• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ସଂଗେ ସଂଗେ ଧରିଆଣ
ଗଳ୍ପ

ସଂଗେ ସଂଗେ ଧରିଆଣ

suchitraBy suchitraMarch 4, 2022No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Sange-Sange-Dhariana
Odia-Story-Sange-Sange-Dhariana
Share
Facebook Twitter Pinterest Reddit Email

ଦିନେ ରାଜା ଦର୍ପଣ ପାଖରେ ଠିଆ ହୋଇ ମୁହଁସଫା କରୁଥାଆନ୍ତି । ସେହି ସମୟରେ ତାଙ୍କ ମୁହଁରୁ ଜଣା ପଡୁଥାଏ, ସେ ଯେପରି କାହାକୁ ଖୋଜୁଛନ୍ତି । ଠିକ୍ ଏହି ସମୟରେ ପାଖରେ ଠିଆ ହୋଇଥିବା କର୍ମଚାରୀକୁ ରାଜା ଆଦେଶ ଦେଲେ – ‘ଯାଅ ଏବଂ ସଂଗେ ସଂଗେ ଧରିଆଣ ।’

ପ୍ରଥମେ କର୍ମଚାରୀ ଜଣକ ଭାବିଲା ରାଜା ବୋଧହୁଏ ଗୋଟିଏ ପାତ୍ରରେ ପାଣି ଆଣିବା ପାଇଁ କହୁଛନ୍ତି । ପୁଣି ଭାବିଲା ରାଜା ତ’ କହିଛନ୍ତି ଧରିଆଣିବା ପାଇଁ । ହେଲେ କାହାକୁ ସଂଗେ ସଂଗେ ଯାଇ ଧରିଆଣିବି କିଛି ତ’ କହିଲେ ନାହିଁ ।ଏହିକଥା ଚିନ୍ତା କରି କର୍ମଚାରୀ ଜଣକ ପ୍ରାସାଦରେ ଥିବା ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଜଣାଇଲା । ହେଲେ କେହି ଏକଥା ବୁଝି ପାରିଲେ ନାହିଁ ।

ଶେଷରେ କର୍ମଚାରୀଟି ଯାଇ ବିରବଲଙ୍କ ପାଖରେ ପହଁଚିଲା । ବିରବଲ କର୍ମଚାରୀର କଥା ଶୁଣି ତାକୁ ପଚାରିଲେ –”ରାଜା କ’ଣ କରୁଥିବା ସମୟରେ ଏକଥା କହିଲେ?” କର୍ମଚାରୀଟି କହିଲା –”ରାଜା ଯେତେବେଳେ ତାଙ୍କ ମୁଖମଣ୍ଡଳକୁ ଦର୍ପଣ ସମ୍ମୁଖରେ ଠିଆ ହୋଇ ସଫା କରୁଥିଲେ, ସେହି ସମୟରେ ମୋତେ ଏକଥା କହିଲେ ।” ବିରବଲ କହିଲେ –”ତାହେଲେ ଠିକ୍ ଅଛି । ରାଜା ତୁମକୁ ବାରିକକୁ ଡାକିବା ପାଇଁ କହିଛନ୍ତି । ହୁଏତ ରାଜା କେଶ କାଟିବା ପାଇଁ କିମ୍ବା କ୍ଷୌର ହେବା ପାଇଁ ବାରିକକୁ ଆଣିବା ପାଇଁ କହିଛନ୍ତି । ତେଣୁ ତୁମେ ସଂଗେ ସଂଗେ ଯାଇ ରାଜାଙ୍କୁ କ୍ଷୌର କରୁଥିବା ବାରିକକୁ ନେଇ ଆସ ।”

ବିରବଲଙ୍କ କଥାଶୁଣି କର୍ମଚାରୀଜଣକ କିଛି ସମୟ ପରେ ବାରିକକୁ ନେଇ ଆସି ପହଁଚିଗଲା । ରାଜା ଆକବର କର୍ମଚାରୀ ସାଂଗରେ ବାରିକକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କର୍ମଚାରୀକୁ ପଚାରିଲେ –”ମୁଁ ତ’ ତୁମକୁ ବାରିକକୁ ଆଣିବା ପାଇଁ କହି ନଥିଲି । ତୁମେ କିପରି ଜାଣିଲ ଯେ ମୁଁ ବାରିକକୁ ଖୋଜୁଛି?” କର୍ମଚାରୀଜଣକ କହିଲା –”ମହାରାଜ! ଆପଣ ମୋତେ ଯାହା କହି ଥିଲେ ମୁଁ ତାହା ବୁଝି ପାରିଲି ନାହିଁ । ଦରବାରରେ କୌଣସି କର୍ମଚାରୀ ମଧ୍ୟ ଆପଣଙ୍କ କଥାକୁ ବୁଝିପାରିଲେ ନାହିଁ । ଶେଷକୁ ଆଉ କୌଣସି ଉପାୟ ନପାଇ ମୁଁ ବିରବଲଙ୍କ ପାଖରେ ପହଁଚି ତାଙ୍କୁ ସମସ୍ତ କଥା କହିଲି । ତାଙ୍କରି କହିବା ଅନୁଯାୟୀ ମୁଁ ବାରିକକୁ ଧରି ଆପଣଙ୍କ ପାଖକୁ ନେଇଆସିଲି ।

କର୍ମଚାରୀ ମୁହଁରୁ ଏକଥା ଶୁଣି ଆକବର ବିରବଲଙ୍କର ବୁଦ୍ଧିକୁ ପ୍ରଶଂସା ନକରି ରହିପାରିଲେ ନାହିଁ ।

Share. Facebook Twitter Pinterest LinkedIn Tumblr Reddit Email
Previous Articleତିନୋଟି ଗଧଙ୍କର ବୋଝ
Next Article ଲୋଭୀ କିଏ?
suchitra

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.