• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଯୋଗିନୀ/Yogini
ଗଳ୍ପ

ଯୋଗିନୀ/Yogini

suchitraBy suchitraNovember 30, 2021No Comments6 Mins Read
Facebook Twitter Pinterest Reddit LinkedIn Tumblr Email
Share
Facebook Twitter Pinterest Reddit Email

ରାତି ପାହି ସକାଳ ହେବା ଆଗରୁ ଉପଦେଷ୍ଟାଙ୍କୁ ପିଶାବ ଲାଗିବାରୁ ସେ ଉଠି ବସିଲେ । ପିଶାବ ଯିବାକୁ ଉଦ୍ୟତ କରନ୍ତେ ତାଙ୍କୁ ପାଇଖାନା ଦେଖାଇବାରୁ ବ୍ୟଙ୍ଗକାର ତରବରିଆ ହୋଇ ପାଖ ବିଛୁଆତି ବୁଦା ପାଖରେ ଚୁପ୍ ହୋଇ ପାଇଖାନା ସାରି ଥିଲେ । ଏହା ପରେ ଆଉ ସେ ମାରା ଗାମୁଛା ପିନ୍ଧି ଗୃହରେ ପଶିବେ କ’ଣ । ତହୁଁ ସେ ପାଖ ପୁଷ୍କରିଣୀକୁ ଯାଇ ସ୍ନାନାଦି କାର୍ଯ୍ୟ ମଧ୍ୟ ସାରି ଦେଲେ । ସେତେ ବେଳ ଯାଏଁ ଅବୋଲକରା ଶୋଇ ରହି ଥାଏ । ଚତୁର ବ୍ୟଙ୍ଗକାର ଯାଇ ତାକୁ ହଲାଇ ଦେଇ କହିଲେ –

ଉଠ ବୋଲକରା ହୋଇଲା ବେଳ
ସ୍ନାନ କାର୍ଯ୍ୟ ସାରି ଯିବା ଚଚଂଳ
କେତେ ଯେ ବାଟ ସେ ଗଙ୍ଗା କୂଳ
ପହଁଚିବା କାଳେ ବୁଡିବ ବେଳ ।

ଉପଦେଷ୍ଟାଙ୍କର ଡାକରା ଶୁଣି ବୋଲକରା ଧଡପଡ ହୋଇ ଉଠି ଦେଖିଲା ଯେ ସୁରୁଜ ସ୍ଥାନୀୟ ଦେବତାଙ୍କର ଖରା ଭାରି ଟାଣ ହେଲାଣି । ସେ କହିଲା ମହାନୁଭବ ମୁଁ ଆଉ ଗାଧୋଇବି କ’ଣ, ଚାଲ ଆମେ ଏଠାରୁ ଚାଲି ଯିବା । ବାଟରେ ଯହୁଁ ମୋତେ ପାଇଖାନା ଦେଖାଇବ ସେହି ସ୍ଥାନରେ ଜାଣ ମୁଁ ମୋର ନିତ୍ୟ କର୍ମ କାର୍ଯ୍ୟ ସାରି ଦେବି । ଉପଦେଷ୍ଟା କହିଲେ ହଉ ହେଲା ତୋରି କଥା ହେଉ । ତେବେ ବାଟ ଘାଟରେ ଆମକୁ ସଉଦା ପତ୍ର ମିଳିବା ସ୍ଥିର ନୁହେଁ । ତୁ ଗୋଟେ କାର୍ଯ୍ୟ କର । ମୋ ଠାରୁ ପଇସା ନେଇ ଏଇ କେତୋଟି ସଉଦା କିଣି ଆଣେ । ପାଖରେ ପାକ ସରଞ୍ଜାମ ତକ ଥିଲେ ଆମକୁ ଆଉ କିଛି ଚିନ୍ତା ନାହିଁ । ଏହା ପରେ ଉପଦେଷ୍ଟାଙ୍କ ଠାରୁ ପଇସା ନେଲା ବୋଲକରା । ମୁଣିରେ ତେଲ ବୋତଲଟା ପକାଇ ସେ ଆଗକୁ ଚାଲିଲା ।

ଅଳ୍ପ ବାଟ ଯାଇଛି ବୋଲକରା, ବାଟରେ ସେ ଏକ ଅସମ୍ଭବ କଥା ଦେଖିଲା । ରାସ୍ତା କଡରେ ବର ଗଛ । ବର ଗଛ ମୂଳରେ ବହୁ ଲୋକଙ୍କର ଭିଡ ଜମିଛି । ବୋଲକରା ଯାଇ ସେହି ଠାରେ ପହଁଚି ଦେଖିଲା ଗୋଟିଏ ଦିବ୍ୟ ସୁନ୍ଦରୀ କନ୍ୟା ସଂପୂର୍ଣ୍ଣ ଉଲଗ୍ନ ହୋଇ ସେଠାରେ ମଉନପ୍ରାୟ ବସି ରହିଛି । ତୁଣ୍ଡରେ ତାହାର କଥା ନାହିଁ । କାହିଁ କେଉଁ ଦିନରୁ ସେଠାରେ ସେ ବସିଲାଣି କେଜାଣି ତା’ର ମୁଣ୍ଡର କେଶ ତକ ଜଟା ଧରି ଗଲାଣି । ମୁଖ ମଣ୍ଡଳ ସହିତ ସାରା ଶରୀରଟା ତା’ର ଧୂଳି ଧୂସରିତ ଦେଖା ଯାଉଛି । ହେଲେ ସେ କାହାକୁ କିଛି କହୁ ନାହିଁ କାହିଁକି ।

ଅବୋଲକରା ଅବାକ୍ ପ୍ରାୟ ଚାହିଁଛି । ଏପରି ଯୌବନ ସୁନ୍ଦରୀ କନ୍ୟା, ଏମିତି ଏଠାରେ ବସି ରହିବାର କାରଣ କ’ଣ । ଏହା ପରେ ବୋଲକରା କନ କନ ହୋଇ ଲୋକ ମାନଙ୍କର ମୁଖକୁ ଚାହିଁ ଥାଏ । କାହାକୁ ପଚାରିଲେ ଏ କଥାର ଅସଲ ବିଷୟ ଜାଣି ହେବ – ଏମିତି ଭାବି ଭାବି ବୋଲକରା ଅନେକଙ୍କୁ ମଧ୍ୟ ସେହି ଉଲଗ୍ନା କନ୍ୟା ବିଷୟରେ ପଚାରିଲା । ହେଲେ ପଚାରି ପଚାରି କିଛି ଲାଭ ହେଲା ନାହିଁ । ଶେଷରେ ମନ ମଧ୍ୟରେ ଜାଣି ନ ପାରିବାର ଦୁଃଖକୁ ବୋହି ଅବୋଲକରା ସେ ସ୍ଥାନ ଛାଡି ଯିବା ବେଳକୁ ହଠାତ୍ ଜଣେ ବୃଦ୍ଧାଙ୍କ ଉପରେ ତାର ଲକ୍ଷ୍ୟ ପଡି ଗଲା । ବୃଦ୍ଧା କହିଲେ କ’ଣ ହେଲା ବାପ । ତୁ ସେହି କନ୍ୟା କଥା ଭାବୁ ଥିଲୁନା – ଶୁଣ ପୁଅ, ତା ବିଷୟରେ ଏଠାରେ କେହି କିଛି ଜାଣନ୍ତି ନାହିଁ । ଏଇ ପରିତ ଅନେକ ଦିନ ହେଲା ସେ ଏଠାରେ ବସିଛି । ତାକୁ ଏହି ପରି ଦେଖିବା ମନୁଷ୍ୟ ମାନଙ୍କର ମଧ୍ୟ ଦେହ ଶୁହା ହୋଇ ଗଲାଣି । ମୁଁ ଏତିକି ଯାହା ଜାଣିଛି ସେ ମନୁଷ୍ୟ ନୁହଁ ଗୋଟାଏ ଯୋଗିନୀ । କାହୁଁ କେତେ ବେଳୁ ସେ ଏହି ପରି ଏଠାରେ ବସି ରହିଛି ।

ବୋଲକରାର ମନକୁ ସେ କଥା ସେତେ ଖାସ୍ ଲାଗିଲା ନାହିଁ । ସେଠାରୁ ଯାଇ ତରବର ହୋଇ ଉପଦେଷ୍ଟାଙ୍କର କହିବା ଅନୁସାରେ ସଉଦା ପତ୍ର କିଣି ଘରକୁ ଫେରି ଆସି ଗୁମ୍ ହୋଇ ବସି ଯିବାରୁ ଚତୁର ବ୍ୟଙ୍ଗକାର କହିଲେ – କିରେ ଉଠା କମଳ ଧର ଛତା, ଚାଲେ ବୋଲକରା କହିବା କଥା । ଏଥର ଉପଦେଷ୍ଟାଙ୍କ ମୁଖରୁ ଏ କଥା ଶୁଣିବା ମାତ୍ରେ ବୋଲକରା କମ୍ବଳ ଖଣ୍ଡିକ ସହିତ ଗଣ୍ଠିଲିକୁ କାନ୍ଧରେ ପକାଇ ଆଗକୁ ବାହାରି ପଡିବା ପରେ ଚତୁର ବ୍ୟଙ୍ଗକାର ନିଜର କଠଉ ମାଡି ତା’ ପଛେ ପଛେ ଚାଲି ଗଲେ । ବୋଲକରା କହିଲା – ମହାନୁଭବ ମୁଁ ତୁମକୁ ଯେଉଁ କଥା କହିଲି ଆପଣ ତା’ର ଉତ୍ତର କୁହନ୍ତୁ । ତାହା ନହେଲେ ରାସ୍ତାରେ ବସି ରହିବିଯେ ଆଗକୁ ପାଦେବି ଯିବି ନାହିଁ ।

ଚତୁର କଥାକାର କହିଲେ – ତୁ ମୋ ପାଖକୁ ଲାଗି ଲାଗି ଚାଲେ । ମୁଁ ତୋତେ ସେହି ଯୋଗିନୀର ବସିବା କଥା କହିବି । ବୋଲକରା ଉପଦେଷ୍ଟାଙ୍କ ପାଖକୁ ଲାଗି ଆସିବାରୁ ଚତୁର ବ୍ୟଙ୍ଗକାର କହିଲେ –

ବହୁ ପ୍ରାଚୀନ କଥା, ସେତେବେଳେ ବଙ୍ଗ ଦେଶରେ ଏକ ରାଜ ପରିବାର ବାସ କରୁ ଥିଲେ । ସେହି ପରିବାରର ସୁମାଳିନୀ ନାମରେ ଏକ ସୁନ୍ଦରୀ କନ୍ୟା ଥିଲା । କନ୍ୟାର ରୂପ ଯୌବନକୁ ଲୋକେ ଖୁବ୍ ତାରିଫ୍ କରୁ ଥିଲେ । ସେହି ସୁନ୍ଦରୀ କନ୍ୟା ସୁମାଳିନୀର ପର ପୁରୁଷ ମାନଙ୍କୁ ଭଲ ପାଇବା ଏକ ମନ୍ଦ ଗୁଣ ଥିଲା । ଏମିତି ଦେବ କନ୍ୟା ରୂପ, ଯେଉଁ ପୁରୁଷ ଥରେ ତା’ର ରୂପକୁ ଦେଖିଲା ଅଗ୍ନିରେ ପୋକ ଝାସ ଦେବା ପରି ସେ କନ୍ୟାର ରୂପରେ ସେ ପୁରୁଷ ଝାସ ଦେଲା । ପ୍ରତି ଦିନ ସେ କନ୍ୟା ଗଙ୍ଗାକୁ ସ୍ନାନ କରିବାକୁ ସାଙ୍ଗରେ ସଖୀ ମାନଙ୍କୁ ନେଇ ସ୍ନାନ କରିବାକୁ ଯାଏ । ଗଙ୍ଗାରେ ସ୍ନାନ କରିବା ସମୟରେ ସେ ଉଲଗ୍ନ ହୋଇ ସ୍ନାନ କରେ । ଆଉ ମଧ୍ୟ ସୁନ୍ଦର ସୁନ୍ଦର ପୁରୁଷକୁ ନେଇ ସେ ଗଙ୍ଗାରେ ଜଳ କ୍ରୀଡା ମଧ୍ୟ କରେ ।

ଦିନକର କଥା ସେହି ରାସ୍ତା ଦେଇ ଜଣେ ସୌଦାଗର ପୁଅ ଯାଉ ଥିଲା । ତା’ର ଏହି ରାଜ କନ୍ୟା ଉପରେ ଦୃଷ୍ଟି ପଡନ୍ତେ ସେ ରାଜ କନ୍ୟାଙ୍କୁ ବିବାହ କରିବା ନିମନ୍ତେ ମନ ବଳାଇବା କଥା ଶୁଣନ୍ତେ ରାଜା ତାଙ୍କୁ ନାସ୍ତି ବାଣୀ ଶୁଣାଇଲେ । ସୌଦାଗର ପୁଅ ଏ କଥା ଶୁଣି ମନରେ ଦୁଃଖ କଲା । ମନରେ ତାର ଦୁଃଖ ହେବାରୁ ସେ ମନ ଦୁଃଖରେ ଯାଇ ଦେବୀଙ୍କର ପୂଜା କଲା । ଦେବୀ ସୌଦାଗର ପୁଅର ପୂଜାରେ ସନ୍ତୁଷ୍ଟ ହୋଇ ତାକୁ ତରବାରୀ ଗୋଟିଏ ଦାନ କରି ଅଦୃଶ୍ୟ ହୋଇ ଗଲେ ।

ଦିନକର କଥା, ସୌଦାଗର ପୁଅ ଚିନ୍ତା କଲା ଯେ ରାଜ କନ୍ୟାକୁ ବିବାହ କରିବାକୁ ହେଲେ ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନାହିଁ । ବରଂ ରାଜାଙ୍କୁ ହତ୍ୟା କଲେ ସେ ରାଜ କନ୍ୟାକୁ ବିବାହ କରିବାର ରାସ୍ତା ପ୍ରଶସ୍ତ ହୋଇ ଯିବ । ଏହା ଭାବି ସୌଦାଗର ପୁଅ ସୁଯୋଗ ଉଣ୍ଡି ରାଜାଙ୍କୁ ଦେବୀ ଦତ ତରବାରୀ ଦ୍ୱାରା ହତ୍ୟା କରି ରାଜ କନ୍ୟା ସୁମାଳିନୀକୁ ବିବାହ କଲା । କିନ୍ତୁ ରାଜ କନ୍ୟା ସୁମାଳିନୀର ସୁନ୍ଦର ରୂପ ଦେଖି ସିନା ସୌଦାଗର ପୁଅ ସେ ରାଜ କନ୍ୟାକୁ ବିବାହ କଲା ହେଲେ ରାଜ କୁମାରୀ ପ୍ରତି ଦିନ ତା’ର ମନୋନୀତ ପୁରୁଷ ମାନଙ୍କୁ ନେଇ ରତି କ୍ରୀଡା କରିବାକୁ ଲାଗିଲା । ତାହା ଦେଖି ସୌଦାଗର ପୁଅ ଅନ୍ୟ ଉପାୟ କିଛି ନପାଇ ରାଜ କନ୍ୟା ସୁମାଳିନୀ ପାଇଁ ଅନ୍ୟ ଏକ ଉଆସ ନିର୍ମାଣ କରି ସେହି ଉଆସରେ ରାଜ କନ୍ୟା ସୁମାଳିନୀକୁ ବନ୍ଦୀ କରି ରଖିଲା ।

ଦିନକର କଥା, ସବୁ ଦିନ ପାଇଁ ଉଆସରୁ ଖସି ଯିବାକୁ ସୁଯୋଗ ଉଣ୍ଡୁ ଉଣ୍ଡୁ ଦିନେ ଦାସୀର ଖାଇବାକୁ ଦେବାକୁ ଆସିବାର ସମୟରେ କୌଶଳ କରି ରାଜ କୁମାରୀ ସେଠାରୁ ଖସି ଯାଇ ଖୁବ୍ ଦୂର ଅରଣ୍ୟକୁ ପଳାଇ ଗଲା । ଅରଣ୍ୟରେ ଭ୍ରମଣ କରୁ କରୁ ତା’ର ଜଣେ ଋଷିଙ୍କ ସହିତ ଭେଟ ହେବାରୁ ଅତୀତର ଘଟି ଯାଇ ଥିବା ସମସ୍ତ କଥା ସେ ରାଜ କୁମାରୀ ଋଷିଙ୍କ ଆଗରେ ପ୍ରକାଶ କଲା । ରାଜ କନ୍ୟାର କଥାରେ ଋଷି ମଧ୍ୟ ତରଳି ଗଲେ । ସେ ରାଜ କନ୍ୟା ସୁମାଳିନୀ ପ୍ରତି ଦୟାପରବଶ ହୋଇ ତାକୁ ଗୋଟିଏ ଫଳ ଦେଇ କହିଲେ ତୁ ଏହି ଫଳକୁ ଖାଇ ଦେ । ଏହି ଫଳ ଖାଇବା ଦ୍ୱାରା ତୁ ଚିର କୁମାରୀ ହୋଇ ଯୁବତୀ ହୋଇ ରହିବୁ । ଖୁବ୍ ସୁନ୍ଦରୀ ମଧ୍ୟ ଦେଖା ଯିବୁ । ହେଲେ ତୋତେ କିନ୍ତୁ କୌଣସି ପୁରୁଷ ଧରି ରଖି ପାରିବ ନାହିଁ । ଏହା ପରେ ତୋର ଇଚ୍ଛା ଯେତେବେଳେ ଯାହା ହେବ ତୁ ତାହା କରିବୁ । ଋଷିଙ୍କ ଠାରୁ ଏପରି ଫଳ ପାଇ ତାହାକୁ ସେ ଖାଇ ଦେଲା । ତହୁଁ ସେ ପୁଣି ପୂର୍ବ ଯୁବତୀ ବୟସକୁ ଖସି ଗଲା । ଏହା ଛଡା ରାଜ କୁମାରୀ ସୁମାଳିନୀ ଆଗରୁ ଅଷ୍ଟ ଶମ୍ଭୁଙ୍କର ପୂଜା କରି ବର ବି ପାଇ ଥିଲା ।

ଏଥୁ ଅନ୍ତେ ପ୍ରହରୀ ମାନେ ପୁଣି ରାଜ କୁମାରୀ ସୁମାଳିନୀଙ୍କୁ ଧରି ଆଣି ବନ୍ଦୀ ଶାଳାରେ ରଖିଲେ । ହେଲେ କ’ଣ ହେବ ପୁଣି ସୁଯୋଗ ଖୋଜି ସେ ରାଜ କୁମାରୀ ସୁମାଳିନୀ ବନ୍ଦୀ ଶାଳାରୁ ଖସି ପଳାଇଲା । ଏହା ଜାଣି ସୌଦାଗର ପୁଅର କ୍ରୋଧ ପାଦରୁ ମଥାକୁ ଉଠି ଗଲା । ଶେଷରେ ସେ ଜଣେ ତାନ୍ତ୍ରିକକୁ ଡକାଇ କହିଲା ଯେ ତୁମେ ରାଜ କୁମାରୀ ସୁମାଳିନୀର ତନ୍ତ୍ର ବଳରେ ମୁଖ ବନ୍ଧନ କରାଇ ଦିଅ । ତା’ମନରେ ଜାଗ୍ରତ ହେଉଥିବା କାମ ପ୍ରଭାବକୁ ଦମନ କର । ଏଥିଲାଗି ମୁଁ ମଧ୍ୟ ତୁମକୁ ଉପଯୁକ୍ତ ପୁରଷ୍କାର ପ୍ରଦାନ କରିବି ।

ତାନ୍ତ୍ରିକ ଧନ ଲୋଭରେ ରାଜ କୁମାରୀ ସୁମାଳିନୀର ମୁଖ ବନ୍ଧନ କରି ଦେଲେ । ତା’ ଶରୀରରୁ କାମ ପ୍ରଭାବକୁ ଦମନ କରି ଦେବାରୁ ସୁମାଳିନୀର ମାନସିକ ବିକୃତି ଘଟିଲା । ସେ ଆଉ ନିଜର ଆୟତରେ ରହି ପାରିଲା ନାହିଁ । ସେହି ଦିନ ଠାରୁ ରାଜ କୁମାରୀ ସୁମାଳିନୀ ଉଲଗ୍ନ ହୋଇ ବୁଲିବାକୁ ଲାଗିଲା । ନିଜର ଇଚ୍ଛା ହେଲେ ସେ ନାଚେ, ହସେ, ବଡ ପାଟି ବି କରେ । ସମସ୍ତେ ଭାବିଲେ ଯେ ସୁମାଳିନୀକୁ କେହିନା କେହି ଚଣ୍ଡୀ ଗ୍ରାସ କରିଛି । ତା’ ଲାଗି କୌଣସି ପ୍ରତିକାର ନାହିଁ । ତେଣୁ ତାକୁ ନିର୍ଜନ ସ୍ଥାନରେ ଛାଡି ଦେବା ଦରକାର । ଏହା ପରେ ରାଜ କୁମାରୀକୁ ନିର୍ଜନ ସ୍ଥାନରେ ଛାଡି ଦେଇ ଆସିଲେ । ସେ ବି ଆଉ କୁଆଡେ ପଳାଇ ନଯାଇ ସେହି ଗୋଟିଏ ସ୍ଥାନରେ ବସି ରହିଛି । ରାସ୍ତା ଚଲା ଲୋକେ ଯିଏ ଯାଆନ୍ତି ସେମାନେ ଏବେ କହୁଛନ୍ତି ଯେ ୟେ ରାଜ କନ୍ୟା ନୁହେଁ, ୟେ ଯୋଗିନୀ ରୂପରେ ଏଠାରେ ବସିଛି । ତାକୁ ଭୟ କରିବାର କୌଣସି କାରଣ ନାହିଁ ।

Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleମାୟାବିନୀ ଅସୁରୁଣୀ କଥା/Mayabini Asuruni Katha
Next Article ପାପର ଫଳ/The Result of sin
suchitra

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.