• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ସୁନ୍ଦରୀ ଗଣିକା/Sundari Ganika
ଗଳ୍ପ

ସୁନ୍ଦରୀ ଗଣିକା/Sundari Ganika

suchitraBy suchitraDecember 3, 2021No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Sundari-Ganika
Sundari-Ganika
Share
Facebook Twitter Pinterest Reddit Email

ପୁରାଣ କାଳର କଥା । କାଶୀ ବାରଣାସୀ ସ୍ଥାନର ନାମ, ପୁରାଣ ବିଚାରରେ କାଶୀ ବାରଣାସୀ ପ୍ରସିଦ୍ଧ ତୀର୍ଥ ସ୍ଥାନ । ତାହା ପୁଣି ପବିତ୍ର ଗଙ୍ଗା କୂଳରେ ଅବସ୍ଥିତ । ଚତୁର ବ୍ୟଙ୍ଗକାର ଓ ଅବୋଲକରା ସଂନ୍ଧ୍ୟା ହେବା ଆଗରୁ ସେହି ସ୍ଥାନରେ ଯାଇ ପହଁଚି ଗଲେ । ଚତୁର ବ୍ୟଙ୍ଗକାର କହିଲେ –

ଦେଖ ବୋଲକରା ହୋଇଲା ବେଳ
ଆଉ କ୍ଷଣିକରେ ଅନ୍ଧାର କାଳ ।
ରାତି ହୋଇ ଗଲେ ଜାତି ଖୋଜିବୁ
ଅଜାତି ମଣିଷ ଫେରି ଆସିବୁ ।
ଦିନ ଥାଉ ଥାଉ ଖୋଜିବୁ ଜାଣି
ଜାତି ଦେଖି ସୌଦା ଆଣିବୁ କିଣି ।

ଏ କଥା କହି ଚତୁର କଥାକାର ପଇସା ସହିତ ବ୍ୟାଗ୍ ଥୋଇ ଦେଲେ । ଅବୋଲକରା ଦେଖିଲା ରାତି ହୋଇଗଲେ ଅଜାତିଆ ଦୋକାନୀ ହାବୁଡେ ପଡିଯିବି । ଅଜାତିଆ ବେପାରୀ ହାତରୁ ସଉଦା ଖାଇବା ତାଙ୍କର ଜାତକରେ ନାହିଁ । ସେଥି ଲାଗି ସେ ତରବର ହୋଇ ସବୁ କାମକୁ ପଛରେ ରଖି ବୋଲକରା ଧାଇଁ ଗଲା ବଜାର ଆଡକୁ । ବଜାର ମଧ୍ୟରେ ପଶି ଯାଇଛି ବୋଲକରା । ଦୁଇ ଚାରିଟା ଦୋକାନ ପାରି ହୋଇ ଗଲା ପରେ ସେ ଦେଖିଲା ପାଖ ଦୋକାନ ଆଗରେ ଗୁଡାଏ ଲୋକ ଜମା ହୋଇଛନ୍ତି । କ’ଣ ହୋଇଛି ଜାଣିବାକୁ ଇଚ୍ଛା କରି ବୋଲକରା ଯାଇ ସେଠାରେ ପହଁଚି ଦେଖିଲା ଯେ ଗୋଟିଏ ପଥରର ନିର୍ମିତ ସ୍ତମ୍ବ ଉପରେ ଖୋଦେଇ ହୋଇ ଲେଖା ଯାଇଛି ‘ବୁଦ୍ଧି ବିପରୀତ ବିନାଶ କାଳ’।

ଅବୋଲକରା କେବଳ ଓଡିଆ ଭାଷା ଜାଣେ । ଯେହେତୁ ସେ ଓଡିଆ ହେଲେ ତାକୁ ଦେବନାଗରୀ, ହିନ୍ଦି, ଇଁରାଜୀ, ତାମିଲ, ସଂସ୍କୃତ ଏସବୁ ଭାଷା ଜଣା ନାହିଁ । ସେଥି ପାଇଁ କଥାଟାକୁ ଜାଣିବା ଲାଗି ଚାରି ପାଂଚ ଜଣଙ୍କୁ ପଚାରନ୍ତେ ସେମାନେ କିନ୍ତୁ ଓଡିଆ ଭାଷା ଜାଣି ନଥିବାରୁ ଅବୋଲକରାର କଥା କିଛି ବୁଝି ପାରିଲେ ନାହିଁ । ଅବୋଲକରା ମଧ୍ୟ ସେମାନେ ତାକୁ କ’ଣ ପଚାରୁଛନ୍ତି ତାହା ମଧ୍ୟ ବୁଝି ପାରିଲେ ନାହିଁ । ତହୁଁ ଅବୋଲକରା ମନରେ ଚିନ୍ତା କଲା ସଉଦାଟା କିଣି ନେଇ ଯିବି । ଏ ବିଷୟରେ ମହାନୁଭବଙ୍କୁ ପଚାରିବି । ସେଥି ଲାଗି ସେ କେବଳ ସେଠାରେ କ’ଣ ଲେଖା ଯାଇଛି ସେତକ ଜାଣି ସଉଦା କିଣି ଧର୍ମ ଶାଳାରେ ପହଁଚି ଥିଲା ।

ସେଠାରେ ଦେଖିଲା ଚତୁର କଥାକାର ସଂନ୍ଧ୍ୟା ସ୍ନାନ ସାରି ଧ୍ୟାନରେ ବସିଛନ୍ତି ଅବୋଲକରା ମହାନୁଭବଙ୍କର ଏପରି ଅବସ୍ଥା ଦେଖି ଚିନ୍ତା କଲା ଏବେ ରୋଷେଇବାସ ବନ୍ଦ । ଧ୍ୟାନରୁ ଉଠିବେତ ପ୍ରଥମେ ମୋର ଏହି ପ୍ରଶ୍ନର ଉତ୍ତର ସେ ଚତୁର କଥାକାର ଦେବେ । ତା’ପରେ ଯାଇ ଅନ୍ୟ ଯୋଉ କଥା । ଏହା ବାଦେ ବୋଲକରା ଦୁଇ ଖଣ୍ଡ ପାନ ଚିରି ସେଥିରେ ଚୂନ ଲଗାଇଲା । କେତେ କ୍ଷଣ ପରେ ଚତୁର କଥାକାର ଧ୍ୟାନରୁ ଉଠି ଦେଖିଲେ ବୋଲକରା ପାନରେ ଚୂନ ମାରୁଛି । ଚତୁର ବ୍ୟଙ୍ଗକାର କହିଲେ ଆଣିଲୁତ ସଉଦା ପତ୍ର । ବୋଲକରା କହିଲା ଆଣିଲି । ହେଲେ ରୋଷେଇ ଆଦି କାର୍ଯ୍ୟ ଆଜି ବନ୍ଦ । କାରଣ ମୁଁ ସେଠାରେ ଯାହା ସବୁ ଦେଖିଲି ତା’ର ସଠିକ୍ ଉତ୍ତର ଜାଣି ପାରିଲି ନାହିଁ । ଏବେ ତମେ ମୋତେ କହି ଦିଅ, ବିପରୀତ ବୁଦ୍ଧି ସର୍ବନାଶର ବେଳ । ଏହି ବାକ୍ୟଟିର ସଠିକ ଉତ୍ତର କ’ଣ ।

ଚତୁର ବ୍ୟଙ୍ଗକାର କହିଲେ ଏହି କଥା, ହେଲା ମୁଁ ଯେତେବେଳେ ପର୍ଯ୍ୟନ୍ତ ତାହାର ସଠିକ୍ ଉତ୍ତର ଦେଉଛି, ତୁ ଯାଇ ରୋଷେଇ ବସା । ଅବଲୋକରା ଯାଇ ରୋଷେଇ ବସାଇଲା – ଚତୁର ବ୍ୟଙ୍ଗକାର ବୋଲକରା ପଚାରିଥିବା ବାକ୍ୟଟିର ଅସଲ ଅର୍ଥ ବୁଝାଇବାକୁ ଯାଇ ତାକୁ ଗୋଟିଏ କାହାଣୀଟିଏ କହିଲେ – ବାରଣାସୀ ବୋଲି ଇଣ୍ଡିଆର ଏହି ପ୍ରସିଦ୍ଧ ତୀର୍ଥକୁ ଦେଶ ବିଦେଶରୁ ବହୁତ ଧାର୍ମିକ ଯାତ୍ରୀ ଆସି ଥାଆନ୍ତି । ସେହି ପବିତ୍ର ତୀର୍ଥ ବାରଣାସୀରେ ଜଣେ ଧାର୍ମିକ ତଥା ଦାନୀ ସୌଦାଗର ବାସ କରୁ ଥିଲେ । ବାରଣାସୀକୁ ଯେତେ ଦୁଃଖୀ ଦରିଦ୍ର ଆସନ୍ତି ସୌଦାଗର ସେମାନଙ୍କୁ ଖୋଜି ଖୋଜି ସେମାନଙ୍କର ସେବା କରନ୍ତି । ଆଉ ମଧ୍ୟ ତାଙ୍କ ଗୃହରେ ସଦା ସର୍ବଦା ଜଗତ ଜନନୀ ଅନ୍ନପୂର୍ଣ୍ଣା ଦେବୀଙ୍କର ବ୍ରତ ହେଉ ଥିଲା ।

ସୌଦାଗରଙ୍କର ତିନି ଗୋଟି ଭାର୍ଯ୍ୟା । ସବା ସାନ ଭାର୍ଯ୍ୟାଟି ଥିଲା ସୌଦାଗରଙ୍କର ଖୁବ୍ ଗେହ୍ଲା । ସେ ଭାର୍ଯ୍ୟାର ନାମ ଅମତି । ଅମତି ଦେଖିବାକୁ ଯେପରି ସୁନ୍ଦର କାମରେ ମଧ୍ୟ ସେହିପରି ଗୁଣବତୀ । ଆଗ ଭାର୍ଯ୍ୟା ମାନେ ସନ୍ତୋଷୀ ମାଆଙ୍କର ସେବା ପୂଜା କରି ପୁଅ ଝିଅ କରି ସାତୋଟି ସନ୍ତାନ ପାଇ ଥିଲେ । ସୌଦାଗର ଦେଖିବାକୁ ମଦନଙ୍କ ପରି ସୁନ୍ଦର । ଦିନକର କଥା ତାଙ୍କର ସେହି ସୁନ୍ଦର ରୂପ ଦେଖି ଏକ ସୁନ୍ଦରୀ ଗଣିକା ତାଙ୍କର ପ୍ରେମରେ ପଡି ଗଲା । ଗଣିକା ତା’ର ଆକର୍ଷଣୀୟ ସୁନ୍ଦର ରୂପରେ ସୌଦାଗରଙ୍କର ମନକୁ ଜିଣି ତାଙ୍କୁ ଖୁବ୍ ପାଖକୁ ନେଇ ଗଲା । ନାଚ, ଗୀତ ଦ୍ୱାରା ତାଙ୍କୁ ମୋହିତ କଲା । ଏମିତି ଏକ ଦୁର୍ଯୋଗ ବେଳ ଆସିଲାଯେ ସୌଦାଗରଙ୍କର ଧନ ଦୌଲତ ସବୁ ଚାଲି ଗଲା । ସମସ୍ତେ ତାଙ୍କୁ ହତଭାଗ୍ୟ ସୌଦାଗର ଭାବରେ ପରିଚିତ କଲେ । କିନ୍ତୁ ସୁନ୍ଦରୀ ଗଣିକା ମାନସୀ ସୌଦାଗରଙ୍କର ମନକୁ ନିଜ ଆୟତରେ ରଖିବା ଲାଗି ପ୍ରତି ଦିନ ସୌଦାଗରଙ୍କୁ ଗୋଟିଏ ଗୋଟିଏ ସୁବର୍ଣ୍ଣ ଓ ହୀରା ପ୍ରଦାନ କରୁଥିଲା । ଏହା ପରେ ସୌଦାଗର ଗରିବ ହୋଇଯିବା ଯୋଗୁଁ ଗଣିକା ସୌଦାଗରକୁ ନିଜ ଧନରେ କୋଠା ବାଡି ନିର୍ମାଣ କରାଇ ଦେଲା ।

ଗଣିକା ମାନସୀ ସମସ୍ତ ଦିଗରୁ ସୌଦାଗରଙ୍କର ମନକୁ ଜିଣିଲା । ଠିକ୍ ସେମିତି ସୌଦାଗର ମଧ୍ୟ ତାଙ୍କ ଆଗ ଭାର୍ଯ୍ୟା ମାନଙ୍କୁ ଭୁଲି ଗଣିକା ପ୍ରେମରେ ପଡି ସଦା ସର୍ବଦା ସେହି ଗଣିକା ସହିତ ରହିବାକୁ ଭଲ ପାଇଲେ, ସେଥି ଲାଗି ଗଣିକା ମାନସୀ ସଦା ସର୍ବଦା ସୌଦାଗରଙ୍କର ନୂଆ ଉଆସକୁ ଯିବା ଆସିବା ମଧ୍ୟ କଲା । ସୌଦାଗରଙ୍କର ସବୁ ଭାର୍ଯ୍ୟାଙ୍କ ନାମରେ ଲଗେଇ ଜୁଟେଇ ବହୁ ମିଛ କଥା କହିଲା । ଏମିତି ହେଲା ଯେ ଯେଉଁ ସାନ ଭାର୍ଯ୍ୟାକୁ ସୌଦାଗର ନିଜ ଜୀବନ ଦେଇ ଭଲ ପାଉ ଥିଲେ ସେ ସୌଦାଗର ତାଙ୍କ ସାନ ଭାର୍ଯ୍ୟା ଅମତିକୁ ମଧ୍ୟ ଆଉ ଭଲ ପାଇଲେ ନାହିଁ । ତା’ଛଡା ଗଣିକା ଜାଣି ଥିଲା ଯେ ସୌଦାଗରଙ୍କର ତାଙ୍କ ସାନ ଭାର୍ଯ୍ୟା ଉପରେ ବେଶୀ ମୁଅଁସ । ତେଣୁ ସତ ମିଛ କହି ସେ ଗଣିକା ସବା ଆଗେ ସାନ ଭାର୍ଯ୍ୟାଙ୍କ ପାଖରୁ ସୌଦାଗରଙ୍କୁ ଦୂରେଇ ଦେଲା । ସାନ ଭାର୍ଯ୍ୟା ଅମତି କିନ୍ତୁ ଧର୍ମ ପ୍ରାଣା ଥିବାରୁ ସେ ଗୋପନରେ ସନ୍ତୋଷୀ ମାଆଙ୍କର ସେବା ଆରାଧନା କରୁ ଥାଏ । ଗୋପନେ ଗୋପନେ ଏ କଥା ଗଣିକା ଜାଣି ପାରି ସୌଦାଗରଙ୍କୁ କୁହନ୍ତେ ସୌଦାଗର ତାଙ୍କ ସାନ ଭାର୍ଯ୍ୟାକୁ ଦଣ୍ଡ ଦେଇ ନିଜ ଉଆସରୁ ବାହାର କରି ଦେଲା । କାରଣ ଏହା ସୌଦାଗରଙ୍କ ଲାଗି ବିନାଶ କାଳେ ବିପରୀତ ବୁଦ୍ଧି ।

ଏଥୁ ଅନ୍ତେ ସାନ ଭାର୍ଯ୍ୟା ଅମତି ଓ ସୌଦାଗରର ଅନ୍ୟ ଭାର୍ଯ୍ୟା ସେହି ସୌଦାଗରର ଉଆସ ପରିତ୍ୟାଗ କରି ଚାଲି ଗଲେ । ସାଙ୍ଗରେ ସାତଟି ଯାକ ପିଲାଙ୍କୁ ମଧ୍ୟ ସେମାନେ ନେଇ ଯାଇ ଥିଲେ । ସେମାନେ କିଛି ଦିନ ଏହି ପରି ବୁଲି ବୁଲି ଚଳିଲେ । ସାନ ଭାର୍ଯ୍ୟାଙ୍କ ପ୍ରତି ସନ୍ତୋଷୀ ମାଆଙ୍କର ଦୟା ହେବାରୁ ଜଣେ ବଙ୍ଗାଳୁଣୀ ସାଥିରେ ତାର ଦିନେ ସାକ୍ଷାତ ହେଲା । ସେ ବଙ୍ଗାଳୁଣୀ ପୁଣି ଅନ୍ନପୂର୍ଣ୍ଣାଙ୍କର ଉପାସନା କରି ଅନେକ ଧନ ସଂଚୟ କରିଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା ବଙ୍ଗାଳୁଣୀର ଅମାପ ଧନ ଥିଲେ କ’ଣ ହେବ ଖାଇବା ଲାଗି ତା’ର ପୁଅ ଝିଅ କିମ୍ବା ସ୍ୱାମୀ ଏପରି କେହି ନଥିଲେ । ଏହି ପରି ଏକା ଏକା ଘରେ ବସି ବସି ସେ ବୁଢୀ ହୋଇ ଗଲା । ଏମିତି କିଛି ଦିନ ସେହି ବୁଢୀ ପାଖରେ ରହି ସାନ ଭାର୍ଯ୍ୟା ଅମତି ତା’ର ମନ ଲଗାଇ ଖୁବ୍ ସେବା କଲା । ବୁଢୀ ଅଳ୍ପ ଦିନ ରହି ମରି ଯିବା ଆଗରୁ ସାନ ଭାର୍ଯ୍ୟାକୁ କହିଲା – ଆଲୋ ଝିଅ ଅମତି, ମୋର ତ ପୁଅ ନାହିଁ କି ଝିଅ ମଧ୍ୟ ନାହିଁ । ମୋର ମରିବା ବେଳ ହେଲା, ତୁ ମୋତେ ନିଜର ଝିଅ ଠାରୁ ବଳି ଅଧିକ ସେବା କଲୁ । ଆଜି ଠାରୁ ଏ ସବୁ ଧନ ତୁ ଭୋଗ କରିବୁ ।

ଏହା ପରେ ବୁଢୀ ମରିଗଲା । ସାନ ଭାର୍ଯ୍ୟା ଅମତି ବୁଢୀର ଶୁଦ୍ଧି କ୍ରିୟା କଲା । ସେହି ଧନରେ ସେ ତା ଛୁଆ ମାନଙ୍କୁ ମଣିଷ ମଧ୍ୟ କଲା । ଆଉ ସେହି ଠାରେ ସନ୍ତୋଷୀ ମାଆଙ୍କର ପୂଜା ବ୍ରତ କଲା । ସାନ ଭାର୍ଯ୍ୟାର ଭାଗ୍ୟ ଦେଖ । ଯୋଗକୁ କାଶୀ ରାଜ୍ୟର ରାଜାଙ୍କର ଦେହାନ୍ତ ହୋଇ ଗଲା । ହାତୀ ସୁନା କଳସ ଢାଳିବା ପରି ଅମତିର ବଡ ପୁଅ ସେହି ରାଜ୍ୟର ରାଜା ହେଲା । ସେହି ରାଜ ଉଆସରେ ଯେତେ ଦାସ ଦାସୀ ଥିଲେ ସେମାନେ ସମସ୍ତେ ଆସି ରାଜାଙ୍କର ମାଆ ଅମତିର ସେବା ଯତ୍ନ କଲେ । ସେପଟେ ସନ୍ତୋଷୀ ମାଆଙ୍କର କ୍ରୋଧିତ ଦୃଷ୍ଟି ସୌଦାଗର ଉପରେ ପଡିଲା । ସୌଦାଗର ରୋଗ ଶଯ୍ୟାରେ ପଡି ଅସୁସ୍ଥ ହେଲେ । ଚୋର ମାନେ ସୌଦାଗରର ଉଆସରେ ପଶି ସବୁ ଧନ ବୋହି ନେଲେ । ଗଣିକା ଆଉ ଯାହା କିଛି ଧନ ଥିଲା ତାହା ଧରି ସେଠାରୁ ପଳାଇଲା । ଏହା ପରେ ଦରିଦ୍ର ସୌଦାଗରର ଗଛ ତଳ ହେଲା ଆଶ୍ରୟ ସ୍ଥଳ ।

ବିପରୀତ ବୁଦ୍ଧି ବିନାଶ କାଳ । ଧନ ଗର୍ବରେ ନିଜର ପିଲା ଛୁଆଙ୍କ ମୁଖକୁ ନଚାହିଁ ସୌଦାଗର ସେ ଗଣିକା ପଛରେ ଧାଇଁଲେ । ସେ ସୌଦାଗର ଜଣକ ମଧ୍ୟ ବିନା ଦୋଷରେ ତାଙ୍କ ସ୍ତ୍ରୀ ମାନଙ୍କୁ ଘରୁ ତଡିଦେଲେ । ଆଜି ସେ ସର୍ବସ୍ୱ ହରାଇ ଦାଣ୍ଡର ଭିକାରି ହେଲେ । ସାନ ରାଣୀର ପୁଅ ତ ରାଜା ହୋଇଥିଲା । ସେ ଏ ସମ୍ବାଦ ପାଇ ଆସି ତାଙ୍କ ପିତାଙ୍କୁ ପ୍ରଣାମ କଲା । ସୌଦାଗରର ଅନ୍ୟ ପୁଅ ଝିଅ ମାନେ ଆସି ତାଙ୍କ ପିତାଙ୍କୁ ରାଜ ଉଆସକୁ ନେଇ ଗଲେ ।

ଉପରୋକ୍ତ ସମସ୍ତ ବିଷୟ ଅବଗତ ହେବା ପରେ ରାଜାଙ୍କ ମୁଣ୍ଡରେ ଗୋଟିଏ କଥା ପଶିଲା । ବିପରୀତ ବୁଦ୍ଧି ବିନାଶର କାଳ ହେଲା ବୋଲି ଜାଣି ପାରି ରାଜା ତାଙ୍କର ନବ ନିର୍ମିତ ଧର୍ମଶାଳାଠାରେ ଏକ ସ୍ତମ୍ବ ନିର୍ମାଣ କରି ରାଜ୍ୟର ସମସ୍ତ ପ୍ରଜାଙ୍କର ଅବଗତ ନିମନ୍ତେ ସେହି ବାକ୍ୟଟିକୁ ଖୋଦିତ କରି ଦେଲେ । ଯେତେବେଳେ ଯେଉଁ ବାଟୋଇ ସେହି ପଥରେ ଯାଆନ୍ତି ସମସ୍ତେ ସେହି ବାକ୍ୟଟିକୁ ପାଠ କରି ନିଜର ଜମୁ ଥିବା ଅଧର୍ମ ପଥରୁ ଦୂରେଇ ରୁହନ୍ତି ।

କଥାଟି ଅବୋଲକରାର ମନକୁ ବେଶ୍ ପାଇ ଗଲା । ସେ ହସି ହସି କହିଲା ଆପଣେ ଗୋସାଇଁ ସିନା କଥାଟାର ଅସଲ ମର୍ମକୁ ବୁଝି ଥିଲେ ବୋଲି ମୋତେ ବୁଝାଇ ଦେଲେ, ହେଲେ ସେଠାରେ ତ ଏହାର ଉତ୍ତର ମୋତେ କେହି ଦେଇ ପାରିଲେ ନାହିଁ । ହେ ମହାନୁଭବ ଆପଣଙ୍କୁ ମୋର କୋଟିଏ ଜୁହାର । ଏଥର ମୁହଁ ହାତ ଧୁଅନ୍ତୁ । ଖାଇ ବସିବା ।

Odia Galpa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleମନ୍ତ୍ର ରାକ୍ଷସ କଥା/Mantra Rakhyasa Katha
Next Article ଲକ୍ଷ୍ମୀଛଡା ରାଜା କଥା/Laxmichada Raja Katha
suchitra

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.