• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଆକବର ଓ ଫକିର
ଗଳ୍ପ

ଆକବର ଓ ଫକିର

ଜାନକୀ ବଲ୍ଲଭ ପଟ୍ଟନାୟକBy ଜାନକୀ ବଲ୍ଲଭ ପଟ୍ଟନାୟକFebruary 23, 2020No Comments1 Min Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ଜଣେ ଫକିର ବନରେ ଏକ କୁଟୀର କରି ରହିଥିଲେ । ଫକିରଙ୍କ ପାଖକୁ ଅନେକ ଲୋକ ଆସନ୍ତି । ଏତେ ଲୋକଙ୍କୁ ସତ୍କାର କରିବାପାଇଁ ଅକିଞ୍ଚନ ଫକିରଙ୍କ ପାଖରେ କିଛି ନ ଥିଲା । ସେ ସ୍ଥିର କଲେ, ବିନା ସତ୍କାରରେ ଏତେ ଲୋକ ଆସି ଫେରି ଯାଉଛନ୍ତି । କିଛି ବ୍ୟବସ୍ଥା କରିବାକୁ ହେବ । ଅର୍ଥ ଦରକାର ।

ଆକବର ସେତେବେଳେ ଦିଲ୍ଲୀର ବାଦଶା । ସାଧୁ ଫକିରଙ୍କପାଇଁ ତାଙ୍କର ଦ୍ୱାର ଅବାରିତ । ଫକିର ଆକବରଙ୍କ ପାଖରେ ଯାଇ ଉପସ୍ଥିତ ହେଲେ ।

ସମ୍ରାଟ ଆକବର ସେତେବେଳେ ନମାଜ ପଢୁଥିଲେ । ଫକିର ତାଙ୍କ ପାଖରେ ଠିଆ ହୋଇ ରହିଲେ । ଶୁଣିଲେ, ନମାଜ ଶେଷରେ ଆକବର କହୁଛନ୍ତି, “”ହେ ଆଲ୍ଲା, ଧନ ଦିଅ, ଦୌଲତ ଦିଅ । ଏହା ଶୁଣି ଫକିର ସେଠାରୁ ଚାଲି ଆସୁଥିଲେ । ରହିବାପାଇଁ ଇସାରା ଦେଇ ଆକବର ତାଙ୍କୁ ପାଖରେ ବସାଇଲେ ଏବଂ ନମାଜ ସାରି ପଚାରିଲେ, “”ଆପଣ ଆସିଥିଲେ, କିଛି ନ କହି ଚାଲି ଯାଉଛନ୍ତି ଯେ !

ଫକିର କହିଲେ, “”ମୋର କୁଟୀରକୁ ବହୁତ ଅତିଥି ଆସୁଛନ୍ତି । ସେମାନଙ୍କୁ ଖାଇବାକୁ ଦେବାପାଇଁ ବାଦଶାଙ୍କ ପାଖରୁ କିଛି ଟଙ୍କା ମାଗିବାକୁ ଆସିଥିଲି ।

ଆକବର ପଚାରିଲେ, “”ତା‘ହେଲେ ଚାଲିଯାଉଛନ୍ତି କାହିଁକି ?

ଫକିର କହିଲେ, “”ଯେତେବେଳେ ଶୁଣିଲି ବାଦଶାହ ମଧ୍ୟ ଧନ ଦୌଲତର ଭିକାରି, ଭାବିଲି, ଭିକାରିଠାରୁ ଭିକ୍ଷା କରି ଲାଭ କ‘ଣ ? ଖୋଦାଙ୍କୁ ମାଗିବି ବୋଲି ଚାଲି ଯାଉଥିଲି ।

Janaki Ballabh Patnaik Books Janaki Ballabh Patnaik Odia Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଜ୍ଞାନ ବୈରାଗ୍ୟ
Next Article ଯେପରି ଭାବନା ସେପରି ଫଳ
ଜାନକୀ ବଲ୍ଲଭ ପଟ୍ଟନାୟକ

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.