• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ଯେସାକୁ ତେସା
ଗଳ୍ପ

ଯେସାକୁ ତେସା

Liza SBy Liza SMarch 10, 2023No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Odia Story Jesaku Tesa
Odia Story Jesaku Tesa
Share
Facebook Twitter Pinterest Reddit Email

ମହାନଦୀ କୂଳରେ ଗ୍ରାମଟିଏ । ତା’ର ନାଁ ପାଟପୁର । ରାମନାରାୟଣ ଏହି ଗ୍ରାମର ଜଣେ ସ୍ୱଚ୍ଛଳ କୃଷକ । କିନ୍ତୁ ସ୍ୱଭାବରେ ସେ ଅତି କୃପଣ । ଦିନେ ତାଙ୍କ ବିହନ ଗୋଦାମରେ ସାପଟିଏ ଦେଖି, ଚାକର ତୁରନ୍ତ ମାଲିକଙ୍କୁ ଜଣେଇଲା । ତା’ଉପରେ ଚିଡି ଉଠି ରାମନାରାୟଣ କହିଲେ, “ଯାଃ, ଯାଃ ତାକୁ ଠେଙ୍ଗାରେ ବାଡେଇ ମାରି ବାହାରେ ଫୋପାଡି ଦେ ।””ମାଲିକ ସେଇଟି ସାଧାରଣ ସାପ ନୁହେଁ, ହଳଦୀ ରଙ୍ଗର ବିଷଧର ସାପ । ମୋ ପକ୍ଷରେ ତା’କୁ ମାରିବା ଆଦୌ ସମ୍ଭବ ନୁହେଁ । ଏଥିଲାଗି ସାପୁଆ କେଳାକୁ ଡାକିବା ପାଇଁ ପଡିବ ।”ରାମନାରାୟଣ, ଆସ୍ତିସୂଚକ ଭାବେ ମୁଣ୍ଡ ଟୁଙ୍ଗାରିଲେ । ସାପୁଆ କେଳା ଆସି ବିହନ ବସ୍ତାଗୁଡିକ ସନ୍ଧିରେ ଲୁଚିଥିବା ବିଷଧର ସାପଟିକୁ ଧରିଲା । ପେଡି ଭିତରେ ସାପଟି ପୁରେଇ, ମଜୁରୀ ବାବଦକୁ ସେ ଦଶଟଙ୍କା ମାଗିଲା ।

ଏକଥା ଶୁଣୁ ଶୁଣୁ ରାମନାରାୟଣ କ୍ରୋଧରେ ଅଗ୍ନିଶର୍ମା ହୋଇ କହିଲେ, “ତୁମକୁ ସାପଟି ଧରିବାକୁ ଦଶମିନିଟ୍ ମଧ୍ୟ ଲାଗିଲା ନାହିଁ, ଅଥଚ ତୁମେ ଦଶଟଙ୍କା ମାଗୁଛ । କ’ଣ ମିନିଟ୍କୁ ଟଙ୍କାଟିଏ କରି ହିସାବରେ କହୁଛ?””ଠିକ୍ ଅଛି ବାବୁ, ତାହେଲେ ତମ ସାପ ତମ ପାଖରେ ଥାଉ ।” ସାପୁଆକେଳା ବି ଏତକ କହି ବେଖାତିର୍ରେ, ପେଡିରୁ ସାପଟିକୁ ଚଟାପଟ୍ ଫିଟେଇ ଦେଲା ।ସାପଟି ସର୍ର୍ କରି ଯାଇ ପୁଣି ସେ ବିହନବସ୍ତା ଭିତରେ କେଉଁଠି ଲୁଚିଗଲା ।ରାମନାରାୟଣ ଏ ହରକତ ଦେଖି ଖୁବ୍ ବ୍ୟସ୍ତ ହୋଇ ପଡି କହିଲେ, “ଆହେ, ଆଗେ ତାକୁ ବାହାର କର । ମୁଁ ଏଇ ସଙ୍ଗେ ସଙ୍ଗେ ଦଶଟଙ୍କା କାଢୁଛି ।”ସାପୁଆ ସେଇ ବେପରୁଆ ଢଙ୍ଗରେ କହିଲା, “ଆଉଥରେ ଧରିବା ପାଇଁ ଦଶଟଙ୍କା ପଡିବ । କ’ଣ ଏବେ କୋଡିଏ ଟଙ୍କା ଦେବ ତ?”ତା’କଥାରେ, ରାମନାରାୟଣଙ୍କ ହାଡ ରାଗରେ ଜଳିଯାଉଥାଏ । ମାତ୍ର ଅଧୁନା ଉପାୟ ବା କ’ଣ?ଦ୍ୱିତୀୟଥର ସାପଟି ଧରିବା ପରେ କୋଡିଏ ଟଙ୍କା ମଜୁରୀ ଦେବାବେଳକୁ ରାମନାରାୟଣ, ‘ମାର ନ ମାର୍’ ହୋଇ କହିଲେ, “ବାଃ ଏମିତି ମିନିଟ୍କୁ ଟଙ୍କାଏ ଲେଖାଏଁ ରୋଜଗାର କଲେ, ତୁ ତ ଅତି ଶୀଘ୍ର ଏ ଗାଁର ସବୁଠୁ ବଡ ଧନୀ ହୋଇଯିବୁ ।”

Jesaku Tesa Odia Story Jesaku Tesa Odia New story Odia Story Jesaku Tesa
Share. Facebook Twitter Pinterest LinkedIn Tumblr Reddit Email
Previous Articleଅଣାଏ ପଇସା
Next Article ରାଜବୈଦ୍ୟଙ୍କ ଚିକିତ୍ସା
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.