ଗୋପାଳଙ୍କର ରୋଜଗାର କମ୍ ନଥିଲା କିନ୍ତୁ କେବେବି ତାଙ୍କୁ ଅଂଟେ ନାହିଁ । ଖର୍ଚ୍ଚି ହାତ ଯେଉଁ ଦିନ ଯାହା ରୋଜଗାର କଲେ ସେହି ଦିନ ତାହା ଶେଷ । ବାସି ରହି ବନି କି କୁକୁର ଖାଇ ବନି ।
ଦିନେ ସକାଳୁ ଗୋପାଳ ଶେଯ ଛାଡି ମୁହଁ ଧୋଇ ନାହାଁନ୍ତି, ଘରଣୀ କହି ପକାଇଲେ, ଆଜିତ ଘରେ ଚାଉଳ ନାହିଁ କି ପଇସା ନାହିଁ । ଖାଇବା କ’ଣ ଚଳିବା କେମିତି?
ସ୍ତ୍ରୀଙ୍କ କଥା ଶୁଣି ଗୋପାଳ ଟିକିଏ ବିରକ୍ତ ହୋଇ ପଚାରିଲେ – କାଲି ପରା ରାଜା ଘରୁ ଶହେ ଟଙ୍କା ଆଣି ତୁମକୁ ଦେଇ ଥିଲି । ଟଙ୍କା କ’ଣ ସବୁ ସରି ଗଲା । ଆଜି ରାତି ପାହୁ ପାହୁ ପାଟି କରୁଛ?
ହଁ ଶହେ ଟଙ୍କା ଦେଇ ଥିଲ । ତା ସାଥେ ସାଥେ ଦୁଇ ଶହ ଟଙ୍କାର ବରାଦ ମଧ୍ୟ କରି ଥିଲ । ଟଙ୍କା ସରି ଗଲା । ମୁଁ କ’ଣ ଖାଇ ଗଲି । ଏଣିକି ମୁଁ ଆଉ ଟଙ୍କା ରଖିବିନି କି ଏତେ ହିସାବ କୈଫତ୍ ଦେଇ ପାରି ବିନି । ଆଲୋ ମା ମୁଁ ଯଦି ଅନ୍ୟ ମାଇପି ପରି ଲୁଚାଇ ରଖି ଗହଣା ଗାଣ୍ଠି କିଣି ଦେଇ ଥାନ୍ତି ତେବେ ମୋତେ ତ ଏ ଲୋକ ଘରେ ରଖାଇ ଦିଅନ୍ତା ନାହିଁ ।
ସ୍ତ୍ରୀ ମୁହଁ ଫୁଲାଇ ସେ ଅନ୍ୟ କାମ କରିବା ପାଇଁ ଚାଲି ଗଲା ।
ଏବେ ଗୋପାଳ କରନ୍ତି କ’ଣ? ସ୍ତ୍ରୀକୁ କହି ବା ଲାଭ କ’ଣ? ଯେଉଁଠୁ ହେଲେ ତ କିଛି ରୋଜଗାର କରିବାକୁ ହେବ! ନୋହିଲେ ଘରେ ଖାଇବେ କ’ଣ । କିନ୍ତୁ କରିବେ କ’ଣ? କାଲି ତ ରାଜାଙ୍କ ଠାରୁ ଶହେ ଟଙ୍କା ଆଣିଛି । ଆଜି ପୁଣି କେଉଁ ମୁହଁରେ ତାଙ୍କୁ ଟଙ୍କା ମାଗିବି । ଆଉ ମଧ୍ୟ ରାଜାଙ୍କ ବ୍ୟତୀତ ମୋତେ କିଏ ଟଙ୍କା ଦେବ ।
ଗୋପାଳ ନିତ୍ୟକର୍ମ ସାରି ରାଜ ପ୍ରାସାଦ ଆଡକୁ ଯିବା ପାଇଁ ବାହାରିଲେ । ଗଲା ବେଳେ ସ୍ତ୍ରୀକୁ କହିଲେ – ଶୁଣୁଛ ମୁଁ ରାଜାଙ୍କ ପାଖକୁ ଯାଉଛି । କ’ଣ ବ୍ୟବସ୍ଥା କରି ଶୀଘ୍ର ଫେରିବି ।
ଗୋପାଳ ରାଜାଙ୍କ ପାଖକୁ ନଯାଇ ଉଆସ ଭିତରେ ତର ତର ହୋଇ ପଶିଲେ । ରାଣୀ ବାହାର ଖଳାରେ ବସି ଥିଲେ । ଗୋପାଳକୁ ଦେଖି ପଚାରିଲେ – କିଓ ଗୋପାଳ! ଏମିତି ବ୍ୟସ୍ତ ହେଖା ଯାଉଛ କାହିଁକି, କୁଆଡେ ଯିବ ନା କ’ଣ?
ଗୋପାଳ ରାଣୀଙ୍କୁ ନମସ୍କାରଟି ଜଣାଇ କହି
ଗୋପାଳ ପଚାଶ ଟଙ୍କାକୁ ମୁଣିରେ ଭରି ସେଠାରୁ ହେଉ କହି ଚାଲି ଗଲେ ।
ରାଣୀ ରାଜାଙ୍କୁ ଡକାଇଲେ । ଯିବା କଥା କହିଲେ । ରାଜା ଆଶ୍ଚର୍ଯ୍ୟ ହେଲେ । ତୁମେ ରାଇଜର ରାଣୀ, ସାଧାରଣ ଲୋକ ଭଳି କେମିତି ମେଳାକୁ ଯିବ । ଲୋକେ ସବୁ କ’ଣ କହିବେ । ରାଜା ଯେତେ ମନା କଲେ ସୁଦ୍ଧା ରାଣୀ ମାନିଲେ ନାହିଁ । ଶେଷରେ ରାଜା କହିଲେ – ତୁମେ ଗୋପାଳକୁ ସାଥିରେ ଧରି ମେଳାକୁ ଯାଅ । ମଳୁ ଖୋଜୁ ଥିଲା ଯାହା, ବଇଦ କହିଲା ତାହା ।
ରାଣୀଙ୍କୁ ହଁ କହି ଦେଇ ରାଜା ବାହାର ଖଞ୍ଜାରେ ଯାଇ ବସିଲେ । ରାଣୀ ଏଣେ ଲୁଗା ପଟା ପିନ୍ଧି ଯିବା ପାଇଁ ପ୍ରସ୍ତୁତ ହେଲେ ।
ସେହି ସମୟରେ ଗୋପାଳ ଜାଣି ଶୁଣି ରାଜାଙ୍କ ପାଖରେ ପହଁଚି ନମସ୍କାର କଲେ । ରାଜା କହିଲେ ଗୋପାଳ ! ତୁମେ ମୋତେ ବହୁ ସାହାଯ୍ୟ କରିଛ । ଆଜି ଗୋଟାଏ ଉପକାର କଲେ ତୁମକୁ ତୁମ ମନ ମୁତାବକ ପୁରସ୍କାର ଦେବି ।
କି ଉପକାର କରିବି ଆଜ୍ଞା!
ରାଣୀ ଆଜି ଯାତ୍ରା ଦେଖିବାକୁ ବାହାରି ଛନ୍ତି । ଯେତେ ପ୍ରକାର ମନା କଲେବି ସେ ଶୁଣୁ ନାହାଁନ୍ତି । ତାଙ୍କୁ କୌଣସି ପ୍ରକାରେ ମେଳାକୁ ନଯିବା ପାଇଁ ମନାଇ ଦିଆ ନ ହେଲେ ମୋର ମାନ ସମ୍ମାନ ଚାଲି ଯିବ ।
ରାଜାଙ୍କ କଥା ଶୁଣି ଗୋପାଳ ଟିକିଏ ହସି ଦେଇ କହିଲେ, ଏଇ ସାମାନ୍ୟ କଥା ପାଇଁ ଆପଣ ଏତେ ଚିନ୍ତିତ । ଆପଣ ଏଠାରେ ବସି ଥାନ୍ତୁ ମୁଁ ସଙ୍ଗେ ସଙ୍ଗେ ରାଣୀମାଙ୍କୁ ମନାଇ ମେଳାକୁ ନଯିବା ପାଇଁ ରାଜି କରାଇ ଦେଉଛି ।
ରାଜା କହିଲେ – ବେଶ୍ କଥା, ତୁମେ ସଫଳ ହେଲେ ତୁମକୁ ସଙ୍ଗେ ସଙ୍ଗେ ପୁରସ୍କାର ଦେଇ ଦେବି ।
ଗୋପାଳ ଆଉ ରାଣୀଙ୍କ ନିକଟକୁ ନଯାଇ ନଅର ବାହାରକୁ ଚାଲି ଗଲେ । ଗୋଛାଏ କଂଟା ପିଠିରେ ବାନ୍ଧି ରାଣୀଙ୍କ ପାଖରେ ପହଁଚିଲେ, କହିଲେ ରାଣୀମା, କ’ଣ ଏତେ ବେଳ ଯାଏଁ ସଜ ବାଜ ସରିନି? ଉଛୁର ହୋଇ ଯାଉଛି ଶୀଘ୍ର ବାହାରି ପଡ ।
ରାଣୀ ବାହାରିବେ କ’ଣ ଗୋପାଳଙ୍କ ପିଠିରେ କଂଟା ଗୋଛା ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ – ଗୋପାଳ ତୁମର ପୁଣି ଏ କି ପ୍ରକାର ଅବତାର?
ଏଭଳି ବେଶ ବି ଆପଣ ହେବେ । ସେଥି ପାଇଁ ପରା ଗୋଛାଏ କଂଟା ଆପଣଙ୍କ ପାଇଁ ମଧ୍ୟ କାଟି ଆଣିଛି ।
ମୁଁ କାହିଁକି କଂଟା ବାନ୍ଧିବି ।
ରାଣୀମା, ଆପଣ ଦେହରେ କଂଟା ନବାନ୍ଧିଲେ ଲୋକ ଗହଳିରେ ଯିବେ କେମିତି? ସେଠି ଏମିତି ଲୋକ ସବୁ ଅଛନ୍ତି ଗହଳି ଭିତରେ ପରା ହେଲେ ହାତ ଲଗାଇ ଦେବେ ।
ମୁଁ ରାଣୀ, ମୋର ଦେହ ରକ୍ଷୀ ଅଛନ୍ତି, ପୁଣି ପାଲିଙ୍କିରେ ଯାଇ ଥାନ୍ତେ, ସାଥିରେ ଦେହ ରକ୍ଷୀ ରହି ଥାନ୍ତେ । ତାହା ପରା ଖୋଦ୍ ନବାବଙ୍କ ମେଳା । ମୁସଲମାନ୍ ମେଳା ପୁଣି । ସେଠି ଆପଣ ସାଧାରଣ ଲୋକମାନଙ୍କ ଭଳି ମେଳା ଭିତରକୁ ଯିବେ । ଆଉ ମଧ୍ୟ ସେଠାକାର ବଦମାସ୍ ଗୁଣ୍ଡା ଗୁଡିକ ବଡ ଘରର ଝିଅ ବୋହୂଙ୍କ ଦେହରେ ବେଶି ହାତ ଲଗାନ୍ତି । କିଏ ଗହଣା ଆଶାରେ ତ ଆଉ କିଏ ଖରାପ ଉଦ୍ଧେଶ୍ୟ ନେଇ । ତେଣୁ କଂଟା ବାନ୍ଧି ଗଲେ କେହି ହେଲେ ପାଖକୁ ଆସିବେ ନାହିଁ ।