• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ସଚ୍ଚା ବିଦୂଷକ
ଗଳ୍ପ

ସଚ୍ଚା ବିଦୂଷକ

Liza SBy Liza SFebruary 9, 2023No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Odia-ShortSaccha-bidhushakad
Odia-ShortSaccha-bidhushakad
Share
Facebook Twitter Pinterest Reddit Email

କୋଶଳ ଦେଶର ରାଜା ଶୈଳପ୍ରତାପ ଦିନେ ତାଙ୍କ ବିଦୂଷକ କିଶୋର ଉପରେ ରାଗିଗଲେ । କାରଣ ରାଜା ଯାହା କହନ୍ତି, କିଶୋର ତା’ର ବିପରୀତ କଥା କହେ ।ରାଜା ଆଦେଶ ଦେଲେ “ତମେ ମୋ ଦରବାର ଛାଡି ଏହିକ୍ଷଣି ବାହାରି ଯାଅ! ତୁମେ ତୁମ ମୁହଁ ମୋତେ ଆଉ ମୋଟେ ଦେଖାଇବ ନାହିଁ ।” ଏହାପରେ ବିଦୂଷକ “ଯେ ଆଜ୍ଞା!” କହି ଅଭିବାଦନ କରି ସଙ୍ଗେ ସଙ୍ଗେ ସେଠାରୁ ବାହାରିଗଲା ।ସେଦିନ ଜଣେ ସାମନ୍ତ ରାଜାଙ୍କ ବାର୍ତ୍ତା ନେଇ ଚନ୍ଦ୍ରଶେଖର ନାମକ ତାଙ୍କ ବିଦୂଷକ କୋଶଳ ଦରବାରକୁ ଆସିଥାନ୍ତି । ରାତିରେ ରାଜା ମନ୍ତ୍ରୀଙ୍କୁ କହିଲେ, “ମୋର ମନେହେଲା ଚନ୍ଦ୍ରଶେଖର ଖୁବ୍ ଭଲ ବିଦୂଷକ । ମୁଁ ଭାବୁଛି କିଶୋର ସ୍ଥାନରେ ତାକୁ ନିଯୁକ୍ତ କରିବି ।”ମନ୍ତ୍ରୀ କହିଲେ, “ମହାରାଜ! ଅତୀତରେ ବି ଆପଣ କେତେଥର କିଶୋର ଉପରେ ରାଗି ଯାଇଛନ୍ତି, କିନ୍ତୁ ପରେ ପୁଣି ଶାନ୍ତ ହୋଇଛନ୍ତି । ଏଥର ବି ଏଡେ ଶୀଘ୍ର ତାକୁ ପଦଚ୍ୟୁତ କରିଦେବା ଉଚିତ୍ ନୁହେଁ ।”ରାଜା ଚୁପ୍ ରହିଲେ । ରାତାରାତି ମନ୍ତ୍ରୀ କିଶୋରକୁ ଡାକି ରାଜାଙ୍କ ମନୋଭାବ ଜଣାଇ ଦେଲେ । ସକାଳେ ରାଜା ଦରବାରକୁ ଯିବେ ବୋଲି ବାହାରି ବସିଛନ୍ତି ଓ ମନ୍ତ୍ରୀଙ୍କ ସହ କିଛି ଆଲୋଚନା କରୁଛନ୍ତି, ସେତିକିବେଳେ କିଏ ଜଣେ ନିଜ ମୁହଁ ଖଣ୍ଡିଏ କନାରେ ଲୁଚାଇ ତାଙ୍କୁ ଅଭିବାଦନ କଲା ।

ରାଜା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “କିଏ ଏ ଜୀବ?” ତା’ପରେ ବିଦୂଷକ କିଶୋର କହିଲା, “ମହାରାଜ! ମୁଁ ଆପଣଙ୍କ ଆଦେଶ ମାନି ଚଳୁଛି । ମୁଁ ମୋ ମୁହଁ ଦେଖାଉ ନାହିଁ ।”ତାଙ୍କ କଥାରେ ରାଜା ନିଜ ହସ ଚାପି କହିଲେ, “ହୁଁ! କିନ୍ତୁ ମୁଁ ଭାବୁଛି ତମ ସ୍ଥାନରେ ବିଦୂଷକ ଚନ୍ଦ୍ରଶେଖରକୁ ନିଯୁକ୍ତ କରିବି ।”ଏହା ଶୁଣି ବିଦୂଷକ କିଶୋର କହିଲା “ମହାରାଜ! ସେଥିରେ ଅସୁବିଧା କ’ଣ? ସେ ତ ଆପଣଙ୍କ ସାମନ୍ତ ରାଜାଙ୍କ ଦରବାରର ଅମାତ୍ୟ । ଆପଣଙ୍କ ଅଧୀନ ।”ରାଜା ପଚାରିଲେ, “ସେ ଜଣେ ଭଲ ବିଦୂଷକଟି?”ତହୁଁ କିଶୋର କହିଲା “ଖୁବ୍ ଭଲ ।”ରାଜା ଆହୁରି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ତମେ ପୁଣି ଏକଥା କହୁଛ?”

କିଶୋର କହିଲା “ମହାରାଜ, ଆପଣ ଯାହା କହିବେ, ମୁଁ ତା’ର ବିପରୀତ କଥା କହିବାରୁ ଆପଣ ଅସନ୍ତୁଷ୍ଟ । ତେଣୁ ମୁଁ ଏବେଠାରୁ ସର୍ବଦା କେବଳ ଆପଣଙ୍କୁହିଁ ସମର୍ଥନ କରିବି ବୋଲି ଠିକ୍ କରିଛି ।”ଏହି କଥାରେ ରାଜା ଟିକିଏ ଭାବି କହିଲେ, “ଦେଖ କିଶୋର । ତମେ ଯଦି ମୋର ଗୋଟାଏ ସର୍ତ୍ତ ପୂରଣ କରିପାରିବ, ତେବେ ଯାଇ ତମ ପଦ ରହିବ । ବର୍ତ୍ତମାନ ଦରବାରରେ ତମେ ନିଜକୁ ନ୍ୟୁନ ନ କରି ଚନ୍ଦ୍ରଶେଖରକୁ ଶ୍ରେଷ୍ଠ ବିଦୂଷକ ବୋଲି କହିପାରିବ? ହଁ, ତମେ ଏଥର ମୁହଁ ଦେଖାଇ ପାର ।” ଏହା ଶୁଣି କିଶୋର “ଯେ ଆଜ୍ଞା, ମହାରାଜ!” କହିଲା ।ରାଜା ଦରବାରକୁ ଗଲେ । କିଛି ସମୟ ପରେ କିଶୋର ସେଠାକୁ ଯାଇ କହିଲା, “ମହାରାଜ, ଆପଣଙ୍କୁ ଗୋଟିଏ ପରାମର୍ଶ ଦେବାର ଅଛି । ଯଦି କେବେ ଆପଣଙ୍କର ଏପରି ଦୁର୍ଭାଗ୍ୟ ହେବ ଯେ ଆପଣ ମୋ ଭଳି ଯୋଗ୍ୟ ବିଦୂଷକର ସେବାରୁ ବଂଚିତ ହେବେ, ତେବେ ଚନ୍ଦ୍ରଶେଖରଙ୍କୁ ବିଦୂଷକ ପଦରେ ନିଯୁକ୍ତ କରିବେ । କାରଣ ମୁଁ ଯେତେ ବିଦୂଷକଙ୍କୁ ଜାଣିଛି, ସେମାନଙ୍କ ଭିତରେ ସେ ଶ୍ରେଷ୍ଠ ।”ରାଜା କିଶୋରର ବାକ୍ଚାତୁରୀରେ ଅତ୍ୟନ୍ତ ଖୁସି ହୋଇ ତାକୁ ପୁରସ୍କାର ଦେଲେ ।

New Odia Story Sacca Bidushaka Sacca Bidushaka Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଗନ୍ଧର୍ବର ବିସ୍ମୟ
Next Article ଯାଦୁ ସିଢି
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.