• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ସୁଖରାମ ଆଉ ଦୁଃଖରାମ
ଗଳ୍ପ

ସୁଖରାମ ଆଉ ଦୁଃଖରାମ

suchitraBy suchitraFebruary 23, 2022No Comments5 Mins Read
Facebook Twitter Pinterest Reddit LinkedIn Tumblr Email
Odia-Short-Story-Sukharam-Au-Dukharam
Odia-Short-Story-Sukharam-Au-Dukharam
Share
Facebook Twitter Pinterest Reddit Email

ଗୋଟିଏ ଗ୍ରାମରେ ଜଣେ କୃଷକ ବାସ କରୁଥିଲା । ସେଇ ଗାଁରେ ଯେ ଆଉ କୃଷକ ନଥିଲେ ତା ନୁହେଁ, ତେବେ ହରିରାମ ତା’ର ଆଚରଣ ଏବଂ ସଚ୍ଚୋଟତା ପାଇଁ ସବୁରି ପ୍ରିୟପାତ୍ର ହୋଇ ପାରିଥିଲା । ସେ କେବେ କାହା ମନରେ ଦୁଃଖ ଦିଏନା । ସମସ୍ତଙ୍କ ସହିତ ସେ ମିଳିମିଶି ଚଳେ । କାହା ସହିତ କଳିଝଗଡା ବି କରେ ନାହିଁ । ଭଲ ଚାଷୀ ଭାବରେ ମଧ୍ୟ ତା’ର ଅଭିଜ୍ଞତା ଥାଏ । ଲୋକେ ତା ଠାରୁ ବିଭିନ୍ନ ପରାମର୍ଶ ନିଅନ୍ତି ଏଭଳିକି ସେ ନିଜେ ନଖାଇ ଅନ୍ୟକୁ ଖୁଆଏ, ଆଦର କରେ । ସମ୍ପତ୍ତି ବୋଇଲେ ତା’ର ଘରଟିଏ, ଟୁବି ଗଡିଆଟେ, କିଛି ଆମ୍ବ, ପିଜୁଳି, କଦଳୀ, ପଣସଗଛ, ଖଳାବାରି, ଦୁଇଟିବଳଦ, ଶଗଡଟେ, ଜମିମାତ୍ର ଦୁଇ ଏକର । ସେ ଅନ୍ୟର ଜମି ଚାଷ ବି କରେ । ତା ବଳଦ ଦୁଇଟି ଘୋଡାଭଳିଆ । ହାଙ୍କିଦେଲେ ବିଜୁଳି ବେଗରେ ଛୁଟନ୍ତି ଶଗଡ ନେଇ, ହଳବି କରନ୍ତି । ହରିରାମ ସେମାନଙ୍କୁ ଏମିତି ଆଦର ଯତ୍ନରେ ପାଳିଥାଏ ଯେ ଡାକିଦେଲେ ଦୁହେଁ ଶିଙ୍ଗ ଉଠାଇ”ହମା-ହମା” ରଡିକରି ପାଖକୁ ଚାଲିଆସନ୍ତି । ଜଣେ ନଖାଇଲେ ଆଉ ଜଣେ ଖାଏନି । ତେଣୁ ହରିରାମ ସେ ଦୁହିଁଙ୍କୁ ନିଜ ହାତରେ ଖୁଆଇଦିଏ, ଗାଧୋଇଦିଏ ଓ ସେମାନଙ୍କର ସବୁ ପ୍ରକାର ଯତ୍ନ ବି ନିଏ ।

ସେ ହରିରାମର ଦୁଇଟି ପୁଅ । ଜଣକ ନାମ ସୁଖରାମ ଏବଂ ଆଉ ଜଣକ ନାମ ଦୁଃଖରାମ । ଖୁବ୍ ସୁଖ ସମୟରେ ଅର୍ଥାତ୍ ଧାନ ଅମଳ ହୋଇ ସାରିଥିବା ବେଳେ ଗାଆଁରେ ଅଷ୍ଟପ୍ରହରୀ ନାମଯଜ୍ଞ ମେଳା ହେଉଥିବା ଅବସରରେ ତାର ଜନ୍ମ ହେତୁ ସାଇପଡିଶାଏ ବଡପୁଅର ନାମ ସୁଖରାମ ଦେଇଥିଲେ । ତାର ଠିକ୍ ଦୁଇବର୍ଷ ପରେ ଭୀଷଣ ମରୁଡି ପଡିଥିବା ବେଳେ ଜନ୍ମ ହୋଇଥିଲା ଦୁଃଖରାମ । ତେଣୁ ସେ ଦୁଇଭାଇଙ୍କ ମଧ୍ୟରେ ବୟସର ବ୍ୟବଧାନ ମାତ୍ର ଦୁଇବର୍ଷ । ଏଣୁ ବଡ ସାନ ବାରି ହୁଏ ନାହିଁ । ଦୁହେଁ ଏକାଭଳି ଦେଖାଯାଆନ୍ତି ।

ମରୁଡି ପରଠାରୁ ହରିରାମକୁ ଅନେକ କଷ୍ଟ କରିବାକୁ ପଡିଲା । ସେ ତା’ ଦୁଇପୁଅକୁ ଭଲମଣିଷ କରିବା ସକାଶେ ପାଠ ପଢାଇଲା । ଭଲ ଆଚରଣ ବି ଶିଖାଇଲା । ସତ୍ୟ-ନ୍ୟାୟ ପଥରେ ଚଳିବା ପାଇଁ ଉପଦେଶ ମଧ୍ୟ ଦେଲା । ଦୁଇଭାଇଯାକ ସହରରେ ରହି ପାଠପଢି ବି.ଏ. ପାଶ କଲେ । ଦୁଇଟି ଭଲ କନ୍ୟାପାତ୍ରୀ ଦେଖି ଦୁହିଁଙ୍କୁ ବିବାହ କରାଇଦେଲା ହରିରାମ । ଦିନେ ସେ ହରିରାମ ତାଙ୍କ ଦୁଇ ପୁଅ ଓ ବୋହୂମାନଙ୍କୁ ଡାକି କହିଲେ, ମୋ ଦିନ କାଳ ତ ସରି ଆସିଲା । ଏଣିକି ତମେ ତମ ଘରଦ୍ୱାର ସମ୍ଭାଳିବ । ଦୁଇଭାଇ ମିଳିମିଶି ଚଳିବ ।
ସବୁଦିନ ତ ଆଉ ସୁଖ ନଥାଏ । ଦିନେ ନା ଦିନେ ଦୁଃଖ ଆସି ପହଁଚିବ । ହରିରାମ ହଠାତ୍ ଅସୁସ୍ଥ ହୋଇପଡିଲା । ଡାକ୍ତର ଆସି ଚିକିତ୍ସା କଲେ । ହେଲେ ଶେଷରେ ସବୁ ନିଷ୍ଫଳ ହେଲା । ତା’ପରେ ସେ ହରିରାମ ଚିରଦିନ ପାଇଁ ଆଖିବୁଜି ଦେଲା । ତା ସ୍ତ୍ରୀ ମଧ୍ୟ କିଛିଦିନପରେ ତାରିବାଟରେ ହିଁ ଚାଲିଗଲା । ଏବେ ସେ ଦୁଇଭାଇ ମିଶି ବାପା-ମା’ଙ୍କର କ୍ରିୟାକର୍ମ କଲେ । ତା’ପରେ ଆରମ୍ଭ ହେଲା ତାଙ୍କ ଘରେ ମହାଭାରତ ପର୍ବ । କାହିଁକିନା ରାମଙ୍କ ଯୁଗ ଚାଲିଗଲା ହରିରାମଙ୍କ ସହିତ । ସୁଖରାମର ସ୍ତ୍ରୀ ସୁଖଲତା । ସେ ମାଟ୍ରିକ୍ ପାଶ୍ କରିଛି । ଖୁବ୍ ଧନୀ ଘରର ଝିଅ ବି ସେ । ଏଣୁ ତାର ଗର୍ବ କହିଲେ ନସରେ । ଦୁଃଖରାମର ସ୍ତ୍ରୀ ଦୁଃଖିନୀ ସରଳା ତଥା ଗରିବ ଘରର ଝିଅ । ଯାନି ଯୌତୁକ ବୋଲି କିଛି ବି ଆଣିନି ସେ । ପାଠ ବି ସେମିତି ବେଶୀ ପଢିନି ସେ ।

ଦୁଃଖରାମ ପ୍ରତିଦିନ ହଳନେଇ ବିଲକୁ ଯାଏ । ଚାଷକଥା ବୁଝେ । ତା’ ସ୍ତ୍ରୀ ସରଳା ଘରକାମ ସବୁ କରେ । ହେଲେ ସୁଖରାମ କିଛି ବି କାମ କରେନି, ଖାଲି ଖାଇପିଇ ଗାଆଁରେ ବୁଲେ ନଚେତ୍ ତାସ୍ ଖେଳରେ ମାତେ । ତା’ ସ୍ତ୍ରୀ ସୁଖଲତାବି ତଦ୍ରୁପ । ସାଇ ସ୍ତ୍ରୀ ଲୋକଙ୍କ ସହିତ ଲୁଡୁ ଖେଳେ । ଗପ ଜମାଏ । ନିଜଗାଁ ବାପଘର କଥା ବଢେଇ ଚଢେଇ କରି କହେ । ଦୁଃଖରାମ ଏବଂ ସରଳାଙ୍କୁ ଆଦୌ ଆଖିରେ ଦେଖି ପାରେନି ସେ । ବଡଭାଇ ବଡଭାଉଜ ବୋଲି ଦୁଃଖରାମ ସେମାନଙ୍କୁ କିଛି ବି କହେନି । ତଥାପି ବି ବାପାଙ୍କ କଥା ରକ୍ଷାକରି ପାରେନା ।

ସୁଖଲତାଙ୍କ ଚକ୍ରାନ୍ତରେ ଦୁଇଭାଇ ଶେଷରେ ଭିନ୍ନେ ହୋଇଗଲେ । ଦୁଇଟି ବଳଦକୁ ଜଣକେ ଗୋଟିଏ କରି ନେଲେ । ଦୁଇଏକର ଜମି, ଗଡିଆ, ଘର, ଖଳାବାରି, ଗଛ ସବୁ ଦି ଭାଗ ହେଲା । ସୁଖରାମ ତ ପାଠୁଆ ଲୋକ, ଲଙ୍ଗଳଧରି ହଳକାମ କରିବା ତା ପକ୍ଷରେ ଆଦୌ ସମ୍ଭବ ନୁହେଁ । ଏଣୁ ସେ ଗାଁର ଜମି, ଡିହ, ବଳଦ ଆଦି ବିକ୍ରି କରି ଟଙ୍କା ଧରି ସହରକୁ ଚାଲିଗଲା ବ୍ୟବସାୟ କରି ସୁଖରେ ରହିବା ପାଇଁ । ଏଥିରେ ସୁଖଲତା ମଧ୍ୟ ତା ସ୍ୱାମୀ ତଥା ସୁଖରାମକୁ ସମର୍ଥନ କଲା । କାରଣ ଗାଁରେ ତ ଆଉ ପାର୍କ ନାହିଁ, ସିନେମାହଲ ନାହିଁ, ଇଲେକ୍ଟ୍ରି ନାହିଁ, ପିଚୁରାସ୍ତା ନାହିଁ, ତେଣୁ ଏଠାରେ ସେ ଚଳିପାରିବନି । ଦୁଃଖରାମ ତା’ ଭାଇ ପାଖରୁ ବଳଦ ଓ ଶଗଡ ରଖିନେଲା କିଛି ଟଙ୍କା କରଜ କରି । ଚାକିରୀତ ଆଜିକାଲି ମିଳୁନାହିଁ । ମୂଳଧନ ଥିଲେ ସିନା ସେ ବ୍ୟବସାୟ କରନ୍ତା? ଏଣୁ ନିଜ କରମ ଆଦରି ସେ ଦୁଃଖରାମ ଗାଆଁରେ ରହିଲା । ବାପଭଳି ନିଜର ଚାଷ ଉଠାଇ ଅନ୍ୟର ଜମି ଭାଗ କଲା । ଗାଁର ଆଉ କେତେଜଣଙ୍କୁ ଜୁଟେଇ ନଦୀକୂଳିଆ ଅନାବାଦି ଜମିରେ ଏକ ଫଳବଗିଚା କଲା । କ୍ରମେ ତା’ର ଅବସ୍ଥା ସୁଧୁରି ଆସିଲା । ତେଣୁ ଦୁଃଖରାମ ତାର ସବୁ କରଜ ଶୁଝିଦେଲା । ଭଲ ଘର ଖଣ୍ଡିଏ କଲା, ଆହୁରି ଜମି କିଣିଲା । ସରଳା ମଧ୍ୟ ତା ସ୍ୱାମୀକୁ ପ୍ରତିକଥାରେ ସହଯୋଗ କଲା । ଏହିପରି ଭାବେ ସେ ଦୁହେଁ ମିଶି ଖୁବ୍ ସୁଖରେ କାଳ କାଟିବାକୁ ଲାଗିଲେ । ତା’ପରେ ସେମାନଙ୍କର ପୁଅଝିଅ ବି ଦୁଇଟି ହେଲେ । ଦୁଃଖରାମ ତା ପୁଅକୁ କେବଳ ପାଠ ନପଢାଇ ତା ସହିତ ଚାଷକାମ ମଧ୍ୟ ଶିଖାଇଲା । କାରଣ ସେ ନିଜେ ଜାଣିଛି ଯେ, କାମ ନଶିଖିଲେ ପାଠର କିଛି ମୂଲ୍ୟ ରହେ ନାହିଁ । ଚାକିରୀ ନମିଳିଲେବି ତାରି ଭଳିଆ ତା’ ପୁଅ ବି ଅତ୍ୟନ୍ତ ସୁଖରେ ଚଳିପାରିବ । ସେଇଥିପାଇଁ ତ କଥାରେ ଅଛି”ଚାଷନାହିଁ ଯାହାର, ବାସ ନାହିଁ ତାହାର । ଚାଷୀଭାଇ ଯୋଗାଉଛି ଦୁନିଆକୁ ଆହାର” ।
ତେଣେ ସୁଖରାମ ଆଉ ସୁଖଲତା ସହରକୁ ଯାଇ ଭଲ ଘର ଭଡାନେଇ ରହିଲେ । ସୁଖରାମ ନିଜର ବଡଶଳା ଏବଂ ତାର ସାଙ୍ଗ ସହିତ ସାଥିହୋଇ ବ୍ୟବସାୟ ଆରମ୍ଭ କଲା । ତା’ର ବି ପୁଅ ଯୋଡିଏ ହେଲେ । ସେମାନଙ୍କୁ ହାକିମ କରିବା ଉଦ୍ଧେଶ୍ୟରେ ସୁଖରାମ ସେମାନଙ୍କୁ ଇଁରାଜୀ ମିଡିୟମ୍ ସ୍କଲ୍ରେ ପଢାଇଲା । ସବୁ ଦିନେ ସୁଖରେ ରହି ଭଲଖାଇ, ବିଳାସ ବ୍ୟସନରେ ସମୟ କାଟୁ କାଟୁ ସୁଖରାମର ସବୁ ସୁଖ ହଠାତ୍ ଦିନେ କୁଆଡେ ଉଭାନ୍ ହୋଇଗଲା । ତାରି ଶଳା ବ୍ୟବସାୟର ପାଣ୍ଠିକୁ ଚଳୁ କରିଦେଇ ନିଜନାମରେ ଅଲଗା ବ୍ୟବସାୟ ଆରମ୍ଭ କରିଦେଲା । ଏଥର ସେ ସୁଖଲତାଙ୍କ ସବୁ ଫୁଟାଣି ପାଣି ଫାଟିଗଲା । କରିବେ ଆଉ କ’ଣ? ବର୍ତ୍ତମାନ ଉପାୟ କାହିଁ? ତା’ର ପୁଅମାନେ ତ ଏଠୁ କୁଟା ସେଠିକୁ ଉଠାଇବାର ପିଲା ନୁହଁନ୍ତି । ଶେଷରେ ଘରଭଡା ଦେଇ ନପାରିବାରୁ ଘରମାଲିକ ସେମାନଙ୍କୁ ସେ ଘରୁ ତଡିଦେଲା । ଶେଷରେ ଅନ୍ୟ କିଛି ଉପାୟ ନପାଇ ସପରିବାର ଗାଁକୁ ଚାଲିଆସିଲେ ।

ଭାଇ, ଭାଉଜ, ପୁତୁରାମାନଙ୍କୁ ଦେଖି ଦୁଃଖରାମ ଏବଂ ତା’ର ସ୍ତ୍ରୀ, ପିଲାମାନେ ଖୁବ୍ ଆଦର କଲେ । ତା’ପରେ ସୁଖରାମ ଦୁଃଖରାମର ହାତଧରି ପକାଇ କହିଲା”ତୁ ପ୍ରକୃତରେ ସୁଖରାମ, ମୁଁ ହିଁ ଦୁଃଖରାମ । ସ୍ତ୍ରୀ ବୁଦ୍ଧିରେ ପଡି ମୁଁ ଆଜି ସର୍ବସ୍ୱାନ୍ତ ହୋଇଯାଇଛି ।” ଦୁଃଖରାମ କହିଲା, ସେଇଟା ଠିକ୍ ନୁହେଁ ଭାଇ, ମୁଁ ତ ପୁଣି ମୋ ସ୍ତ୍ରୀ ବୁଦ୍ଧିରେ ସବୁ କାମ କରି ଆଗେଇଛି? ଏସବୁ କର୍ମର ଫଳ । କର୍ମ ନକରି ବସିଖାଇଲେ ନଈବାଲି ସରେ । ତଥାପି ସମୟ ଅଛି । ଦୁଃଖ କରନା । ଏଠି ଗାଁରେ ଆମେ ସମସ୍ତେ ମିଶି ଏକାଠି ରହିବା, ଚାଷ କରିବା, ତଥା ସୁଖରେ ରହିବା । ସୁଖଲତା ବି ସରଳାକୁ ଜାବୋଡିଧରି କାନ୍ଦିଲା । ପିଲାମାନେ ମଧ୍ୟ ପରସ୍ପର ପରସ୍ପରକୁ ଚିହ୍ନାଚିହ୍ନି ହେଲେ, ତା’ପରେ ସେ ଦୁଇଭାଇଙ୍କ ପରିବାର ମିଳିମିଶି ବେଶ୍ ସୁଖରେ ଚଳିଆସୁଛନ୍ତି । ଗାଁରେ ସେମାନେ ଏକ ଆଦର୍ଶ ପରିବାର, ବୈକୁଣ୍ଠ ସମାନ ଘର, ଅଭାବ ଅସୁବିଧା କିଛି ନାହିଁ, ଖଟୁଛନ୍ତି, ଖାଉଛନ୍ତି, ସୁଖରେ ରହିଛନ୍ତି । ଏବେ ସେ ଗାଁର ସମସ୍ତଙ୍କ ମୁହଁରେ ସୁଖରାମ ଆଉ ଦୁଃଖରାମର ପ୍ରଶଂସା ।

Odia Galpa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଗୁରୁତ୍ୱପୂର୍ଣ୍ଣ କଥା
Next Article ବାବୁ କହିଥିଲେ
suchitra

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.