• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଲୋଭୀ କିଏ?
ଗଳ୍ପ

ଲୋଭୀ କିଏ?

suchitraBy suchitraMarch 5, 2022No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Lobhi kie
Odia Story Lobhi kie
Share
Facebook Twitter Pinterest Reddit Email

ଦିନେ ଆକବର ଠିକ୍ କଲେ ଦରବାରରେ ଥିବା ପାରିଷଦବର୍ଗ ଏବଂ କେତେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏକ ଭୋଜି ଦେବେ । ସେଥିପାଇଁ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ ହେଲା । ଭୋଜିଦିନ ନିର୍ଦ୍ଧାରିତ ସମୟରେ ସମସ୍ତେ ଆସି ଗୋଟିଏ ସ୍ଥାନରେ ରୁଣ୍ଡ ହେଲେ । ପ୍ରକୃତପକ୍ଷେ ରାଜା ଆକବରଙ୍କ ଦ୍ୱାରା ପ୍ରଦତ୍ତ ଏହି ଭୋଜିଟି ଭଗବାନଙ୍କ ଉଦ୍ଧେଶ୍ୟରେ ସମର୍ପିତ ଥିଲା । ରାଜାଙ୍କର କର୍ମଚାରୀମାନେ ସମସ୍ତେ ସୂଚାରୁ ରୂପେ ସେମାନଙ୍କର କାର୍ଯ୍ୟ ସଂପାଦନ କରୁଥାଆନ୍ତି । ସମସ୍ତଙ୍କର ଇଚ୍ଛା ସେମାନେ କିପରି ରାଜାଙ୍କର ଦୃଷ୍ଟି ଆକର୍ଷଣ କରିବେ । କିନ୍ତୁ ମହାରାଜ ଆକବରଙ୍କ ଦୃଷ୍ଟି ସବୁ ସମୟରେ ବିରବଲଙ୍କ ଉପରେ ଥାଏ । ବିରବଲ ମଧ୍ୟ ରାଜାଙ୍କ ପାଖରେ ବସି ସମସ୍ତ କାର୍ଯ୍ୟ ତଦାରଖ କରୁଥାଆନ୍ତି । ସମୟେ ସମୟେ ବିରବଲ ମଧ୍ୟ ରାଜାଙ୍କର ମନୋରଂଜନ ପାଇଁ ଛୋଟ ଛୋଟ କୌତୁକିଆ କାହାଣୀମାନ ଶୁଣାଉଥାଆନ୍ତି ।

ଭୋଜି ଖାଇସାରିବା ପରେ ସମସ୍ତଙ୍କୁ ଫଳ ଖାଇବାକୁ ଦିଆଗଲା । ଆକବର ଓ ବିରବଲଙ୍କ ପାଖରେ ମଧ୍ୟ ଏକ ପାତ୍ରରେ ଫଳ ରଖାଯାଇଥିଲା । ସେମାନେ ପରସ୍ପର କଥାବାର୍ତ୍ତା ହେବା ସଂଗେ ସଂଗେ ଫଳ ଖାଉଥାଆନ୍ତି । ଆକବର ଫଳ ଖାଇବା ପରେ ଫଳର ମଂଜିକୁ ବାହାର କରି ପାଖରେ ଥିବା ଏକ ପାତ୍ରରେ ରଖୁଥାଆନ୍ତି । ଏକଥା କିନ୍ତୁ ବିରବଲଙ୍କୁ ଜଣା ନଥାଏ । ଆକବର ମନେ ମନେ ବିରବଲଙ୍କୁ ପରୀକ୍ଷା କରିବା ପାଇଁ ଏକ ଉପାୟ କଲେ । ବିରବଲ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଥିବା ସମୟରେ ଆକବର ତାଙ୍କ ପାଦଦ୍ୱାରା ପାତ୍ରଟିକୁ ଘୁଂଚାଇ ଘୁଂଚାଇ ଆଣି ବିରବଲଙ୍କ ପାଦତଳେ ରଖିଦେଲେ । ବିରବଲଙ୍କୁ କହିଲେ – “ସତରେ ବିରବଲ! ତୁମେ କେତେ ଫଳ ଖାଇସାରିଲଣି?” ଆକବରଙ୍କ କଥାଶୁଣି ବିରବଲ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ । କିପରି ଦରବାରରେ ସମସ୍ତଙ୍କୁ ସାମ୍ନା କରିବେ ଜାଣି ପାରିଲେ ନାହିଁ । ହଠାତ୍ ତାଙ୍କ ମୁଣ୍ଡକୁ ଏକ ଉପାୟ ଆସିଲା । ସେ ସଂଗେ ସଂଗେ କହିଲେ – “ମହାରାଜ! ମୁଁ ମାନୁଛି ଯେ ମୁଁ ଏକ ଲୋଭୀ । କିନ୍ତୁ ଆପଣଙ୍କ ଠାରୁ କମ୍ । ମୁଁ ତ’ ହେଲେ ଫଳ ଖାଇ ସାରିବା ପରେ ମଂଜି ବାହାର କରି ଏଠାରେ ରଖିଛି ହେଲେ ଆପଣ ଫଳ ଖାଇବା ସଂଗେ ସଂଗେ ମଂଜି ମଧ୍ୟ ଖାଇ ଦେଇଛନ୍ତି । ମୋତେ କ’ଣ ଲୋଭୀ କହୁଛନ୍ତି ।” ବିରବଲଙ୍କ କଥା ଶୁଣି ଦରବାରରେ ସମସ୍ତେ ହସି ଉଠିଲେ ।ହାରାଜ ନିଜେ ମଧ୍ୟ ବିରବଲଙ୍କର ବୁଦ୍ଧିକୁ ପ୍ରଶଂସା ନକରି ରହିପାରିଲେ ନାହିଁ ।

New odia story odiagapa
Share. Facebook Twitter Pinterest LinkedIn Tumblr Reddit Email
Previous Articleସଂଗେ ସଂଗେ ଧରିଆଣ
Next Article ଯମୁନା ନଦୀର କାନ୍ଦ
suchitra

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.