• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଶୁଆର ମୃତ୍ୟୁ
ଗଳ୍ପ

ଶୁଆର ମୃତ୍ୟୁ

Liza SBy Liza SMarch 22, 2022No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Suara-Mrutyu
Suara-Mrutyu
Share
Facebook Twitter Pinterest Reddit Email

ଦିନେ ଗୋଟିଏ ଶିକାରୀ ଏକ ଶୁଆକୁ ଧରି ଆଣି ରାଜ ଦରବାରରେ ପହଁଚିଲା । ଶୁଆଟି ବେଶ୍ କଉତୁକିଆ ହୋଇଥାଏ । ମିଠା ମିଠା କଥା ମଧ୍ୟ କହୁଥାଏ । ଶୁଆଟିର ମଧୁର କଥା ଶୁଣି ରାଜା ବିମୋହିତ ହୋଇଗଲେ । ଶିକାରୀକୁ କିଛି ଟଙ୍କା ଦେଇ ରାଜା ଦରବାରରୁ ବିଦାୟ ଦେଲେ ।

ଏହାପରେ ରାଜା ଜଣେ ବିଶ୍ୱସ୍ତ କର୍ମଚାରୀଙ୍କୁ ଶୁଆର ଦାୟିତ୍ୱ ଦେଇ କହିଲେ,”ଦେଖ! ଏ ଶୁଆକୁ ମୁଁ ବହୁତ ଭଲପାଏ । ମୁଁ ତୁମ ଉପରେ ତା’ର ରକ୍ଷଣା ବେକ୍ଷଣ ଦାୟିତ୍ୱ ନ୍ୟସ୍ତ କଲି । ଶୁଆର ଯେପରି କିଛି ଅସୁବିଧା ନହୁଏ । ହଁ… ଆଉ ଗୋଟିଏ କଥା ମନେରଖ ଯେଉଁଦିନ ଶୁଆଟି ମରିଯାଇଛି ବୋଲି ତୁମେ ମୋତେ ଆସି କହିବ, ସେହିଦିନ ମୁଁ ତୁମକୁ ମଧ୍ୟ ମାରିଦେବି ।”

ବିଚରା କର୍ମଚାରୀ ଜଣକ ରାଜାଙ୍କ କଥାରେ ଭୟଭୀତ ହୋଇ ଶୁଆଟିକୁ ପାଳନ କଲା । ଶୁଆକୁ ଠିକ୍ ସମୟରେ ଖାଇବାକୁ ପିଇବାକୁ ଦେବା ସହିତ ଅହରହ ଶୁଆଟି ଉପରେ ନଜର ରଖିଥାଏ । ଶୁଆଟି ମଧ୍ୟ କର୍ମଚାରୀର ଆଦର ଯତ୍ନରେ ବଢୁଥାଏ । ହେଲେଦିନେ ହଠାତ୍ ଶୁଆଟି କେଉଁ ଏକ ଅଜଣା ରୋଗରେ ପଡି ମୃତ୍ୟୁବରଣ କଲା । ଶୁଆଟି ମରିଯିବାରୁ କର୍ମଚାରୀଜଣକ ଡରିଗଲା । କେମିତି ରାଜାଙ୍କୁ ଯାଇ ତା’ର ମୃତ୍ୟୁ ସମ୍ବାଦ ଜଣାଇବ ମନେ ମନେ ଭାବିଲା ।

କୌଣସି ଉପାୟ ନପାଇ ଶେଷରେ କର୍ମଚାରୀଟି ବିରବଲଙ୍କ ପାଖରେ ପହଁଚିଲା । ତାଙ୍କୁ ଗୋଟି ଗୋଟି କରି ସବୁ କଥା କହିଲା । ବିରବଲ ତାକୁ ଆଶ୍ୱାସନା ଦେବାକୁ ଯାଇ ଏହି ସମସ୍ୟାର ସମାଧାନ ସେ ନିଜେ କରିବେ ବୋଲି କହିଲେ । ପରଦିନ ବିରବଲ ଯାଇ ରାଜାଙ୍କ ପାଖରେ ପହଁଚି ଗଲେ ଏବଂ କହିଲେ,”ମହାରାଜ! ଆପଣଙ୍କ ଶୁଆ… ।”
ଏତିକି କହି ହଠାତ୍ ରହିଗଲେ । ରାଜା ସଂଗେ ସଂଗେ ଶୁଆର କ’ଣ ହେଲା ବୋଲି ପଚାରିଲେ? ବିରବଲ କହିଲେ,”ମହାରାଜ! ଆପଣଙ୍କ ଶୁଆ କିଛି କଥା କହୁନାହିଁ । ଏପରିକି ଖାଇବା ପିଇବା ମଧ୍ୟ ବନ୍ଦ କରିଦେଇଛି । କେବଳ ଆଖି ଉପରକୁ କରି ଚାହିଁଛି । ତା’ର ଆଖିଡୋଳା ମଧ୍ୟ ସ୍ଥିର ହୋଇଯାଇଛି ।”

ବିରବଲଙ୍କ କଥା ଶୁଣି ମହାରାଜ୍ ଆଶ୍ଚର୍ଯ୍ୟ ହୋଇଗଲେ । ସଂଗେ ସଂଗେ ଶୁଆର ପିଞ୍ଜରା ପାଖକୁ ଚାଲିଲେ । ମହାରାଜ୍ ସେଠାରେ ପହଁଚି ଦେଖିଲେ ଶୁଆଟି ମୃତ୍ୟୁବରଣ କରି ସାରିଛି । ରାଜା ଏହା ଦେଖି ରାଗିଯାଇ ବିରବଲଙ୍କୁ କହିଲେ, ଶୁଆର ମରିବା କଥା ସିଧାନକହି ଏପରି ବଙ୍କେଇ ବଙ୍କେଇ କାହିଁକି କହୁଥିଲ?”

ରାଜାଙ୍କ କଥାଶୁଣି ବିରବଲ କହିଲେ,”ମହାରାଜ! କେମିତି ମୁଁ ଆପଣଙ୍କୁ ଶୁଆର ମୃତ୍ୟୁକଥା ସିଧାସଳଖ କହିଥାଆନ୍ତି । ଆପଣ ପରା ନିଜେ ଘୋଷଣା କରିସାରିଛନ୍ତି ଯିଏ ଆପଣଙ୍କୁ ଶୁଆର ମୃତ୍ୟୁକଥା କହିବ ଆପଣ ତାକୁ ମୃତ୍ୟୁଦଣ୍ଡ ଦେବେ ।”

ବିରବଲଙ୍କ କଥା ଆକବରଙ୍କ ମନକୁ ଖୁବ୍ ପାଇଲା । ଆକବର ତାଙ୍କର ବିଚକ୍ଷଣ ବୁଦ୍ଧିର ପ୍ରଶଂସାରେ ଶତମୁଖ ହୋଇଉଠିଲେ ।

New odia story Odia Gapa Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଟଙ୍କା ଥଳୀଟି କାହାର?
Next Article ସମସ୍ୟାର ସମାଧାନ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.