• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»Duradrushti
ଗଳ୍ପ

Duradrushti

Liza SBy Liza SMay 28, 2022No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Druradrushti
Druradrushti
Share
Facebook Twitter Pinterest Reddit Email

ହରିପୁର ଗ୍ରାମରେ ନାଗେଶ୍ୱର ନାମକ ଜଣେ ସାଧାରଣ ପରିବାରର ଲୋକ ରହୁଥିଲେ । ତାଙ୍କର ପତ୍ନୀ ଓ ଦୁଇଟି ସନ୍ତାନ ଥିଲେ । ଏକମାତ୍ର ଭଉଣୀର ବିବାହ ସୁଗନ୍ଧପୁର ନିବାସୀ ବର୍ଦ୍ଧନଙ୍କ ସହିତ ହୋଇ ସାରିଥାଏ । ତେଣୁ ସେ ତା’ ଶ୍ୱଶୁର ଘରେ ଥାଏ । ବର୍ଦ୍ଧନ ମଧ୍ୟ ସାଧାରଣ ପରିବାରର ଅଟନ୍ତି ।

କିଛି ଦିନ ପରେ ବର୍ଦ୍ଧନ ହୃଦରୋଗରେ ପୀଡିତ ହେଲେ । ଏଭଳି ପରିସ୍ଥିତିରେ ନାଗେଶ୍ୱରଙ୍କ ପତ୍ନୀ ନିଜ ପତିଙ୍କୁ ଅନୁରୋଧ କରି ବର୍ଦ୍ଧନ ଓ ତାଙ୍କ ପତ୍ନୀ ସମେତ ପୁରା ପରିବାରକୁ ନିଜ ଘରକୁ ଡକାଇ ଆଣିଲେ । ଭଲ ଡାକ୍ତରଙ୍କୁ ଦେଖାଇ ତାର ଚିକିତ୍ସା କରାଇଲେ । ରୋଗୀର ସେବାଯତ୍ନରେ ଆଦୌ ଟିକେବି ହେଳା କଲେ ନାହିଁ । ଦେଖୁ ଦେଖୁ ବର୍ଦ୍ଧନ ତିନିମାସ ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଉଠିଲେ ।

ବର୍ଦ୍ଧନ ଓ ତାଙ୍କ ପତ୍ନୀ ନାଗେଶ୍ୱର ଓ ତାଙ୍କ ପତ୍ନୀଙ୍କୁ ଗଦ୍ଗଦ୍ କଣ୍ଠରେ କୃତଜ୍ଞତା ଜଣାଇ ସପରିବାରେ ନିଜ ଗ୍ରାମକୁ ଫେରିଗଲେ ।

ଦିନେ ନାଗେଶ୍ୱର ତାଙ୍କ ପତ୍ନୀ ସାବିତ୍ରୀଙ୍କୁ କହିଲେ,”ନିଜର ନଣନ୍ଦ ଓ ତା’ର ପରିବାରକୁ ଏତେ ଦୟା ଓ ଆଦର ଭାବ ଦେଖାଉଥିବା ମହିଳା ମୁଁ ଆଜିଯାଏଁ କୋଉଠି ହେଲେବି ଦେଖି ନାହିଁ । ତୁମେ ନିଜର ଭାଇଠାରୁ ବଳି ଅଧିକ ସେବା ବର୍ଦ୍ଧନକୁ କରି ତା’କୁ ଆରୋଗ୍ୟ କରାଇଲ । ତୁମର ଏପରି ଦୟାଗୁଣ ମୋ ମନରେ ଅନେକ ଗର୍ବ ଓ ଆନନ୍ଦ ଆଣି ଦେଉଛି ।”

ପତିଙ୍କ କଥାରେ ସାବିତ୍ରୀ ହସରେ ଫାଟି ପଡି କହିଲେ,”ତୁମେ କେବଳ ମୋ ଠାରେ ଦୟାଗୁଣ ଦେଖି ପାରିଲ । କିନ୍ତୁ ମୋର ଚିନ୍ତାଧାରା କେତେ ଯେ ଦୂରଦୃଷ୍ଟି ସମ୍ପନ୍ନ, ତାହା ତୁମେ ଜାଣି ପାରିଲ ନାହିଁ ।”

ନାଗେଶ୍ୱର ଏଥିରୁ କିଛି ବୁଝି ନ ପାରି ବୋକାଙ୍କ ପରି ଚାହିଁ ରହିଲେ ।

ସାବିତ୍ରୀ ବିସ୍ତାର ପୂର୍ବକ କହିଲା”ବୁଝିଲ, ତମର ଭଉଣୀ ସୌଭାଗ୍ୟବତୀ ରୁହନ୍ତୁ, ଏହା ହିଁ ମୋର ଇଚ୍ଛା । ଜଣେ ସାଧାରଣ ପରିବାରର ଝିଅ ପତିଙ୍କୁ ହରାଇଲେ, ପରିବାର ସହିତ ବାପା ଘରେ ଆସି ସେ ଆଶ୍ରୟ ନେବ । ଏହା ବ୍ୟତୀତ ତା’ର ଆଉ କୌଣସି ଚାରା ନାହିଁ । ତୁମ ଭିଣୋଇଙ୍କର କିଛି ହାନିଲାଭ ହୋଇଥିଲେ, ଭଉଣୀର ପରିବାରର ବୋଝ ଆମ ଉପରେ ହିଁ ପଡି ଥାଆନ୍ତି । ଏହି କଥା ଭାବି ମୁଁ ତୁମର ଭିଣୋଇଙ୍କୁ ଡକାଇ ଉତ୍ତମ ଚିକିତ୍ସାର ସମସ୍ତ ପ୍ରକାର ବନ୍ଦୋବସ୍ତ କରାଇଲି । ଏହା ହିଁ ମୋର ଦୂରଦୃଷ୍ଟି, ନୁହେଁ ତ ଆଉ କ’ଣ?”

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleମହାଭାରତ
Next Article କଥାକୁହା ଫଳ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.