• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ରୂପଧରଙ୍କ ଯାତ୍ରା
ଗଳ୍ପ

ରୂପଧରଙ୍କ ଯାତ୍ରା

Liza SBy Liza SJanuary 18, 2023No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Rupadharanka-jatra
Odia-Story-Rupadharanka-jatra
Share
Facebook Twitter Pinterest Reddit Email

(ସୂର୍ଯ୍ୟଦେବତାଙ୍କ ପଶୁମାନଙ୍କୁ ରୂପଧରଙ୍କ ବାରଣ ସତ୍ତ୍ୱେ ତାଙ୍କ ଅନୁଚରମାନେ ମାରି ଖାଇଲେ । ସେହି ପାପ ଯୋଗୁଁ ସେମାନେ ନୌକା ସହିତ ବୁଡିମଲେ । ରୂପଧର ଏକମାତ୍ର ବଂଚିଲେ ଓ ଭାସିଭାସି କୌଣସି ଏକ ତୀରରେ ଆସି ଲାଗିଲେ । ସେଠାରେ ସେହି ଦେଶର ରାଜକୁମାରୀ ବାରୁଣୀଙ୍କ ସହିତ ତାଙ୍କର ଦେଖା ହେଲା । ତାଙ୍କରି ସହାୟତା ଯୋଗୁଁ ସେ ରାଜଭବନରେ ପହଁଚି ଆଶ୍ରୟ ପାଇଲେ । ରାଜା କଥା ଦେଲେ କି ତାଙ୍କୁ ସେ ସବୁପ୍ରକାରରେ ସୁବିଧା ସହଯୋଗ କରିବେ, ସେଦିନ ରାତିରେ ଏତେଦିନ କଷ୍ଟକର ଜୀବନ ବିତାଇବା ପରେ ସେ ଆରାମ୍ରେ ଶୋଇଗଲେ । ଶ୍ରୋତାମଣ୍ଡଳୀ ଏଣିକି ଆପଣମାନେ ଆଗକୁ ପଢନ୍ତୁ..)

ପରଦିନ ସକାଳେ ବୁଦ୍ଧିମାନଙ୍କ ସହିତ ରୂପଧର ମଧ୍ୟ ଆସିଲେ । ଦୁହେଁ ମିଶି ରାଜସଭାକୁ ଆସିଲେ ସେହି ସଭାଭବନ ବନ୍ଦର ପାଖରେହିଁ ହୋଇଥିଲା । ସେଥିରେ ଶଙ୍ଖମଲମଲ୍ ପ୍ରସ୍ତରର ଦୁଇଟି ବସିବାସ୍ଥାନ ଥିଲା । ରାଜା ଗୋଟିକରେ ନିଜେ ବସିଲେ ଓ ଅନ୍ୟଟିରେ ରୂପଧରଙ୍କୁ ବସାଇଲେ । ଏଥିମଧ୍ୟରେ ରାଜାଙ୍କର ଜଣେ ଦୂତ ରୂପଧରଙ୍କ ଯାତ୍ରାପାଇଁ ଆବଶ୍ୟକୀୟ ସବୁକିଛି ଯୋଗାଡ କରିବାକୁ ନଗରକୁ ଗଲା । ସେ ସମସ୍ତିଙ୍କୁ ଖବର ଦେଲା କି ଜଣେ ଅପୂର୍ବ ବ୍ୟକ୍ତି ରାଜାଙ୍କ ପାଖକୁ ଆସିଛନ୍ତି; ଏକଥା ଶୁଣିବା ମାତ୍ରେ ତାଙ୍କୁ ଦେଖିବାପାଇଁ ନଗରର ପ୍ରମୁଖ ବ୍ୟକ୍ତିମାନେ ରାଜାଙ୍କ ନିକଟକୁ ଆସିଲେ । ଦେଖୁ ଦେଖୁ ସମସ୍ତେ ଆସନରେ ବସିଲେ । ରାଜା ସେମାନଙ୍କୁ କହିଲେ, ”ସଭାଜନ, ମୋ ନିକଟରେ ଆସୀନ ଏହି ନୂତନ ବ୍ୟକ୍ତି ଜଣକ ମୋର ଅତିଥି । ମୁଁ ତାଙ୍କର ପରିଚୟ ଜାଣେ ନାହିଁ । ସେ ସମୁଦ୍ର ଭିତରୁହିଁ ଆସିଛନ୍ତି । ସେ ପଶ୍ଚିମରୁ ବା ପୂର୍ବରୁ ତାହା ମଧ୍ୟ ମୁଁ ଜାଣେ ନାହିଁ ”

ସେ ନିଜ ରାଜ୍ୟକୁ ଫେରିଯିବା ପାଇଁ ଆମର ସାହାଯ୍ୟ ଭିକ୍ଷା କରୁଛନ୍ତି । ତାଙ୍କୁ ସାହାଯ୍ୟ କରିବା ପାଇଁ ମୁଁ ମଧ୍ୟ କଥା ଦେଇ ଦେଇଛି । କାରଣ ବିଦେଶାଗତ ଅସହାୟ ବ୍ୟକ୍ତି ମୋର ସହାୟତା ଚାହିଁଲେ ମୁଁ ସର୍ବଦା ଯତ୍ପରୋନାସ୍ତି ଚେଷ୍ଟା କରେ । କାରଣ ତାହା ତ ମୋର ଧର୍ମ । ଆଜି ପର୍ଯ୍ୟନ୍ତ କୌଣସି ଅତିଥିଙ୍କୁ ମୁଁ ଫେରାଇ ନାହିଁ । ତେଣୁ ଆମର ପରମ୍ପରା ଓ ଶାସନନୀତି ଅନୁସାରେ ଆମେମାନେ ଏହି ବିଦେଶାଗତ ଅତିଥିଙ୍କୁ ନିଶ୍ଚୟ ସାହାଯ୍ୟ କରିବା ”ଗୋଟିଏ ନୂତନ ନୌକା, ବାଉନ୍ଜଣ, ନାବିକଙ୍କ ସମେତ, ଆମେ ତାଙ୍କୁ ଦେବା । ଏବେ ସମସ୍ତେ ତାଙ୍କ ସମ୍ମାନାର୍ଥେ ଏଠାରେ ଏକତ୍ର ଭୋଜନ କରିବା ଓ ଆନନ୍ଦ କରିବା । ସେହି ଉପଲକ୍ଷେ ଜଣେ ସଙ୍ଗୀତଜ୍ଞଙ୍କୁ ଡାକିଆଣ ଯିଏ କି ତା’ ସୁମଧୁର ସ୍ୱରରେ ଗୀତ ଗାଇ ଆମର ଚିତ ବିନୋଦନ କରିବ ”

ରାଜା ବୁଦ୍ଧିମାନଙ୍କ କଥା ଅନୁସାରେ ବାଉନ୍ଜଣ ନାବିକ ଗୋଟିଏ ନୂତନ ନୌକା ନଦୀତଟରେ ବାନ୍ଧି ଦେଇ ପ୍ରସ୍ତୁତ ରହିଲେ । ଜଣେ ସଙ୍ଗୀତଜ୍ଞ ମଧ୍ୟ ରାଜଭବନକୁ ଗାଇବା ପାଇଁ ଆସିଲେ । ରାଜଭବନରେ ଅତିଥି ଭରପୁର ଖିଆପିଆ ସଂଗୀତ ସବୁକିଛି ବଡ ଧୁମ୍ଧାମ୍ରେ ଚାଲିଥାଏ । ଗୀତ ଗାଇବା ପାଇଁ ଏକ ସୁନ୍ଦର ଅନ୍ଧଯୁବକ ସେଠାରେ ଆସି ଉପସ୍ଥିତ ହେଲେ ।

New odia story New Story Rupadharanka Jatra Odia New story
Share. Facebook Twitter Pinterest LinkedIn Tumblr Reddit Email
Previous Articleଦେବୀଭକ୍ତ
Next Article ତାଙ୍କ କଥା ଶୁଣି ସମସ୍ତେ ନୀରବ ରହିଲେ
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.