• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ରାମପୁରର ରାମ
ଗଳ୍ପ

ରାମପୁରର ରାମ

Liza SBy Liza SJanuary 31, 2023No Comments4 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Ramapura-Rama
Odia-Story-Ramapura-Rama
Share
Facebook Twitter Pinterest Reddit Email

ାମପୁରର ରାମର ସୀତାପୁରର ସୀତାରାମ ସହିତ କିଛି କାମଥିଲା । ସକାଳୁ ଚାଲିଚାଲି ଦ୍ୱିପ୍ରହରବେଳକୁ ସେ ଯାଇ ଲକ୍ଷ୍ମଣପୁରରେ ପହଁଚିଲା । ଖରାରେ ଚାଲୁଛି, ପୁଣି ଭୋକରେ ତା’ର ହଂସା ଉଡିଲାଣି, ସେ ରାସ୍ତାରେ ଘରଟିଏ ଦେଖି ପିଣ୍ଡା ଉପରକୁ ଉଠିଯାଇ ବସିପଡି ଥକା ମାରିଲା । ସେ ଘରର ଯୁବକଟିଏ ବାହାରି ଆସିଲେ; ରାମ କହିଲା, “ପୁଅ, ବଡ ଖରାରେ ଚାଲିଚାଲି କ୍ଳାନ୍ତ ହୋଇ ପଡିଛି । ଘରେ ପଚାର କିଛି ଖାଇବାକୁ ଦେଇ ପାରିବେ କି? ଭୋକରେ ମୋ ପେଟ ଜଳୁଛି । ଆଉ ଚାଲି ପାରୁ ନାହିଁ ।”

ରାମ ଜାଣି ନଥିଲା ଯେ ସେ ଘରର ପ୍ରାୟ ସମସ୍ତେ କାଲା । ଯୁବକ ଦୁମ୍ ଦୁମ୍ ହୋଇ ଘର ଭିତରକୁ ପଶିଯାଇ ତା’ର ବିବାହଯୋଗ୍ୟ ଭଉଣୀକୁ ଚିତ୍କାର କରି ଗାଳିଦେଇ କହିଲା, “କେଉଁଠୁ ଜଣେ ଲୋକ ଆସି କହୁଛି ଯେ ତୁ ତାକୁ ବିବାହ କରିବାକୁ କଥା ଦେଇଛୁ? କିଏ ସେ ଲୋକ? ଆମ ପିଣ୍ଡା ମାଡି ବସି ଦାବୀ କରୁଛି । ଏକଥା ଗ୍ରାମରେ ପ୍ରଘଟ ହେଲେ ଆମେ କ’ଣ ଆଉ କାହାକୁ ମୁହଁ ଦେଖାଇ ପାରିବୁ? ଛି, ଛି, ଶେଷକୁ ଏହି କଳଙ୍କ ରଟାଇଲୁ?”

ଭଉଣୀ ଭାଇକଥା କିଛି ଶୁଣି ନପାରି ରାଗି ଯାଇ ବାପା ପାଖକୁ ଗଲା । କହିଲା, “ବାପା, ସବୁବେଳେ ଭାଇ ମୋ ସହିତ କଳି କରୁଛି । କହୁଛି, ତୁମ ସମ୍ପତ୍ତିରୁ ମୋତେ କାଣୀ କଉଡିଟିଏ ସୁଦ୍ଧା ମିଳିବ ନାହିଁ । ଇଏ କିପରି ନ୍ୟାୟ । ମୋତେ ମା’ ଦଶମାସ ପେଟରେ ଧରିଛି ନା ନାହିଁ? ମୁଁ ତୁମ ଝିଅ ନା ନାହିଁ? ଏବେ ତ ନିୟମ ହୋଇଯାଇଛି ସମ୍ପତ୍ତିରେ ଝିଅର ମଧ୍ୟ ଦାବୀ ଅଛି । ମୁଁ ଥାନାରେ କହି ତୁମ ପୁଅକୁ ରାସ୍ତା ଉପରେ ପିଟାଇବି । ତୁମେ ତୁମ ପୁଅକୁ ଏଥର ବୁଝାଅ ।” ବାପ ସେଠାରେ କରୁଥିବା କାମ ଛାଡି ଦେଇ ଚଟ୍କରି ଯାଇ କୂଅମୂଳେ ପାଣି କାଢୁଥିବା ତା’ସ୍ତ୍ରୀକୁ ଦୁଇଚାରି ଚାପଡ ମାରି କହିଲା, “ଆଲୋ, ପିଶାଚୀ, ତୋ ଝିଅ ହାତରେ କହି ପଠାଇଲୁ କି ତୁ ଆଜି ରାନ୍ଧିବୁ ନାହିଁ ଓ ମୋତେ ଉପବାସ ରଖାଇବୁ? ଭାବିଛୁ ତୋ ହାତରେ ଖାଇବାକୁ ମୁଁ କ’ଣ ଅନାଇ ବସିଛି? ଛି, ଛି, ଯାହା ତ ରାନ୍ଧୁ ତାକୁ ମଣିଷ ଖାଏ? ଋାନ୍ଧି ଆସେ ତୋତେ? ତୋତେ ବାହା ହୋଇ ନାହିଁ ଯେ ନିଜ ଗଳାରେ ଫାଶଟିଏ ଆଣି ପକାଇଛି ।” ଆହୁରି ଅନେକ କିଛି ସେ ଗାଳି ଦେଇଗଲା ।

ସ୍ତ୍ରୀ କ’ଣ କଲା କୂଅରେ ପକାଇଥିବା ଗରା ସୁଦ୍ଧା ଦଉଡି ଛାଡି ଦେଇ ରାଗରେ ନିଆଁବାଣ ହୋଇ ଶାଶୁ ପାଖକୁ ଯାଇ କହିଲା, “ତୁମର କ’ଣ ହୋଇଛି? ତୁମ ବୁଦ୍ଧି କ’ଣ ସବୁ ଗୋବର ବନିଯାଇଛି? ଚାଳିଶ ବର୍ଷ ହୋଇଗଲାଣି ମୁଁ ତୁମର ବୋହୂ ହୋଇ ଆସିଲିଣି । ଆଜି ତମେ ପୁଅକୁ ଶିଖାଉଛ ଯେ ସେ ପୁଣି ବାହାହେବ? ବାହାହେବାକୁ ଚାହଁ ତ କର, ଯାହା ଇଚ୍ଛା କର । କିନ୍ତୁ ମୁଁ ଚୁପ୍ଚାପ୍ ସହ୍ୟ କରିଯିବା ବାଲା ନୁହେଁ । ମୋତେ କାଲ ବୋଲି ଭାବ ନାହିଁ । ଏଇ ଗାଁରୁ ମୁଖିଆ ଓ ଭଦ୍ରଲୋକଙ୍କୁ ଡାକିବି । ନଦୀ ସେପାରି ଗ୍ରାମରୁ ମଧ୍ୟ ଲୋକ ଡାକିବି । ତୁମର ଏସବୁ ବଦମାସ ପଣିଆ ଛଡାଇବି । ତମକୁ ରାସ୍ତାରେ ଏମିତି ପିଟାଇବି ଯେ ଆଉ ଦିନେ ଯେମିତି ଏପରି କଥା ମୁହଁରୁ ବାହାରିବ ନାହିଁ ।”

ବୁଢୀ ରାଗିଯାଇ କହିଲା, “ଏବେ ତୋର ଅସଲ ରୂପ ପ୍ରକାଶ ହେଉଛି । ତୁ ଏଠାରେ କିଏ କି? ମୋତେ ଘରୁ ବାହାରି ଯିବାକୁ କହୁଛୁ? ଏଘର ମୋ ସ୍ୱାମୀର ଥିଲା, ଏବେ ଏହା ମୋ ପୁଅର, କାଲି ଏଘର ମୋ ନାତିର ହେବ । ଏଇଠି ରହିବି, ଏଇଠି ମରିବି, ଆଉ ଦେଖିବି ତୁ ମୋର କ’ଣ କରିବୁ?” ଏତିକି କହି ସେ ବୁଢୀ ତା’ ଅଂଟାରେ କାନିବାନ୍ଧି ଲଢିବା ପାଇଁ ତିଆର୍ । ଜଣକ କଥା ଅନ୍ୟ ଜଣେ ବୁଝିପାରୁ ନାହିଁ । କିନ୍ତୁ ଜଣେ ଅନ୍ୟ ଜଣକୁ ଗାଳି ଦେଇ ଚାଲିଛି । ଚିତ୍କାର କରି ଚାଲିଛି । କିଛି ସମୟ ପରେ ସମସ୍ତେ ଗ୍ରାମ ମୁଖିଆ ପାଖରେ ନିଜ ନିଜର ଅଭିଯୋଗ ଜଣାଇବାକୁ ବାହାରକୁ ଆସିଲେ ।

ପିଣ୍ଡାରେ ଚୁପ୍ଚାପ୍ ବସିଥିବା ରାମ ସେମାନଙ୍କୁ ଦେଖି କହିଲା, “ବାଃ, ଆପଣମାନେ ବଡ ଭଲ ମଣିଷ! ଜଣେ ଅତିଥିକୁ ଏପରି ଆଦର କରିବା କଥା ମୁଁ କେବେ ଶୁଣିଛି ନା ଦେଖିଛି । ଅତିଥିକୁ ଭୋଜନ ପାଇଁ ଡାକିବାକୁ ଏତେ ଲୋକ ଏକାଠି ଆସିଗଲ? ଆପଣଙ୍କ ଗ୍ରାମର ନାମ କ’ଣ କହିଲେ? ମର୍ଯ୍ୟାଦାପୁର ନା! ଏହା ତ ଅତିଥି ସତ୍କାର ପାଇଁ ଯୋଗ୍ୟ ନାମ । ଆପଣମାନେ ଯେତେବେଳେ ଏକାଠି ସମସ୍ତେ ଆସିଛନ୍ତି, ଭୋଜନଟା ନିଶ୍ଚୟ ଅତି ଚମତ୍କାର ହୋଇଥିବ । କି ଯୋଗରେ ଆଜି ରାତି ପାହିଥିଲା ସତେ!” ଏହା କହି ଆନନ୍ଦରେ ସେ ଉଠି ପଡିଲା । ତାକୁ ଦେଖି ଘରର କର୍ତ୍ତା କହିଲେ, “ତୁ କିଏ ଆମ ଘରର ଭଲ ମନ୍ଦ ବିଷୟରେ କହିବାକୁ? ଏଠାରୁ ଶିଘ୍ର ପଳା । ଯାଉଛୁ ନା ନାହିଁ?”

ରାମ ତାଙ୍କ ଢଙ୍ଗ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଓ ତା’ର ମୁଣ୍ଡ ଘୁରାଇ ଦେଲା । ଏଣେ ପେଟରେ ଭୋକ, ଏଣେ ଏପରି ଅତିଥିସତ୍କାରସୂଚକ କଥା । କର୍ତ୍ତାଙ୍କର ନାଲି ଆଖି ଓ ହାତ ହଲା ଦେଖି ରାମ କ’ଣ ବୁଝିଲା ସେ ଜାଣେ । କିନ୍ତୁ ଗଣ୍ଠିଲିପତ୍ର ଉଠାଇ ତରବର ହୋଇ ସେଠାରୁ ସେ ପଳାଇଲା । ସେ ବିକଳରେ ଦୌଡୁଦୌଡୁ କହିଲା, “ବାପ୍ରେ, କି ଅନ୍ୟାୟ? ଥରେ ଖାଇବାକୁ ଦେବାକୁ ଦଶଟଙ୍କା? ଆଗ ପଇସା ପକା ବୋଲି କହୁଛନ୍ତି ଏବଂ ବଂଶ ତମାମ ଲୋକ ଉଠି ଆସିଛନ୍ତି? ଏତେ ପଇସା ଜାଣିଥିଲେ ମୋର ଭୋକ ଆପେ ଆପେ ମରିଯାଇଥା’ନ୍ତା । କାହାର ଗରଜ ପଡିଛି ଯେ ତୁମ ଘରେ ଏତେ ସମୟ ବସିଥା’ନ୍ତା?”କଥା କ’ଣ କି ରାମପୁରର ରାମ ମଧ୍ୟ ନିଜେ କାଲା ।

Share. Facebook Twitter Pinterest LinkedIn Tumblr Reddit Email
Previous Articleକୀର୍ତ୍ତି ସିଂହ
Next Article ଘୋରକର ଉଦାରତା
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.