• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଶିଶୁ»ଶିଶୁ ଗଳ୍ପ»ହୁସ୍ ହୁସ୍
ଶିଶୁ ଗଳ୍ପ

ହୁସ୍ ହୁସ୍

Liza SBy Liza SFebruary 19, 2023No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Husu-Husu
Odia-Story-Husu-Husu
Share
Facebook Twitter Pinterest Reddit Email

ଭୟଙ୍କର ତୋଫାନ୍ରେ ଗୋଟିଏ ନୌକା ହଠାତ୍ ଡୁବି ଗଲା । ମାତ୍ର ସେଥିରେ ଥିବା ତିନିଜଣ ଲୋକ କୌଣସି ମତେ ପହଁରି ଗୋଟିଏ ଦ୍ୱୀପରେଯାଇ ପହଁଚିଲେ । ଯାହା ହେଉ ସେମାନଙ୍କର ପ୍ରାଣ ବଂଚିଗଲା ।ସେହି ଦ୍ୱୀପଟି ଫଳଫୁଲରେ ଭରା, ଜନମାନବଶୂନ୍ୟ । ପାଖରେ ନଦୀଟିଏ ବହିଯାଉଥାଏ । ସେଥିରେ ମାଛ ଭର୍ତ୍ତି । ତିନିଜଣ ଯାକ ସେହିସବୁ ଖାଇ ଜୁଆ ଖେଳନ୍ତି ଓ ପ୍ରାଣ ବଂଚେଇ ରହିଥାନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗ୍ରାମମୁଖିଆ, ଜଣେ ହେଉଛନ୍ତି ଚାଷୀ ଓ ଅନ୍ୟଟି ଲଫଙ୍ଗା ।

ଦିନେ ସେ ତିନିଜଣଯାକ ସମୁଦ୍ର କୁଳରେ ବୁଲୁଥା’ନ୍ତି । ମୁଖିଆ ଦେଖିଲେ ସମୁଦ୍ରବାଲିରେ ଗୋଟିଏ ବୋତଲ ପଡିଛି । ଚାଷୀ ତାକୁ ହାତରେ ଉଠାଇ ଧରିଲା ଓ ସେ ଲଫଙ୍ଗା ଲୋକଟି ତା’ର ଠିପି ଖୋଲି ଦେଲା । ତାହା ଭିତରୁ ଏକ ବିରାଟ ଭୂତ ବାହାରିଲା, ତା’ପରେ ସେ ଭୂତଟି ଅଟ୍ଟହାସ୍ୟ କଲା । ତାକୁ ଦେଖି ଏ ତିନିଜଣ ଯାକ ଅତ୍ୟନ୍ତ ଭୟରେ ଥରି ସେଠାରୁ ଧାଇଁ ପଳାଇବାକୁ ଲାଗିଲେ । ଭୂତ କହିଲା, “ଆହାହା, ପଳାଅନାହିଁ, ମୁଁ ତୁମର ସେମିତି କିଛି କ୍ଷତି କରିବି ନାହିଁ । ତୁମେମାନେ ତ ମୋତେ ଏ ବୋତଲ ଭିତରୁ ମୁକ୍ତି ଦେଇଛ । ତେଣୁ ପ୍ରତ୍ୟେକେ ଗୋଟିଏ ଗୋଟିଏ ବର ମାଗ । ମୁଁ ତୁମର ଇଚ୍ଛା ଅବଶ୍ୟ ପୂର୍ଣ୍ଣ କରିବି । ଗ୍ରାମ ପ୍ରମୁଖ କହିଲା, “ଗ୍ରାମବାସୀଙ୍କ ଝଗଡା ସମାଧାନ କରିବାକୁ ମୋର ଏବେହିଁ ଗ୍ରାମକୁ ଯିବା ଦରକାର ।”ତା’କଥା ଶୁଣି ଭୂତଟି “ହୁସ୍” କହିଦେବା ମାତ୍ରେ ସେହି କ୍ଷଣି ସେ ଗ୍ରାମ ପ୍ରମୁଖ କୁଆଡେ ଅନ୍ତର୍ଦ୍ଧାନ ହେଲା । ଚାଷୀଟି କହିଲା, “ଫସଲ କଟା ସମୟ । ଗ୍ରାମକୁ ଗଲେ ଫସଲ କାଟନ୍ତି ।”

ତା’ପରେ ସେ ଭୂତଟି “ହୁସ୍” କହିବାରୁ ସେ ଚାଷୀଟି ବି ତତକ୍ଷଣାତ୍ ଅଦୃଶ୍ୟ ହୋଇଗଲା ।ଲଫଙ୍ଗା କହିଲା, “ଆରେ ଦି’ଜଣ ତ ପଳେଇଲେ! ମୁଁ କିପରି ଜୁଆ ଏକେଲା ଖେଳିବି? ତିନିଜଣ ହେଲେ ସିନା ଏ ଖେଳ ଜମିବ ।”ଭୂତ “ହୁସ୍ ହୁସ୍” କହିଲା ଓ ତତ୍କ୍ଷଣାତ୍ ସେ ଅନ୍ୟ ଦୁଇଜଣ ମଧ୍ୟ ସେଠାରେ ଆସି ହାଜର୍ । ତା’ପରେ ଭୂତ କିନ୍ତୁ ଉଭାନ୍ ହୋଇଗଲା ।

Husu husu New odia Story New odia story Odia New story
Share. Facebook Twitter Pinterest LinkedIn Tumblr Reddit Email
Previous Articleବୁଦ୍ଧି
Next Article ରୂପଧରଙ୍କ ଯାତ୍ରା
Liza S

Related Posts

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023

ଅଭିନବ ବିବାହ

March 16, 2023

ଚନ୍ଦ୍ରହାର

March 15, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.