ବଜ୍ରାଙ୍ଗର ତପସ୍ୟାରେ ବ୍ରହ୍ମା ସନ୍ତୁଷ୍ଟ ହୋଇ ତା’ ସମ୍ମୁଖରେ ପ୍ରକଟ ହେଲେ ଓ କହିଲେ, “ତୁମେ ଯାହା ବର ମାଗିବାକୁ ଚାହଁ ମାଗ ।”
ବଜ୍ରାଙ୍ଗ ହାତ ଯୋଡି କହିଲା “ମହାତ୍ମନ୍, ମୋର ପତ୍ନୀ ଏକ ବଳଶାଳୀ ପୁତ୍ର କାମନା କରେ ଯିଏକି ଦେବତାଙ୍କ ଉପରେ ମଧ୍ୟ ବିଜୟଲାଭ କରିପାରିବ । ତା’ର ଇଚ୍ଛା ପୂର୍ଣ୍ଣ କରନ୍ତୁ ।”
ତା’ପରେ ବ୍ରହ୍ମା ପ୍ରସନ୍ନତା ସହିତ “ତଥାସ୍ତୁ”ବୋଲି କହି ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ । ବଜ୍ରାଙ୍ଗ ଗୃହକୁ ପ୍ରତ୍ୟାବର୍ତ୍ତନ କରି ଏ ସମ୍ବାଦ ନିଜ ପତ୍ନୀକୁ ଦେଲା ।
ଯଥା ସମୟରେ ବରାଙ୍ଗୀର ପୁଅଟିଏ ଜନ୍ମ ହେଲା । ତା’ର ଜନ୍ମ ବେଳେ ପୃଥିବୀ କମ୍ପି ଉଠିଲା । ଚାରିଆଡେ ଅଗ୍ନୁତ୍ପାତ ଦେଖାଦେଲା । ସମୁଦ୍ର ମାଡି ଆସିଲା ଓ ନାନା ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଦେଖା ଦେଲା ।
ପିତାମାତା ସେହି ପିଲାର ନାମ “ତାରକ”ଦେଲେ । କ୍ରମେ ସେ ବାଲ୍ୟବସ୍ଥାରୁ ଯୌବନାବସ୍ଥା ପ୍ରାପ୍ତ କଲା । ତା’ର ଶରୀର ପର୍ବତାକାର ଥିଲା ଓ ସେ ଅତ୍ୟନ୍ତ ବଳଶାଳୀ ଥିଲା ।
ତାରକକୁ ଯିଏ ଦେଖୁଥାଏ । ସିଏ ଭୟରେ କୁଆଡେ ହେଲେ କୁଆଡେ ପଳାଇବ ଠିକ୍ କରି ପାରୁ ନଥାଏ । ବଣ ଭିତରର ପଶୁପକ୍ଷୀମାନେ ତାରକର ରଡି ଶୁଣିଲେ ପ୍ରାଣମୂର୍ଚ୍ଛା ଦୌଡି ପଳାଇ ଯାଉଥାନ୍ତି । ମଣିଷମାନେ ତା’ ପାଖ ପଶିବାକୁ କେବେବି ସାହସ କରୁ ନଥାନ୍ତି । ତାରକର ରଡିରେ ପାହାଡ ପର୍ବତ ପ୍ରକମ୍ପିତ ହେଉଥାଏ । ବୃକ୍ଷଲତାରୁ ପତ୍ରମାନ ଝଡି ପଡୁଥାନ୍ତି । ତାରକ ନଦୀରେ ପଶି ସନ୍ତରଣ କଲେ ନଦୀର ଢେଉ କୂଳ ଲଂଘନ କରି ଦୁଇ ତୀରବର୍ତ୍ତୀ ଗଛଲତା ଦେହରେ ବାଡେଇ ହୋଇ ଯାଉଥାନ୍ତି ।
ବରାଙ୍ଗୀ ଏ ବଳବାନ ପୁଅକୁ ଦେଖି ବହୁତ ଖୁସି ହେଉଥାଏ । ସେ ପୁଅ ଟିକିଏ ବଡ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥାଏ ।
ଦିନେ ବରାଙ୍ଗୀ ତା’ ପୁତ୍ରକୁ ଡାକି କହିଲା, “ପୁଅ, ତୁ ଯାଇ ତପସ୍ୟା କରି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରିବୁ ଓ ତାଙ୍କଠାରୁ ଏପରି ବର ମାଗିବୁ ଯେଉଁଥିରେକି ତୁ ଏ ତିନିଲୋକରେ ବୀରମାନଙ୍କର ଅଗ୍ରଗଣ୍ୟ ହେବୁ ।”
ତାରକ କୌତୁହଳୀ ହୋଇ ପଚାରିଲା “ମା ଏ ବ୍ରହ୍ମା କିଏ? ପୁଣି ତପସ୍ୟା କିପରି ଭାବରେ କରିବାକୁ ହୁଏ?”
ମା କହିଲେ “ବାପା, ବ୍ରହ୍ମା ଅତ୍ୟନ୍ତ ଶକ୍ତିଶାଳୀ ମହାନ୍ ଦେବତା । ତୁ ତାଙ୍କୁ ଭକ୍ତି ସହକାରେ ମନେ ମନେ ଧ୍ୟାନ କରିବୁ । ତାଙ୍କ କଥା ବ୍ୟତୀତ ଅନ୍ୟ କୌଣସି କଥା ମଧ୍ୟ ତୁ ତୋ ଚିନ୍ତା ରାଜ୍ୟକୁ ଆଣିବୁ ନାହିଁ । ମନକୁ ବିଚଳିତ କରିବୁ ନାହିଁ । ଖରା, ବର୍ଷା, ପବନ ଏସବୁ ପ୍ରତି ତୁ ମୋଟେ ଖାତିର କରିବୁ ନାହିଁ ।”
ମା’ର କଥା ଶୁଣି ତାରକ ତପସ୍ୟା କରିବାକୁ ଗଲା । ତା’ର ତପସ୍ୟା ଅତ୍ୟନ୍ତ ଉଗ୍ର ଥିଲା । ସେହି ତପସ୍ୟାର ପ୍ରତାପରେ ଚାରିଦିଗରେ ଖାଲି ଅଗ୍ନି ଦେଖା ଦେଲା । ଦେବତାମାନେ ବ୍ରହ୍ମାଙ୍କୁ ଭେଟି କହିଲେ, “ମହାତ୍ମନ୍, ଆପଣ ଶୀଘ୍ର ଯାଇ ସେ ତାରକର ତପସ୍ୟା ବନ୍ଦ କରାନ୍ତୁ ନଚେତ୍ ଏ ତିନିଲୋକ ଜଳିଯିବ ।”
ବ୍ରହ୍ମା ତାରକ ସମ୍ମୁଖରେ ଆବିର୍ଭାବ ହୋଇ କହିଲେ, “ମୁଁ ତୋର ତପସ୍ୟାରେ ଖୁବ୍ ସନ୍ତୁଷ୍ଟ ହୋଇଛି । ଅଭିଳଷିତ ବର ମାଗି ନେ ।”
ତାରକ ଆନନ୍ଦିତ ହୋଇ ହାତ ଯୋଡି କହିଲା, “ମହାତ୍ମନ, ଆପଣଙ୍କ ଅନୁଗ୍ରହରେହିଁ ମୋର ଏ ତପସ୍ୟା ଆଜି ସଫଳ ହୋଇଛି । ମୋତେ ଏଇ ବର ଦିଅନ୍ତୁ ଯେ ଶିବଙ୍କ ଅଂଶ ବ୍ୟତୀତ ମୁଁ ଆଉ କାହାରି ହାତରେ ମଧ୍ୟ ମରିବି ନାହିଁ ।”
ବ୍ରହ୍ମା ବରଦାନ କରି ଅଦୃଶ୍ୟ ହୋଇଗଲେ । ସେଠାରୁ ଫେରି ତାରକ ଗୁରୁ ଶୁକ୍ରାଚାର୍ଯ୍ୟଙ୍କୁ ଯାଇ ଦେଖାକଲା । ତାରକର ଦିଗ୍ବିଜୟ ପାଇଁ ଶୁକ୍ରାଚାର୍ଯ୍ୟ ଶୁଭ ସମୟ ଗଣନା କରି କହିଲେ । ଯଥା ସମୟରେ ତାରକ ଦିଗ୍ବିଜୟରେ ବାହାରିଲା । ଖୁବ୍ ଅଳ୍ପ ସମୟ ମଧ୍ୟରେ ସେ ତିନିପୁର ଜୟ କଲା । ଦେବତାମାନଙ୍କୁ ସେ ତା’ ନିଜ ଅଧିକାରରେ ରଖିଲା । ତା’ପରେ ସେ ନିଜ ରାଜ୍ୟକୁ ଫେରି ଆସି ଆନନ୍ଦରେ କାଳଯାପନ କଲା ।
ଏ ସମସ୍ତ ଘଟଣା ଅତି କ୍ଷୀପ୍ର ଗତିରେ ଘଟିଗଲା । ଦେବତାମାନେ ଜଣେ ଯୁବକ ଅସୁର ହାତରେ ଏଭଳି ଦୟନୀୟ ଭାବରେ ପରାଜିତ ହେବେ ବୋଲି କେବେବି କଳ୍ପନା ସୁଦ୍ଧା କରି ନଥିଲେ । ସେମାନେ ବିମୂଢ ଭାବରେ ଇତସ୍ତତଃ ପଳାଇଗଲେ । ପରେ ପୁଣି ସେମାନେ ପରସ୍ପର ଡକାଡକି ହୋଇ ଏକତ୍ରିତ ହେଲେ । ତାରକର ଶକ୍ତି ସେମାନଙ୍କ ଭିତରେ ଅତ୍ୟନ୍ତ ବିସ୍ମୟ ଉତ୍ପାଦନ କରିଥାଏ । କ’ଣ କଲେ ପୁଣି ନିଜ ନିଜ ଦୃତ ଗୌରବ ଫେରି ପାଇବେ । ସେ ବିଷୟରେ ସେମାନେ ବହୁତ ଆଲୋଚନା କଲେ, କିନ୍ତୁ ସହଜରେ କୌଣସି ସମାଧାନ ସେମାନଙ୍କ ମୁଣ୍ଡକୁ ଜୁଟିଲା ନାହିଁ ।
ଦିନେ ନାରଦ ଯାଇ ସେଠାରେ ପହଁଚିଲେ ତାରକ ତାଙ୍କୁ ବହୁତ ଆଦର ଅଭ୍ୟର୍ଥନା କରି ନେଇ ସିଂହାସନରେ ବସାଇଲା ଓ କହିଲା, “ଦେବର୍ଷି, ଆପଣଙ୍କ କୃପାରୁ ମୁଁ ତିନିପୁର ଜୟ କରି ପାରିଛି ।”
ନାରଦ କହିଲେ, “ତାରକ, ତୁମେ ବ୍ରହ୍ମାଙ୍କଠାରୁ ଯେଉଁ ବରପ୍ରାପ୍ତ କରିଛ ସେହି ଶକ୍ତିବଳରେ ଆଜି ଏପରି ଘଟିଛି । ତେବେ ଯଦି ନିଜକୁ ପ୍ରକୃତ ଅର୍ଥରେ “ତ୍ରୈଲୋକ୍ୟାସୁର”ବୋଲାଇବାକୁ ଚାହଁ ତେବେ ବୈକୁଣ୍ଠ ଜୟ କରିବାକୁ ଯାଅ ।
ନାରଦଙ୍କ କଥା ଶୁଣି ତାରକ ତା’ର ସୈନ୍ୟସାମନ୍ତ ନେଇ ବୈକୁଣ୍ଠ ଗଲା । ବିଷ୍ଣୁ ନିଜ ଆସନରୁ ଉଠିଆସି ତାରକ ସହିତ ମିଠା କଥା କହି ତାକୁ ସେଠାରୁ ଫେରାଇ ଦେଲେ ।
ତାରକ ଫେରି ଆସିଲା ସିନା, କିନ୍ତୁ ତା’ ମନରେ ଟିକିଏ ଅସନ୍ତୋଷ ରହିଗଲା । ସତରେ, ସେ ଯଦି ବୈକୁଣ୍ଠ ଜୟ କରି ନ ପାରିଲା, ତେବେ ଆଉ କ’ଣ ହେଲା? ସେ ତ୍ରିଭୂବନ ବିଜୟୀ ବୋଲି ଗର୍ବ କରିବାର ଅବକାଶ ଆଉ କେଉଁଠି ରହିଲା?
ତାରକ ଯେତେବେଳେ ଏହି ସବୁ ଚିନ୍ତାରେ ମଗ୍ନ ରହିଥାଏ, ଦେବତାମାନେ ଦଳବଦ୍ଧ ହୋଇ ଚୁପ୍ଚାପ୍ ଯାଇ ପୁଣି ନିଜ ନିଜ ଆସନରେ ବସିଗଲେ । ତାରକ ଯେ ସେ ସମ୍ବାଦ ଜାଣି ନଥାଏ, ତାହା ନୁହେଁ, ତେବେ ସେ ସେଥିପ୍ରତି କୌଣସି ଖାତିର୍ କରୁ ନଥାଏ । କାରଣ ଯେ କୌଣସି ମୁହୂର୍ତ୍ତରେ ସେ ଯାଇ ସେମାନଙ୍କୁ ହରାଇ ଦେଇ ପାରିବେ ବୋଲି ଜାଣିଥାଏ ।
ଦିନେ କେତେଜଣ ଋଷି ବିଷ୍ଣୁଙ୍କ ନାମ ଗାଇ ବାଟରେ ଯାଉଥିବାର ତାରକ ଶୁଣିଦେଲା । ଓ ବିଷ୍ଣୁଙ୍କୁ କିପରି ପରାଭୂତ କରିବ ସେ ବିଷୟ ସେ ଚିନ୍ତା କଲା ।
ଏଣେ କୈଳାସରେ ପାର୍ବତୀ ଶିବଙ୍କର ପରିଚର୍ଯ୍ୟାରେ ବ୍ୟସ୍ତ ଥା’ନ୍ତି । ପ୍ରତ୍ୟେକ ଦିନ ସଖୀମାନଙ୍କ ସହ ସେ ପୁଷ୍ପଚୟନ କରନ୍ତି । ଜଳ, ଚନ୍ଦନ, କର୍ପୁର ଧୂପ ପୁଷ୍ପ ଆଦି ଆଣି ଶିବଙ୍କର ସେ ପୂଜା କରନ୍ତି ।
ଇତିମଧ୍ୟରେ ତାରକ ଆଉଥରେ ସ୍ୱର୍ଗକୁ ଯାଇ ଇନ୍ଦ୍ରଙ୍କୁ ସିଂହାସନରୁ ତଡି ଦେଇ ସବୁ ଦେବତାଙ୍କୁ ହଇରାଣ କରିବାକୁ ଲାଗିଲା ।
ଇନ୍ଦ୍ର ଓ ଅନ୍ୟ ଦେବତାମାନେ ବ୍ରହ୍ମାଙ୍କ ନିକଟରେ ପହଁଚି ସବୁ ଦୁଃଖ ନିବେଦନ କରି କହିଲେ, “ଏବେ ତାରକର ଅତ୍ୟନ୍ତ ଗର୍ବ ହୋଇ ଯିବାରୁ ସେ ଏପରି ସବୁ କରୁଛି । ଆପଣ ଏହାର କିଛି ପ୍ରତିକାର କରନ୍ତୁ ।”
ବ୍ରହ୍ମା ତାରକ ପାଖକୁ ଯାଇ ତାକୁ ବୁଝାଇଲେ, “ତୁମେ ତ ତିନିଲୋକ ଉପରେ ରାଜା । ଏବେ ତମେ ନିଜ ପୁରକୁ ଫେରିଯାଅ ଓ ଇନ୍ଦ୍ରଙ୍କୁ ତାଙ୍କ ସିଂହାସନ ଫେରାଇ ଦିଅ । ସେ ତୁମ ଅଧିକାରରେ ରହିବେ । ତମେ ଦେବତାଙ୍କ ସହ କାହିଁକି ଶତ୍ରୁତା କରୁଛ?”
ତାରକ ବ୍ରହ୍ମାଙ୍କ କଥା ସ୍ୱୀକାର କରିନେଲା ଓ ସେ ସ୍ୱର୍ଗପୁର ଛାଡି ଚାଲିଗଲା । ନିଜ ରାଜ୍ୟରେ ଥାଇ ସେ ତିନିଲୋକ ଶାସନ କରିବାରେ ଲାଗିଲା ।
ଇନ୍ଦ୍ର ତାଙ୍କର ସିଂହାସନ ଫେରି ପାଇଲେ ମଧ୍ୟ ତାରକର ଆଧିପତ୍ୟରେ ରହୁଥିବାରୁ ତାଙ୍କୁ ବହୁତ ଲଜ୍ଜା ହେଲା । ସେ ବୃହଷ୍ପତିଙ୍କୁ ଡାକି କହିଲେ, “ଗୁରୁଦେବ, ମୁଁ ତାରକର ସେବକ ବୋଲି ଭାବିବା ବେଳକୁ ମୋତେ ବଡ ଅପମାନ ହେଉଛି । ଆପଣ ତ ସର୍ବଜ୍ଞ । ତାରକର ମୃତ୍ୟୁ କି ଉପାୟରେ ହେବ କୁହନ୍ତୁ ।”
ବୃହଷ୍ପତି କହିଲେ, “ବ୍ରହ୍ମାଙ୍କ ବରରେ ସେ ଏପରି ବଳଶାଳୀ ହୋଇଛି । ତେଣୁ ଚାଲ ତାଙ୍କ ପାଖକୁ ଯାଇ ଏ ବିଷୟରେ ସବିଶେଷ ଆଲୋଚନା କରିବା ।”
ସେମାନେ ଯାଇ ବ୍ରହ୍ମାଙ୍କ ପାଖରେ ପହଁଚିଲେ । ବ୍ରହ୍ମା କହିଲେ, “କେବଳ ଶିବଙ୍କ ଅଂଶରୁ ଉତ୍ପନ୍ନ ବାଳକ ଦ୍ୱାରାହିଁ ତାରକର ମୃତ୍ୟୁ ହେବ । ସତୀଙ୍କ ମୃତ୍ୟୁ ପରେ ସେ ଦୁଃଖିତ ହୋଇ ଘୋର୍ ତପସ୍ୟାରେ ମଗ୍ନ । ଏବେ ସତୀଦେବୀ ହିମବାନଙ୍କ କନ୍ୟା ପାର୍ବତୀ ରୂପରେ ଜନ୍ମ ନେଇଛନ୍ତି । ସେ ଶିବଙ୍କର ପରିଚର୍ଯ୍ୟା କରନ୍ତି । ତମେମାନେ ଯଦି କୌଣସି ଉପାୟରେ ପାର୍ବତୀଙ୍କ ପ୍ରତି ଶିବଙ୍କର ପ୍ରସନ୍ନତା ଉଦ୍ରେକ କରାଇ ପାରିବ ତେବେ ସେ ଦୁହିଁଙ୍କର ବିବାହ ହେବ ଓ ଯେଉଁ ପୁତ୍ର ଜନ୍ମନେବ ସେହିଁ ତାରକକୁ ମାରି ପାରିବ ।”
ଇନ୍ଦ୍ର ଓ ଅନ୍ୟମାନେ ଏଥର ତାରକର ମୃତ୍ୟୁ ରହସ୍ୟ ଜାଣିବା ମାତ୍ରେ କାମଦେବଙ୍କ ପାଖରେ ଯାଇ ପହଁଚିଲେ । ଦେବତାମାନେ ସମସ୍ତ ଘଟଣା ବୁଝାଇ କହିବା ପରେ କାମଦେବଙ୍କୁ କହିଲେ, “ହେ କାମଦେବ! ଏବେ ତମେ ଯାଇ ତୁମର ପୁଷ୍ପବାଣ ଶିବଙ୍କ ଉପରେ ନିକ୍ଷେପ କର । ନଚେତ୍ ଆଉ କିଛି ଉପାୟ ନାହିଁ ।”
ଏକଥା ଶୁଣିବା ମାତ୍ରେ କାମଦେବ ଅତ୍ୟନ୍ତ ଭୟଭୀତ ହୋଇ କହିଲେ, “ଶିବଙ୍କ ଉପରେ ବାଣ ପ୍ରୟୋଗ କରିବାକୁ ମୁଁ ସାହସ କରିପାରୁ ନାହିଁ । କାରଣ ଶିବଙ୍କର ରୋଷ ସହ୍ୟ କରିବାର ଶକ୍ତି ମୋର ନାହିଁ ।”
ଏକଥା ଶୁଣି ଇନ୍ଦ୍ର ତାଙ୍କୁ ବୁଝାଇ କହିଲେ, “କାମଦେବ, ସାରା ବିଶ୍ୱବ୍ରହ୍ମାଣ୍ଡରେ ତୁମ ଶକ୍ତିରେ ବଶ ହେବନାହିଁ ଏପରି କିଏ ଅଛି? ତୁମ ପୁଷ୍ପବାଣ ସାମନାରେ କେହିବି ତିଷ୍ଠି ପାରିବେ ନାହିଁ । ତା’ଛଡା ତମେ ତ ଏ ସମସ୍ତ କାର୍ଯ୍ୟ ଦେବତାଙ୍କ ପାଇଁ କରିବ ।”
ଇନ୍ଦ୍ରଙ୍କଠାରୁ ପ୍ରଶଂସା ଶୁଣି କାମଦେବ ସେ କାର୍ଯ୍ୟ କରିବାକୁ ରାଜି ହେଲେ । ସେ ତାଙ୍କ ପତ୍ନୀ ରତୀଦେବୀଙ୍କ ସହିତ କୈଳାସର ସେହି ବନପ୍ରଦେଶକୁ ଗମନ କଲେ । ସେଠାରେ ସେମାନେ ଏକ ବୃକ୍ଷ ଶାଖାର ଅନ୍ତରାଳରେ ଲୁଚି ରହି ପାର୍ବତୀଙ୍କ ଆଗମନକୁ ଅପେକ୍ଷା କରି ରହିଲେ ।
ଅନେକ ସମୟ ପରେ ପାର୍ବତୀ ଆସିଲେ । ଏଣେ କାମଦେବଙ୍କ ଉପସ୍ଥିତିରୁ ସେହି ବନପ୍ରଦେଶରେ ଅପୂର୍ବ ବସନ୍ତ ଋତୁ ଦେଖା ଦେଲା । ଚାରିଦିଗରେ ବୃକ୍ଷଲତା ପୁଷ୍ପିତ ହୋଇ ଉଠିଲେ ଓ ମୃଦୁ ମୃଦୁ ମଳୟ ସମୀର ବହିବାକୁ ଲାଗିଲା । ପାର୍ବତୀଙ୍କ ହୃଦୟରେ ମଧୁର ଭାବର ସଂଚାର ହେଲା । ସେ ଶିବଙ୍କର ପରିଚର୍ଯ୍ୟା କରିବାରେ ଲାଗିଲେ । ଶିବ ଆଖି ଖୋଲି ପାର୍ବତୀଙ୍କ ଆଡେ ଚାହିଁଲେ । ସେଦିନ ତାଙ୍କ ଆଖିରେ ପାର୍ବତୀଙ୍କ ରୂପ ଅନ୍ୟପ୍ରକାର ଦେଖା ଦେଲା । ଶିବ ପୁଣି ଚକ୍ଷୁ ବନ୍ଦ କରି ଧ୍ୟାନମଗ୍ନ ହେଲେ । ପାର୍ବତୀ ତାଙ୍କୁ ପୁଷ୍ପ ମାଲ୍ୟ ଓ ଗନ୍ଧ ଚନ୍ଦନାଦି ଅର୍ପଣ କରି ତାଙ୍କ ସମ୍ମୁଖରେ ହାତ ଯୋଡି ଠିଆ ହୋଇଥା’ନ୍ତି । ଶିବ ପୁଣି ଥରେ ଆଖି ଖୋଲିଲେ ଏବଂ ପାର୍ବତୀଙ୍କ ଐକାନ୍ତିକ ଭକ୍ତି ଓ ସେବାରେ ମୁଗ୍ଧ ହୋଇ ସେ ତାଙ୍କରି ଆଡେ ସେମିତି ଚାହିଁ ରହିଥାନ୍ତି । ଠିକ୍ ଏହି ସମୟରେ କାମଦେବ ତାଙ୍କ ପ୍ରତି ପୁଷ୍ପବାଣ ନିକ୍ଷେପ କଲେ ।
ପ୍ରଥମେ ଶିବ ଆଶ୍ଚର୍ଯ୍ୟ ହୋଇ ଏଣେତେଣେ ଦୃଷ୍ଟିପାତ କଲେ । ଅଚିରେ ଅଦୂରରେ ଲୁଚି ରହିଥିବା କାମଦେବଙ୍କ ଉପରେ ତାଙ୍କ ଆଖି ପଡିଲା ।
ଶିବ ହଠାତ୍ କ୍ରୁଦ୍ଧ ହୋଇ ଉଠି ପଡିଲେ ଓ କହିଲେ, “ମୋ ଉପରକୁ କିଏ ଏପରି ବାଣ ମାରିଲା?” ସେହି ମହା ରୁଦ୍ରଭାବ ଯୋଗୁଁ ତାଙ୍କ କପାଳସ୍ଥ ତୃତୀୟ ନୟନ ଖୋଲିଗଲା ଓ ସେଥିରୁ ଅଗ୍ନିବୃଷ୍ଟି ହୋଇ ତାହା କାମଦେବଙ୍କୁ ଜୀବନ୍ତ ଦଗ୍ଧ କଲା ।
ରତୀଦେବୀ ଅତ୍ୟନ୍ତ କାତର ହୋଇ ବିଳାପ କରିବାକୁ ଲାଗିଲେ । ଏପରି ଘଟଣା ଘଟିବ ବୋଲି ମଧ୍ୟ ସେ ମୋଟେ କଳ୍ପନା କରି ନଥିଲେ । କାମଦେବଙ୍କ ଭସ୍ମୀଭୁତ ଶରୀର ଦେଖି ଦେବତାମାନେ ମଧ୍ୟ ଅତ୍ୟନ୍ତ କାତର ହୋଇ ପଡିଲେ । ସେମାନଙ୍କ ଭିତରେ ଭୟଙ୍କର କୋଳାହଳ ଏବଂ ହାହାକାର ପଡିଗଲା ।
ତା’ପରେ ଇନ୍ଦ୍ରାଦି ଦେବତାମାନେ ଯାଇ ଶିବଙ୍କୁ ସ୍ତୁତିକରି ଶାନ୍ତ କରାଇଲେ ଓ ଶିବ ନିଜର ତୃତୀୟ ନେତ୍ରର ଅଗ୍ନି ସମ୍ବରଣ କଲେ । ତା’ପରେ କାମଦେବଙ୍କ ପତ୍ନୀ ରତିଦେବୀ ଆସି ଶିବଙ୍କୁ ପ୍ରାର୍ଥନା କରି କହିଲେ, “ହେ ସଦାଶିବ, ଏହି କାର୍ଯ୍ୟରେ ମୋ ସ୍ୱାମୀଙ୍କର କିଛି ଅପରାଧ ନାହିଁ । ଦେବତାମାନେ ତାରକ ଅସୁର ଦ୍ୱାରା ଅତ୍ୟାଚାରିତ ହୋଇ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ଆପଣଙ୍କ ଅଂଶ ଜାତ ପୁତ୍ରହିଁ କେବଳ ତାକୁ ମାରି ପାରିବ ବୋଲି ସେ ବର ପାଇଛି । ସେଇଥିପାଇଁ ପାର୍ବତୀଙ୍କ ପ୍ରତି ଆପଣଙ୍କୁ ଆକୃଷ୍ଟ କରିବା ପାଇଁ ମୋ ସ୍ୱାମୀ ଏପରି କରିଛନ୍ତି । ଏସବୁ ଦେବତାଙ୍କ ପାଇଁ । ଏବେ ସମସ୍ତିଙ୍କର ଦୋଷ କ୍ଷମା କରନ୍ତୁ ଓ ମୋର ସ୍ୱାମୀଙ୍କୁ ପୁନର୍ଜୀବିତ କରାନ୍ତୁ ।”ଶିବ ସବୁ ବୁଝିଗଲେ ଓ ରତିଦେବୀଙ୍କ ପ୍ରତି ପ୍ରସନ୍ନ ହୋଇ କାମଦେବଙ୍କୁ ପୁନର୍ଜୀବନ ଦେଲେ କିନ୍ତୁ ତାଙ୍କର ଦେହ ନଥିବାରୁ ସେହିଦିନଠାରୁ ସେ ‘ଅଦେହୀ’ ବା ଅତନୁ ନାମରେ ଖ୍ୟାତ ହେଲେ ।