• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ମିତ୍ରତାର ମୂଲ୍ୟ
ଗଳ୍ପ

ମିତ୍ରତାର ମୂଲ୍ୟ

Liza SBy Liza SNovember 25, 2022No Comments3 Mins Read
Facebook Twitter Pinterest Reddit LinkedIn Tumblr Email
Mitratara Mulya
Mitratara Mulya
Share
Facebook Twitter Pinterest Reddit Email

ହସନପୁର ଗ୍ରାମରେ ଅଧିକାଂଶ ଲୋକ ତନ୍ତବୁଣା ଲୁଗା ବେପାର କରି ଚଳନ୍ତି । ଗଣେଶ ଓ ରାଘବ ସେଇ ଗ୍ରାମର ଦୁଇଜଣ; ସେମାନେ ଲୁଗା ବୁଣନ୍ତି ଓ ବେପାର କରନ୍ତି । ସେ ଦୁହେଁ ବନ୍ଧୁ । ଦୁହେଁ ସୁନ୍ଦର ଜରିଧଡି ଥିବା ବସ୍ତ୍ର ବୁଣି ସହରକୁ ନେଇ ବିକନ୍ତି ।

ଗଣେଶର ତ ନିଜର ଏକ ବଳଦ ଗାଡି ଥାଏ । ସେଇଥିରେ ସେ ତା’ ଲୁଗା ବୋଝାଇ କରି ସହରକୁ ଯାଏ ଓ ଅନ୍ୟ ସମୟରେ ସେ ତା’ ଗାଡିଟିକୁ ଭଡାରେ ଲଗାଏ । ରାଘବର ପରିବାର ତ ଖୁବ୍ ବଡ । ତେଣୁ ସେଇଥିପାଇଁ ବଳଦ ଗାଡିଟିଏ କିଣିବା ପାଇଁ ତା’ର ପଇସା କେବେବି ଏକାଠି ହୁଏନି । ସବୁ ଖର୍ଚ୍ଚ ହୋଇଯାଏ । ତେଣୁ ସେ ଭଡା ଗାଡିରେ ଲୁଗା ଲଦି ସହରକୁ ଯାଏ । ଯଦି ନିହାତି ଗାଡି ନ ମିଳେ ତେବେ ମୁଣ୍ଡରେ ମୁଣ୍ଡାଇ ସେ ଯାଏ । କିନ୍ତୁ ଗଣେଶର ଗାଡି ଖାଲିଥିବା ସତ୍ତ୍ୱେ ବି ସେ ଥରେ ହେଲେ କେବେବି ରାଘବକୁ ଯାଚେ ନାହିଁ । କେବଳ ଏତିକି କହେ, “ରାଘବ, ତମେ ନିଜର ଗାଡିଟିଏ କରିନିଅ । ଏମିତି ତୁମେ ଆଉ କେତେଦିନ ମୁଣ୍ଡରେ ବୋହିବ ବା ଭଡାଗାଡି କରି ବୋହିବ?” ମାତ୍ର ଏହାଶୁଣି ରାଘବ କିଛି ବି ନ କହି ହସିଦେଇ ସେଠାରୁ ଚାଲିଯାଏ ।

ସେହି ଗାଁରେ ଜଗତ ନାମରେ ଜଣେ ବ୍ୟକ୍ତି ଥାଏ ଯିଏକି ଏଇ ଦୁଇଜଣଙ୍କର ଖୁବ୍ ଘନିଷ୍ଠ ବନ୍ଧୁ । ସେ ବହୁତ ପଢାପଢି କରିଥାଏ, ହେଲେ ସେ କୌଣସି ଚାକିରୀ ପାଇ ନଥାଏ । ତେଣୁ ଘରେ ସେ ବିଲବାଡି କାମରେ ତା’ ବାପାଙ୍କୁ ସାହାଯ୍ୟ କରୁଥାଏ ।

କିଛିଦିନ ପରେ ସହରରେ ରହୁଥିବା କୌଣସି ଏକ ବନ୍ଧୁବାନ୍ଧବଙ୍କ ପ୍ରଚେଷ୍ଟାରୁ ସେ ଜଗତ ଚାକିରୀଟିଏ ପାଇଲା । ଚାକିରୀ ପାଇବା ମାତ୍ରେ ସେ ତା’ ସ୍ତ୍ରୀ ଓ ପିଲାଛୁଆଙ୍କୁ ନେଇ ସହରରେ ଯାଇ ରହିଲା । ଜଗତ ସହରରେ ରହିବା ପରେ ତା’ର ମା’ ନିଜ ବୋହୁ ଓ ନାତିନାତୁଣୀଙ୍କ ପାଇଁ ମଝିରେ ମଝିରେ ଆଚାର, ବଡି, ବା ଘରେ ତିଆରି ହୋଇଥିବା କିଛି ମିଠା ସବୁ ରାଘବ ବା ଗଣେଶ ହାତରେ ପଠାନ୍ତି ।

ରାଘବ ବା ଗଣେଶ ଯେବେବି ଜଗତର ଘରକୁ ଯା’ନ୍ତି, ଜଗତ ଓ ତା’ର ପରିବାର ଏମାନଙ୍କୁ ଖୁଆଇବାକୁ ଖୁବ୍ ଆଗ୍ରହ ପ୍ରକାଶ କରନ୍ତି । ତା’ର ସ୍ତ୍ରୀ ମଧ୍ୟ ଖୁବ୍ ମିଳାମିଶା ସ୍ୱଭାବର ଝିଅ ।

ରାଘବ ସବୁଥର ହସିଦେଇ ଚାଲିଯାଏ । କିନ୍ତୁ ଗଣେଶ କେବେବି ମଧ୍ୟ ନାହିଁ କରେ ନାହିଁ । ସେଠାରେ ସେ ବେଶ୍ ପେଟଭରି ଆରାମ୍ କରି ଖାଏ । ଏହିପରି ଭାବେ ତା’ର ହୋଟେଲ୍ ପଇସା ମଧ୍ୟ ବଂଚିଯାଏ ।

ଏମିତି କେତେ ମାସ ବିତିଗଲା । ଗଣେଶ ଲକ୍ଷ୍ୟ କଲା ଜଗତର ସ୍ତ୍ରୀ ଓ ପିଲାମାନେ ଆଗପରି ଆଉ ଉତ୍ସାହର ସହିତ ତା’ ସହିତ ଖୋଲା ବ୍ୟବହାର କରୁ ନାହାଁନ୍ତି । ପରନ୍ତୁ ସେମାନେ ସଦା ସର୍ବଦା ରାଘବର ଅନେକ ପ୍ରଶଂସା କରୁଛନ୍ତି । ଏଥିରୁ ସେ ଗଣେଶ ଆଦୌ କିଛିବି ବୁଝିପାରିଲା ନାହିଁ । କାରଣ ସେ ନିଜର ଭଲ ମନ୍ଦ ବ୍ୟତୀତ ଅନ୍ୟର ଭଲ ମନ୍ଦ କେବେ ହେଲେ ମଧ୍ୟ ଆପଣ ମନରେ ସ୍ଥାନ ଦିଏ ନାହିଁ ।

ଦିନେ ଗ୍ରାମକୁ ଫେରି ସେ ରାଘବ ଘରେ ପହଁଚି କହିଲା, “ମିତ୍ର, ତମେ ଲକ୍ଷ୍ୟ କରି ଦେଖିଛ କି ଜଗତର ସ୍ତ୍ରୀ ଓ ପିଲାମାନଙ୍କ ଦେହରେ ସହରର ହାୱା ବେଶ୍ ଲାଗିଗଲାଣି? ସେମାନେ ଆଉ ପୂର୍ବପରି ଆମ ସହିତ ମିଳାମିଶା କରନ୍ତିନି ମୁଁ ଏହା ଅନୁଭବ କଲି ।”

ରାଘବ କହିଲା, “ନାଁ ତ! ମୋ ସହିତ ସେମାନେ ପୂର୍ବାପେକ୍ଷା ଅଧିକ ଆଦରପୂର୍ଣ୍ଣ ବ୍ୟବହାର କରୁଛନ୍ତି ।”

ଗଣେଶ ପଚାରିଲା “ହଁ, ତା’ ତ ସତ, କାରଣ ସେମାନେ କେବଳ ତମରହିଁ ପ୍ରଶଂସା କରୁଛନ୍ତି । ଅଥଚ ମୁଁ ସବୁବେଳେ ତାଙ୍କ ଘରକୁ ଯାଇ ମଧ୍ୟ ମୋ ସହିତ ସେମାନେ ଏତେ ଖୋଲା ନୁହଁନ୍ତି କାହିଁକି? ତମେ ଯଦି ଏହାର କାରଣ ଜାଣିଥାଅ ତେବେ ଦୟାକରି ମୋତେ ତାହା କୁହ ।”

“କାରଣଟା ତ ବହୁତ ସହଜ । ସେମାନେ ସବୁ ସହରରେ ବହୁ କଷ୍ଟରେ ଚଳନ୍ତି । ଜଣେ ଲୋକପାଇଁ ବରାବର ଖାଦ୍ୟ ଇତ୍ୟାଦିର ବ୍ୟବସ୍ଥା କରିବା କେତେ କଷ୍ଟକର । ଦିନେ ଅଧେ ହେଲେ ଠିକ୍ ଅଛି, କିନ୍ତୁ ବରାବର ହେଲେ ସେମାନଙ୍କୁ ଅନ୍ୟ ଖର୍ଚ୍ଚରୁ କାଟି ସେସବୁ କରିବାକୁ ହେବ । ତା’ଛଡା ବନ୍ଧୁଙ୍କୁ ଖାଇବାକୁ ଦେଲେ ନିଶ୍ଚୟ ସାଧାରଣ ଦିନଠାରୁ ଭଲ ଖାଦ୍ୟ ଦେବେ ତ! ମୁଖଲଜ୍ଜାରେ ସେମାନେ କିଛିବି କହିପାରୁ ନାହାଁନ୍ତି, କିନ୍ତୁ ସେମାନଙ୍କୁ କଷ୍ଟ ପଡୁଛି ବୋଲି ସେମାନେ ଆଗପରି ଆଉ ଏତେ ଉତ୍ସାହ ଦେଖାଉ ନାହାଁନ୍ତି । ତା’ ଛଡା ବିନିମୟରେ ସେ ତୁମଠୁଁ କ’ଣ ପା’ନ୍ତି? ବନ୍ଧୁତା କ’ଣ ଖାଲି ଗୋଟାଏ ପଟରୁ ହୁଏ? ସେ ବନ୍ଧୁତା ଖାତିରିରେ ତୁମକୁ ଅତିଥି କରି ନେଲା, କିନ୍ତୁ ତମେ ତୁମପଟରୁ ବନ୍ଧୁତାର ଚିହ୍ନ ସ୍ୱରୂପ କ’ଣ କରିଛ? ତମେ ତା’ କ୍ଷେତ୍ରରେ ଥିଲେ କ’ଣ କରିଥାନ୍ତ?”

“ଠିକ୍ କହିଲ ବନ୍ଧୁ, ମୁଁ ଏପର୍ଯ୍ୟନ୍ତ ଏସବୁ ମୋଟେ ଭାବି ନଥିଲି । ହେଲେ ତମେ ଆଜି ମୋ ଆଖି ଖୋଲି ଦେଲ ।”

ସେହି ଦିନଠାରୁ ରାଘବର ସହରକୁ ଯିବା ଦରକାର ହେଲେ ଗଣେଷ ନିଜ ବଳଦଗାଡି ତାକୁ ଦିଏ ଆଉ ଜଗତ ଘରକୁ ଗଲେ ହାତରେ ପିଲାଙ୍କ ପାଇଁ କିଛି ମିଠା ବା ପୋଷାକ ନେଇଯାଏ । ଏଣିକି ସେ ତିନିଜଣଙ୍କ ମଧ୍ୟରେ ପୁଣି ସୁସମ୍ପର୍କ ଗଢି ଉଠିଲା ।

New odia story Odia Latest Story Odia Story
Share. Facebook Twitter Pinterest LinkedIn Tumblr Reddit Email
Previous Articleଅପୂର୍ବ ଅନୁରୋଧ!
Next Article ତିନି ତାନ୍ତ୍ରିକ
Liza S

Related Posts

ପଦବୀର ବଳ

March 23, 2023

ପୁତ୍ର – କନ୍ୟା

March 22, 2023

ରାଜନୀତି

March 21, 2023

ଶିବମଲ୍ଲଙ୍କ କାହାଣୀ

March 19, 2023

ପରମେଶ୍ୱରଙ୍କ କରୁଣା

March 18, 2023

ସୁଖଦୁଃଖର ସାଥୀ

March 17, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.