• Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram YouTube
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Odia Story | Online Odia Story, Novel, Magazine Promoting Odia LiteratureOdia Story | Online Odia Story, Novel, Magazine Promoting Odia Literature
Home»ଗଳ୍ପ»ମାନସିକ ରୋଗୀ
ଗଳ୍ପ

ମାନସିକ ରୋଗୀ

Liza SBy Liza SDecember 6, 2022No Comments2 Mins Read
Facebook Twitter Pinterest Reddit LinkedIn Tumblr Email
Odia Short manasika buddhi
Odia Short manasika buddhi
Share
Facebook Twitter Pinterest Reddit Email

ହୋଲାପୁରର ଏକ ମାନସିକ ରୋଗଚିକିତ୍ସା କେନ୍ଦ୍ରରେ କେଶବ ତା’ର ଜଣେ ଆତ୍ମୀୟ ଲୋକକୁ ଦେଖିବାକୁ ସେଠାକୁ ଯାଇଥିଲା ।
ସେଠାରେ ପହଁଚି ସେ ବୁଝିଲା, ତା’କୁ ଆହୁରି ଘଂଟାଏ ଅପେକ୍ଷା କରିବାକୁ ହେବ, ତା’ପରେ ଯାଇ ତାଙ୍କର ଦେଖାମିଳିବ ।

ବାହାରେ ପଡିଥିବା ଏକ ଖଟିଆ ଉପରେ ସେ ବସି ଅପେକ୍ଷା କଲା । ସେଠାରେ ଆହୁରି ଜଣେ ବ୍ୟକ୍ତି ପୂର୍ବରୁ ବସିଥିଲେ ।

କଥାବାର୍ତ୍ତା କରୁ କରୁ କେଶବ କହିଲା, “ମୁଁ ମୋର ଜଣେ ଆତ୍ମୀୟଙ୍କୁ ଦେଖା କରିବା ଉଦ୍ଧେଶ୍ୟରେ ଏଠାକୁ ଆସିଛି, ସେ ଏଠାରେ ରୋଗୀ ଅଛନ୍ତି । ଆପଣ ଏଠାକୁ କାହା ପାଇଁ ଆସିଛନ୍ତି?”

ବ୍ୟକ୍ତି ଜଣକ କହିଲେ, “ଚାରିପାଞ୍ଚ ମାସ ଧରି ମୁଁ ଏଠାରେ ଚିକିତ୍ସା ହେଉଛି । ଡାକ୍ତରମାନେ କୁହନ୍ତି ଯେ ମୋ ମଧ୍ୟରେ ମାନସିକ ଲକ୍ଷଣ ଦେଖା ଦେଇଛି ।”

କେଶବ ଆଶ୍ଚର୍ଯ୍ୟ ହୋଇ ଭାବିଲା ଯେ, ଏ ଲୋକଟି ଯେତେସବୁ କଥା କହିଲା ସେ ସବୁ ତ ସାଧାରଣ ଓ ଠିକ୍ କଥା, ସେ ପୁଣି ସେତକ ବଡ ଭଦ୍ରଭାବରେ କହୁଛି; ୟାଙ୍କ ନିକଟରେ ତ ମଥା ଗୋଳମାଳର ଲକ୍ଷଣ ଆଦୌ ନାହିଁ । ତେଣୁ ସେ କହିଲା, “ଆପଣଙ୍କ କଥାବାର୍ତ୍ତା ତ ବେଶ୍ ସ୍ୱାଭାବିକ ଲାଗୁଛି । ସବୁ ଠିକ୍ କଥା ମଧ୍ୟ କହୁଛନ୍ତି । ତେବେ ଆପଣ କାହିଁକି ଆଉ ଏଠାକୁ ଚିକିତ୍ସା ପାଇଁ ଆସିଛନ୍ତି?”

ଭଦ୍ରଲୋକ ଅଳ୍ପ ହସି କହିଲେ, “ଏଠାକାର ଡାକ୍ତରମାନେ ମାନସିକ ରୋଗ ଚିକିତ୍ସା କରୁଛନ୍ତି । ମୋର କାହିଁ ମନେହୁଏ ସେମାନଙ୍କର ତ ଆଉ ମାନସିକ ରୋଗ ହୋଇନାହିଁ? ମୋତେ ତ ଖଡମ ଅପେକ୍ଷା ଚମଡା ଚପଲ ବହୁତ ଭଲ ଲାଗେ, ଆପଣଙ୍କୁ କ’ଣ ଭଲ ଲାଗେ?”

କେଶବ କହିଲା, “ମତେ ବି ତ ଚମଡା ଚପଲ ଭାରି ଭଲ ଲାଗେ ।” ଭଦ୍ରଲୋକ ପଚାରିଲେ, “କ’ଣ ଆପଣ କାକୁ ଚୋବେଇ ଖାଆନ୍ତି ନା ଖଣ୍ଡ ଖଣ୍ଡ କରି ଗିଳି ପକାନ୍ତି?”

ଏପରି କଥା ଶୁଣି କେଶବର ମଥା ସେହିକ୍ଷଣି ଘୁରିଗଲା । ସେ ତୁରନ୍ତ ସେଠାରୁ ଉଠି ପଳାଇଲା ।

New odia story Odia Story Odia Story Manasika Rogee
Share. Facebook Twitter Pinterest LinkedIn Tumblr Reddit Email
Previous Articleଶିବଲୀଳା
Next Article ଭୂତତାନ୍ତ୍ରିକ
Liza S

Related Posts

ମା’ର ଋଣ

March 28, 2023

କୁଶଳଙ୍କ କୌଶଳ

March 27, 2023

ବୀର ହନୁମାନ

March 26, 2023

ବନ୍ଧୁମିଳନ

March 25, 2023

ବୀଣାର ବିବାହ

March 24, 2023

ପଦବୀର ବଳ

March 23, 2023
Add A Comment

Leave A Reply Cancel Reply

Odia Stories
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
  • Home
  • ଗଳ୍ପ
  • ଉପନ୍ୟାସ
  • କାବ୍ୟ ଓ କବିତା
  • ପ୍ରସିଦ୍ଧ କବିତା
  • ଶିଶୁ
    • ଶିଶୁ ଗଳ୍ପ
    • ଶିଶୁ କବିତା
  • ପଞ୍ଚତନ୍ତ୍ର
  • ଅନ୍ୟାନ୍ୟ
Facebook Twitter Instagram Pinterest
© 2023 ThemeSphere. Designed by ThemeSphere.

Type above and press Enter to search. Press Esc to cancel.