ମହାରାଜା କୃଷ୍ଣ ଚନ୍ଦ୍ରଙ୍କ ଦରବାର ଚାଲି ଥାଏ । ପାତ୍ର ମନ୍ତ୍ରୀ ମାନଙ୍କ ସହିତ ଗୋପାଳ ମଧ୍ୟ ବସି ଥାଆନ୍ତି । ଗୁରୁତ୍ୱପୂର୍ଣ୍ଣ ଆଲାଚନା ସରିଲା ପରେ ସମସ୍ତେ ମଜା କଥା ବାର୍ତ୍ତା ହେଉ ଥାନ୍ତି । ଏହି ସମୟରେ ଗୋପାଳଙ୍କର ପୁଅ ବାପାଙ୍କୁ ଡାକିବା ପାଇଁ ଦରବାରରେ ପହଁଚିଲା ।
ଗୋପାଳ ଭାଣ୍ଡଙ୍କ ପୁଅ ପୁଣି ପିଲା ଲୋକ ଦେଖି ଦ୍ୱାରୀ ବାଟ ମଧ୍ୟ ଛାଡି ଦେଲା ।
ରାଜା ଗୋପାଳ ଭାଣ୍ଡଙ୍କ ପୁଅକୁ ଭଲ ରୂପେ ଚିହ୍ନନ୍ତି, ତଥାପି ଥଟ୍ଟାରେ ପଚାରିଲେ –
ଗୋପାଳ ! ଏ ପୁଅଟି କାହାର?
ଆଜ୍ଞା ମୋ ପୁଅ
ସତେ, ତେବେ ମୋ ଚେହେରା ଭଳି ଦେଖା ଯାଉଛି କେମିତି?
ଏ କଥା ରାଜାଙ୍କ ମୁହଁରୁ ଶୁଣି ସମସ୍ତେ ହସି ଉଠିଲେ । ରାଜା ଭାବିଲେ ସବୁ ବେଳେ ଗୋପାଳ କଥା କହି ମୋତେ ଜିଣି ଯାଉ ଥିଲା ଆଜି ଠିକ୍ ଫଳ ପାଇଛି । ମୁଁ ଠିକ୍ ଅପମାନ ତାକୁ ଦେଇଛି । ଗୋପାଳ କି ହାରିବା ଯନ୍ତୁ । ସଙ୍ଗେ ସଙ୍ଗେ ଉତ୍ତର ଦେଲେ – ଚେହେରା ସଙ୍ଗେ ମିଳିବ ନାହିଁ କେମିତି ଆଜ୍ଞା ନିଶ୍ଚିତ ମିଳିବ । ପୁଅ ମୋର ମାମୁଁ ଘର ଓଳି ଆଣିଛି ।
ଏ କଥା ଶୁଣି ରାଜା ମୁହଁକୁ ତଳକୁ କରି ଦେଲେ । ଗୋପାଳକୁ କିଛି ଧନ ଉପହାର ଦେଇ ବିଦା କଲେ ।