ଆ ଜହ୍ନମାମୁଁ ଓହ୍ଲେଇ ଆ‘
ମୋ ଧନମଣିକି ଗେହ୍ଲେଇ ଯା,
ଟିକାଟିଏ ଯା‘ ଦେଇ,
ମୁଣ୍ଡେ ଟିକା ନାଇ ଧନମଣି ମୋର
ନାଚିବ ତା‘-ଧେଇ–ଧେଇ ।
ଆ ଜହ୍ନମାମୁଁ ଶରଗଶଶୀ
ମୁରୁକି ମୁରୁକି ଦବୁଟି ହସି
ହସିବ ମୋ ଧନମଣି,
ତୋ‘ ହସ ମିଠା କି ଧନ ହସ ମିଠା
ହେବ ସିନା ଜଣାଜଣି ।
ଆ‘ ଜହ୍ନମାମୁଁ ଖେଳିବା ପୁଚି
ମେଘ ଉହାଡରେ ଯାଆନା ଲୁଚି
ଗଡି ଯାଉଅଛି ବେଳ,
ଧମମଣି ସାଙ୍ଗେ ଖେଳିବୁ ନାହିଁକି
ଆସି ଲୁଚକାଳି ଖେଳ ?
ଆ‘ ଜହ୍ନମାମୁଁ କତିକି ଧାଇଁ
ଧନା ପରା ତୋତେ ରହିଛି ଚାହିଁ –
ଅଗଣାରେ ଶେଯ ପାରି,
ଥକା ହୋଇ ଦୁହେଁ ଶୋଇପଡିବ ରେ
ନିଦ ଯେବେ ଦେବ ଘାରି ।