ଉତ୍ତର ପ୍ରଦେଶ ଅନ୍ତର୍ଗତ ବଳରାମପୁର ରାଜପ୍ରାସାଦର ରାଜସଭା ପ୍ରବେଶ କଲେ ଜଣେ ସୋମ୍ଯଦର୍ଶନ ଯୁବକ । ରାଜାଙ୍କୁ ସଂବାଦ ଦିଆଗଲା , ନବଦ୍ବୀପରୁ ଶିକ୍ଷାପ୍ରାପ୍ତ ଜଣେ ପଣ୍ଡିତ ଆସିଛନ୍ତି । ରାଜା ଙ୍କ ନିର୍ଦ୍ଦେଶର ତାଙ୍କୁ ରାଜାଙ୍କ ସମ୍ମୁଖକୁ ପାଛୋଟି ନିଆଗଲା । ରାଜା କେବଳ ନାମମାତ୍ର ରାଜା ନଥିଲେ । ସେ ଜଣେ ପ୍ରବଣୀ ସଂସ୍କୃତ ପଣ୍ଡିତ ।ସେ ଆଗନ୍ତୁକୁଙ୍କୁ ପ୍ରଶ୍ନ କଲେ ‘କ୍ବଃ ପୂବଃ ‘? ଆଗନ୍ତୁକ ପଣ୍ଡିତ ଉତ୍ତର ଦେଲେ ‘ପୂରୀ ପୂର୍ଣ୍ଣଃ’ । ବେଶ , ଏଇ କଥା ଦୁଇପଦ ରେ ପରିଚୟ ଓ ଘନିଷଷ୍ଠତା ହୋଇଗଲା । ଆଉ କୁଶଳ ପ୍ରଶ୍ନର ଆବଶ୍ଯକତା ନଥିଲା ।ଅର୍ଥାତ୍ କ୍ବଃ (କେଉଁ) ପୁର (ରୁ ) ବଃ (ଆପଣ) ଆସିଛନ୍ତି । ପୂରୀ ନାମକ ପୁରୀ(ରୁ) ନଃ( ଆମ୍ଭେ ) ଆସିଅଛୁ । ରାଜା ତାଙ୍କ ଆଗମନର ଅଭିପ୍ରାୟ ପଚାରିଲେ । ‘ଜଗନ୍ନାଥ- ପୂରୀ ‘ ଧାମରେ ଗୋଟିଏ ସଂସ୍କୃତ ବିଦ୍ଯାଳୟ ସ୍ଥାପନ ନିମନ୍ତେ ଆର୍ଥିକ ଅନୁଦାନ ଲାଗି ପଣ୍ଡିତେ ଅନୁରୋଧ ବ୍ଯକ୍ତ କଲେ । ରାଜା ତ ତ୍କ୍ଷଣାତ ତାହା ପୂରଣ କରିଥିଲେ । ପଣ୍ଡିତେ ତାଙ୍କୁ ପୂରୀ ଆସିବାକୁ ନିବେଦନ କରି ଫେରିଲେ ।ରାଜା ତହିଁ ପରବର୍ଷ ପୂରୀକୁ ତୀର୍ଥଯାତ୍ରା ରେ ଆସି ସଂସ୍କୃତ ବିଦ୍ଯାଳୟଟି ଦେଖି ମୁଗ୍ ଧ ହେଲେ ଏବଂ ଜଗନ୍ନଥଙ୍କ ନିମନ୍ତେ ବିକ୍ଷ୍ଯ ଭୋଗବାବଦରେ ପ୍ରଦାନ କରବାକୁ ଯାଉଥିବା ଅର୍ଥକୁ ବିଦ୍ଯାଳୟ ତଥା ଛାତ୍ରବୃତି ନିମନ୍ତେ ଖଞ୍ଜଦେଲେ । ପ୍ର ତ୍ଯେକ ଛାତ୍ରଙ୍କ ପାଇଁ ବୃତ୍ତି ଥିଲା ମାସିକ ତିନି ଟଙ୍କା । ଏଇ ପଣ୍ଡିତ ହେଉଛନ୍ତି ସ୍କୁଲର ପ୍ରତିଷ୍ଟାତା ପଣ୍ଡିତ ହରିହର ଦାଶଶର୍ମା।
ନବଦ୍ବୀପରେ କେବେ ତାଙ୍କର ଅଧ୍ଯୟନ ଆରମ୍ଭ ହେଲା କହିବା କଷ୍ଟକର ।ତଥାପି ନଦୀୟାର ସଂସ୍କୃତ ଟୋଲମାନଙ୍କରେ ଅନୁସନ୍ଧାନ କରିଥିବା କାୱଲ ସାହେବଙ୍କ ୧୮୬୪ ମସିହା ରପୋଟ ଅନୁସାରେ ଜନୈକ ହରିହର ଶିରୋମଣିଙ୍କ ଦ୍ବାରା ଗୋଟିଏ ସଂସ୍କୃତ ତୋଲ ସେଠାରେ ପରିଚିତ ହେଉଥିଲା। ସମ୍ଭବତଃ ପଣ୍ଡିତ ହରିହର ଏହି ଟୋଲର ଅଧ୍ଯାପନ କାର୍ଯ୍ଯ ରେ ଚିଯୁକ୍ତ ଥିଲେ । କିନ୍ତୁ ‘ଉତ୍କଳ ଦୀପିକା ‘ରୁ ଜଣାଯାଏ , ସେ କଲିକତା ସଂସ୍କୃତ କଲେଜରେ ପ୍ରଚଳିତ ସିଲାବସ୍ ଅନୁସାରେ ପରୀକ୍ଷା ରେ ଦେଇ ଯୋଗ୍ଯ ତା ହାସଲ କରିଥିଲେ । ପୂର୍ବରୁ ବିଦ୍ଯାଳ ୟ ପରିଚାଳନାର ଅଭିଜ୍ଞତା ଥିବା ହେତୁ ଫୂରୀରେ ନ ଅଙ୍କ ଦୁର୍ଭିକ୍ଷ ସମୟ ରେ ଥିବାର ଜଣାଯାଏ । ପୁଣି ୧୮୭୨ ମସିହାରେ କଟକ ନର୍ମାଲ ଗୁରୁଟ୍ରେନିଂ ବିଦ୍ଯାଳୟରୁ ଶେଷ ପରୀକ୍ଷାରେ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜନୈକ ହରିହର ଦାଶଙ୍କ ପରିଚୟ ମିଳେ । ସେ ସମ୍ଭବତଃ ଏହି ହରହର ଦାଶ ଅଟନ୍ତି ।କାରଣ ପ୍ରଧାନ ଶିକ୍ଷକ ବା ଶକ୍ଷକ ହେବା ପାଇଁ ହୁଏତ ସରକାର ଟ୍ରେନିଂକୁ ଏକ ଆବଶ୍ୟକ ଯୋଗ୍ୟତା ରୂପେ ରଖିଥିଲେ । ଫଳରେ ସେ ସେଠାରେ ଟ୍ରେନିଂ ନେଉଥିଲେ ।ଆଉ ମଧ୍ଯ ୧୮୭୦ ମସିହାରେ ପଣ୍ଡିତ ହରିହର ବଙ୍ଗଳା ଭାଷାରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିବା ଉତ୍କଳ ଦୀପିକାରୁ ଜଣାଯାଏ ।ପଣ୍ଡିତ ହରିହର ବଙ୍ଗଳା ରେ ଦୀର୍ଘଦିନ ସବସ୍ଥାନ କରିଥିବାରୁ ଏପରି ଏକ କାର୍ଯ୍ଯରେ ସେ ପ୍ରବୃତ୍ତ ହୋଇଥିବା ଅନୁମିତ ହୁଏ ।
ପଣ୍ଡିତ ହରିହର କେବଳ ସଂସ୍କୃତ ସ୍କୁଲର ପ୍ରଧାନ ଶିକ୍ଷକ ନଥିଲେ, ସେ ବହୁ ଜନହିତକର କାର୍ଯ୍ୟରେ ମଧ୍ୟ ବ୍ରତୀ ଥିଲେ । ସେଥିମଧ୍ୟରୁ ମୁକ୍ତିମଣ୍ଡପ ସଭାର ସଦସ୍ୟ ରୂପେ ସେ ଏକ ପ୍ରମୁଖ ଭୂମିକା ମଧ୍ଯ ଗ୍ରହଣ କରିଥିଲେ । ସ୍ବାଧୀନ ଭାବେ ଶାସ୍ତ୍ରବଧ ଅନୁସାରେ ବିବିଧ ବ୍ଯବସ୍ଥା ଦେବା ଦ୍ବାରା ମୁକ୍ତିମଣ୍ଡପ ରାଜାଙ୍କ ହସ୍ତକ୍ଷେପରୁ ମୁକ୍ତ ହୋଇଥିଲେ। ସେ ପୁରୀରେ ଗୋଟିଏ ସମିତି ଗଠନ କରି ଲୋକମାଙ୍କୁ ମେଲେରିଆ ବଟିକା ବିତରଣ କରୁଥିଲେ ଏବଂ କୁଇନାଇନ୍ ବଟିକା ଦ୍ବାରା ଲୋକମାଙ୍କୁ ମେଲେରିଆ ରକ୍ଷା କରିବାରେ ବ୍ଯବସ୍ଥା କରିଥିଲେ ।ପୁରୀର ଏହି ସୋସାଇଟି ଦ୍ବାରା ଅର୍ଥ ସଂଗୃହୀତ ହୋଇ ନରେନ୍ଦ୍ର ପୁଷ୍କରିଣୀ ,ଜଗନ୍ନାଥବଲ୍ଲଭସ୍ଥ ବେଣ୍ଟ ପୋଖରୀ ଆଦିର ସଂସ୍କାର ବ୍ଯବସ୍ଥ କରାଯାଇଥିଲା,ଏବଂ ପଣ୍ଡିତ ହରିହର ଏଥିରେ ଅଗ୍ରଣୀ ଥିଲେ ।ସେ ପୁରୀର ସ୍ବାସ୍ଥ୍ଯ ଉନ୍ନତି ନିମନ୍ତେ ଭୁ କାର୍ଯ୍ଯ କରିଥିଲେ। ପଣ୍ଡିତ ହରିହର ସଂସ୍କୃତ ବିଦ୍ୟାଳୟରେ ପୁସ୍ତକାଗାର ନିମନ୍ତେ ଚାନ୍ଦା ସଂଗ୍ରହ କରିବାକୁ ବିଦ୍ଯାଳୟରୁ ଛୁଟି ନେଇ ଓଡ଼ିଶା ବାହାରକୁ ଯାଉଥିଲେ ।’ଉତ୍କଳ ଦୀପିକା ‘ରୁ ଜଣାଯାଏ ସେ ସାତଶହ ଟଙ୍କାର ପୁସ୍ତକ ସଂଗ୍ରହକରି ସ୍କୁଲ ପାଠାଗାର ନିମନ୍ତେ ପଠାଇଥିଲେ ।ପୁସ୍ତକ ସଂଗ୍ରହ ପାଇଁ ସେ ଦାନ ଗ୍ରହଣ ଓ ବକୃତା ଦେଇ ଅର୍ଥ ସଂଗ୍ରହ କରୁଥିବା ମନେହୁଏ ।ଜଣେ ପ୍ରବୀଣ ବାଲା ଥିବା ହେତୁ କଲିକତାର ଜାତୀୟ କାଉନ୍ସିଲ୍ ରେ ସେ ୧୯୭୨ ଖ୍ରୀଷ୍ଟାବ୍ଦରେ ନ୍ଯାୟ କୁସୁମାଞ୍ଜଳି ଉପରେ ଭାଷଣ ଦେଇଥିଲେ ଏବଂ ରାଜା କାଳିକୃଷ୍ଣ ବାହାଦୁର ସଭାପତି ହୋଇଥିଲେ । ଏହି ସଭାରେ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିବା ଉତ୍କଳ ଦୀପିକାରୁ ଜଣାଯାଏ ।ଏହା ଦ୍ବାରା ସେ ସଂସ୍କୃତ ବିଦ୍ଯାଳୟର ପାଠାଗାରକୁ ଯଥେଷ୍ଟ ପରିମାଣରେ ଉନ୍ନତ କରିପାରିଥିଲେ । ଉତ୍କଳ ଦୀପିକା ତାଙ୍କର ଏହି ଉଦ୍ଯମର ପ୍ରଶଂସା କରିବା ସହ ତାଙ୍କର ସଫଳତା କାମନା କରିଥିଲେ ।
କଲିକତା ସଂସ୍କୃତ କଲେଜରେ ଓଡିଆ ଅଧ୍ୟୟନ କରୁଥିବାରୁ ପଣ୍ଡିତ ହରିହର ଦୁଖଃ ପ୍ରକାଶ କରିବା ସହିତ ଚାରି ପାଞ୍ଚଜଣ ଗ୍ରାସାଚ୍ଛାଦବ ଭାର ବହନ କରିବା ନିମନ୍ତେ ‘ଉତ୍କଳ ଦୀପିକା ‘ର ସଂପାଦକଙ୍କୁ ଅନୁରୋଧ କରିଥିଲେ ।’ଉତ୍କଳ ଦୀପିକା ‘ ମଧ୍ଯ ଧନିକ ବ୍ଯକ୍ତିମାନଙ୍କୁ ସେପରି ଛାତ୍ରଙ୍କର ପୃଷ୍ଠପୋଷକ ହେବା ନିମନ୍ତେ ସ୍ବତନ୍ତ୍ର ଭାବରେ ନିବେଦନ ପ୍ରକାଶ କରିଥିଲେ ।ମାତ୍ର ୧୮୭୩ ମସିହା ନଭେମ୍ବର- ଡିସେମ୍ବର ମାସରେ ସେ ଭୀଷଣ ରୋଗଗ୍ରସ୍ତ ହୋଇ କଟକକୁ ଫେରି ଆସିଥିଲେ ।ତାଙ୍କର ଚିକିତ୍ସା ନିମନ୍ତେ ଉତ୍କଳ ଦୀପିକା ୩୪ ଟଙ୍କା ସଂଗ୍ରହ କରିଥିଲେ । କିନ୍ତୁ କ୍ରମେ ସେ ଅଧିକ ପୀଡ଼ିତ ଓ ପରେ ପାଗଳ ହୋଇଯାଇଥିଲେ । ଶେଷ ଜୀବନରେ ସେ ଅଗ୍ନିଦଗଧ ହୋଇ ମୃତ୍ଯ ବରଣ କରିଥିଲେ ।୧୮୭୪ ମସିହା ଫେବୃୟାରୀ ମାସରେ ତାଙ୍କର ମୃତ୍ଯ ହୋଇଥିଲେ । ପଣ୍ଡିତ ହରିହର ପାଣ୍ଡିତ୍ୟ ସମ୍ପର୍କରେ ଜଣାଯାଏ, ସେ ଭକ୍ତକବି ମଧୁସୂଦନଙ୍କ ଗୁରୁ ଥିଲେ ଏବଂ ରାଧାନାଥ ରାୟ ତାଙ୍କଠାରୁ କଠିନ ସଂସ୍କୃତ ଶବ୍ଦମାନଙ୍କର ଅର୍ଥ ବୁଝୁଥିଲେ । ସେ ମଧ୍ଯ ଜଗନ୍ନାଥ ଧର୍ମ ସପକ୍ଷରେ ଯୁକ୍ତିକରି ଆର୍ଯ୍ଯ ସମାଜର ପ୍ରତିଷ୍ଠାତା ଦୟାନନ୍ଦ ସରସ୍ବତୀଙ୍କୁ ବିଶ୍ବକବି ରବୀନ୍ଦ୍ରନାଥଙ୍କ ପିତା ଦେବେନ୍ଦ୍ରନାଥଙ୍କ ବାସଭବନରେ ତର୍କ ସଭା ରେ ପରାଜିତ କରିଥିଲେ ।ପଣ୍ଡିତ ଗୋପବନନ୍ଧୁ ଗୁରୁ ମୁକ୍ତାର ରାମଚନ୍ଦ୍ର ଦାଶଙ୍କର ଗୁରୁରୂପେ ପଣ୍ଡିତ ହରିହର ପୁରୀରେ ପରିଚିତ ଥିଲେ । ପଣ୍ଡିତ ହରିହରଙ୍କ ସଂସ୍କୃତ ମୂଳକ କର୍ମର ଆଭିମୁଖ୍ୟ ଥିଲେ ନବ ଓ ପୁରାତନର ସମନ୍ବୟର ସଂଘଟନ ।ସମାଜ ସଂସ୍କାର ନିମନ୍ତେ ସେ ଦର୍ଶାଇଥିଲେ ଯେ ପୋଷକ ପରିଚ୍ଛଦର ପରିଧାନ ଓ ନାନା ଧର୍ମର ଲୋକମାନଙ୍କ ସହିତ କଥୋପକଥନ, ଆହାର ଓ ବ୍ଯବହାର ଦ୍ବାରା ଜାତିଭ୍ରଷ୍ଟ ହେବା ଧାରଣା ଭ୍ରାନ୍ତି । ସେଥିପାଇଁ ସେ ସାହେବୀ କାଇଦାରେ ପୋଷାକ ପିନ୍ଧି ଘୋଡାରେ ଚଡ଼ି ଗାଁ ଗାଁ ରେ କାଗଜରେ ଲାଖିବା ଓ ସ୍କୁଲ ବାସାଇବା ଆଦି କାର୍ଯ୍ଯ କରୁଥିଲେ । ସେତେବେଳେ ଲୋକଙ୍କ ଧାରଣା ଥିଲା ଯେ କାଗଜ ଛୁଇଁଲେ ଜାତିଯାଏ ଓ ଲୋକେ ଖ୍ରୀଷ୍ଟିୟାନ୍ ହୋଇଯାଆନ୍ତି । ସେ ପୁରୀ ଜିଲ୍ଲାର ଶିକ୍ଷା କମିଟିର ସଭ୍ୟ ଥିଲେ । ଏହି ଦାୟିତ୍ୱରେ ସେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଂସ୍କୃତ ଟୋଲମାନ ବସାଇଥିଲେ |ପୁରୀର ସଂସ୍କୃତ ବିଦ୍ଯାଳୟରେ ସେ ପିଲାମାନଙ୍କୁ ଇଂରାଜୀ ଶିକ୍ଷା ମଧ୍ଯ ଦେଉଥିଲେ | ତାଙ୍କ ଗ୍ରାମ ଶ୍ରୀରାମଚନ୍ଦ୍ରପୁରର ସଂସ୍କୃତ ଟୋଇଟି ସେ ବୋସାଇଥିଲେ ଏବଂ ସତ୍ଯବାଦୀ ସ୍କୁଲ୍ ର ପ୍ରତିଷ୍ଠା ହେବାବେଳେ ସେଇଟା ସତ୍ଯବାଦୀ ବିଦ୍ଯାଳୟକୁ ଉଠିଆସିଥିଲେ |ପରେ ତାହା ବିଦ୍ଯାଳୟରୁ ଅଲଗା ହୋଇ ଅଦ୍ଯାବଧୀ ସତ୍ଯବାଦୀରେ ରହିଛି |ପଣ୍ଡିତ ହରିହର ‘ ଭାରତ ବିବରଣ ‘ ନାମରେ ଏକ ପୁସ୍ତକ ରଚନା କରିଥିଲେ ଏବଂ ତାହାପାଠ୍ଯପୁସ୍ତକ ରୂପେ ନିର୍ବାଚିତ ହୋଇଥିବା ‘ଉତ୍କଳ ଦୀପିକା ‘ରୁ ଜଣାଯାଏ |ମାତ୍ର ୩୨ ବର୍ଷ ବୟସରେ ଏହି ସୁଗନ୍ଧିତ ପୁଷ୍ପଟି ଅକାଳରେ ଝରିଯାଇଥିଲା | ‘ଉତ୍କଳ ଦୀପିକା ‘ ଗୋପବନ୍ଧୁ, ନୀଳକଣ୍ଠ , ଗୋଦାବରୀଶ, ସଦାଶିବ ମିଶ୍ର ପ୍ରମୁଖ ଲେଖାରେ ଜଣେ ମୌଳିକ ସଂଗଠକ ଓ ସଂସ୍କାରକ ଭାବରେ ସେ ସ୍ମରଣୀୟ ରହିଛନ୍ତି | ପଣ୍ଡିତ ଗୋପବନ୍ଧୁ ହରିହରଙ୍କ ପ୍ରତିଭାକୁ ସମ୍ମାନ ଜଣାଇ କହିଛନ୍ତ :
“ମୂକ ହୋଇକରି ଆସିଯାଏ ହରି
ଯେବେ ରହିଥାନ୍ତି ବଞ୍ଚି
ଓଡିଆଙ୍କ ହାତେ ଦେଇଥାନ୍ତେ ସତେ
ଉନ୍ନତି-ଭଣ୍ଡାର କାଞ୍ଚି |
** ** ** **
ଉତ୍କଳ ମଣ୍ଡଳେ ନବ୍ଯ ସଭ୍ଯ ସଳେ
ସର୍ବେ ଆଜି ସ୍ୱାର୍ଥପର
ଆସ ହରିହର ପଣ୍ଡିତ ପ୍ରବର
ସମାଜ ସଂସ୍କାର କର |”