• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଶ୍ରୀଆଞ୍ଜନେୟ
ଗଳ୍ପ

ଶ୍ରୀଆଞ୍ଜନେୟ

Liza SBy Liza SFebruary 26, 2023No Comments7 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Shree-Anjaneya
Odia-Story-Shree-Anjaneya
Share
Facebook Twitter Pinterest Reddit Email

କୌଣସି ପରିବାରରେ କିଛି ଉତ୍ସବ ବା ଶୁଭକାର୍ଯ୍ୟ ସକାଶେ ଖିଆପିଆ ହେବାର ଥିଲେ ଶିବ ରୋଷେଇ କାମ କରି ଜୀବିକାର୍ଜନ କରେ । ତା’ର ସୀତା ବୋଲି ଝିଅଟିଏ ଥାଏ । ସୀତାକୁ ପାଂଚବର୍ଷ ବୟସ ହୋଇଥିବା ବେଳେ ତା’ର ମା’ ମରିଯାଇଥିଲେ । ଏଣୁ ସେ ଶିବର ଏକମାତ୍ର ସନ୍ତାନ । ତେଣୁ ସେ ଯେଉଁଠିକି କାମ କରିବାକୁ ଯାଏ, ସୀତାକୁ ତା’ସାଙ୍ଗରେ ନେଇଯାଏ । ବାପା ରାନ୍ଧିବା ବେଳେ ଝିଅ ମନଦେଇ ସେସବୁ ଦେଖୁଥାଏ । କାମ ସରିବା ପରେ ଦୁହେଁ ସେଠାରେ ଥରେ ଖାଆନ୍ତି ଓ କିଛି ଅଧିକା ଖାଦ୍ୟ ସଙ୍ଗରେ ନେଇ ଆସନ୍ତି । ଶିବ ଯାହା ପାରିଶ୍ରମିକ ପାଏ ସେତିକି ତା’ର ଅର୍ଜନ । ଯେଉଁଦିନ ତାକୁ କିଛି କାମ ନ ମିଳେ ସେଦିନ ଶିବ ଭଲ ଭଲ ଖାଦ୍ୟ ବନାଇ ନିଜ ଝିଅକୁ ଖୁଆଏ । ଏମିତି ଅନେକ ଦିନ ବିତିଗଲା । ଝିଅ ରନ୍ଧାରନ୍ଧି କାମ ପ୍ରତି କୌଣସି ଆଗ୍ରହ ଦେଖାଏ ନାହିଁ ।ଶିବର ବନ୍ଧୁ ବିଷ୍ଣୁର ଗୋଟିଏ ବୋଲି ପୁଅ, ତା’ର ନାମ ରାମୁ । ସେ ମଧ୍ୟ ବହୁତ ଗରିବ ଥିଲା । କାରଣ ତା’ମାବାପ ଅଳ୍ପ ଦିନ ଛଡାରେ ହଠାତ୍ ମରିଗଲେ । ତେଣୁ ବାପମା’ ଛେଉଣ୍ଡ ରାମୁକୁ ଶିବ ନିଜ ଘରେ ଆଶ୍ରୟ ଦେଲା । ଖୁବ୍ ଅଳ୍ପଦିନ ମଧ୍ୟରେ ରାମୁ ରନ୍ଧାରନ୍ଧି କାମ ସବୁ ଶିଖିଗଲା । ତା’ପରେ ସେ ଶିବକୁ ବିଶ୍ରାମ କରିବାକୁ ଦେଇ ନିଜେ ସବୁ କାମ କରିଯାଏ । ତେଣୁ ଶିବ ରାମୁକୁ ବହୁତ ଭଲ ପାଉଥିଲା ।

ଦିନେ ଶିବ ରାମୁକୁ କହିଲା, “ଆରେ ରାମୁ ସୀତା ଜନ୍ମ ହେବା ବେଳେ ତୋ ବାପା ଓ ମୁଁ ଶପଥ କରିଥିଲୁ କି ସୀତାକୁ ତୋତେହିଁ ବିବାହ ଦିଆଯିବ । ଏବେ ଯଦି ଶୀଘ୍ର ସେହି କଥାଟି କାର୍ଯ୍ୟକାରୀ ହୁଅନ୍ତା ତେବେ ମୁଁ ନିଶ୍ଚିନ୍ତ ହୁଅନ୍ତି । ଏଥିରେ ତୋର ମତ କ’ଣ?”ସୀତା ତ ସୁନ୍ଦରୀ ଓ ଗୁଣବତୀ । ପିଲାଦିନରୁ ରାମୁ ବି ତାକୁ ଜାଣେ । ପୁଣି ତା’ର ବାପମା ମରିବାପରେ ନିରାଶ୍ରୟ ଅବସ୍ଥାରେ ଶିବ ହିଁ ତାକୁ ଆଶ୍ରୟ ଦେଇ ମଣିଷ କରିଛି । ଏ କ୍ଷେତ୍ରରେ ତା’ପାଇଁ ଏ ପ୍ରସ୍ତାବ ତ ଅତି ଆନନ୍ଦର କଥା । ପୁଣି ଏଥିପାଇଁ ସେ ଚିରଦିନ ଲାଗି କୃତଜ୍ଞ ବି ରହିବ । ଏଣୁ ସେ କହିଲା, “ଯାହା ତୁମର ଇଚ୍ଛା ।”ଦୁଇମାସ ପରେ ରାମୁ ସହିତ ସୀତାର ବିବାହ ହେଲା । ଶିବ ଏଥର ଟିକେ ନିଶ୍ଚିନ୍ତ ହେଲା । କିନ୍ତୁ ବର୍ଷକ ମଧ୍ୟରେ ଶିବର ଅଚାନକ ମୃତ୍ୟୁ ହେଲା । ତେଣୁ ଜୀବିକାର୍ଜନ ପୁଣି ସୀତାର ଯତ୍ନ ନେବା ଇତ୍ୟାଦି ସବୁ ରାମୁକୁ କରିବାକୁ ହେଲା । ମୂଳକଥା ସୀତା ଗେହ୍ଲାରେ ବଢି କୌଣସି କାମ ଶିଖି ନଥାଏ ଅଥଚ ସଦାବେଳେ ସେ ଖାଲି ସ୍ନେହଶ୍ରଦ୍ଧା ଖୋଜେ ।

ସୀତା ତା’ବାପାର ଆଦରର ଝିଅ । ବାପା ରାନ୍ଧୁଣିଆ, ତେଣୁ ସେ ତା’ ପିଲାବେଳଠୁ ଭୋଜନପ୍ରିୟ । ଭଲମନ୍ଦ ଖାଇବାର ଅଭ୍ୟାସ ତା’ର ଥାଏ; ଖାଇ ବସିବା ବେଳେ ସେ କହୁଥାଏ, “ଆଜି ବାଇଗଣ ତରକାରୀ ଖୁବ୍ ଭଲ ହୋଇଛି ଯେ ହେଲେ ଲଙ୍କା କମ୍ ହୋଇଛି, ନଡିଆ ଚଟଣୀରେ ଟିକିଏ ଲେମ୍ବୁ ପଡିଥିଲେ ତାହା ଆହୁରି ଭଲ ହୋଇଥା’ନ୍ତା । ଏମିତି ଏଇଟା ହୋଇଥିଲେ ଅଧିକ ରୁଚିକର ହୋଇଥାନ୍ତା ।” ଏହି ପରି ଭାବରେ ପ୍ରତ୍ୟେକ ଦିନ ଖାଦ୍ୟ ଉପରେ ସେ ଟିପ୍ପଣୀ ଦିଏ । ଆରାମ୍ରେ ବସି ଖାଉଛି ତ ଆଉ କ’ଣ ବା ସେ କରିବ ।ରାମୁ ଥରେ ନିଜର ଜନ୍ମଦିନରେ ଭଲ ଖାଇବାକୁ ଚାହିଁଲା । ତା’ର ଇଚ୍ଛା ସୀତା ତାକୁ ଯେପରି ରାନ୍ଧି ଖୁଆଏ । ମୁଣ୍ଡ ବିନ୍ଧୁଛି କହି ସୀତା ଯାଇ ଶୋଇଲା । ରାମୁ ଭାବିଲା “ସବୁଦିନେ ତ ମୁଁ ରୋଷେଇ କରୁଛି । ଆଜି ମଧ୍ୟ ଭଲ ଭଲ ଖାଦ୍ୟ ତିଆରି କରି ଖାଇବି ।”ସେମାନେ ଖାଇବାକୁ ବସିଛନ୍ତି, ସୀତା ପ୍ରଥମେ କିଛି ଖାଦ୍ୟ ମୁହଁରେ ଦେଇ କହିଲା, “ଏଃ ଆଜି କାହିଁ ମୋତେ କିଛି ଭଲ ଲାଗୁ ନାହିଁ । ଏଥିରେ ମେଂଚାଏ ଚିନି, ଏଇଟାରେ ତ କ’ଣ ଲୁଣ ଆଦୌ ନାହିଁ, ଆଉ ଏଇଟା ତ ପୁରାପୁରି ଖଟା ଲାଗୁଛି ।”

ରାମୁ ନିଜ ପସନ୍ଦ ରନ୍ଧା ଖାଇବାକୁ ଖୁସିରେ ବସିଥିଲା । ସୀତାର ଏପରି ଟିପ୍ପଣୀ ତାକୁ ନିରୁତ୍ସାହିତ କଲା । ତେଣୁ ତା’ର ମନଟା ବି ଖରାପ୍ ହୋଇ ଗଲା । ସେ ବିରକ୍ତ ହୋଇ ଥାଳୀ ଠେଲି ଦେଇ କହିଲା, “ଆରେ ହେ ମହାରାଣୀ, ଏବେ ପର୍ଯ୍ୟନ୍ତ ତୋ ବାପାଙ୍କ ଯୋଗୁଁ ତୋର ସବୁ ଅଳି ଅର୍ଦ୍ଦଳି ମୁଁ ସହୁଥିଲି, ମାତ୍ର ଆଉ ନୁହେଁ । ତୋତେ ରାନ୍ଧିବାଢି ଖୁଆଇବା ଅପେକ୍ଷା ବରଂ ଜଙ୍ଗଲକୁ ଯାଇ ପିଶାଚ ଓ ପିଶାଚୀଙ୍କୁ ଖୁଆଇବାରେ ଅପୂର୍ବ ଆନନ୍ଦ ଅଛି । ମୁଁ ଏବେ ଘର ଛାଡି ଯାଉଛି । ତୁ ଖାଇବୁ ବା ଉପାସ ରହିବୁ ସେଥିରେ ମୋର କିଛି ଯାଏ ଆସେ ନାହିଁ ।” ଏତିକି କହି ସେ ତା’ର ହାତ ଧୋଇ, କୁର୍ତ୍ତା ପିନ୍ଧି ଘରୁ ବାହାରକୁ ଚାଲିଗଲା ।ରାମୁକୁ ତ ଏତେ ଜୋର୍ରେ ରାଗିବାର ସୀତା କେବେବି ଦେଖି ନଥିଲା । ତେଣୁ ସେ ବ୍ୟସ୍ତ ହୋଇ ବାହାରକୁ ଆସି ଦେଖେ ତ ଗଳି ମୋଡରେ ରାମୁ କୁଆଡେ ଦୂରକୁ ଚାଲିଗଲା, ଆଉ ଦେଖା ଯାଉ ନାହିଁ । ସୀତା ବିଚାରୀ ଏବେ ଆଉ କ’ଣ ବା କରେ? ସେ ଯାଇ ହାତ ଧୋଇ ପଲଙ୍କରେ ପଡି କାନ୍ଦି ଚାଲିଲା ।

ରାମୁ ସେତେବେଳେ ତ ଅତିମାତ୍ରାରେ ରାଗିଯାଇଥିଲା । ତେଣୁ ସେ ଖୁବ୍ ଅଳ୍ପ ସମୟରେ ମଧ୍ୟରେ ଜଙ୍ଗଲରେ ଯାଇ ପହଁଚିଲା । କିଛି ବାଟ ଯିବା ପରେ ତା’ ପଛପଟରେ କିଚ୍ କିଚ୍ ଶବ୍ଦ ଶୁଣାଗଲା । ଭାବିଲା ଏଇ ପାଖ ଗଛରେ ମାଙ୍କଡ ଭର୍ତ୍ତି ହୋଇଛନ୍ତି । ପଛକୁ ଫେରି ଦେଖିଲା ଦୁଇଜଣ ଗେଡା ଭୂତ ତା’ପଛରେ ଚାଲିଛନ୍ତି । ସେମାନେ ହସିହସି କହିଲେ, “ଆରେ ଏଠାକୁ ରୋଷେଇ କରିବାକୁ ଆସିଛ ନା କ’ଣ? ତୁମକୁ ଆମେ ସ୍ୱାଗତ କରୁଛୁ ।”ରାମୁ ସାହସୀ ଥିଲା, ତେଣୁ ସେ ଆଦୌ ଡରିଲା ନାହିଁ । ସେ କହିଲା “ତୁମେ କ’ଣ ଭାବୁଛ ତୁମ ପାଇଁ ମୁଁ ଏଠାକୁ ଆସିଛି? ତୁମେ କିପରି ଜାଣିଲ ଯେ ମୁଁ ରାନ୍ଧିପାରେ ବୋଲି?”ଏକଥା ଶୁଣି ସେ ଦୁଇଭୂତ ହସିହସି କହିଲେ, “ଆଜି ଅଧରାତିକୁ ଆମ ମୁନିବଙ୍କ ଝିଅର ବାହାଘର ହେବ । ଏଥର ଆମେ ଚାହୁଁଥିଲୁ କି ରୋଷେଇ କାମ ଭିନ୍ନ ଧରଣର ହେବ । ପିଶାଚମାନେ ନ ରାନ୍ଧି କେହି ମଣିଷ ରାନ୍ଧିବ । ଭଲ ହେଲା, ତମେ ଠିକ୍ ସମୟରେ ଆସିଲ । ଏଥର ତମେ ଆମ ମୁନିବଙ୍କ ପାଖକୁ ଚାଲ ।”ତା’ପରେ ସେ ଭୂତମାନେ ରାମୁକୁ ଘନ ଜଙ୍ଗଲ ମଧ୍ୟକୁ ନେଇ ଯାଇ ଛୋଟ ଭୂତଙ୍କ ମୁନିବଙ୍କ ପାଖରେ ନେଇ ଠିଆ କରାଇଲେ । ଛୋଟ ଭୂତମାନେ ସବୁ ବୁଝାଇଦେଲେ । ମୁନିବ ଭୂତ କହିଲେ, “ହେ ରାନ୍ଧୁଣିଆ, ଏହି ବିବାହ ପାଇଁ ସମସ୍ତ ରୋଷେଇର ଭାର ଏବେ କେବଳ ତୁମ ଉପରେ ରହିଲା । ବରପକ୍ଷର ରୋଷେଇ ଯଦି ପସନ୍ଦ ହେବ ତେବେ ତୁମକୁ ବହୁତ ପୁରସ୍କାର ମିଳିବ ।”

ରାମୁ ଗର୍ବର ସହିତ କହିଲା, “ପୁରସ୍କାର କଥା ରଖିଦିଅ; ଏବେ ଭଲ ରୋଷେଇ ପାଇଁ ଆବଶ୍ୟକ ଜିନିଷର ବରାଦ କର ।” ତା’ କଥା ଶୁଣି ମୁନିବ ଭୂତର ପତ୍ନୀ ଟିକିଏ ରାଗିଯାଇ କହିଲା, “ସେଥିରେ କୌଣସି କିଛି କମ୍ ହେବ ନାହିଁ । ଏହି ବିବାହ ପାଇଁ ଭଲ ମିଠାଇ ଓ ଲୁଣିଆପଦାର୍ଥ କିଛି ବନାଇବାକୁ ହେବ । ତୁମେ ତ ଆମ ଭୂତମାନଙ୍କ ଖାଦ୍ୟ ବିଷୟରେ କିଛିବି ଜାଣି ନାହଁ । ଏବେ କହୁଛି ଶୁଣ । ଆମର ହରଡ ଡାଲି ବା ବିରିଡାଲିରେ ପୁରଣପୁରୀ ହୁଏ । ଡାଲିରେ ମେଥି ପଡେ । ତୁମେ ଯଦି ସେହିପରି ଭଲ ରାନ୍ଧଣା କରିବ ତ ଆମଠାରୁ ଅନେକ ପୁରସ୍କାର ପାଇବ । ଆଉ ଯଦି ତୁମ ଖାଦ୍ୟ ସ୍ୱାଦିଷ୍ଟ ନହୁଏ ତେବେ ତୁମକୁ କାଟି କୁଟି ଆମେ ଆମ ପଡୋଶୀ ଭୂତମାନଙ୍କୁ ଦେଇ ଦେବୁ । ତେଣୁ ବୁଝି ସାବଧାନ ।”ଏକଥା ଶୁଣି ରାମୁକୁ ମୂର୍ଚ୍ଛା ହେବା ଭଳି ଲାଗିଲା । ଏବେ ଯାଇ ତାକୁ କିଛିଟା ଭୟ ଲାଗିଲା । କିନ୍ତୁ ସେପରି ଅବସ୍ଥାରେ ସେ କ’ଣ ବା କରିବ? ଭୂତୁଣୀର କହିବା ମୁତାବକ ସେ ସବୁ ତିଆରି କରି ରଖିଲା ଓ ସେମାନଙ୍କଠାରୁ ଟିକିଏ ଦୂରକୁ ଯାଇ ଗଛ ମୂଳରେ ବସି ଢୁଳାଇଲା । ଠିକ୍ ଅଧରାତିରେ ବାହାଘର ହେଲା । ଅନେକ ଭୂତପିଶାଚଙ୍କ କିଳିକିଳା ରାବରେ ରାମୁ ଉଠି ବସିଲା । ସେତେବେଳକୁ ତ ଭୟରେ ସେ ଛାନିଆ ହୋଇଥାଏ । ଭାବିଲା “କି ସର୍ବନାଶ ହେଲାରେ ।”

ତା’ପରେ ଭୋଜୀ ହେଲା । ରାମୁର ରନ୍ଧା ଖାଇ ବରଭୂତ କହିଲା, “ଆଃ ଏତେ ଦିନ ପରେ ଯାଇ ମୋତେ ବଡ ସ୍ୱାଦିଷ୍ଟ ଖାଦ୍ୟ ମିଳିଲା । ଏହାକୁ କିଏ ବନାଇଛି?”କନ୍ୟାର ବାପ କହିଲା, “ଏଥର ଏସବୁ ଜଣେ ମଣିଷ ବନାଇଛି ।”
ବରଭୂତ ଖୁସି ହୋଇ ଯାଇ ଦାବୀ କଲା, “ଏହି ରାନ୍ଧୁଣିଆକୁ ଆପଣଙ୍କ ଝିଅ ସହିତ ଯୌତୁକ ଭାବରେ ଦିଅନ୍ତୁ ।”ମୁନିବ ପିଶାଚ ଖୁସି ହୋଇ କହିଲା, “ଜରୁର୍ ପଠାଇବି ।”ତା’ପରେ ସେ ରାମୁକୁ ଡାକି ଆଣିବାକୁ ପୂର୍ବର ଗେଡୁଭୂତ ଦୁହିଁଙ୍କୁ ପଠାଇଲା ।ଏସବୁ ଶୁଣି ରାମୁ ଭୟରେ କମ୍ପିଲାଣି । ନିଜେ କହୁଥାଏ, “ହେ ଭଗବାନ୍ ମୁଁ ଏବେ କ’ଣ କରିବି?” ଭଗବାନଙ୍କ ନାମ ନେବା ମାତ୍ରେ ହନୁମାନଙ୍କ କଥା ହଠାତ୍ ତା’ର ମନେ ପଡିଲା । ରାମୁ ପ୍ରତ୍ୟହ ହନୁମାନ ମନ୍ଦିରକୁ ଯାଇ ହନୁମାନ ଚାଳିଶା ପଢେ । କିନ୍ତୁ “ଶ୍ରୀ ଆଞ୍ଜନେୟ” ବ୍ୟତୀତ ତାର ଆଉ କିଛିବି ମନେ ପଡିଲା ନାହିଁ । ଦୁଇ ଗେଡୁଭୂତ ତା’ ପାଖକୁ ଦୌଡି ଆସିଲେ । ତାଙ୍କୁ ଦେଖି ଦେଇ ରାମୁ ନିଜ ଆଖି ବନ୍ଦ କରି, “ଶ୍ରୀ ଆଞ୍ଜନେୟ” ବୋଲି ବାରମ୍ବାର କହି ଚାଲିଲା ।କିଛି ସମୟ ପରେ ତାକୁ ଏମିତି ଲାଗିଲା ଯେମିତିକି ସେଠାରେ ଆଉ କେହିବି ନାହାଁନ୍ତି । ଆଖି ଖୋଲି ଦେଖିଲା । ପ୍ରକୃତରେ ସେଠାରେ ଆଉ କେହିବି ନାହାଁନ୍ତି । ସିନ୍ଦୁରା ଫାଟିଲାଣି । ଅଳ୍ପ ସମୟ ପରେ ସୂର୍ଯ୍ୟୋଦୟ ହେବ ।

ସେ ଆହୁରି ଜୋର୍ରେ “ଶ୍ରୀ ଆଞ୍ଜନେୟ” କହି ଚିତ୍କାର କରି ଉଲ୍ଲାସରେ ଡେଇଁଲା । ତା’ପରେ ଚାଲି ଚାଲି ସେ ନିଜ ଘରକୁ ଫେରୁଛି ରାସ୍ତାରେ ଦେଖିଲା ସୀତା ତଳକୁ ମୁଣ୍ଡ କରି ଦୁଃଖିତ ହୋଇ ଚାଲିଛି । ସେ ପଚାରିଲା “କୁଆଡେ ଯାଉଛ?”ରାମୁର କଣ୍ଠ ସ୍ୱର ଶୁଣି ସୀତା ମଥା ଉଠାଇ ଚାହିଁଲା । ଆଶ୍ଚର୍ଯ୍ୟ ଓ ଆନନ୍ଦରେ ତା’ ଆଖିରୁ ଲୁହ ବୋହିଯାଉଥାଏ । ରାମୁ ସୀତାକୁ ସାନ୍ତ୍ୱନା ଦେଇ କହିଲା, “କାନ୍ଦ ନା, କୁହ ତ କାହିଁକି ଜଙ୍ଗଲ ଆଡକୁ ଯାଉଥିଲ?”ସୀତା ଲୁହ ପୋଛି କହିଲା “ତୁମକୁ ଖୋଜି ଖୋଜି ଯାଉଥିଲି । ତୁମେ ପରା କହିଥିଲ ଯେ ଜଙ୍ଗଲରେ ରୋଷେଇ କରି ଭୂତଙ୍କୁ ଖୁଆଇବା ଶ୍ରେୟସ୍କର । ତେଣୁ ମୁଁ ଭାବିଲି ତୁମେ ଜଙ୍ଗଲରେ ଥିବ ।”ସୀତାର କଥା ଶୁଣି ରାମୁ ଦୀର୍ଘ ଶ୍ୱାସ ପକାଇ କହିଲା, “ସେକଥା ମଧ୍ୟ ମୋର ପୁରଣ ହୋଇଯାଇଛି । ସେହି ଜଙ୍ଗଲରେ ପିଶାଚଙ୍କୁ ରାନ୍ଧି ଖୁଆଇବା ଅପେକ୍ଷା ତୁମକୁ ଖୁଆଇବା ବରଂ ବହୁତ ଭଲ ।”ସୀତା ରାମୁର ହାତ ଧରି କହିଲା, “ଏଣିକି ମୁଁ ରାନ୍ଧିବି ଓ ତୁମେ ଖାଇବ । ତୁମେ ଯେବେ ରାନ୍ଧିବାକୁ କାହା ଘରକୁ ଯିବ ତେବେ ମୁଁ ମଧ୍ୟ ତୁମ ସାଥିରେ ଯାଇ ତୁମକୁ ସାହାଯ୍ୟ କରିବି ।”ସୀତା କଥା ଶୁଣି ରାମୁ ବଡ ଖୁସି ହୋଇଗଲା ଓ ରାତ୍ରିରେ ହୋଇଥିବା ତା’ର ଅନୁଭୂତି ବିଷୟରେ ଏକ ଦୀର୍ଘ ବିବରଣୀ ଦେଲା । ଗପ କରୁକରୁ ସେ ଦୁହେଁ ଆସି ଘରେ ପହଁଚିଲେ ।ସବୁ କିଛି ଜାଣିବା ପରେ ସୀତା ରାମୁକୁ କହିଲା “ଏଡେ ବଡ ବିପଦରୁ ତୁମେ କେବଳ ଆଞ୍ଜନେୟଙ୍କ କୃପାରୁହିଁ ବଂଚିଗଲ । ନହେଲେ ମୋର ଅବସ୍ଥା କ’ଣ ଯେ ହୁଅନ୍ତା?” ଏତିକି କହି ସେ ତା’ର ମଙ୍ଗଳସୁତ୍ରକୁ କପାଳରେ ଆଖିରେ ଲଗାଇଲା । ଏଣିକି ସେ ଦୁହେଁ ଖୁବ୍ ଖୁସିରେ ରହିଲେ ।

latest New story Shree Anjaneya New odia story Odia New story
Share. Facebook Twitter Pinterest LinkedIn Tumblr Reddit Email
Previous Articleତ୍ୟାଗର ଫଳ
Next Article ମହାଭାରତ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.