• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Bodhisatwa O Brahmarakhyasa
ଗଳ୍ପ

Bodhisatwa O Brahmarakhyasa

Liza SBy Liza SNovember 12, 2022No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Odia Story Bodhisatwa O Brahmarakhyasa
Odia Story Bodhisatwa O Brahmarakhyasa
Share
Facebook Twitter Pinterest Reddit Email

ବ୍ରହ୍ମଦତ ଯେତେବେଳେ କାଶୀନଗରୀ ଉପରେ ରାଜୁତି କରୁଥିଲେ, ବୋଧିସତ୍ତ୍ଵ ସେତେବେଳେ ଗୋଟିଏ ବଣିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବୋଧିସତ୍ତ୍ଵଙ୍କ ପିତା ଜଣେ ନ୍ୟାୟପରାୟଣ ବଣିକ ଥିଲେ ଏବଂ ପୁତ୍ରର ଉପଯୁକ୍ତ ଶିକ୍ଷାଲାଭ ନିମନ୍ତେ ବୋଧିସତ୍ତ୍ଵଙ୍କୁ ସେ ବାରାଣସୀରେ ଅବସ୍ଥିତ ଗୋଟିଏ ବିଖ୍ୟାତ ଗୁରୁକୂଳରେ ନେଇ ଛାଡିଥିଲେ ।

ଗୁରୁକୂଳରେ ଶିକ୍ଷା ସମାପନ କରି ବୋଧିସତ୍ତ୍ଵ ଯେତେବେଳେ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ପିତା ତାଙ୍କୁ କହିଲେ, “ପୁତ୍ର! ମୋର ବୟସ କ୍ରମେ ବାର୍ଦ୍ଧକ୍ୟରେ ଆସି ଉପନୀତ ହେଲାଣି । ଏପରି ପରିସ୍ଥିତିରେ ମୁଁ ବା ଆଉ କେତେଦିନ ବାଣିଜ୍ୟ ଚଳାଇ ପାରିବି? ମୋର ଇଚ୍ଛା, ତୁ ମୋ ସାଥିରେ ଚାଲ । ଦୂରଦୂରାନ୍ତରର ଯେଉଁ ସବୁ ବଣିକମାନଙ୍କ ସହ ମୋର ସମ୍ପର୍କ ରହିଛି, ସେମାନଙ୍କ ସହ ମୁଁ ତୋର ପରିଚୟ କରାଇଦେବି । ଭବିଷ୍ୟତରେ ସେମାନେ ତୋ ସହ କାରବାର କରିବେ ।”

ବଣିକଙ୍କ ପ୍ରସ୍ତାବରେ ବୋଧିସତ୍ତ୍ଵ ଅସମ୍ମତ ହେବାର କୌଣସି ପ୍ରଶ୍ନହିଁ ଉଠୁ ନଥିଲା । ଯଥାଶୀଘ୍ର ପିତାପୁତ୍ର ଅନେକ ମଣିମାଣିକ୍ୟ ଧରି ସେସବୁ ଅନ୍ୟତ୍ର ବିକ୍ରୟ କରିବା ନିମନ୍ତେ ବାହାରି ପଡିଲେ ।

ସେମାନେ ପ୍ରାୟ ଛଅମାସ କାଳ ବହୁ ଗ୍ରାମ ନଗରୀ ଭ୍ରମଣ କଲେ । ମଣିମାଣିକ୍ୟ ବିକ୍ରୟ ହେବା ସଙ୍ଗେ ସଙ୍ଗେ ବୋଧିସତ୍ତ୍ଵଙ୍କ ସହ ଅନ୍ୟ ବଣିକମାନଙ୍କର ମଧ୍ୟ ପରିଚୟ ହେଲା ।

ତା’ପରେ ପିତାପୁତ୍ର ନିଜ ସହର ଅଭିମୁଖେ ଯାତ୍ରାରମ୍ଭ କଲେ । ବାଟରେ ଦିନେ ସେମାନେ ଗୋଟିଏ ନଗରୀର ସୀମାରେ ଆସି ପହଁଚିବା ବେଳକୁ ସଞ୍ଜ ହୋଇ ଯାଇଥାଏ । ସେ ନଗରୀକୁ ଗୋଟିଏ ଉଚ୍ଚ ପ୍ରାଚୀର ବେଷ୍ଟନ କରିଥାଏ । ପିତାପୁତ୍ର ସେଠାରେ ପହଁଚିବା ବେଳକୁ ନଗରୀର ଫାଟକ ସେଦିନ ସକାଶେ ବନ୍ଦ ହୋଇ ଗଲାଣି ।

ଫାଟକ ଜଗିଥିବା ପ୍ରହରୀକୁ ବଣିକ କହିଲେ, “ଭଦ୍ରେ! ଆମ ପାଇଁ ଦ୍ୱାର ଖୋଲିଦିଅ ।”

ପ୍ରହରୀ କହିଲା, “ମହାଶୟ, ଆପଣ ଯେ ସମ୍ଭ୍ରାନ୍ତ ଲୋକ, ତାହା ତ ଆପଣଙ୍କ କଥାବାର୍ତ୍ତା ଓ ଚେହେରାରୁ ମୁଁ ଠିକ୍ ବୁଝି ପାରୁଛି । କିନ୍ତୁ ରାଜାଙ୍କ ଆଦେଶ ଆଜିକାଲି ସୂର୍ଯ୍ୟାସ୍ତ ହେବା ମାତ୍ରେ ପ୍ରାଚୀର ଦ୍ୱାର ବନ୍ଦ କରିବାକୁ ହେବ । ସୂର୍ଯ୍ୟୋଦୟ ବେଳେ ଯାଇ ଏ ଦ୍ୱାର ଖୋଲା ହେବ । ଏଥିରେ ଅନ୍ୟଥା କଲେ ମୋର ପ୍ରାଣଟି ଯିବ ।”

ବଣିକ ଚିନ୍ତିତ ଭାବରେ କହିଲେ, “ବଡ ଅସୁବିଧା କଥା ହେଲା ତ? ନଗରୀ ଭିତରେ କୌଣସି ଚଟିଘରେ ଯାଇ ଆମେ ଖିଆପିଆ କରିବୁ ବୋଲି ଭାବିଥିଲୁ । ହେଲେ ବର୍ତ୍ତମାନ କ’ଣ କରାଯିବ?”

ପ୍ରହରୀ କହିଲା, “ମହାଶୟ, ମୋ କୁଡିଆ ଏଇଠି । ମୋ ପାଖରେ ରୋଷେଇବାସ କରିବା ନିମନ୍ତେ ସାଜସରଞ୍ଜାମ ଅଛି । ଭରପୁର୍ ପାଣି ମଧ୍ୟ ରହିଛି । ହେଲେ, କୌଣସି ଖାଦ୍ୟସାମଗ୍ରୀ ନାହିଁ । ଆପଣଙ୍କ ପାଖରେ ଯଦି ଖାଦ୍ୟ ସାମଗ୍ରୀ ଅଛି, ତେବେ ଆପଣ ମୋ କୁଟୀରରେ ରୋଷେଇ କରି ଖାଇନେଇ ପାରନ୍ତି ।”

ବଣିକଙ୍କ ପାଖରେ କିଛି ଖାଦ୍ୟ ପଦାର୍ଥ ଥିଲା । ପିତା ପୁତ୍ର ପ୍ରହରୀର କୁଡିଆରେ ଯାଇ ରୋଷେଇ କଲେ ଓ ସେଠାରେ ଖିଆପିଆ କଲେ । କିନ୍ତୁ ସେ କୁଡିଆରେ ଶୋଇଲା ଭଳି ସ୍ଥାନ ନଥିଲା । ସେଠି ପୁଣି ପ୍ରହରୀର ସହକାରୀ ଆସି ଶୋଇବା କଥା ।

ପ୍ରହରୀକୁ ତା’ ସହାନୁଭୂତି ସକାଶେ ଧନ୍ୟବାଦ ଦେଇସାରି ବଣିକ ପଚାରିଲେ, “ଭଦ୍ରେ! ଏଠି ରାତ୍ରି ଯାପନ ସକାଶେ କୌଣସି ଗୃହ ନାହିଁ?”

ପ୍ରହରୀ କହିଲା “ମହାଶୟ, ସବୁ ଅତିଥିଶାଳା ପ୍ରାଚୀର ସେପଟେ । କିନ୍ତୁ ଏପଟେ କିଛି ନାହିଁ । ତେବେ ଆପଣ ଇଚ୍ଛା କଲେ ପଶ୍ଚିମ ଦିଗରେ ଦିଶୁଥିବା ଘରେ ଯାଇ ରାତ୍ରିଯାପନ କରି ପାରନ୍ତି – ସାହସ ଥିଲେ ।”

ବଣିକ ପଚାରିଲେ “ସେଥିସକାଶେ ସାହସର କ’ଣ ପ୍ରୟୋଜନ?”

ପ୍ରହରୀ ଟିକିଏ ସଙ୍କୋଚ କରି କହିଲା, “ସେ ଘରେ ଗୋଟିଏ ବ୍ରହ୍ମରାକ୍ଷସ ରହେ । ସେଥିପାଇଁ କେହି ବି ତା’ ପାଖ ମାଡନ୍ତି ନାହିଁ ।”

ବୋଧିସତ୍ତ୍ଵ ପଚାରିଲେ “କାହିଁକି? ଲୋକେ ସେ ବ୍ରହ୍ମରାକ୍ଷସକୁ ଭୟ କରିବାର କାରଣ କ’ଣ?”

ପ୍ରହରୀ ବୁଝାଇ ଦେଲା “ଆପଣ ଏ କ’ଣ କହୁଛନ୍ତି? ବ୍ରହ୍ମରାକ୍ଷସକୁ ଭୟ କରିବେ ନାହିଁ? ଦିନଥିଲା, ଯିଏ ଏ ବ୍ରହ୍ମରାକ୍ଷସ ହାବୁଡରେ ପଡୁଥିଲା, ସେ ମରୁଥିଲା । ଖାଲି ସେ ଘରେ ନୁହେଁ, ସଂନ୍ଧ୍ୟା ପରେ ଏ ଆଖପାଖରେ ବ୍ରହ୍ମରାକ୍ଷସ ଯାହାକୁ ବି ଦେଖୁଥିଲା ତା’ର ସେ ପ୍ରାଣନାଶ କରୁଥିଲା । ଗତ କେତେବର୍ଷ ହେଲା ତା’ର ଉପଦ୍ରବ କିଛିଟା କମ୍ ହୋଇଛି ସତ, ତଥାପି ଗଲାବର୍ଷ ସେ ଜଣକୁ ମାରିଥିବାର ଆମେ ଜାଣୁ । ଅନେକ ସମୟରେ ମୁଁ ତାକୁ ଦୂରରୁ ଦେଖିଛି । ତା’ ଚେହେରା ଦେଖିଲେ ଯେ କୌଣସି ମଣିଷ ମଧ୍ୟ ଛାନିଆ ହୋଇ ପଡିବ ।”

ବଣିକ ଏକଥା ଶୁଣି ଚିନ୍ତାମଗ୍ନ ହେଲେ । କିନ୍ତୁ ବୋଧିସତ୍ତ୍ଵ କହିଲେ, “ପିତା! ବ୍ରହ୍ମରାକ୍ଷସକୁ ଭୟ ନାହିଁ । ପ୍ରୟୋଜନ ହେଲେ ତାକୁ ଜଦ୍ଦ କରିବା ଭଳି ଶକ୍ତି ମୋର ଅଛି ।”

ବଣିକ ଜାଣିଥିଲେ ଯେ ବୋଧିସତ୍ତ୍ଵ କେତେବେଳେ ହେଲେ ବୃଥା ଆସ୍ଫାଳନ କରନ୍ତି ନାହିଁ । ତେଣୁ ସେ ପୁତ୍ରଙ୍କୁ ଅନୁସରଣ କରି ସେ ପରିତ୍ୟକ୍ତ ଘରକୁ ଗଲେ ।

ସେଠାରେ ପିତା ପୁତ୍ର ଶୋଇବାର ବ୍ୟବସ୍ଥା କରୁଛନ୍ତି, ବୋଧିସତ୍ତ୍ଵ ଲକ୍ଷ୍ୟ କରି ଦେଖିଲେ, ବ୍ରହ୍ମରାକ୍ଷସ ଗୋଟିଏ ଅନ୍ଧାରୁଆ କୋଣରେ ଠିଆ ହୋଇ ସେ ଦୁହିଁଙ୍କୁ ଲକ୍ଷ୍ୟ କରୁଛି । ବୋଧିସତ୍ତ୍ଵ ବୁଝିପାରିଲେ ଯେ ସେ କିଛି ଗୋଟାଏ ଘଟିବାକୁ ଅପେକ୍ଷା କରିଛି । ତାହା ଘଟିଲେ ଯାଇ ସେ ସେମାନଙ୍କୁ ଖାଇବାକୁ ଉଦ୍ୟତ ହେବ ।

ସେତିକିବେଳେ ବଣିକ ଛିଙ୍କିଲେ । ସଙ୍ଗେ ସଙ୍ଗେ ବ୍ରହ୍ମରାକ୍ଷସ ମୁହଁରେ ଆହ୍ଲାଦ ଦେଖାଦେଲା । ସେ ତାଙ୍କଆଡେ ମାଡି ଆସିଲା ।

ବୋଧିସତ୍ତ୍ଵ ଇଚ୍ଛା କରିଥିଲେ ନିଜ ଶକ୍ତି ବଳରେ ତାକୁ ଅଟକାଇ ପାରିଥାନ୍ତେ । କିନ୍ତୁ ତାହା ନକରି ସେ କହିଲେ, “ସତ୍ ସତ୍!”

ବ୍ରହ୍ମରାକ୍ଷସ ସଙ୍ଗେ ସଙ୍ଗେ ଅଟକିଗଲା । ତା’ ମୁହଁରେ ହତାଶା ଦେଖାଦେଲା । ସେ ବୁଲିପଡି ପ୍ରାଚୀର ଆଡେ ଚାଲିଯିବାକୁ ଲାଗିଲା ।

ମଜା ଦେଖିବା ନିମନ୍ତେ ବୋଧିସତ୍ତ୍ଵ ନାକରେ ଖଣ୍ଡିଏ କନା ଦେଇ ଛିଙ୍କିଲେ । ବ୍ରହ୍ମରାକ୍ଷସ ତତ୍କ୍ଷଣାତ୍ ବୁଲି ପଡି ତାଙ୍କ ଆଡେ ଆଗେଇ ଆସିଲା । ତା’ ମୁହଁରେ ଆଶା ଫୁଟି ଉଠିଥାଏ ।

କିନ୍ତୁ ବଣିକ କହିଲେ “ସତ୍ ସତ୍!”

ବ୍ରହ୍ମରାକ୍ଷସ ସଙ୍ଗେ ସଙ୍ଗେ “ଧୂତେରେ!” କହି ବୁଲିପଡିଲା ଓ ସେଠାରୁ ଚାଲିଯିବାକୁ ଉଦ୍ୟତ ହେଲା ।

ବୋଧିସତ୍ତ୍ଵ ପଛରୁ ଡାକିଲେ, “ହୋ ବ୍ରହ୍ମରାକ୍ଷସ! ଆସୁଥିଲ ଯଦି, କଥା ନାହିଁ, ବାର୍ତ୍ତା ନାହିଁ କାହିଁକି ଚାଲିଯାଉଛ?”

ବ୍ରହ୍ମରାକ୍ଷସ ଧିରେ ଧିରେ ପଛକୁ ବୁଲି ଅନାଇଲା । ସେ ବୋଧିସତ୍ତ୍ଵଙ୍କ ମୁହଁରେ ଅପୂର୍ବ ଦ୍ୟୁତି ଦେଖିଲା । ବୋଧିସତ୍ତ୍ଵ ଯେ ଜଣେ ମହାନ୍ ବ୍ୟକ୍ତି, ଏକଥା ସେ ବୁଝି ପାରିଲା ।

ତା’ପରେ ଧିରେ ଧିରେ ଆସି ବୋଧିସତ୍ତ୍ଵଙ୍କୁ ସେ ପ୍ରଣାମ କଲା ।

ବୋଧିସତ୍ତ୍ଵ ପଚାରିଲେ “ତମେ ତ ଆମ ଭିତରୁ ଜଣକୁ କାହାକୁ ଉଦରସ୍ଥ କରିବାକୁ ଚାହୁଁଥିଲ, କିନ୍ତୁ ତାହା ନକରି କାହିଁକି ଲେଉଟି ଗଲ?”

ବ୍ରହ୍ମରାକ୍ଷସ ଦୁଃଖ କରି କହିଲା “ଦିନଥିଲା, ମୁଁ ଯାହାକୁ ମନ ତାହାକୁ ଧରି ଖାଇ ଯାଉଥିଲି । ସ୍ୱେଚ୍ଛାରେ ପାର୍ଶ୍ଵବର୍ତ୍ତୀ ଅରଣ୍ୟରେ ବିଚରଣ କରୁଥିଲି । ଦିନେ ସଂନ୍ଧ୍ୟାବେଳେ ନଈ କୂଳରେ ଜଣେ ଏକାକୀ ପଥିକକୁ ଦେଖି ଯେମିତି ଧରିବାକୁ ଯାଇଛି, ସେ ପଥିକ କ’ଣ କଲେ କେଜାଣି, ମୁଁ ଛିଟିକି ହୋଇ ଖଣ୍ଡେ ଦୂରରେ ଯାଇ ପଡିଲି । ଅନାଇ ଦେଖିଲି, ସେ ଜଣେ ସନ୍ନ୍ୟାସୀ । ସେ କହିଲେ, ‘ମୁଁ ଧ୍ୟାନ କରିବାକୁ ଯାଉଥିଲି, ତୋର ଏଡେ ବହପ, ତୁ ମୋତେ ଖାଇବାକୁ ବସିଲୁ? ମୁଁ ଆଜି ତୋତେ ଶାପ ଦେଲି, ଏଣିକି ତୁ ଆଉ ମଣିଷ ଖାଇ ପାରିବୁ ନାହିଁ । ଖାଇଲେ ଜଳି ପାଉଁଶ ହୋଇଯିବୁ ।’ ମୁଁ କାକୁତିମିନତି କରି କହିଲି, ‘ଆପଣ ଏମିତି ଶାପ ଦେଲେ କ’ଣ ଚଳିବ? ମୋ ପ୍ରତି ଟିକେ ଦୟା କରନ୍ତୁ ।’ ସନ୍ନ୍ୟାସୀ ଦୟା କରି କହିଲେ, ‘ହେଲା, ଯଦି କେହି ତୋ ଆଗରେ ଛିଙ୍କିବ, ତାକୁ ତୁ ଖାଇ ପାରିବୁ । କିନ୍ତୁ ଜଣେ ଛିଙ୍କିବା ସଙ୍ଗେ ସଙ୍ଗେ ସେ ନିଜେ ଅଥବା ତା’ ପାଖରେ ଥିବା କେହି ଲୋକ ଯଦି ସତ୍ ସତ୍ କହିବ, ତେବେ ତୋ ଖାଇବା କଥା ହେବ ନାହିଁ ।’ ସେହି ଦିନରୁ ମୁଁ ପ୍ରାୟ ଅନାହାରରେ ରହିଛି । ବର୍ଷକରେ ଥରେ ଗୋଟିଏ ମଣିଷ ଖାଇବାର ସୁଯୋଗ ଜୁଟେ କି ନାହିଁ ।”

ବୋଧିସତ୍ତ୍ଵ କହିଲେ “ମଣିଷ ଖାଇବାକୁ ତୁମ୍ଭେ ସୁଯୋଗ ବୋଲି ମଣୁଛ । ସେଥିପାଇଁ ଏତେ ଦୁଃଖ । ତମେ ନିଜ ମନରୁ ସେ ଧାରଣା ଦୂର କରିଦିଅ । ମଣିଷ ଖାଇବା ବଡ ପାପ । ତମେ ବ୍ରହ୍ମରାକ୍ଷସ । ତମର ସ୍ଥୁଳ ଖାଦ୍ୟ ଆବଶ୍ୟକ ନାହିଁ । ଏତକ କାହିଁକି ବୁଝି ପାରୁନାହଁ?”

ବ୍ରହ୍ମରାକ୍ଷସ ନୂଆ କରି ସେକଥା ବୁଝିଲା ଓ ବୋଧିସତ୍ତ୍ଵଙ୍କ ପ୍ରତି କୃତଜ୍ଞତା ପ୍ରକଟ କଲା । ପରଦିନ ବଣିକ ଓ ବୋଧିସତ୍ତ୍ଵ ସେ ନଗରୀର ରାଜାଙ୍କୁ ଭେଟିଲେ । ବ୍ରହ୍ମରାକ୍ଷସକୁ ନେଇଯାଇ ବୋଧିସତ୍ତ୍ଵ ରାଜାଙ୍କ ସହ ଭେଟ କରାଇ ଦେଲେ । ନରଖାଦକ ରୂପେ ସେ ଅଂଚଳରେ ସନ୍ତ୍ରାସ ସୃଷ୍ଟି କରିଥିବା ବ୍ରହ୍ମରାକ୍ଷସର ହୃଦୟ ପରିବର୍ତ୍ତନ ହୋଇଥିବାର ଜାଣି ରାଜା ବହୁତ ଖୁସି ହେଲେ । ରାଜା ବୋଧିସତ୍ତ୍ଵଙ୍କୁ ଅନୁରୋଧ କଲେ କି ସେ ତାଙ୍କର ମନ୍ତ୍ରୀ ହୋଇ ରହନ୍ତୁ । ବୋଧିସତ୍ତ୍ଵ ତାଙ୍କ ପିତାଙ୍କ ଅନୁମତି କ୍ରମେ ସେ ଅନୁରୋଧ ରକ୍ଷା କଲେ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous ArticleMantri Nirbachana
Next Article Abhisapta Upatyaka
Liza S

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.