ନେତା ଭାବରେ ସେ ଆଜି ବନବାସୀ ହୋଇଛନ୍ତି ବୋଲି ଏଥିରେ ଲେଖିଥିଲେ।

୧୮୨୦ରେ ଇଂରେଜ ସରକାର ଜଗବନ୍ଧୁଙ୍କ ପରିବାରକୁ ଛାଡି ଦେଇଥିଲେ। ଶେଷରେ ଜଗବନ୍ଧୁଙ୍କୁ ବନ୍ଦୀ କରିବାର ସବୁ ଚେଷ୍ଟା ବିଫଳ ହେବାରୁ ଇଂରେଜ ସରକାର ତିନିଗୋଟି ସର୍ତ୍ତରେ କ୍ଷମା ଦେବେ ବୋଲି ଜଣାଇ ଦେଲେ। ସେଥିରୁ ଗୋଟିଏ ହେଲା,ଜଗବନ୍ଧୁ ବଂଶ ପରମ୍ପରାଗତ ଅଧିକାରକୁ ଛାଡିବେ,ଦ୍ୱିତୀୟରେ କଟକ ବା ତା’ର ଆଖ ପାଖ ଅଞ୍ଚଳରେ ରହିବେ ଆଉ ମାଜିଷ୍ଟ୍ରେଟଙ୍କ ବିନା ଅନୁମତିରେ କୁଆଡେ ଯିବେ ନାହିଁ । ତୃତୀୟରେ ସେ ମାସକୁ ଶହେଟଙ୍କା ଭତ୍ତା ପାଇବେ ।

ଖୋର୍ଦ୍ଧା ମାଜିଷ୍ଟ୍ରେଟ୍ ଏହି ଆଦେଶ ଜଗବନ୍ଧୁଙ୍କର ପୋଷିଆଁ ପୁଅ ଗୋପିନାଥଙ୍କୁ ଜଣାଇ ଦେଇଥିଲେ । ତା’ର ଦଶ ବାର ଦିନ ପରେ ଗୋପୀନାଥ ଜଗବନ୍ଧୁଙ୍କ ମତାମତ ମାଜିଷ୍ଟ୍ରେଟଙ୍କୁ ଜଣାଇ ଦେଲେ । ତାହା ହେଲା – ରାଜାଙ୍କୁ ତାଙ୍କ ରାଜ୍ୟ ଫେରାଇ ଦେଲେ ସେ ନିଜେ ଧରାଦେବେ ।

ମାତ୍ର ସରକାର ଏହା କରିବା ପାଇଁ ମନା କରିଦେଲେ । ଏଥିରେ ଜଗବନ୍ଧୁ ଖୁବ୍ ଦୃଢ ରହିଥିଲେ ।ଖୋର୍ଦ୍ଧା ମୁଲକର ଲୋକେ ତାଙ୍କ ସମ୍ପର୍କରେ କୌଣସି ଖବର ଇଂରେଜଙ୍କୁ ଜଣାଇଲେ ନାହିଁ । ତେଣୁ ଉଭ୍ୟେ ଛକାପଂଝାରେ ରହିଲେ । ଏହା ପରେ ଦିନେ କେଉଁ ପରିସ୍ଥିତିରେ ଜଗବନ୍ଧୁ ୧୮୨୫ରେ ଇଂରେଜ ସରକାର ଙ୍କୁ ଧରା ଦେଇ ଥିଲେ, ତାହା ଜଣାପଡେ ନାହିଁ ।

ସରକାର ଙ୍କ ପୂର୍ବ ସର୍ତ୍ତ ଅନୂସାରେ ଜଗବନ୍ଧୁ ନିଜର ସବୁ ବଂଶଗତ ଅଧିକାରକୁ ଛାଡ଼ିଲେ ।

କ’ଣ ବା ଥିଲା? ତାଙ୍କ ଚଳିବା ପାଇଁ ଯେଉଁ ଶହେ ଟଙ୍କା ଭତ୍ତା ଠିକ୍ ହୋଇଥିଲା, ତାହା ଶହେ ପଚାଶ ଟଙ୍କାକୁ ବଢିଥିଲା। ସେ କମିଶନ୍ ଙ୍କ ବିନାନୁମତିରେ କତକ ଛାଡି ଯାଇ ପାରିଲେ ନାହିଁ। ସମ୍ଭବତଃ ସେ ଆଜିର ବକ୍ସି ବଜାର ଅଞ୍ଚଳରେ ରହୁଥିଲେ। ବର୍ତ୍ତମାନ ସେଠାରେ ଥିବା ବକ୍ସି ପୋଖରୀ ତାଙ୍କ ରହୁଥିବା ଘର ପାଖରେ ଥିବା ଅନୁମାନ।

୧୮୨୯ ମସିହା ଜାନୁଆରୀ ୨୪ ତାରିଖରେ ଖୋର୍ଦ୍ଧାସିଂହ ବକ୍ସି ଜଗବନ୍ଧୁ ଶେଷ ନିଶ୍ୱାସ ଛାଡିଥିଲେ। ଜାତିର ସୁଯୋଗ୍ୟ ସନ୍ତାନ ଭାବରେ ତାଙ୍କର ବୀରତ୍ୱ, ଦେଶପ୍ରେମ ଓ ସାହାସ ସୁନା ଅକ୍ଷରରେ ଲେଖା ହୋଇ ରହିବ। ଗାନ୍ଧୀଜୀ ଶହେବର୍ଷ ପରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଯେଉଁ ଅସହଯୋଗ ଆନ୍ଦୋଳନ ଚଳାଇଥିଲେ, ଜଗବନ୍ଧୁ ଯେ ତା’ର ପ୍ରଥମ ପ୍ରବର୍ତ୍ତକ, ଏହା କହିଲେ ଭୁଲ୍ ହେବ ନାହିଁ।

ଫିରିଙ୍ଗି ଶାସନର ଅନ୍ଧକାର ଯୁଗରେ ଯେତେବେଳେ ନ୍ୟାୟ ଓ ସତ୍ୟ ବିଚାରର ସତ୍ତା ନଥିଲା,ସେତେବେଳେ ନିଜର ମାତୃଭୂମି, ନିଜର ରାଜାଓନିଜର ଭାଇ ଭଉଣୀଙ୍କ ପାଇଁ ତାଙ୍କର ଯେଉଁ ଦରଦ ଓ ସ୍ନେହ ମମତା ଥିଲା,ତାହାର ତୁଳନା ନାହିଁ।ଇଂରେଜ ଶାସନ ବିରୁଦ୍ଧରେ ବହୁ ବର୍ଷ ଧରି ମେରୁ ପରି ଅଚଳ ଅଟଳ ରହି ଆଉ ସ୍ୱାଧୀନତା ଲଢେଇର ପହିଲି ସେନାପତି ଭାବରେ ଯେଉଁ ଆଦର୍ଶ ଦେଖାଇ ଯାଇଛନ୍ତି,tତାହା ସବୁଦିନ ପାଇଁ ଅଭୁଲା ହୋଇ ରହିବ।

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleପରଲୋକଗତ ଦାଶରଥି କବିଚନ୍ଦ୍ର
Next Article ପାଇକ ନେତା ଦାନୀ ଦଳବେହେରା
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.