• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ରାଜବୈଦ୍ୟଙ୍କ ଚିକିତ୍ସା
ଗଳ୍ପ

ରାଜବୈଦ୍ୟଙ୍କ ଚିକିତ୍ସା

Liza SBy Liza SMarch 11, 2023No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Odia-Story-Rajabaidanka-chikista
Odia-Story-Rajabaidanka-chikista
Share
Facebook Twitter Pinterest Reddit Email

ରାଜା ଭୂପାଳଙ୍କ ରାଜବୈଦ୍ୟ ବେମାର ପଡି ଗଲେ । ପୁରା ଏକ ସପ୍ତାହ ଧରି ସେ ବିଛଣାରୁ ଉଠି ପାରିଲେ ନାହିଁ । ରାଜା ଚିନ୍ତିତ ହୋଇ ମନ୍ତ୍ରୀଙ୍କୁ କହିଲେ, “ମନେ ହେଉଛି, ରାଜବୈଦ୍ୟଙ୍କୁ ନିଜ ଔଷଧ କାଟୁ କରୁନାହିଁ । ତେଣୁ ଅନ୍ୟ କେଉଁ ବୈଦ୍ୟଙ୍କ ଦ୍ୱାରା ତାଙ୍କର ଚିକିତ୍ସା କରାଇବା ସମୁଚିତ ହେବ ।”ମନ୍ତ୍ରୀ ତୁରନ୍ତ କହିଲେ, “ପ୍ରଭୁ, ଆମ ରାଜ୍ୟରେ ବୈଦ୍ୟର କୌଣସି ଅଭାବ ନାହିଁ । କିନ୍ତୁ ଆମେ କୌଣସି ରାଜବୈଦ୍ୟଙ୍କୁ ଚିକିତ୍ସା କରିବା ପାଇଁ ଆଦେଶ ଦେଇପାରିବା ନାହିଁ । ତାହା ବ୍ୟତୀତ, କେଉଁ ବୈଦ୍ୟଙ୍କର କେତେ ଦକ୍ଷତା ରହିଛି, ତାହା ମଧ୍ୟ ଆମ୍ଭଙ୍କୁ ଜଣା ନାହିଁ । ତେଣୁ ଏପରି ଘୋଷଣା କରିବା, “କେହି ଆତ୍ମବିଶ୍ୱାସ ଓ ଅଭିଜ୍ଞତା ସମ୍ପନ୍ନ ବୈଦ୍ୟ, ରାଜବୈଦ୍ୟଙ୍କୁ ଚିକିତ୍ସା କରିବା ପାଇଁ ଇଚ୍ଛୁକ ଥିଲେ ପ୍ରକାଶ କରନ୍ତୁ ।”

ରାଜାଙ୍କୁ ମନ୍ତ୍ରୀଙ୍କ ପ୍ରସ୍ତାବ ଉଚିତ୍ ମନେ ହେଲା । କିନ୍ତୁ ଏହି ଘୋଷଣା ହେବା ପରେ ଏକ ସମସ୍ୟା ଉପୁଜିଲା । କେହି ରାଜବୈଦ୍ୟଙ୍କୁ ଚିକିତ୍ସା କରିବା ପାଇଁ ସାହସ କଲେ ନାହିଁ ।”ସମସ୍ତେ ମନେକଲେ, “ରାଜବୈଦ୍ୟ ତ, ସାକ୍ଷାତ ଧନ୍ୱନ୍ତରୀ ସଦୃଶ । ବୈଦ୍ୟ-ଶାସ୍ତ୍ରର ସମସ୍ତ ରହସ୍ୟ ତାଙ୍କୁ ଜଣାଅଛି । ତାଙ୍କୁ ଚିକିତ୍ସା କରିବା ପରି ଶକ୍ତି ଆମର ବା କାହିଁ? ଯଦିବା ଆମେ ଏପରି ଦୁଃସାହସ କରୁ, ବିଫଳ ହେଲେ ଫାଶୀ ଖୁଂଟରେ କି କାରାଗାରରେ ଦଣ୍ଡ ଭୋଗିବାଟା ସାର ହେବ ।” ଏପରି ପରିସ୍ଥିତିରେ ଦୟାନନ୍ଦ ଶର୍ମା ନାମକ ଜଣେ ଯୁବବୈଦ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି, ରାଜବୈଦ୍ୟଙ୍କ ଚିକିତ୍ସାଭାର ନେବାପାଇଁ ସେଦିନର ଅନୁରୋଧ ଜଣାଇଲେ । ମନ୍ତ୍ରୀ ମହୋଦୟ ତାଙ୍କୁ ରାଜବୈଦ୍ୟଙ୍କ ନିକଟକୁ ପ୍ରେରଣ କଲେ ।

ରାଜବୈଦ୍ୟ ଦୟାନନ୍ଦଙ୍କୁ ପ୍ରଶ୍ନ କଲେ, “ତୁମେ କେଉଁ ଗୁରୁଙ୍କ ଠାରୁ ଶିକ୍ଷାଲାଭ କରିଛ?”ଦୟାନନ୍ଦ ଯୋଡହସ୍ତରେ କହିଲେ, “ବୈଦ୍ୟରାଜ, ମୁଁ ଶ୍ରୀଯୁକ୍ତ ମଣିଶଙ୍କରଙ୍କ ଶିଷ୍ୟ ଅଟେ । ସେ ଆପଣଙ୍କ ସମ୍ବନ୍ଧରେ ମତେ ଅନେକ କଥା କୁହନ୍ତି । ଆପଣ ଦୁହେଁ ଗୋଟିଏ ଗୁରୁକୁଳରେ ଶିକ୍ଷା ଲାଭ କରୁଥିଲେ ।”ନିଜର ସହପାଠୀଙ୍କ ନାମ ଶୁଣୁ ଶୁଣୁ ରାଜବୈଦ୍ୟଙ୍କ ଚକ୍ଷୁରେ ଏକ ପ୍ରକାର ଚମକ ଖେଳି ଗଲା । ସେ ଅତ୍ୟନ୍ତ ଉତ୍ସାହିତ ହୋଇ କହିଲେ, “ଆଚ୍ଛା, ଏବେ ମଧ୍ୟ ସେ ମତେ ସ୍ମରଣ କରୁଛନ୍ତି । ସେ ଆଉ ତୁମକୁ ମୋ ପାଖକୁ ପଠାଇନାହାଁନ୍ତି ତ?””ନା ମହାଶୟ, ଏକମାସ ପୂର୍ବେ ମୋର ବିଦ୍ୟାଧ୍ୟୟନ ସମାପ୍ତ ହୋଇଛି ବୈଦ୍ୟ ଶାସ୍ତ୍ରରେ ନିପୁଣତା ହାସଲ ପରେ, ବୈଦ୍ୟାଚାର୍ଯ୍ୟଙ୍କ ଅନୁମତି କ୍ରମେ ମୁଁ ସ୍ୱଗ୍ରାମକୁ ଫେରି ଆସିଛି । ମୋର ତ ଗ୍ରାମ ଏଠାରୁ ପ୍ରାୟ ଦୁଇକୋଶ ଦୂର । ସେଠାରେ ମୋର ପେଷା ଆରମ୍ଭ କରିବାର ପ୍ରସ୍ତୁତିରେ ଥିବା ସମୟରେ ଆପଣଙ୍କ ଅସୁସ୍ଥତାର ସମାଚାର ପାଇ ମୁଁ ଏଠାକୁ ଆସିଛି ।”

ଶର୍ମାଙ୍କ ସରଳ କଥାରେ ରାଜବୈଦ୍ୟ ଖୁବ୍ ପ୍ରଭାବିତ ହୋଇ ସ୍ମିତ ହସି କହିଲେ, “ତେବେ ମୁଁ ହେଉଛି ତୁମର ପ୍ରଥମ ରୋଗୀ, ଠିକ୍ ଅଛି ଏବେ ନିଶ୍ଚିନ୍ତରେ ତୁମର ଚିକିତ୍ସା ଆରମ୍ଭ କର ।” କେହି କଳ୍ପନା ମଧ୍ୟ କରି ନ ଥିଲେ ଯେ, ଶର୍ମାଙ୍କ ଚିକିତ୍ସାରେ ରାଜବୈଦ୍ୟ, ଏତେ ଶୀଘ୍ର ଆରୋଗ୍ୟ ଲାଭ କରିବେ ବୋଲି । ଗୋଟିଏ ସପ୍ତାହ ମଧ୍ୟରେ ସେ ତାଙ୍କର ପୂର୍ଣ୍ଣ ସୁସ୍ଥତା ଫେରିପାରିଲେ ।”ଏହି ବିଷୟ ଜାଣିପାରି ରାଜା ମନ୍ତ୍ରୀଙ୍କୁ କହିଲେ, “ମନେ ହେଉଛି ଏହି ବୈଦ୍ୟ ଆମ ବୈଦ୍ୟଙ୍କଠାରୁ ମଧ୍ୟ ଅଧିକ ପ୍ରତିଭାବାନ୍ । ତେଣୁ ରାଜବୈଦ୍ୟଙ୍କୁ ଅବସର ପ୍ରଦାନ କରି ଏହି ଯୁବବୈଦ୍ୟଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କଲେ ଠିକ୍ ହେବ କି?”

ମନ୍ତ୍ରୀ ରାଜାଙ୍କ କଥାରେ ସମ୍ମତି ଜଣାଇ କହିଲେ “ନିଶ୍ଚୟ, ଏହା ତ ଏକ ଉତ୍ତମ ପ୍ରସ୍ତାବ ।”କିନ୍ତୁ ଶର୍ମା ବିନମ୍ର ଭାବରେ ରାଜାଙ୍କ ଏହି ପ୍ରସ୍ତାବକୁ ଅସ୍ୱୀକାର କରି କହିଲେ, “ଆପଣଙ୍କ ବୈଦ୍ୟଙ୍କୁ ଚିକିତ୍ସା ଶାସ୍ତ୍ରର କୌଣସି ଜ୍ଞାନ ଅଜ୍ଞାତ ନାହିଁ । କିନ୍ତୁ ସାଧାରଣତଃ ଜଣେ ବୈଦ୍ୟ ନିଜର ଚିକିତ୍ସା କରିଥିବା ସମୟରେ ସଠିକ୍ ନିଦାନ୍ ପ୍ରୟୋଗ କରି ପାରନ୍ତି ନାହିଁ । ରାଜବୈଦ୍ୟଙ୍କ କ୍ଷେତ୍ରରେ ମଧ୍ୟ ତାହାହିଁ ଘଟିଛି ।”ଶର୍ମାଙ୍କର ବିନମ୍ରତା ଓ ବିବେକୀ ପଣ ରାଜାଙ୍କୁ ଖୁବ୍ ପ୍ରଭାବିତ କଲା । ଭବିଷ୍ୟତରେ ଜଣେ ଉତ୍ତମ ଚିକିତ୍ସକ ହେବାର ସମ୍ଭାବନା ତାଙ୍କଠାରେ ଲକ୍ଷ୍ୟ କରି ରାଜା ତାଙ୍କୁ ରାଜବେଦ୍ୟଙ୍କ ମୁଖ୍ୟ ସହାୟକ ରୂପେ ନିଯୁକ୍ତି ଦେଲେ ।

New odia story Odia New story Odia New Story rajabaidanka Chikista
Share. Facebook Twitter Pinterest LinkedIn Tumblr Reddit Email
Previous Articleଯେସାକୁ ତେସା
Next Article ତ୍ୟାଗ ଓ ଭୋଗ
Liza S

Related Posts

ଆତିଥ୍ୟ

March 31, 2023

ନିରକ୍ଷର ସେନାପତି

March 30, 2023

ନୂତନ ଦଣ୍ଡ

March 29, 2023

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.