• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଅନ୍ୟାନ୍ୟ»ଅମର ଶହୀଦ୍ ଲକ୍ଷ୍ମଣ ନାୟକ
ଅନ୍ୟାନ୍ୟ

ଅମର ଶହୀଦ୍ ଲକ୍ଷ୍ମଣ ନାୟକ

ଜଗନ୍ନାଥ ମହାନ୍ତିBy ଜଗନ୍ନାଥ ମହାନ୍ତିFebruary 17, 2020No Comments9 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

୧୯୪୨ ମସିହା ଅଗଷ୍ଟମାସ। ସେତେବେଳେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ସାରା ଦେଶ ଜାଗି ଉଠି ଥାଏ। କି ଗାଆଁ କି ସହର ସବୁଠାରେ ଅସହ ଯୋଗ ଆନ୍ଦୋଳନର ସୁଅ ବ ହି ଥାଏ।ଏଇ ଆନ୍ଦୋଳନ ଏକ ନାହିଁ ନଥିବା ସ୍ୱାଧୀନତା ଲଢେଇ ,ଯେଉଁ ନୀତିର ତୁଳନା ନାହିଁ।ମିଚଛ ଓ ହିଂସା ଉପରେ ଗଢି ଉଠିଥିବା ଫିରଙ୍ଗ ଶାସନ ସାଥିରେ ସତ ଆଉ ଅହିଂସାର ଲଢେଇ। ଏଈ ଳଢେଇ।ଏଇ ଲଢେଇରେ ହାତ ହତିଆର ଲୋଡା ନାହିଁ।ଟୋପାଏ ଲହୁ ନିଗିଡିବାର କାରଣ ନାହିଁ।

କୋରାପୁଟର ବଣ ପାହାଦ ଭିତରେ ବି ମାହାମ୍ତ୍ତା ଗାନ୍ଧୀଙ୍କ ଡାକରା ନୁଆ ଉସ୍ସାହ ସୃଷ୍ଟି କାରିଥିଲା। ଏହାର ଘନ ଜଙ୍ଗଲ ଘେରା ମାତିଲି ଥାନାରେ ଅଥିପାଇଁ ଅପୂର୍ବ ଆଲୋଡନ ।ସେଥି ପାଇଁ ଅପୂର୍ବ ଥାନାର ଜମାଦାର ସିପାହିଙ୍କ ଅଖିରେ ନିଦ ନାହିଁ।ସେଦିନ ଅଗଷ୍ଟ୍ଟ ମାସର ୨୧ ତାରିଖ।ବଡି ଭୋରୁ ଶହ ଶହ ଲୋକ ଆସି ମାତିଲି ଥାନା ଆଗ ପଦିଆରେ ଜମା ହୋଇଛନ୍ତି।

ତା ପରେ………

ଥାନା ଆଗରେ ଆନ୍ଦୋଲନ ଚାଲିଲା। ସଭା ହେଲା ।ଜାତୀୟ ପଟାକା ଉଡାଗଲା।ଜାତୀୟ ପତାକା ଉଡାଗଲା। ଜାତୀୟ ପ ତାକାକୁ ନମସକ୍କାର କରି ଲକ୍ଷ୍ମଣ ନାୟକ ଘୋଷଣା କଲେ- ଭାଇମାନେ ,ସମସ୍ତେ ନିଜ ନିଜର ବାଁ ଗୋଡ ଆଗକୁ ବଢା ଅ । ତା ଙ୍କ କଥା ଶୁଣି ସମସ୍ତେ ନିଜ ନିଜ ବାଁ ଗୋଡକୁ ଆଗକୁ ବଢ଼ାଇଲେ।

ଏହାପରେ ସେ କ ହିଲେ- ଶୁଣ ଭାଇମାନେ, ଏଇ ଯେଉଁ ଗୋଡକୁ ଆଗକୁ ବଢାଇଛ, ତାକୁ ଆଉ ପଛାଇ ନେବ ନାହିଁ। ଆମ ଦେଶରୁ ଇଂରେଜମାନେ ହଟି ନଯିବା ଯାଏଁ, ଆମର ଯାତ୍ରା, ଆମର ସାହସ ଦରକାର । ଧୈଯ୍ଯ ଦରକାର ।

ଏହା କହି ଲକ୍ଷ୍ମଣ ଦେଖିଲେ ଥାନା ଆଗ ପଡିଆରେ ଲୋକପୂର୍ଣ୍ଣ । ଏ ମୁଣ୍ଡରୁ ଥାଳି ମାରି ଦେଲେ ସେ ମୁଣ୍ଡକୁ ଥାଳି ଚାଲିଯିବ । ଅଧିକାଂଶ ଲୋକ ଗରିବ, ଆଦିବାସୀ ଆଉ ହରିଜନ । ଜଣେ ହେଲେ କେହି ଘୂନ୍ଚିବାର ଦେଖାଗଲା ନାହିଁ । ଗୋଟିଏ ଧାଡିରେ ଲୋକମାନେ ଶୋଭାଯାତ୍ରାରେ ଚାଲିଲେ । ଲକ୍ଷ୍ମଣ ଘୋଷଣା କଲେ ଭାଇମାନେ, ଏଇ ଥାନା ଉପରେ ଆମେ ଜାତୀୟ ପତାକା ଉଡାଇବା । ଥାନା ଆଗରେ ସତ୍ଯାଗ୍ରହ କରିବା, ଭୋକ ଉପାସରେ ବସିବା । ପୋଲିସ ଆମ ଉପରେ ଲାଠି ଚଳାଇ ପାରେ । କିନ୍ତୁ ଆମେ ସବୁ ସହିବା । କେହି ଉଁ ଚୁଁ ହେବାନାହିଁ ।ପୋଲିସ ସାଥିରେ ଗଣ୍ଡଗୋଳ କରିବା ନାହିଁ । ଗାନ୍ଧୀ ବୁଢ଼ାର କଥାକୁ ଅକ୍ଷରେ ଅକ୍ଷରେ ପାଳିବା । ଟିକିଏ ତଳେ ପକାଇ ଦେବା ନାହିଁ ।

ଏଇ ଲକ୍ଷ୍ମଣ କିଏ ଜାଣନ୍ତି ? ରାମାୟଣର ରାମ ଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣ ନୁହ ନ୍ତି। ସେ ହେଉଛନ୍ତି ଅନୁନ୍ମତ କୋରାପୁଟ ଜିଲ୍ଲାର ଗୋଟିଏ ଅଶିକ୍ଷତ କର୍ମୀ ।ତେନ୍ତୁଳିଗୁମା ଗାଁ ରେ ତାଙ୍କର ଜନ୍ମ । ସେଇ ଗାଁଋ ଚାରିପଟେ ବଣ ପାହାଡ, ଛୋଟବଡ କେତେ ଝରଣା । କେଲାପ ନ ଦୀଟି ମଧ୍ଯ ସେଇ ଗାଁ ପାଖରେ ବହି ଯା ଉଛି। ସେତେବେଳେ ରାତିରେ କ’ଣ ଦିନରେ ମଧ୍ଯ ବାଘ ହେଣ୍ଟାଳ ପକାଏ, ଛାତି ଥରିଯାଏ।

ଫିରିଙ୍ଗି ସରକାର ସେତେବେଳେ ଗାଁ ଗଣ୍ଡାରେ ବି ଅତ୍ଯାଚାର ଆରମ୍ଭ କରିଥିଲେ। ପୋଲିସ ଙ୍କ ଦ୍ବାରା ଗରୀବ ଲୋକ ଙ୍କ ଉପରେ ଜୋର ଜୁଲମ ଚାଲିଥିଲା। ସେମାନ ଙ୍କ ଉପରେ କେତେ ରକମର କର, ବେଠି ଆଉ ବେଗାରି । ଲୋକେ ସିନା ହନ୍ତସନ୍ତ ହେଉଥିଲେ,ପାଟି ଫିଟାଇବାର ଯୁ ନଥିଲା। ଯେ କରିବି ପାଟି,ସେ ଯିବ ପତର କାଟି।

ଲକ୍ଷ୍ମଣ କିନ୍ତୁ ଲୋକଙ୍କ ଦୁଃଖ କଷ୍ଟ ଦେଖି ସହି ପାରିଲେ ନାହିଁ।ଲୋକଙ୍କ ଦୁଃଖ କଷ୍ଟ୍ଟ ଦେଖି ସ ହି ପାରିଲେ ନାହିଁ।ଲୋକଙ୍କୁ ମେଳି କାରି ଗୋରା ସରକାରକୁ ଶିକ୍ଷା ଦେବାକୁ ସେ ଆଗେ ଗୁଣିଆ କାମ ଶିଖିଲେ।ଗଛର ଚେରମୂଳିର ଗୁଣ ଚିହ୍ନି ଓଷଦ ତିଆରି କରିବା,ଠାକୁରାଣୀ ପୂଜା କରିବା ପ୍ରଭୃତି ବିଦ୍ୟା ଶିଖିଲେ। ରୋଗବୈରାଗରେ ସେ ଆଦୀବାସୀଙ୍କୁ ସାହାଯ୍ୟ କଲେ। ଆଉ ବିପଦ ଆପଦରେ ସାହା ହେଲେ।

ଥରେ କୋରାପୁଟ ଘୁମର ଗାଁରେ ଗୋତିଏ ସଭା ହେଲା। ଶହ ଶହ ଲୋକ ସଭାକୁ ଆସିଥିଲେ।ଲକ୍ଷ୍ମଣ ମଧ୍ୟ ସେଇ ସଭାରେ ଥାଇ ଶୁଣିଲେ ଯେ,ଅହିଂସା ଉପାୟରେ ବି ଗୋରା ସରକାରକୁ ହଟାଇ ହେବ।ସେଥିପାଇଁ ହାତ- ହତିଆର ଗୋଳା ବନ୍ଧୁକ ଲୋଡା ନାହିଁ।ଲୋଡା ଖାଲି ମନର ବଳ,ଳକଙ୍କର ମେଲ।ସରକାରକୁ କେଉଁଥିରେ ସାହଯ୍ୟ କରିବେ ନାହିଁ।

ବିଦେ ଶି ଦରବ କିଣିବେ ନାହଁ । ଗାନ୍ଧୀବୁଢ଼ାର ଏହି ଅହିଂସା ଲଢ଼େଇକଥା ଲକ୍ଷ୍ମଣଙ୍କ ମନକୁ ଖୁବ୍ ପାଇଲା । ତାଙ୍କ ପରି ଆଉ ଅନେକ ଲୋକ ଯେ ଗୋରାମାନଙ୍କୁ ତଡ଼ି ଦେବାକୁ ଭାବୁଛନ୍ତି ,ଏକଥା ତାଙ୍କ ମନରେ ଆଶହା ଓ ଆନନ୍ଦ ଭରି ଦେଲା ।

ନୂଆଁପୂଟ ଗାଁରେ ଗୋଟିଏ ତାଲିମ କେନ୍ଦ୍ର ଖୋଲିଲା । ସ୍ବାଧୀନତା ଲଢ଼େଇ ପାଇଁ କର୍ମୀମାନଙ୍କୁ ତିଆରି କରିବା ଏହାର ଉଦ୍ଦେଶ୍ଯ ।ତେଣୁ ଲକ୍ଷ୍ମଣ ସେଥିରେ ଯୋଗ ଦେଲେ ।ସେଠାରେ ସେ ଦରକାରୀ ଜିନିଷମାନ ନିଜ ହାତରେ କରି ଶିଖିଲେ ।ନେତାମାନଙ୍କ ଭାଷଣ ଶୁଣିଲେ । ସେଠାରୁ ଫେରି ସେନିଜ ଘର ବାରଣ୍ଡାରେ ଗୋଟିଏ ଅରଟ ପକାଇ ସୂଟା କାଟିଲେ ,ଲୁଗା ବୁଣିଲେ ।କୂଟି ଖାଅ,କାଟି ପିନ୍ଧ, ଗାନ୍ଧୀଙ୍କର ଏଇ କଥା କାମରେ ଲଗାଇଲେ ।ଗାଁ ଗହଳିରେ ବୁଲି ଲକ୍ଷଣ ଏଇକଥା ସମସ୍ତଙ୍କୁ ବୁଝାଇଲେ ।ସବୁଠି ଅରଟ ଚାଲିଲା ।

୧୯୪୨ ଅଗଷ୍ଟ ମାସରେ ଅସହଯୋଗ ଆନ୍ଦୋଳନ ଚାଲିଲା ।ଯେଉଁ ଲୋକେ ଏଥିରେ ମିଶିଲେ, ପୋଲିସମାନେ ସେମାନଙ୍କୁ ହଇରାଣ କଲେ । ଜେଲ୍‌କୁ ନେଲେ, ମାଡ ମାରିଲେ । ଲକ୍ଷ୍ମଣ ତେଣୁ ଗାଁ କୁ ଗାଁ ବୁଲି ଲୋକମାନଙ୍କୁ ଜଙ୍ଗଲକୁ ଚାଲିଯିବା ପାଇଁ ମତାଇଲେ । ପାହାଚ ଗୁମ୍ଫାରେ ଲୁଚି ରହି ଏଇ ଆନ୍ଦୋଳନ ଚଳାଇବାକୁ ବତାଇଲେ ।

ଥରେ ଲକ୍ଷ୍ମଣ ଠିକ୍ କଲେ ମାତିଲି ଥାନା ଆଗରେ ଆନ୍ଦୋଳନ ଚାଲିବ । ଥାନା ଆଗରେ ତ୍ରିରଙ୍ଗା ପତାକା ଉଡ଼େଇବେ । ମାତିଲ ଥାନାର ପୋଲିସମାନେ ନିଜେ ହୁସିଆର ହେଲେ ଆଉ ସେମାନଙ୍କୁ ସାହାଯ୍ୟ କରିବାକୁ ମାଲକାନ୍‌ଗିରିରୁ ବହୁ ସଂଖ୍ୟାରେ ପୋଲିସମାନେ ଆସି ପହଞ୍ଚିଗଲେ । ଲୋକମାନେ ବି ତା’ଠାରୁ ଅଧିକ ସଂଖ୍ୟାରେ ଜମା ହୋଇଗଲେ । ସବୁରି ଆଗରେ ଲକ୍ଷ୍ମଣ ନାୟକ ଲୋକମାନଙ୍କୁ ଶାନ୍ତି ରକ୍ଷା କରିବାକୁ କହୁଛନ୍ତି ।

ମାତିଲି ଥାନାର ଦାରୋଗା ଜମାଦାର ଶହ ଶହ ସଂଖ୍ୟାରେ ଲୋକ ଗହଳି ଦେଖି ଅବାକ୍ । ଏତେ ଲୋକଙ୍କୁ ହଟାଇବା ସହଜ ନୁହେଁ ।

ମାଲକାନ୍‌ଗିରରୁ ଏଯାଏ ବନ୍ଧୁକଧାରୀ ପୋଲିସ ଆସି ନାହାନ୍ତି । ତେଣୁ ପୋଲିସ ଜମାଦାର ଗୋଟିଏ ବୁଦ୍ଧି ପାଞ୍ଚି କହିଲେ – ଭାଇମାନେ ଦେଖ, ଥାନା ଉପରେ ପତାକା ଉଡାଇବାକୁ କହୁବ, ମନା ନାହିଁ । ତେବେ ତା ଆଗରୁ ଆଉ ଗୋଟିଏ କଥା କର । ଆଜି ମାତିଲି ହାଟ । ସେଠି ହଜାର ହଜାର ଲୋକ ଜମିଛନ୍ତି । ତୁମେ ସେଠି ସଭାଟିଏ କରି ତମ ଆନ୍ଦୋଳନ କଥା କୁହ । ଗାନ୍ଧୀବୁଢ଼ା କଥା ସମସ୍ତେ ଜାଣନ୍ତୁ । ତା ପରେ ଏଠାକୁ ଆସି ଯାହା କରିବ ।

ସରଳ ଲକ୍ଷ୍ମଣ ନାୟକ & ଲେକମାନଙ୍କ ମନକୁ ପୋଲିସ ଜମାଦାରଙ୍କ କଥା ଘେନିଲା । ସେମାନେ ହାଟରେ ସଭା କଲେ । ଏଥି ଭିତରେ ଜମାଦାର ମାଲକାନ୍ ଗିରି ଥାନାକୁ ଖବର ପଠାଇଦେଲେ । ଗାଡ଼ିରେ ବୋଝେଇ ହୋଇ ବହୁ ସିପେହି ସେଠାରେ ଜମା ହୋଇଗଲେ ।

ସଭା ସାରି ଲକ୍ଷ୍ମଣ ଓ ଲୋକମାନେ ଥାନା ଆଗରେ ପହଞ୍ଚିଲା ବେଳକୁ ପୋଲିସମାନେ ଲାଠି ବନ୍ଧୁକ ଧରି ତିଆର ହୋଇ ରହିଲେଣି ।

ଜମାଦାର ହୁକୁମ ଦେଲେ- ଅତିଶୀଘ୍ର ଏଇ ସ୍ଥାନ ଛାଡ଼ି ଚାଲିଯାଅ । ନଚେତ ଜୀବନ ନେଇ ଫେରି ପାରିବ ନାହିଁ ।

ଲକ୍ଷ୍ମଣ ଖୁବ୍ ଜୋରରେ ଉତ୍ତର ଦେଲେ-ଆମେ ପଣ କରିଚୁ । ପ୍ରାଣ ଯିବ ସିନା, ଫେରିବୁ ନାହିଁ । ଯେତେବେଳେ ସ୍ୱରାଜ୍ୟ ପାଇଁ ଏ ଗୋଡ଼ ଆଗକୁ ବଢ଼ାଇଛୁ ହଟିବୁ ନାହିଁ ।

ପୋଲିସମାନେ ତାତି ଉଠିଲେ । ଜମାଦାର ଗର୍ଜିଉଠିଲେ- କ’ଣ କରିଚ ? ହଟିବ ନାହିଁ ? ସ୍ୱରାଜ ନବ ? ହଉ ନିଅ ।

ଏହା ପରେ ପୋଲିସଙ୍କୁ ଲାଠି ଚଲାଇବାକୁ ହୁକୁମ ଦେଲେ । ଲକ୍ଷ୍ମଣ ସବୁ ସହିଯିବାକୁ କହୁଥାନ୍ତି । ଶହ ଶହ ଲୋକଙ୍କ ମୁଣ୍ଡ ଫାଠିଲା, ହାତଗୋଡ଼ ଭାଙ୍ଗିଲା । ତ‌ଥାପି ଲୋକେ ହଟିଲେ ନାହିଁ ।

ପୋଲିସ ଦେଖିଲେ ସବୁ ନାଟର ଗୋବର୍ଦ୍ଧନ ହେଉଛନ୍ତି ଲକ୍ଷ୍ମଣ ! ତାଙ୍କୁ ଜବତ ନ‌କଲେ ହେବ ନାହିଁ । ପୋଲିସମାନେ ତାଙ୍କୁ ଥାନା ଭିତରକୁ ଟାଣି ନେଲେ । ଲାଠିରେ ପିଟିଲେ । ତାଙ୍କ ନିଶ ଉପାଡ଼ି ଦେଲେ ଆଉ ନିଆଁ ଲଗାଇ ଦେଲେ । ମାଡ ଖାଇ ଆଉ କଷ୍ଟ ଭୋଗି ସେ ହାଲିଆ ହୋଇ ପଡ଼ିଲେ । ତଥାପି ପାଟିରେ ତାଙ୍କର ସେଇ ଗାନ୍ଧୀବୁଢ଼ାର କଥା ! ସବୁ ସହିଯାଅ, ହଂସା କର ନାହିଁ ।

ଲୋକମାନେ ନିଜେ ସିନା ଏତେ କଷ୍ଟ ସହୁଥିଲେ । ଲକ୍ଷ୍ମଣଙ୍କ ଉପରେ ଏମିତି ଅତ୍ୟାଚାର ସହି ପାରିଲେ ନାହିଁ । ସେମାନେ ତାତି ଉଠିଲେ । ଲୋକମାନଙ୍କ ଭିତରୁ ଜଣେ ପତାକାଟିଏ ନେଇ ପୋଲିସ ଘର ଭିତରେ ପଶିଗଲା । ଥାନା ଛାତ ଉପରକୁ ଉଠିଲା ମାତ୍ରେ ପୋଲିସ ଗୁଳିରେ ସେ ତଳେ କଚାଡ଼ି ହୋଇ ପଡ଼ିଗଲା । ଏହାପରେ ସର୍ଗିଗୁଡାର ନକୁଳ ଛାତ ଉପରକୁ ଚଢ଼ିଲା । ସେ ବି ପୋଲିସ ଗୁଳିରେ ଟଳି ପଡ଼ିଲା । ଏମିତି ଅନେକ ଲୋକ ଥାନା ଉପରେ ତ୍ରିରଙ୍ଗ ପତାକା ଉଡାଇବାକୁ ଯାଇ ଜୀବନ ଦେଲେ । ସେମାନଙ୍କ ତ‌ତଲା ଲହୁରେ ଥାନା ବାରଣ୍ଡାରୁ ଛାତଯାଏ ଲାଲ ହୋଇଗଲା ।

ଜଣେ ଜଙ୍ଗଲ ଚପରାସୀ ମଦପିଇ ପୋଲିସଙ୍କ ସାଙ୍ଗରେ ଆଖିବୁଜା ଲାଠି ଚଲାଇଥିଲା । ତା ନିଜ ମୁଣ୍ଡରେ ତା ଲାଠି ଖୁବ୍ ଜୋରରେ ବାଜିବାରୁ ସେ ଅଚେତା ହୋଇ ତଳେ ପଡ଼ିଗଲା । ପୋଲିସମାନେ ତାଙ୍କ ଭିତରୁ ଜଣଙ୍କର ଏଇ ଅବସ୍ଥା ଦେଖି ଆହୁରି ରାଗିଗଲେ । ଜଣେ ପୋଲିସ ଆସି ଲକ୍ଷ୍ମଣଙ୍କ ମୁଁହରେ ବନ୍ଧୁକର ସଂଗୀନକୁ ଭୁସିଦେଲା । ତା’ର ମୁହଁସାରା ରକ୍ତରେ ଜୁଡ଼ୁବୁଡ଼ୁ ହୋଇଗଲା । ସେ ଅଚେତ ହୋଇ ପଡ଼ିବାରୁ ପୋଲିସ ମରିଗଲା ଭାବି ତା ଗୋଡ଼କୁ ଧରି ଘୋଷାଡ଼ି ଘୋଷାଡ଼ି ଗୋଟିଏ ନାଳରେ ଫିଙ୍ଗି ଦେଲେ । ଆଗରୁ ପୋଲିସ ଗୁଳିରେ ମରିଥିବା ସବୁ ଲୋକଙ୍କ ଶବ ସେଠାରେ ଫିଙ୍ଗା ଯାଇଥିଲା । ରାତି ଅଧକୁ ଲକ୍ଷ୍ମଣଙ୍କର ଚେତା ଆସିଲା । ମୁହଁରେ ରକ୍ତ ଜମାଟ ବାନ୍ଧି ଯାଇଥିଲା । ଘନ ଅନ୍ଧକାରରେ କିଛି ଦେଖା ଯାଉନାହିଁ । ଥାନା ବାରଣ୍ଡାର ଗୋଟିଏ ଲଣ୍ଠନ ମିଞ୍ଜିମିଞ୍ଜି ହୋଇ ଜଳୁଛି । ବେଶୀ ଦୂର ନୁହେଁ । ତେବେ ପୋଲିସମାନେ ଶୋଇ ପଡ଼ିଲେ । ମୁର୍ଦ୍ଦାର ଗଦା ଉପରେ ଆଖି ପଡ଼ିଲା । ସେ ଭାବିଲେ- ହାୟ, ସେମାନେ ଭଗ୍ୟବାନ୍ ! ମାଟି ମାଆର ଇଜ୍ଜତ ରଖିବାକୁ ଯାଇ ଜୀବନ ଢାଳିଦେଲେ । ସେମାନେ ସେମାନଙ୍କ ପଣ ରକ୍ଷା କଲେ, ଆଗକୁ କାଢ଼ିଥିବା ଗୋଡ ପଛକୁ ଫେରାଇଲେ ନାହିଁ । କିନ୍ତୁ ମୁଁ ମୋ କଥା ରଖି ପାରିଲି ନାହିଁ । କେଉଁ ମୁହଁରେ ମୁଁ ଫେରିବି ? କେଉଁଠିକୁ ଫେରିବି ?

ସେ ବ‌ହୁ କଷ୍ଟରେ ଠିଆ ହେବାକୁ ଚେଷ୍ଟା କଲେ । କିନ୍ତୁ ଦେହ ସାରା ଖଣ୍ଡିଆ ଖାବରା ! ଦରଜ ହୋଇ ଗଲାଣି । ଭାର କଷ୍ଟ ! ଘୋଷାରି ଘୋଷାରି ହୋଇ ଚାଲିବାରେ ଲାଗିଲେ । ଆଗରୁ ଔଷଧ ଗଛ ଚିହ୍ନି ଥିବାରୁ ସେ କେତେକ ପତ୍ରର ରସ ଖଣ୍ଡିଆ ଜାଗାରେ ଲଗାଇ ଦେଲେ । ଧୀରେ ଧୀର ଜୟପୁର ଆଡ଼କୁ ଚାଲିଲେ ।

ସେଠାରୁ ଜୟପୁର ୩୫ ମାଇଲ ଦୂର । ଘୋର ଅନ୍ଧାର । ତାରି ଭିତରେ ପଡ଼ି ଉଠି ଲକ୍ଷ୍ମଣ ରାତି ପାହୁ ନପାହୁ ଜୟପୁରରେ ପହଞ୍ଚିଲେ । ତାଙ୍କର ଜଣେ ସାଙ୍ଗ ବଳଭଦ୍ର ଘରେ କେତେଦିନ ରହିଲା ପରେ ଦିନେ ଖବର ପାଇଲେ ଯେ ପୋଲିସ ସେଠାରେ ଖୋଜା ଖୋଜି କରୁଛି। ତେଣୁ କୁଆଡେ ଯିବାକୁ ହେବ। କିନ୍ତୁ ଗାଁକୁ ମଧ୍ୟ ଯାଇ ହେବନି ।

ଦିନେ ରାତିରୁ ଉଠି ଲକ୍ଷ୍ମଣ ରାମଗିରି ପର୍ବତକୁ ଗଲେ । ସେଠାରେ ଫଳମୂଳ ଖାଇ ଆଉ ଝରଣା ପାଣି ପିଇ ଚଳିଗଲେ । କିନ୍ତୁ ସ୍ୱାଧିନତା ଲଢ଼େଇ କଥା କ’ଣ ହେଲା ? ତା’ ଗାଁଗଣ୍ଡା କଥା ହାଲ୍ ଚାଲ୍ କ’ଣ ? ପୋଲିସର ଅତ୍ୟାଚାର କଥା ଶୁଣି ସେ ଥୟ ଧରି ରହି ପାରିଲେ ନାହିଁ । ପୋଲିସ ହାତରେ ମଲେ ମରିବେ ପଛେ ତାଙ୍କ ଗାଁକୁ ସେ ଅଲ୍‌ବତ ଫେରିବେ ।

ଲକ୍ଷ୍ମଣ ନାୟକ ଦିନେ ଆସି ଗାଁରେ ପହଞ୍ଚିଲେ । ସେତେବେଳକୁ ପୋଲିସ ଅତ୍ୟାଚାରରେ କେତେଜଣ ମରିଥାନ୍ତି । କେତେକ ଜେଲ୍‌ରେ ପଶିଥାନ୍ତି । ସେ ଘର ଘର ବୁଲି ସମସ୍ତଙ୍କୁ ବୁଝାଇଲେ, ସାନ୍ତ୍ୱନା ଦେଲେ । ଗାଁରେ ପୁଣି ଅରଟର ଘର୍ ଘର୍ ଶବ୍ଦ ଶୁଣାଗଲା । ଦିନେ ଲକ୍ଷ୍ମଣ ଘର ବାରଣ୍ଡାରେ ବସି ସୁତା କାଟୁଥିଲା ବେଳେ କିଏ ଜଣେ ଆସି କହିଲା- ଲକ୍ଷ୍ମଣ ଭାଇ, ପୋଲିସ ଆସି ଗାଁ ଚାରିପଟେ ଘେରାଉ କରି ଦେଲେଣି । ତୁମେ କୁଆଡେ ଚାଲିଯାଅ ।

ଲକ୍ଷ୍ମଣ କିନ୍ତୁ ନିଜ ଜୀବନ ଭୟରେ କୁଆଡେ ଚାଲି ଯିବାକୁ ଚାହିଁଲେ ନାହିଁ । ଏତେ ଲୋକ ତାଙ୍କରି କଥାରେ ପଡି ମଲେ,ଜେଲ୍ ଗଲେ ଆଉ ସେ ନିଜେ ସେଥିପାଇଁ ଡରିବେ କାହିଁକି ? ଠିକ୍ ଏତିକି ବେଳକୁ ପୋଲିସମାନେ ତାଙ୍କ ପାଖରେ ପ‌ହଞ୍ଚି ଗଲେ । ତାଙ୍କୁ ହାତକଡ଼ା ପକାଇ ଥାନାକୁ ନିଆଗଲା । ତାଙ୍କ ସହିତ ଗାଁର ଆଉ ପଞ୍ଝାଏଙ୍କୁ ମଧ୍ୟ ଜେଲ୍ ନିଆଗଲା ।

ଥାନାରୁ ସେମାନଙ୍କୁ କୋରାପୁଟ ଜେଲ୍‌କୁ ପଠାଗଲା । ସେଠାରେ ଅକଥନୀୟ ଅତ୍ୟାଚାର ଚାଲିଲା । ଶେଷରେ ୧୯୪୨ ଅକ୍ଟୋବର ମାସରେ ସେମାଙ୍କର ବିଚାର ଆରମ୍ଭ ହେଲା । ମଣିଷ ମାରିବା ଅପରାଧରେ ତାଙ୍କୁ ଫାଶୀ ହୁକୁମ ଦିଆ ଗଲା । ଏହା କ’ଣ କମ୍ ଗୌରବର କଥା ! ଲକ୍ଷ୍ମଣଙ୍କ ମନରେ ଆନନ୍ଦର ଜୁଆର । ମାଟି ମାଆ ପାଇଁ ସେ ଶହିଦ୍ ହେବେ, ହସି ହସି ଜୀବନ ଦେବେ ।

ତେବେ ଅବଶୋଷ ରହିଗଲା ତାଙ୍କର ମୃତ୍ୟୁ ପୂ୍ର୍ବରୁ ମାଟି ମାଆର ମୁକତି ମିଳି ପାରିଲା ନାହିଁ।

ତାଙ୍କୁ ଫାଶି ଦିଆଯିବା ପାଇଁ ବ୍ରହ୍ମପୁର ଜେଲ୍ କୁ ନିଆଗଲା।ବ୍ରହ୍ମପୁର ଜେଲ୍ ରେ ସେତେବେଳେ ଦେଶର ସ୍ୱାଧୀନତା ପାଇଁ ଲଢ଼େଇ କରୁଥିବା ବହୁ ଲୋକ ବନ୍ଦୀ ହୋଇଥାନ୍ତି। ଫାଶହି ପାଇବା ଦିନ ପାଖେଇ ଗଲା । ବନ୍ଦୀମାନେ ଲକ୍ଷ୍ମଣଙ୍କୁ ପଚାରିଲେ- ତୁମର କ’ଣ କହିବାର ଅଛି ଆମକୁ କହିଯାଅ । ସେ ହସି ହସି ଉତ୍ତର ଦେଲେ -ମୋର ନିଜର କିଛି କହିବାର ନାହିଁ । ଦେଶ ମାଆ ପାଇଁ ଜେଲ୍ ଯିବା ଆଉ ଫାଶି ପାଇବା ଭାଗ୍ୟର କଥା । ମୁଁ ତ ସ୍ୱାଧିନତା ଦେଖି ପାରିଲି ନାହିଁ । ତୁମ୍ଭେମାନେ ଶୀଘ୍ର ସ୍ୱରାଜ ପାଅ, ଏତିକି ମୋର ଆଶା ଆଉ ଶୁଭେଚ୍ଛା ।

ମରିବା ଆଗରୁ ଲକ୍ଷ୍ମଣଙ୍କ ମୁହଁରୁ ଏଇ କଥା କେଇପଦ ଶୁଣି ମନରେ ସବୁରି କେତେ ଦମ୍ଭ ଓ ଉତ୍ସାହ ଖେଳିଗଲା । ସବୁରି ଆଖିରେ ଲୁହ ଢ଼ଳ ଢ଼ଳ ହେଲା । ସତରେ ଏ ଲୋକଟାର ମନ କେତେ ଟାଣ ! ମାତୃଭୂମି ପାଇଁ ତାର ମନ କେତେ କାନ୍ଦୁଛି? ଏକ ସ୍ୱରରେ ସମସ୍ତେ କହି ଉଠିଲେ- ଭାରତ ମାତାକୀ ଜୟ!!

୧୯୪୩ ମାର୍ଚ୍ଚ ୨୯ ତାରିଖ । ରାତି ଭଲ ଭାବରେ ପାଇ ନାହିଁ । କାଉ କାଆ କରିବା ଆଗରୁ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଆସି କହିଲେ- ଲକ୍ଷ୍ମଣ,ଚାଲ ତୁମର ସମୟ ହୋଇଗଲା ।

ଲକ୍ଷ୍ମଣ ସତେ ଯେମିତି ଏଇ ଡାକକୁ ଚାହିଁ ରହିଥିଲା । ମନରେ ତାଙ୍କର ଦୁଃଖର ଲେଶମାତ୍ର ଚିହ୍ନ ନାହିଁ । ମୁହଁରୁ ଯେମିତି ହସ ଉକୁଟି ଉଠୁଛି । କୋଠରୀରୁ ବାହାରି ଆସିଲା ପରେ ତାଙ୍କ ମୁହଁରେ କଳାକନା ଘୋଡାଇ ଦିଆଗଲା । ଗୋଟିଏ ମଞ୍ଚ ଉପରେ ଠିଆ କରାଇ ତାଙ୍କ ଗଳାରେ ଫାଶ ବାନ୍ଧି ଝୁଲାଇ ଦିଆଗଲା । ଆଖି ପିଛୁଳାକେ ସବୁ ଶେଷ । ଲକ୍ଷ୍ମଣଙ୍କ ମର ଦେହଟା ପଡି ରହିଲା ।

ଲକ୍ଷ୍ମଣ ସିନା ତାଙ୍କ କାମ ସାରି ଚା‌ଲିଗଲେ, କିନ୍ତୁ ତାଙ୍କ କଥାରେ ଜାତି ଯେମିତି ତାତିଥିଲା, ଦେଶର ମୁକତି ପାଇଁ ଯେମିତି ଚେତିଥିଲା, ସେଥିରେ ଲଢେଇର ଇତି ହେଲା ନାହଁ। ବଂରଙ୍ଗ ଲଢେଇ ଦିନକୁ ଦିନ ଆଗେଇ ଚାଲିଲା। ଗାନ୍ଧୀ ବୁଢାର କଥାରେ ଚାଲି ସତ୍ୟ ଆଉ ଅହିଂସା ବଳରେ ଭାରତ ସ୍ୟାଧିନତା ପାଇଲା।ସେଇ ଲଢେଇରେ ଗୁଳିଗୁଳା ତୋପ ବନ୍ଧୁକ ଲୋଡା ହେଲା ନାହିଁ।ଲୋଡା ହୋଇଥିଲା-ଦେଶ- ବାସୀଙ୍କର ଅକତା ଆଉ ଦମ୍ଭ, ସେମାନଙ୍କ ମନରେ ବଳ !! !।ମାଟୀ ମାଆର ଡାକ ଶୁଣି ଯେଉଁମାନେ ଛେଇଁ ଉଠିଥିଲେ,ଜୀବକୁ ବଳି ଦେଉଥିଲେ,ସେମାନେ ହେଲେ ଅ ଜାତିର ଅଗୁଅଇ ସଇନ ଆଉ ଅମର ଶହୀଦ୍।

Jaganath Mohanty Books Jaganath Mohanty odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleବାଘାଯତୀନଙ୍କ ବଳିଦାନ
Next Article ଜାତୀୟକବି ବାଞ୍ଛାନିଧି ଆଉ ରକ୍ତ ତୀର୍ଥ ଇରମ
ଜଗନ୍ନାଥ ମହାନ୍ତି

Related Posts

ଅଭିନବ ବିବାହ

March 16, 2023

ବୋକା ନା ବିବେକୀ?

March 1, 2023

ଘୋରକର ଉଦାରତା

February 1, 2023

ମହାଭାରତ

January 26, 2023

ମହାରାଜାଙ୍କ କଳା

December 21, 2022

ଶକରକନ୍ଦ

December 12, 2022
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.